text
stringlengths
0
88.4k
ନରେନ୍ଦ୍ର ମୋଦୀଙ୍କଦ୍ୱାରା ଅଗଷ୍ଟ ୨୮, ୨୦୧୪ରେ ଶୁଭାରମ୍ଭ ହୋଇଥିବା ବ୍ୟାପକ ଆର୍ଥିକ ସମ୍ମେଳନ ପାଇଁ ଏକ ଯୋଜନା । ଏହି ଯୋଜନାକୁ ସେ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଭାରତୀୟ ବିତ୍ତ ମନ୍ତ୍ରଣାଳୟଦ୍ୱାରା ପରିଚାଳିତ, ଉଲ୍ଲେଖନୀୟ ଭାବେ ଏହା ଉଦ୍ଘାଟନର ପ୍ରଥମ ଦିବସରେ ୧.୫ କୋଟି (୧୫ ଅୟୁତ) ବ୍ୟାଙ୍କ ଖାତା ଏହି ଯୋଜନା ଅଧିନରେ ଖୋଲାଯାଇଥିଲା । ୨୮ ଜାନୁଅରୀ ୨୦୧୫ ସୁଦ୍ଧା ୧୨.୫୮ କୋଟି ଆକାଉଣ୍ଟ ଖୋଲା ଯାଇଥିଲା ଯେଉଁଥିରେ ପାଖାପାଖି ୧୦୫୯୦ କୋଟି ଟଙ୍କା ଜମା ରଖାଯାଇଥିଲା । ଏଥିରେ ଶୁନ୍ୟ ବାଲାନ୍ସର ନୂଆ ଆକାଉଣ୍ଟ ଖୋଲାଯିବାକୁ ବିକଳ୍ପ ମଧ୍ୟ ଥିଲା । ଉଦ୍ଦେଶ୍ୟ ଏହି ଯୋଜନାର ଶୁଭାରମ୍ଭ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ପବ୍ଲିକ ସେକ୍ଟର ବ୍ୟାଙ୍କର ଚେୟାରମ୍ୟାନମାନଙ୍କୁ ପତ୍ର ଲେଖି ୭.୫ କୋଟି ଗୃହର ଆକାଉଣ୍ଟ ପଂଜୀକରଣ ସହ ସେମାନଙ୍କ ଆକାଉଣ୍ଟ ଖୋଲି ଏହି ବିଶାଳ ଯୋଜନାକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ । ଏହି ଇମେଲରେ ସେ ଦର୍ଶାଇଥିଲେ ଯେ ପ୍ରତି ଘରକୁ ଏକ ବ୍ୟାଙ୍କ ଆକାଉଣ୍ଟ ଏକ ‘’ରାଷ୍ଟ୍ରୀୟ ପ୍ରାଥମିକତା’’ । ଏହି ଯୋଜନ’ସମସ୍ତଙ୍କ ପାଇଁ ମୌଳିକ ବ୍ୟାଙ୍କସେବା ‘ଯୋଗାଇଦେବା ଉଦ୍ଦେଶ୍ୟ ନେଇ ପ୍ରାରମ୍ଭ ହୋଇଥିଲା । ଯେଉଁଥିରେ ଆକାଉଣ୍ଟ ଖୋଲାଯିବାର ୬ ମାସ ପରେ ୫୦୦୦ ଟଙ୍କାର ଆଗୁଆ ଉଠାଣ (ଓଭର ଡ୍ରାଫ୍ଟ )ର ବ୍ୟବସ୍ଥା ଅଛି । ରୁପେ ଡେବିଟ କାର୍ଡ, ଦୁର୍ଘଟଣା ବୀମା ରାଶି ୧ ଲକ୍ଷ ଟଙ୍କା ସହିତ ରୁପେ କୃଷକ କାର୍ଡ ସୁବିଧା ମିଳିପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ କ୍ଷୁଦ୍ର ବୀମା ଏବଂ ଭତ୍ତା ଇତ୍ୟାଦି ଯୋଡ଼ାଯିବ । ଯୋଜନା ଅନ୍ତର୍ଗତ କାର୍ଯ୍ୟକାରିତା ସମାଲୋଚନା ଅଧିକ ଦେଖନ୍ତୁ ମେକ୍ ଇନ୍ ଇଣ୍ଡିଆ ଆଧାର " " . , . ବାହ୍ୟ ଲିଙ୍କ ,
, ରାଭୁଲିଜୁମାବ (ଇଂରାଜୀ ଭାଷାରେ , ଏକ ବେପାର ନାମ ଅଲ୍ଟୋମିରିସ, ହେଉଛି ଏକ ଔଷଧ ଯାହା ପାରୋକ୍ସିସମାଲ୍ ନୋକଟରନାଲ ହେମୋଗ୍ଲୋବିନୁରିଆ ଏବଂ ଆଟିପିକାଲ୍ ହେମୋଲାଇଟିକ୍ ୟୁରେମିକ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ତରଳ ଝାଡ଼ା, ଜ୍ୱର, ଅଇ, ଏବଂ ମୁଣ୍ଡବିନ୍ଧା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେନିଙ୍ଗୋକୋକାଲ୍ ସଂକ୍ରମଣ ହୋଇପାରେ । ଗର୍ଭାବସ୍ଥାରେ କୌଣସି ସ୍ପଷ୍ଟ କ୍ଷତି ହୋଇନଥିବାବେଳେ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସଂପୃକ୍ତ ଉପାଦାନ ୫ ( 5/ 5)ର କାର୍ଯ୍ୟକଳାପ ସ‌ହିତ ସଂଯୁକ୍ତ ହେ ଅବରୋଧ କରେ । ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରାଭୁଲିଜୁମାବ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ବର୍ଷକୁ ଏହାର ମୂଲ୍ୟ ପ୍ରାୟ ୪୬୦,୦୦୦ ଡଲାର ଅଟେ । ଆଧାର
ନାରାୟଣ ପତି, ଜଣେ ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଏବଂ ନିର୍ଦ୍ଦେଶକ ଅଟନ୍ତି । ସେ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର, ନାଟକ ଓ ଦୂରଦର୍ଶନ ସହିତ ଜଡ଼ିତ । ଜୀବନୀ ନାରାୟଣ ପିଲାଦିନରୁ ପାଲା, ଦାସକାଠିଆ ଇତ୍ୟାଦି କଳାପ୍ରତି ଆକୃଷ୍ଟ ଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ସେ ମଞ୍ଚ ଅଭିନୟ ଆରମ୍ଭ କରିଥିଲେ । ଭଦ୍ରକରୁ ସ୍ନାତକ ଶିକ୍ଷା ସମାପ୍ତ କରି, ସେ କଟକ ଆସିଥିଲେ । କଟକରେ ସେ କାର୍ତ୍ତିକ ଚନ୍ଦ୍ର ରଥ ଓ ବସନ୍ତ ରଥଙ୍କ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ୧୯୭୦ ମସିହାରେ ସେ ଜନତା ରଙ୍ଗମଞ୍ଚରେ ଯୋଗ ଦେଇଥିଲେ । ନାଟ୍ୟସଂସ୍ଥା ଶତାବ୍ଦୀର କଳାକାରର ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ସେ ଜଣେ ଥିଲେ । ୧୯୮୦ ମସିହାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିଲେ । ସେ ଅନ୍ୱେଷଣା ନାମରେ ଅନ୍ୟ ଏକ ନାଟ୍ୟସଂସ୍ଥା ମଧ୍ୟ ପ୍ରତିଷ୍ଠା କରିଥିଲେ । ସେ ବିଭିନ୍ନ କର୍ମଶାଳା ମାଧ୍ୟମରେ ନାଟ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି । ସେ ବିଭିନ୍ନ ସମୟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ ସମିତିର ସଦସ୍ୟ ମଧ୍ୟ ରହିଛନ୍ତି । ନାଟକ ଓ ଚଳଚ୍ଚିତ୍ର ନାଟକ ସେ ରଚନା, ଅଭିନୟ ବା ନିର୍ଦ୍ଦେଶନା ଦେଇଥିବା ନାଟକ : ମୁକ୍ତିପଥ ଜୀବନ ସୌଦା ଶେଷ ରକ୍ତବିନ୍ଦୁ ଅବଶେଷ ଶିଶୁ ଦିବସ କର୍ମଯୋଗୀ ପ୍ରତିବାଦ ଗଣହତ୍ୟା ଚଳଚ୍ଚିତ୍ର ସେ ଉଭୟ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି : ଓଡ଼ିଆ ଲକ୍ଷେ ଶିବ ପୂଜି ପାଇଛି ପୁଅ ଭାଗ୍ୟଚକ୍ର ବାଟ ଅବାଟ ଗାରେ ସିନ୍ଦୂର ଧାରେ ଲୁହ ସମର ସଲିମ ସାଇମନ ହିନ୍ଦୀ ଦୟାବାନ ଅନ୍ତର୍ଦାହ ଦୁର୍ଗା ଦାମିନୀ ଜେଲ ଲାଲ ଦୁପଟ୍ଟା ଦୂରଦର୍ଶନ ଧାରାବାହିକ ଓଡ଼ିଆ ପଥର ପଡିଲେ ସହି ଟୋକେଇ ହିନ୍ଦୀ ଡିସ୍କଭରୀ ଅଫ ଇଣ୍ଡିଆ ଅଧିକାର କହକସାଁ ବ୍ୟୋମକେଶ ବକ୍ସି ଡାକ୍ତର ଆମ୍ବେଦକର ହମରାହୀ ଔର ଭି ହେ ରାହେଁ ଆଧାର ବାହାର ଆଧାର ଇଣ୍ଟରନେଟ ମୁଭି ଡାଟାବେସରେ ନାରାୟଣ ପତି
ମଞ୍ଜୁ ମୋଦି (ଜନ୍ମ: ୧୧ ଫେବୃଆରୀ ୧୯୫୯) ଜଣେ ଓଡ଼ିଆ ଅନୁବାଦିକା । ଅନୁବାଦ ଭିନ୍ନ ସେ ସାହିତ୍ୟର ଅନ୍ୟ ବିଭାଗରେ ମଧ୍ୟ ଲେଖନୀ ଚାଳନା କରନ୍ତି । ଜୈନେନ୍ଦ୍ର କୁମାରଙ୍କ ଲିଖିତ ହିନ୍ଦୀ ଉପନ୍ୟାସ କଲ୍ୟାଣୀକୁ ଓଡ଼ିଆ ଭାଷାକୁ ଅନୁବାଦ କରି ସେ ୨୦୨୦ ମସିହା ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ । ବ୍ୟକ୍ତିଗତ ଜୀବନ ମଞ୍ଜୁ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ହିନ୍ଦୀ ଭାଷାରେ ପିଏଚଡ଼ି ହାସଲ କରିଛନ୍ତି । ୧୯୮୩ ମସିହାରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । କଟକର ପ୍ରେସ ଛକ ନିକଟସ୍ଥ ନୂଆ ଛକରେ ତାଙ୍କର ବାସଗୃହ । ସାହିତ୍ୟ ସର୍ଜନା ମଞ୍ଜୁ ୬ଟି ମୌଳିକ ପୁସ୍ତକ, ୨ଟି ସମ୍ପାଦିତ ପୁସ୍ତକ, ୧୫ଟିରୁ ଅଧିକ ନିବନ୍ଧ, ୧୦୦ରୁ ଅଧିକ ପ୍ରବନ୍ଧ ରଚନା ସହିତ ସହିତ ହିନ୍ଦୀ ପତ୍ରିକା ବାର୍ତ୍ତା ବାହକ ଓ ଓଡ଼ିଆ ପତ୍ରିକା ଶୈଶବର ସମ୍ପାଦନା କରିଛନ୍ତି । ରଚନାବଳୀ କଲ୍ୟାଣୀ ପ୍ରେମଚାନ୍ଦଙ୍କ ନିର୍ବାଚିତ ଶିଶୁଗଳ୍ପ - ୨୦୦୧ (କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରକାଶନ) ଏଇ ଯେ ସୂର୍ଯ୍ୟ ଉଏଁ ସମ୍ମାନ ଓ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୨୦ ଆଧାର
ସିକ୍ଲେସୋନାଇଡ (ଇଂରାଜୀ ଭାଷାରେ ), ଅନ୍ୟମାନଙ୍କ ମଧ୍ୟରେ ଓମନାରିସ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଆଜମା ଏବଂ ଆଲର୍ଜିକ ନାକ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଆଜମା ପାଇଁ ଏହା ପ୍ରଶ୍ୱାସରେ ନାକ ସ୍ପ୍ରେ ଭାବରେ ନିଆଯାଏ । ବ୍ୟବହୃତ ହୁଏ । ପ୍ରଶ୍ୱାସରେ ନେବା ବ୍ୟବ‌ହାର କଲାବେଳେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଉପର ଶ୍ୱାସନଳୀ ସଂକ୍ରମଣ, ଯନ୍ତ୍ରଣା, ଥ୍ରଶ୍ ବା କବକ ସଂକ୍ରମଣ ଏବଂ ନିମୋନିଆ ହୋଇପାରେ । ନାକରେ ସ୍ପ୍ରେ କରାଯିବା ସମୟରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ରକ୍ତସ୍ରାବ, ମୁଣ୍ଡବିନ୍ଧା, କାନ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ଲୁକୋମା ଏବଂ ଆଡ୍ରେନାଲ୍ ଅଭାବ ହୋଇପାରେ | ଗର୍ଭାବସ୍ଥାରେ ସୁରକ୍ଷା ବିଷୟ ଭଲ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ କର୍ଟିକୋଷ୍ଟେରଏଡ୍, ବିଶେଷ ଭାବରେ ଏକ ଗ୍ଲୁକୋକର୍ଟିକଏଡ୍ । ୧୯୯୦ରେ ସିକ୍ଲୋନାଇଡ ପେଟେଣ୍ଟ ହୋଇଥିଲା ଏବଂ ୨୦୦୫ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ୨୦୦୬ରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା । ବୁଡୋସୋନାଇଡର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି । ଯୁକ୍ତରାଜ୍ୟରେ ୧୬୦ ମାଇକ୍ରୋଗ୍ରାମ୍ ବିଶିଷ୍ଟ ୧୨୦ ମାତ୍ରାର ଇନହେଲରର ମୂଲ୍ୟ ୩୮ ପାଉଣ୍ଡ ଅଟେ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୦ ଡଲାର ଅଟେ । ଆଧାର
ବୃକକ ବା କିଡନୀ ମାନବ ଶରୀରରେ ଥିବା ନିଷ୍କାସନ ବିଭାଗର ଦୁଇଟି ଅଙ୍ଗ, ଦେଖିବାକୁ ଶିମ୍ବ ମଞ୍ଜି ଭଳି ଓ ଆକାର ମୁଠା ହୋଇଥିବା ହାତ ଭଳି । ଅଣ୍ଟା ପାଖରେ ପେଟ ଭିତରେ ମେରୁ ଅସ୍ଥି ଦୁଇ ପଟରେ ପେରିଟୋନିଅମ ପଛ ପାଖରେ ଦୁଇଟି କିଡନୀ ଥାଏ । ବାମ କିଡନି ଅପେକ୍ଷା ଡାହାଣ କିଡନୀ ସାମାନ୍ୟ ତଳକୁ ଥାଏ ଓ ବାମ କିଡନି ମେରୁ ଅସ୍ଥିର ଅଧିକ ପାଖକୁ ଥାଏ । ପ୍ରତ୍ୟେକ କିଡନୀକୁ ଗୋଟିଏ ‘କିଡନୀ ଧମନୀ’ ପ୍ରବେଶ କରେ ଓ ଗୋଟିଏ ‘କିଡନୀ ଶିରା’ ବାହାରେ । କିଡନୀରୁ ଗୋଟିଏ ନଳୀ ବାହାରେ ଯାହାକୁ ୟୂରେଟର କହନ୍ତି । ଏହି ୟୂରେଟର ମଧ୍ୟ ଦେଇ କିଡନୀରୁ ପରିସ୍ରା ବାହାରି ମୂତ୍ରାଶୟରେ ଜମା ହୁଏ । ଏକ ରକ୍ତ ଶୋଧନ ଯନ୍ତ୍ର ଭାବେ ଜଣାଶୁଣା ଥିଲେ ମଧ୍ୟ ଏହା ଶରୀରରେ ଅନେକ କାର୍ଯ୍ୟ ସାଧନ କରେ । ଏହା ଇଲେକ୍ଟ୍ରୋଲାଇଟ ନିୟନ୍ତ୍ରଣ କରେ, ଏସିଡ-ବେସ ସନ୍ତୁଳନ ରଖେ, ରକ୍ତ ଚାପ ନିୟନ୍ତ୍ରଣ କରେ । ଏହା ରକ୍ତକୁ ପ୍ରାକୃତିକ ଉପାୟରେ ଶୋଧନ କରି ୟୁରିଆ ଓ ଆମୋନିଅମ ଭଳି ଶରୀରର ହାନି କାରକ ପଦାର୍ଥ ଗୁଡିକୁ ନିଷ୍କାସନ କରେ । ରକ୍ତର ଫିଲଟର ବା ପରିସ୍ରବଣଦ୍ୱାରା ଅଧିକ ପରିମାଣରେ ବାହାରି ଯାଉଥିବା ଜଳ, ଗ୍ଳୁକୋଜ ଓ ଆମିନୋ ଏସିଡ ଭଳି ପଦାର୍ଥକୁ ପୁନର୍ବାର ଶରୀରକୁ ପ୍ରବେଶ କରାଏ । କ୍ୟାଲସିଟ୍ରଲ, ଏରିଥ୍ରୋପଏଟିନ ଓ ରେନିନ ଭଳି ଏନଯାଇମ ଏହା ପ୍ରସ୍ତୁତ କରେ । ଗଠନ ଶିମ୍ବ ମଞ୍ଜି ଆକାରର କିଡନିର ଗୋଟିଏ ଅବତଳ ଓ ଗୋଟିଏ ଏକ୍ସଏକ୍ସଏକ୍ସ ପ୍ରୁଷ୍ଠ ଥାଏ । ଗୋଟିଏ ଗାତ ଭଳି ସ୍ଥାନକୁ ହାଇଲମ କହନ୍ତି । ଏହି ହାଇଲମଠାରେ କିଡନୀ ସହା ଧମନୀ, ଶିରା ଓ ୟୂରେଟର ସଂଯୁକ୍ତ ହୋଇଥାଏ । କିଡନୀ ଚାରି ପାଖରେ ଏକ ସଂଯୋଜକ ତନ୍ତୁ ନିର୍ମିତ ଆବରଣ ଥାଏ । ଯାହାକୁ କିଡନୀ କ୍ୟାପ ସ୍ୟୁଲ କହନ୍ତି । କିଡନୀ ଚାରି ପାଖରେ ଚର୍ବି ଥାଏ । କିଡନୀ ଆଗରେ ପେରିଟୋନିଅମ, ପଛରେ ଟ୍ରାନ୍ସଭରସାଲିସ ଫାସା, ଡାହାଣ କିଡନୀ ଉପର ପାଖରେ ଲିଭର ବା ଯକୃତ, ବାମ କିଡନି ଉପର ପାଖରେ ପ୍ଳିହା ଥାଏ । କିଡନୀ ପଦାର୍ଥକୁ ପାରେନାକାଇମା କହନ୍ତି । ଏହାର ବାହ୍ୟ ଅଂଶକୁ କର୍ଟେକ୍ସ ଓ ଅଭ୍ୟନ୍ତର ଅଂଶକୁ ମେଡୁଲା କହନ୍ତି । ଆଠରୁ ଅଠରଟି କୋନ ସଦୃଶ ରେନାଲ ଲୋବ ଏଥିରେ ଥାଏ ଓ ପ୍ରତ୍ୟେକ ଲୋବରେ କର୍ଟେକ୍ସ ଓ ମେଡୁଲା ଥାଏ । ପରିସ୍ରା ତିଆରି କରିବା ନିମନ୍ତେ ଅନେକ ଗୁଡିଏ ଏକକ ଥାଏ ଯାହାକୁ ନେଫ୍ରନ କହନ୍ତି । ପ୍ରତ୍ୟେକ ନେଫ୍ରନରେ ଗୋଟିଏ ଫିଲଟର ଥାଏ ଓ ଏଥିରୁ ଗୋଟିଏ ଲମ୍ବା ନଳୀ ବାହାରି ଥାଏ । କର୍ଟେକ୍ସରେ ଫିଲଟର ଥାଏ ଓ ନଳୀ ମେଡୁଲାରେ ଥାଏ । ନଳୀଟି ଇଂରାଜୀ ‘ ’ ଭଳି ଦେଖାଯାଏ । ଫିଲଟରରୁ ଯେଉଁ ନଳୀ ବାହାରେ ତାହାକୁ ଡିସେଣ୍ଡି ଲୁପ ଅଫ ହେନଲେ, ତା ପର ଅଂଶକୁ ଲୁପ ଅଫ ହେନଲେ ଓ ତା ପର ଅଂଶକୁ ଆସେଣ୍ଡି ଲୁପ ଅଫ ହେନଲେ କହନ୍ତି । ଏହି ଶେଷ ଅଂଶଟି ଯାଇ କଲେକଟିଙ୍ଗ ଡକ୍ଟରେ ମିଶିଛି । ଏହି ଶେଷ ଅଂଶଟି ଯାଇ ପର୍ଯ୍ୟାୟକ୍ରମେ ଆହୁରି କେତେକ ନଳୀ ସହ ମିଶି କଲେକଟିଙ୍ଗ ଡକ୍ଟରେ ପରିଣତ ହୋଇଛି । ଏହି ପରି ଅନେକ ଡକ୍ଟ ମିଶି ପାପିଲା, ମାଇନର କାଲିକ୍ସ, ମେଜର କାଲିକ୍ସ ହୋଇ ଶେଷରେ ରେନାଲ ପେଲଭିସରେ ପରିଣତ ହୁଏ ଯେଉଁଠାରୁ ୟୁରେଟର ଆରମ୍ଭ ହୁଏ । ପ୍ରତି କିଡନିରୁ ଗୋଟିଏ ୟୁରେଟର ବାହାରି ଶେଷରେ ମୂତ୍ରାଶୟ ସହ ସଂଯୁକ୍ତ ହୋଇଥାଏ । ନେଫ୍ରନର ଆରମ୍ଭ ସ୍ଥାନରେ ନେଫ୍ରନର ଆରମ୍ଭ ସ୍ଥାନଟିର ଆକାର ଗୋଟିଏ ଫୁଟବଲ ବ୍ଲାଡରକୁ ହାତରେ ଚିପି ଧରି ଦୁଇ ପ୍ରସ୍ତ କଲେ ଯେପରି ଦେଖାଯିବ ସେହିପରି ଥାଏ ଓ ଏହାକୁ ବାଓମେନ୍ସ କ୍ୟାପସ୍ୟୁଲ କହନ୍ତି । ସେହି ଭିତର ସ୍ଥାନରେ ରେନାଲ ଧମନୀ ଶାଖା ବିସ୍ତାର କରି ଶେଷରେ ଗୋଟିଏ ଆଫରଣ୍ଟ ଅର୍ଟେରିଓଲରେ ପରିଣତ ହୋଇ ଗୋଟିଏ ରକ୍ତ ନଳୀ ପ୍ରବେଶ କରି ଶାଖା ପ୍ରଶାଖା ମେଲେଇ ଯାଏ ଓ ଧିରେ କ୍ଷୁଦ୍ର ଶିରାରେ ପରିଣତ ହୁଏ । ଏହାକୁ ଗ୍ଲୋମେରୁଲସ କହନ୍ତି । କିଡନିର କାର୍ଯ୍ୟ ଅଦରକାରୀ ପଦାର୍ଥର ନିଷ୍କାସନ ଶରୀରର ବିପାକ ବା ମେଟାବୋଲିଜ୍ମଦ୍ୱାରା ଜାତ ହେଉଥିବା ଅଦରକାରୀ ତଥା କ୍ଷତିକାରକ ପଦାର୍ଥକୁ ନିଷ୍କାସନ କରିବାରେ କିଡନି ମୂଖ୍ୟ ଭୂମିକା ନିର୍ବାହ କରେ । ପ୍ରୋଟିନ ବା ପୁଷ୍ଟିସାର ଜାତୀୟ ଖାଦ୍ୟରୁ ବିପାଚନଦ୍ୱାରା ଯବକ୍ଷାରଜାନ ପଦାର୍ଥ ଯଥା ୟୁରିଆ, ଓ ନ୍ୟୁକ୍ଲିକ ଏସିଡର ବିପାଚନରୁ ୟୁରିକ ଏସିଡ ଜାତ ହୁଏ । ଏହି ପଦାର୍ଥ ଫିଲଟର ହୋଇ କିଡନିଦ୍ୱାରା ପରିସ୍ରାରେ ବାହାରି ଯାଏ । ଅତ୍ୟାବଶ୍ୟକ ପୋଷକମାନଙ୍କର ଅବଶୋଷଣ ନିମ୍ନରେ କେତେକ ପୋଷକମାନଙ୍କର ନେଫ୍ରନର କେଉଁ ସ୍ଥାନରେ କଅଣ ଅବଶୋଷଣ ହୁଏ ତାହାର ତାଲିକା ଦିଆ ଯାଇଛି । ଗର୍ଭାବସ୍ଥାରେ ଗ୍ଳୁକୋଜର ପୁନଃ ଅବଶୋଷଣ କମିଯାଏ । ଏସିଡ-ବେସ ସମତୁଲ କିଡନି ଓ ଫୁସଫୁସ ଏହି ଦୁଇ ଅଙ୍ଗ ଦେହର ଏସିଡ- ବେସ ବା ସମତୁଲ କରିବା ନିମନ୍ତେ କାମ କରନ୍ତି । ଫୁସଫୁସ ଅଙ୍ଗାରକାମ୍ଳ ନିସ୍କାସନ କରି ଓ କିଡନି ଉଦଜାନ ଆୟନ ନିଷ୍କାସନ କରିବା ସହ ପରିସ୍ରାରୁ ବାଇକାର୍ବୋନେଟ ପୁନଃଶୋଷଣ କରି ଏହି ଏସିଡ- ବେସ ସମତୁଲ କରେ । ଅସମୋଲାଲିଟି ନିୟନ୍ତ୍ରଣ ପ୍ଲାଜ୍ମା ଅସମୋଲାଲିଟି ବୃଦ୍ଧି ଘଟିଲେ ମସ୍ତିଷ୍କର ହାଇପୋଥାଲାମସ ଜାଣିପାରେ ଓ ପୋସ୍ଟିରିଅର ପିଟୁଇଟାରି ଗ୍ରନ୍ଥି ବା ଗ୍ଲାଣ୍ଡ ସହ ସମ୍ପର୍କ ସ୍ଥାପନ କରେ ଓ ଏହି ଗ୍ରନ୍ଥିରୁ ଆଣ୍ଟିଡାଇୟୁରେଟିକ ହରମୋନ କ୍ଷରିତ କରାଏ । ଏହି ହରମୋନ ପ୍ରଭାବରେ ପରିସ୍ରାରୁ ଜଳ ଶୋଷିତ ହୁଏ ଓ ପରିସ୍ରାର କନସେଣ୍ଟ୍ରେସନ ବୃଦ୍ଧି ପ୍ରାପ୍ତ ହୁଏ ବା ପରିସ୍ରା ଗାଢ଼ ହୁଏ । କିଛି ଛବି ଆଧାର ବାହାର ଲିଙ୍କ୍ / ( . ' - ) 2009-09-14 . 2007-09-28 . 2007-09-28 . ' 2020-09-16 . 2017-09-12 . 2010-12-29 . - ;
ସୁନ୍ଦର ମୋହନ ମାଝି (ଜନ୍ମ: ୧ ଜୁଲାଇ ୧୯୪୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସୁନ୍ଦର ମୋହନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସୁନ୍ଦର ମୋହନ ମାଝି ୧୯୪୨ ମସିହାର ଜୁଲାଇ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଧାମୋହନ ଟୁଡୁ ଏବଂ ତାଙ୍କ ପତ୍ନୀଙ୍କ ନାମ ଯମୁନା ଟୁଡୁ । ସୁନ୍ଦର ମୋହନଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ । ରାଜନୈତିକ ଜୀବନ ସୁନ୍ଦର ମୋହନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ଆଧାର
ଋତୁସ୍ରାବ/ ମାସିକ ଧର୍ମ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଏକ ଶାରିରୀକ ପ୍ରକ୍ରିୟାକୁ ଋତୁସ୍ରାବ ବା ମାସିକ ଧର୍ମ ବୋଲି କୁହାଯାଇଥାଏ। ଏହା ମହିଳାମାନଙ୍କର ପ୍ରାପ୍ତ ବୟସ୍କା ହେବାର ସୂଚନା ପ୍ରଦାନ କରିଥାଏ। ଇଂରାଜୀର ଏହାକୁ 'ମେଂସୁରେସନ' ବା ଛୋଟରେ ‘ମେନ୍‌ସ’ ବୋଲି କୁହାଯାଇଥାଏ। ମୂଳ ଗ୍ରୀକ୍‌ ଶଦ୍ଦ ‘ମେନାରଚ୍ଚ’ରୁ ଏହାର ଉତ୍ପତ୍ତି ହୋଇଛି। ପ୍ରେତ୍ୟକ ମହିଳାଙ୍କ ପାଇଁ ଏହା ଉଭୟ ସାମାଜିକ ଏବଂ ଡାକ୍ତରୀ ଦୃଷ୍ଟିେକାଣରୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶବିେଶଷ। ମହିଳାମାନଙ୍କର ଜନେନନ୍ଦ୍ରିୟେର ଘଟୁଥିବା ଏହା ଏକ ସ୍ୱାଭାବିକ ଓ ପ୍ରାକୃତିକ ପ୍ରକ୍ରିୟା। କାରଣ, ଋତୁସ୍ରାବ ହିଁ ସୂଚନା ପ୍ରଦାନ କରିଥାଏ ଯେ ମହିଳାଜଣକ ଏବେ ପ୍ରଜନନକ୍ଷମ ଅବସ୍ଥାକୁ ଅାସିଗେଲ । ସମୟ ଋତୁମତୀ ହେବାପାଇଁ ମହିଳାମାନଙ୍କ ପାଇଁ କୌଣସି ନିଦ୍ଦିଷ୍ଟ ପ୍ରକାରର ବୟସ ସୀମା ରହିନାହିଁ। ମହିଳାମାେନ ଋତୁମତୀ ହେବାକ୍ଷେତ୍ରରେ ସେମାନଙ୍କ ଶାରୀରିକ ଗଠନ ସହ ସେମାନେ ବାସ କରୁଥିବା ଅଞ୍ଚଳର ଭୗେଗାଳିକ ଓ ପାରିେବଶିକ ଅବସ୍ଥାର ମଧ୍ୟ ସଂପୃକ୍ତି ରହିଥିବା କାରଣରୁ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନେର ଭିନ୍ନ ଭିନ୍ନ ବୟସେର ମହିଳାମାେନ ଋତୁମତୀ ହୋଇଥିବା ଦେଖିବାକୁ ମିଳିଥାଏ । ତେବେ , ବିଶ୍ୱସ୍ତରେର ମହିଳାମାନଙ୍କର ୠତୁମତୀ ହେବାର ବୟସ ସୀମା ୧୪ ବର୍ଷ ଧାର୍ଯ୍ୟ ହୋଇଛି । ତେବେ, ଏସୀୟ ରାଷ୍ଟ୍ର ତୁଳନାେର ପଶ୍ଚିମ ରାଷ୍ଟ୍ରଗୁଡ଼ିକେର ଶୀଘ୍ର ଋତୁମତୀ ହୋଇଥାନ୍ତି । ଯୁକ୍ତରାଷ୍ଟ୍ର ଅାେମରିକାେର ଋତୁମତୀ ହେବାର ହାରାହାରି ବୟସ ସୀମା ୧୨.୫ ରହିଥିବା େବେଳ, କାନାଡ଼ାେର ୧୨.୭୨, ୟୁେକେର ୧୨.୯େର ଋତୁମତୀ େହାଇଥାନ୍ତି। ଏକ ଅନୁଶୀଳନରୁ ଜଣାଯାଏ ଯେ ଇସ୍ତାନବୁଲ୍‌, ତୁର୍କୀ ପ୍ରଭୃତି ଦେଶର ମହିଳାମାେନ ହାରାହାରି ୧୨.୭୪ ବୟସେର ଋତୁମତୀ ହୋଇଥାନ୍ତି । ପାଖାପାଖି ୫୦-୫୫ ବୟସରେ ମହିଳାମାନଙ୍କର ଋତୁସ୍ରାବ ବନ୍ଦ ହୋଇଯାଇଥାଏ। ଏହାକୁ ମେନୋପଜ଼ କହନ୍ତି । ପ୍ରାରମ୍ଭିକ ପରିବର୍ତ୍ତନ ତେବ, ଋତୁମତୀ ହେବାପାଇଁ ମହିଳାମାନଙ୍କ କ୍ଷେତ୍ରରେ ସେପରି କୌଣସି ଏକ ନିର୍ଦ୍ଧିଷ୍ଟ ବୟସସୀମାର ପ୍ରତିବନ୍ଧକ ନାହିଁ। ମହିଳାମୋନ ଭିନ୍ନ ଭିନ୍ନ ବୟସେର ଋତୁସ୍ରାବର ଅଭିଜ୍ଞତା ହାସଲ କରିଥାନ୍ତି ଏହା ସାଧାରଣତଃ ମହିଳାମାନଙ୍କର ଶାରିରୀକ ଓ ଜନେନନ୍ଦ୍ରିୟର ଗଠନ ଉପେର ନିଭର୍ରଶୀଳ ହୋଇଥାଏ । ପୂବର୍ରୁ ଯୁବତୀ ବା ମହିଳାମାେନ ବିଳମ୍ବେର ଋତୁମତୀ ହେଉଥିବା ବେଳେ ଅାଜିକାଲି ସେମାନେ ବହୁଶୀଘ୍ର ଋତୁମତୀ ହେଉଥିବା ଦେଖିବାକୁ ମିଳୁଛି। ମହିଳାମାେନ ଋତୁମତୀହେବାପରେ ସେମାନଙ୍କ ଶାରୀରିକ ଗଠନେର ଦ୍ରୁତ ପରିବତ୍ତର୍ନ ଘେଟ। ସେମାନଙ୍କର ଉଚ୍ଚତା ବଢ଼ିବା ସହ ବେକ୍ଷାଜର ମଧ୍ୟ ବୃଦ୍ଧି ଘଟିଥାଏ। ମହିଳାମାେନ ଋତୁମତୀ ହେବାପରେ ସେମାନଙ୍କ ଶରୀରେର ବିଭିନ୍ନ ପ୍ରକାରର ହରମୋନ ସୃଷ୍ଟିହେବ ସହ ସେମାନଙ୍କ ଜରାୟୁର ମଧ୍ୟ ବିକାଶ ଘେଟ ଓ ଏହା ଭ୍ରୁଣ ଧାରଣ ପାଇଁ ସମର୍ଥ ହୁଏ। ପ୍ରଜନନ କ୍ଷମତା ଏକ ଋତୁମତୀ ମହିଳାଙ୍କ କ୍ଷେତ୍ରରେ ପ୍ରେତ୍ୟକ ୨୮ ଦିନ ବ୍ୟବଧାନେର ଋତୁସ୍ରାବ ଘଟିଥାଏ। ଏହା ବ୍ୟାପକ ଭୋବ ଜଣାଯାଏ ଯେ , ମହିଳାମୋନ ମାସିକ ଧର୍ମ ନେହବା ପର୍ଯ୍ୟନ୍ତ ଗର୍ଭବତୀ ହୋଇପାରିବେ ନାହିଁ । ମହିଳାମାନେ ଋତୁସ୍ରୋବ ପୂର୍ବରୁ ଶାରୀରିକ ସମ୍ପର୍କ ରଖିେେଲ ଗର୍ଭଧାରଣ କରିବାର ସମ୍ଭାବନା ଅଧିକ ଥାଏ । ମହିଳାଙ୍କ ଶରୀରେର ଥିବା ସମସ୍ତ ଦୂଷିତ ରକ୍ତ ତାଙ୍କ ଜନେନନ୍ଦ୍ରିୟ ବାଟେ ବାହରକୁ ବାହାରି ଅାସିଥାଏ। ଏବଂ ଏହାପେର ମହିଳାଙ୍କ ଶରୀରେର ନୂତନ ରକ୍ତ ସୃଷ୍ଟି ହୋଇଥାଏ ।ତେବେ , ମହିଳାମାନଙ୍କର ଗଭର୍ଧାରଣ କାଳେର ଋତୁସ୍ରାବ ବନ୍ଦହୋଇଯାଇଥାଏ। ସନ୍ତାନ ପ୍ରସବ କଲାପେର ପୁଣିଥେର ମହିଳାମାନଙ୍କର ନିୟମିତ ଋତୁସ୍ରାବ ଅାରମ୍ଭ ହୋଇଥାଏ । ପୁରାତନ ରୋଗ ପୁରୁଣାରୋଗଥିଲେ ମାସିକ ଧର୍ମ ପ୍ରାପ୍ତ କରିବାରେ ବିଳମ୍ବ ହୁଏ ,ଯେପରିକି ସିଲିଏକରୋଗ , ଶ୍ୱାସ, ମଧୁେମହ ଟାଇପ ୧, ସିଷ୍ଟିକ ଫାଇେବ୍ରାସିସ ଇତ୍ୟାଦି । ଆଧାର ଋତୁସ୍ରାବ ସାଂସ୍କୃତିକ ଓ ବୈଜ୍ଞାନିକ କାରଣ ସହ ଜଡ଼ିତ । ଏହି ସବୁ ଜିନିଷ ମହିଳା ହେବାର ସଂଜ୍ଞା ନିରୂପଣ କରେ ।
ଡୋରିପେନେମ (ଇଂରାଜୀ ଭାଷାରେ ), ଅନ୍ୟମାନଙ୍କ ମଧ୍ୟରେ ଡୋରିବାକ୍ସ ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଜଟିଳ ଆଭ୍ୟନ୍ତରୀଣ ଉଦର ସଂକ୍ରମଣ, ମୂତ୍ରାଙ୍ଗ ସଂକ୍ରମଣ ଏବଂ ନିମୋନିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ସାଧାରଣତଃ ସୁଡୋମାନାସ୍ ବିରୁଦ୍ଧରେ ପ୍ରଭାବଶାଳୀ । ଏହା ଏକ ଶିରାରେ ଇଞ୍ଜେକସନ (ଇନଫ୍ୟୁଜନ) ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଉଥିବା ସ୍ଥାନରେ ଯନ୍ତ୍ରଣା, ତରଳ ଝାଡ଼ା, ଅଇ, ରାସ, ଗଲୁ ଏବଂ ମୁଣ୍ଡବିନ୍ଧା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ, ବାତ ଏବଂ ଯକୃତ ସମସ୍ୟା ହୋଇପାରେ । ଗର୍ଭାବସ୍ଥାରେ ଏହି ଔଷଧ ଦେଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଅଧ୍ୟୟନ କରାଯାଇ ନାହିଁ । ଏହା କାର୍ବାପେନେମ୍ ଶ୍ରେଣୀର ଏକ ବିଟା-ଲାକ୍ଟମ । ୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡୋରିପେନେମ୍ ଅନୁମୋଦିତ ହୋଇଥିଲା । ୨୦୦୮ରେ ଏହା ୟୁରୋପରେ ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଯୁକ୍ତରାଷ୍ଟ୍ରରେ ୭ ଦିନର ଚିକିତ୍ସା ନିମନ୍ତେ ପ୍ରାୟ ୬୮୦ ଡଲାର ଖର୍ଚ୍ଚ ହେଉଥିଲା । ୨୦୨୧ ସୁଦ୍ଧା ଏହା ଆଉ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ । ଆଧାର
ଉତ୍ତର କୋରିଆ ପୂର୍ବ ଏସିଆରେ ଥିବା ଏକ ଦେଶ। ଇତିହାସ ଭୂଗୋଳ ଧର୍ମ ପ୍ରଶାସନିକ ବିଭାଜନ ଭାଷା ଆଧାର ଅଧିକ ତଥ୍ୟ ସରକାରୀ ୱେବସାଇଟ ' – . – ( , ) . – ସାଧାରଣ ୱେବସାଇଟ ଉତ୍ତର କୋରିଆ " ". ଉତ୍ତର କୋରିଆ – " " ,: – . ( 2013-05-17 .) . ଛବି : . : 2011-08-12 . – ଭିଡିଓ ୟୁ ଟ୍ୟୁବରେ 1 ୟୁ ଟ୍ୟୁବରେ ୟୁ ଟ୍ୟୁବରେ ୟୁ ଟ୍ୟୁବରେ ୟୁ ଟ୍ୟୁବରେ ୟୁ ଟ୍ୟୁବରେ - – 2015-09-10 .
ରାଣୀ ଅବନ୍ତୀବାଇ (ଜନ୍ମ: ୧୬ ଅଗଷ୍ଟ ୧୮୩୧) ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ରାମଗଡ଼ର ରାଣୀ ଥିଲେ । ସେ ୧୮୫୭ ମସିହାର ଭାରତୀୟ ବିଦ୍ରୋହ ସମୟରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ସେ ନିଜ ରାଜ୍ୟର ସୁରକ୍ଷା ପାଇଁ ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢ଼ିଥିଲେ । ସେ ଭାରତୀୟ ରାମଗଡ଼ର ଶାସକ ରାଜା ବିକ୍ରମାଦିତ୍ୟ ସିଂଙ୍କ ପତ୍ନୀ ଥିଲେ । ରାଜା ଅସୁସ୍ଥ ହେବାପରେ ସେ ରାଜ୍ୟର ରାଜତ୍ୱ ଗ୍ରହଣ କରିଥିଲେ । ସ୍ୱାଧୀନତା ପାଇଁ ୧୮୫୭ ମସିହାର ବିଦ୍ରୋହ ସମୟରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ତାଙ୍କର ସାହସିକ ସଂଗ୍ରାମ ପାଇଁ ତାଙ୍କୁ ସ୍ମରଣ କରାଯାଇଛି । ପ୍ରାରମ୍ଭ ଜୀବନ ଅବନ୍ତୀବାଇ ଲୋଧୀ ରାଜପୁତ ପରିବାରରେ ୧୬ ଅଗଷ୍ଟ ୧୮୩୧ ମସିହାରେ ମନଖେଡ଼ି ଗ୍ରାମ, ସେଓନିରେ ଜମିନ୍ଦାର ରାଓ ଜୁଜହର ସିଂଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ସେ ରାମଗଡ଼ର ରାଜା ଲକ୍ଷ୍ମଣ ସିଂଙ୍କ ପୁତ୍ର ରାଜକୁମାର ବିକ୍ରମାଦିତ୍ୟ ସିଂଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇ ସନ୍ତାନ ଥିଲେ, କୁନୱର ଅମାନ ସିଂ ଏବଂ କୁନୱର ଶେର ସିଂ । ୧୮୫୦ ମସିହାରେ ମହାରାଜା ଲକ୍ଷ୍ମଣ ସିଂଙ୍କର ମୃତ୍ୟୁ ହେବାପରେ ରାଜା ବିକ୍ରମାଦିତ୍ୟ ସିଂହାସନ ଗ୍ରହଣ କରିଥିଲେ । ରାଜା ବିକ୍ରମାଦିତ୍ୟ ସିଂ ଅସୁସ୍ଥ ହେବାପରେ ଦୁଇ ସନ୍ତାନ ନାବାଳକ ହୋଇଥିବାରୁ ଜଣେ ରାଣୀ ଭାବରେ ଅବନ୍ତୀବାଇ‌ ଦକ୍ଷତାର ସହିତ ରାଜତ୍ୱ ଗ୍ରହଣ କଲେ । ଏହି ଖବର ଶୁଣି ନାବାଳକ ପୁଅମାନଙ୍କର ଅଭିଭାବକ ଭାବରେ, ବ୍ରିଟିଶମାନେ ରାମଗଡ ରାଜ୍ୟରେ "କୋର୍ଟ ଅଫ୍ ୱାର୍ଡ" ପ୍ରତିଷ୍ଠା କରିଥିଲେ ଏବଂ ଶେଖ ସରବରାହକରଙ୍କୁ ରାଜ୍ୟ ପରିଚାଳନା ପାଇଁ ନିଯୁକ୍ତ କରିଥିଲେ । ତାଙ୍କୁ ମହମ୍ମଦ ଅବଦୁଲ୍ଲାଙ୍କ ସହ ରାମଗଡକୁ ପଠାଯାଇଥିଲା । ରାଣୀ ଏହାକୁ ନିଜର ଅପମାନ ବୋଲି ଭାବି ସରବରାହକରମାନଙ୍କୁ ରାମଗଡରୁ ବାହାର କରିଦେଲେ । ପରେ ରାଜା ବିକ୍ରମାଦିତ୍ୟ ସିଂଙ୍କ ମୃତ୍ୟୁ ପରେ ରାଣୀ ଅବନ୍ତୀବାଇ ରାଜ୍ୟର ସମସ୍ତ ଦାୟିତ୍ୱ ଭାର ସମ୍ଭାଳିଥିଲେ । ସେ ରାଜ୍ୟର କୃଷକମାନଙ୍କୁ ବ୍ରିଟିଶଙ୍କ ନିର୍ଦ୍ଦେଶ ପାଳନ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସୁଧାର କାର୍ଯ୍ୟ ରାଣୀଙ୍କ ଲୋକପ୍ରିୟତା ବଢାଇଥିଲା । ୧୮୫୭ ମସିହାର ଭାରତୀୟ ବିଦ୍ରୋହ ଗୋଣ୍ଡ ରାଜା ଶଙ୍କର ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଶାଳ ସମ୍ମିଳନୀର ପ୍ରଚାର-ପ୍ରସାର କରିବାର ଦାୟିତ୍ୱ ଅବନ୍ତୀବାଇଙ୍କୁ ମିଳିଥିଲା । ଯେତେବେଳେ ୧୮୫୭ ମସିହାରେ ବିଦ୍ରୋହ ଆରମ୍ଭ ହେଲା, ଅବନ୍ତୀବାଇ ୪୦୦୦ ସୈନ୍ୟବାହିନୀଙ୍କ ନେତୃତ୍ୱ ନେଇଥିଲେ । ବ୍ରିଟିଶମାନଙ୍କ ସହ ତାଙ୍କର ପ୍ରଥମ ଯୁଦ୍ଧ ମଣ୍ଡଳା ନିକଟସ୍ଥ ଖଇରୀ ଗ୍ରାମରେ ହୋଇଥିଲା ଯେଉଁଠାରେ ସେ ଏବଂ ତାଙ୍କ ସୈନ୍ୟମାନେ ବ୍ରିଟିଶ ଡେପୁଟି କମିଶନର ୱାଡିଙ୍ଗଟନ୍ ଏବଂ ତାଙ୍କ ସୈନ୍ୟବାହିନୀଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ । ପରେ ଅବନ୍ତୀବାଇ ସୁରକ୍ଷା ପାଇଁ ଦେବଗଡ ପାହାଡକୁ ଚାଲିଗଲେ । ବ୍ରିଟିଶ ସୈନ୍ୟବାହିନୀ ରାମଗଡରେ ନିଆଁ ଲଗାଇ ରାଣୀଙ୍କୁ ଆକ୍ରମଣ କରିବା ପାଇଁ ଦେବଗଡ ଆଡକୁ ମୁହାଁଇଥିଲେ । ବ୍ରିଟିଶମାନଙ୍କ ସହିତ ଯୁଦ୍ଧରେ ସ୍ୱଳ୍ପ ପରାଜୟର ସମ୍ମୁଖୀନ ହେବାପରେ, ସେ ୨୦ ମାର୍ଚ୍ଚ ୧୮୫୮ ମସିହାରେ ନିଜ ଖଣ୍ଡାଦ୍ୱାରା ଶରୀରକୁ ବିଦ୍ଧ କରି ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ବଳପୁର ଏବଂ ରାମଗଡ ମଧ୍ୟସ୍ଥ ସୁଖୀ-ତଲାଇୟା ନାମକ ଏକ ସ୍ଥାନରେ ରାଣୀ ଅବନ୍ତୀବାଇ ବୀରଗତି ହାସଲ କରିଥିଲେ । ଏହା ପରେ ଏହି ଅଞ୍ଚଳରୁ ଆନ୍ଦୋଳନକୁ ଦମନ କରାଯାଇଥିଲା ଏବଂ ରାମଗଡ ମଧ୍ୟ ବ୍ରିଟିଶ ଅଧୀଙ୍କୁ ଆସିଗଲା । ରାଣୀଙ୍କ ସମାଧି ରାଜପ୍ରାସାଦର ଧ୍ୱଂସାବଶେଷଠାରୁ କିଛି ଦୂରରେ ପାହାଡ ତଳ ଆଡ଼କୁ ରାମଗଡ଼ରେ ରାଣୀଙ୍କର ଏକ ସମାଧି ରହିଛି । ଏହା ନିକଟରେ ରାମଗଡ ରାଜବଂଶର ଅନ୍ୟ ଲୋକଙ୍କ ସମାଧି ମଧ୍ୟ ରହିଛି । ଉତ୍ତରାଧିକାରୀ ଭାରତର ସ୍ୱାଧୀନତା ପରେ ଅବନ୍ତୀବାଇଙ୍କୁ ପ୍ରଦର୍ଶନ ଏବଂ ଲୋକନୃତ୍ୟ ମାଧ୍ୟମରେ ସ୍ମରଣ କରାଯାଉଛି । ଇଣ୍ଡିଆ ପୋଷ୍ଟ ୨୦ ମାର୍ଚ୍ଚ ୧୯୮୮ ମସିହାରେ ଏବଂ ୧୯ ସେପ୍ଟେମ୍ବର ୨୦୦୧ ମସିହାରେ ଅବନ୍ତୀବାଇଙ୍କ ସମ୍ମାନାର୍ଥେ ଦୁଇଟି ଷ୍ଟାମ୍ପ ଜାରି କରିଛି । ଆଧାର
ଭଲପାଏ ତ‌ତେ ୧୦୦ରୁ ୧୦୦, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରର ସଂଳାପ ଲେଖିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି ଚଳଚ୍ଚିତ୍ରଟିରେ ସ୍ୱର ସଂଯୋଜନା କରିଥିଲେ । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ । ବାବୁଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଶୀତଲ ପାତ୍ର ଓ ସୂର୍ଯ୍ୟମୟୀ ମହାପାତ୍ର । ସୂର୍ଯ୍ୟମୟୀ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମୁ ବି ହିରୋଇନ ହେବିରେ ଅଂଶଗ୍ରହଣ କରିଥିଲେ ଏବଂ ବିଜୟୀ ହେବାପରେ ଏହି ଚଳଚ୍ଚିତ୍ରଟିରେ ତାଙ୍କୁ ଅଭିନୟର ସୁଯୋଗ ମିଳିଥିଲା । ହରିହର ମହାପାତ୍ର, ପୃଥିରାଜ, ଅମିତ ପାଣି, ଦେବାଶିଷ ପାତ୍ର ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ବାବୁଶାନ୍ ଶୀତଲ ପାତ୍ର ହରିହର ମହାପାତ୍ର ସୂର୍ଯ୍ୟମୟୀ ମହାପାତ୍ର ପୃଥିରାଜ ନାୟକ ଅମିତ ପାଣି ଦେବାଶିଷ ପାତ୍ର ସ୍ମରଣୀକା ପ୍ରିୟଦର୍ଶିନୀ କାହାଣୀ ଗୀତ ଏବଂ ସଙ୍ଗୀତ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ । ଗୀତ ଆଧାର ବାହାର ଆଧାର ଇଣ୍ଟରନେଟ ମୁଭି ଡାଟାବେସରେ ଭଲପାଏ ତତେ ୧୦୦ ରୁ ୧୦୦
ବିକାନିର ଭୁଜିଆ ପ୍ରାୟତଃ ଭୁଜିଆଭାବେ ଜଣା । ଏକ ଲୋକପ୍ରିୟ ଶୁଖିଲା ଜଳଖିଆ ଖାଦ୍ୟ ଅଟେ । ଫିକା ହଳଦିଆ ରଙ୍ଗର ଏହି ଖାଦ୍ୟଦ୍ରବ୍ୟର ମୁଖ୍ୟ ଉପାଦାନ ବେସନ ଏବଂ ମସଲା ଅଟେ । ଏହି ଦ୍ରବ୍ୟ ରାଜସ୍ଥାନର ବିକାନିର ସହରରୁ ପ୍ରଥମେ ତିଆରି ହୋଇଥିଲା । ଏଥିଲାଗି ବିକାନିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରେ । ଏକ ଜେନେରିକ ନାମ ଭାବେ ଏବଂ ୨୦୧୦ରେ ବିକାନିର ଭୁଜିଆ ଭାରତୀୟ ଭୌଗଳିକ ସଂକେତ ଭାବେ ଅନୁମୋଦିତ ତଥା ପଂଜିକୃତ ହୋଇଥିଲା । ବର୍ତ୍ତମାନ ଭିନ୍ନ ଭିନ୍ନ ସ୍ୱାଦରେ ବିଭିନ୍ନ ଉପାଦାନ ପକାଇ ଭୁଜିଆ ତିଆରି ହେଉଛି । ରାଜସ୍ଥାନର ଗ୍ରାମାଞ୍ଚଳରେ 'ବିକାନିର ଭୁଜିଆ' ପ୍ରସ୍ତୁତି ବ୍ୟବସାୟ ୨.୫ ଅୟୁତ ବିଶେଷ କରି ମହିଳାମାନଙ୍କୁ ଜୀବିକା ଯୋଗାଉଛି । ଏହା ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପେପ୍ସିକୋ ଏବଂ ଭାରତୀୟ ସ୍ନାକ କମ୍ପାନୀମାନଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛି ଯେଉଁମାନେ ଭୁଜିଆ ନାମକୁ ମଧ୍ୟ ବ୍ୟବହାର କରୁଛନ୍ତି । ବର୍ଷ ବର୍ଷ ଧରି ବହୁ ପ୍ରତିଯୋଗିତା ପରେ ସେପ୍ଟେମ୍ବର ୨୦୧୦ରେ ଏକ ପ୍ୟାଟେଣ୍ଟ ହୋଇଥିଲା । ଇତିହାସ ୧୮୭୭ ମସିହାରେ ମହାରାଜା ଶ୍ରୀ ଡୁଙ୍ଗର ସିଂଙ୍କ ସମୟରେ ବିକାନିରରେ ଭୁଜିଆ ତିଆରି ଆରମ୍ଭ ହୋଇଥିଲା । ପ୍ରସ୍ତୁତି ପ୍ରଣାଳୀ ବିନ ବେସନ, ମସଲା, ଚଣା ଡାଲି ବେସନ, ସେଲ୍ୟୁଲୋଜ ଗୁଣ୍ଡ, ଡାଲି, ଲୁଣ, ନାଲି ଲଙ୍କା, ଗୋଲମରିଚ, ଲବଙ୍ଗ, ଅଳେଇଚ, ବାଦାମ ତେଲ, ଇତ୍ୟାଦିରୁ ଏକ ତରଳମିଶ୍ରଣ ପ୍ରସ୍ତୁତା କରାଯାଇ ଏକ ଛାଂଚରୁ ତେଲ କଢାଇକୁ ପକାଯାଇ ଛଣାଯାଏ । ଆଧାର ବାହାର ଲିଙ୍କ
ଦିବାକରନାଥ ଶର୍ମା (୧୪ ନଭେମ୍ବର ୧୯୨୧ - ୫ ଅପ୍ରେଲ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଦିବାକରନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଦିବାକରନାଥ ଶର୍ମା ୧୯୨୧ ମସିହାର ନଭେମ୍ବର ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗନ୍ନାଥ ଶର୍ମା ଏବଂ ପତ୍ନୀଙ୍କ ନାମ କମଳା ଶର୍ମା । ଦିବାକରଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍.ବି.ବି.ଏସ୍. । ରାଜନୈତିକ ଜୀବନ ଦିବାକରନାଥ ଶର୍ମା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଦିବାକରନାଥ ଶର୍ମା ୨୦୧୪ ମସିହାର ଅପ୍ରେଲ ମାସ ୫ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଆଧାର
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ବା ଏସ.ସି.ବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ବଡ଼ମେଡ଼ିକାଲ ନାମରେ ମଧ୍ୟ ଜଣା) ଓଡ଼ିଶାର ତଥା ସମଗ୍ର ପୂର୍ବ ଭାରତର ଏକ ପୁରାତନ ଓ ଅଗ୍ରଣୀ ଭେଷଜ ମହାବିଦ୍ୟାଳୟ। ଏହା କଟକ ସହରର ମଙ୍ଗଳବାଗ ଅଞ୍ଚଳରେ ୮୭.୩୨ ଏକର ପରିମିତ ପରିସରରେ ଅବସ୍ଥିତ। ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ଉଦ୍ୟମ ଓ ଅର୍ଥ ସହାୟତା ଯୋଗୁଁ ଏହା ପ୍ରତିଷ୍ଠା ହୋଇଥିବାରୁ, ଏହି ମହାବିଦ୍ୟାଳୟଟି ତାଙ୍କ ନାମରେ ନାମିତ ହୋଇଛି । ଇତିହାସ ୧୮୭୫ ମସିହାରେ 'ଓଡ଼ିଶା ମେଡିକାଲ ସ୍କୁଲ' ପ୍ରତିଷ୍ଠା କରିଥିଲେ ବ୍ରିଟିଶ ସରକାର। ଏହାର କାର୍ଯ୍ୟକାରିତା ଟି.ରେଭେନ୍ସା ନେଇଥିଲେ। ପରବର୍ତ୍ତୀ ସମୟରେ ମୟୁରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଏହାର ନବୀକରଣ କଲେ। ୧୯୫୧ ମସିହାରେ ତାଙ୍କର ଏହି ଅବଦାନ ନିମନ୍ତେ ସରକାର ଏହାର ନାମକୁ ଶ୍ରୀରାମ ଚନ୍ଦ୍ରଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନାମରେ ନାମିତ କରିଥିଲେ। ୨୦୨୧ ଏହାର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ଲାଟିନମ୍ ଜ୍ୟୁବଲି ପାଳିତ ହୋଇଥିଲା । ଆହୁରି ଦେଖନ୍ତୁ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ଆଧାର ବାହାର ଆଧାର .
ଭୂମିଜ, ଭାରତୀୟ ରାଜ୍ୟ ଆସାମ , ଓଡ଼ିଶା ପଶ୍ଚିମ ବଙ୍ଗ ଓ ଝାରଖଣ୍ଡରେ ମୁଖ୍ଯତଃ ରହୁଥିବା ଆଦିବାସୀ ଜନଜାତିର ଲୋକ । ସେମାନେ ଆଉସ୍ତ୍ରୋସିୟ ମୁଣ୍ଡରୀ ଭାଷାରେ କଥା ବାରତା ହୁଅନ୍ତି । ଏହି ଭାଷାରେ କିଛି ବଙ୍ଗାଳୀ ମଧ୍ୟ ମିଶ୍ରିତ ହେଇଥାଏ । ୨୦୦୧ ମସିହା ଜନଗଣନା ଅନୁସାରେ ପଶ୍ଚିମ ବଙ୍ଗରେ ସେମାନଙ୍କ ସଂଖ୍ୟା ୩,୩୬,୪୩୬ ରହିଥିଲା । ଓଡ଼ିଶା ରାଜ୍ୟରେ ସେମାନଙ୍କ ସଂଖ୍ୟା ୨,୪୮,୧୪୪ରୁ ୩,୨୧,୫୯୨ମଧ୍ୟରେ ଥିଲା । ଝାଡ଼ଖଣ୍ଡରେ ଭୂମିଜମାନେ ଜନଜାତି ମଧ୍ୟରେ ଅଷ୍ଟମ ସ୍ଥାନରେ ଥିଲେ ଓ ତାହା ୧୬୪,୦୨୨ରୁ ୧୯୨,୦୨୪ ମଧ୍ୟରେ ଥିଲା । ଭୂମିଜମାନଙ୍କ ସଂଖ୍ୟା ଆସାମରେ ୧୫୦୦୦୦ ଥିଲା ।ଭୂମିଜମାନେ ଭୂମିପୁତ୍ର ଥିଲେ ଓ ସେମାନେ ହିନ୍ଦୁତ୍ୱକୁ ବରଣ କରିଥିଲେ । କୋଳ ଜାତିର ଭୂମିଜମାନେ "ସିଂହ" ଉପନାମ ଗ୍ରହଣ କରିଥାନ୍ତି। ପଶ୍ଚିମ ବଙ୍ଗର ଭୂମିଜ ପଶ୍ଚିମ ବଙ୍ଗର ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କରେ ଭୂମିଜମାନେ ରହନ୍ତି । ଯଦିଓ ଆଦିବାସୀ ମାନଙ୍କ ମଧ୍ୟରେ ଭୂମିଜ ଜାତୀୟ ଆଦିବାସୀଙ୍କ ସଂଖ୍ୟା ସେଠାରେ ତୃତୀୟ ସ୍ଥାନରେ ତ5ଅଥାପି ତାଙ୍କ ସଂଖ୍ୟା ଉଲ୍ଲେଖନୀୟ । ସେମାନେ ବର୍ତ୍ତମାନ ଧଳା ଭୂମ , ବାର ଭୂମା ଓ ବାଘମୁଣ୍ଡି ଅଞ୍ଚଳରେ ରହନ୍ତି । ଛୋଟନାଗପୁର ମାଳ ଅଞ୍ଚଳରେ ରହୁଥିବା ଭୂମିଜମାନେ ମାନ୍ଦାରୀ ଭାଷା କହିଥାନ୍ତି । କିନ୍ତୁ ଭିତର ଅଞ୍ଚଳରେ ବଙ୍ଗାଳୀ ଭାଷାର ପ୍ରାଧାନ୍ୟ ଦେଖାଯାଏ । ଅନେକ ଭୂମିଜ ଉନ୍ନତି କଳା ପରେ ନିଜକୁ କ୍ଷ୍ଯାତ୍ରିୟ ବୋଲି ପରିଚୟ ଦିଅନ୍ତି । . ଆଧାର
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୨ ସେପ୍ଟେମ୍ବର ବର୍ଷର ୨୫୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୦ ଦିନ ବାକି ଅଛି । ଘଟଣାବଳୀ ଜନ୍ମ ଦେହାନ୍ତ ୧୯୯୭ – ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଜନ୍ମ: ୧୨ ଜୁଲାଇ ୧୯୦୭) ପର୍ବପର୍ବାଣି ବାହାର ଲିଙ୍କ : ଏହି ଦିନ କାନାଡାରେ ଏହି ଦିନ
ପ୍ରାଚୀ ବଂଶଲ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ହିନ୍ଦୀ ଧାରାବାହିକ ଥପ୍‌କି ପ୍ୟାର୍ କି ୨ରେ ବାଣୀ ଅଗ୍ରୱାଲ ସିଂହାନିଆ ଏବଂ ଶ୍ରୀମଦ ରାମାୟଣ ଧାରାବାହିକରେ ସୀତା ଓ ଲକ୍ଷ୍ମୀ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ଅଭିନୟ ଜୀବନ ୨୦୧୭ ମସିହାରେ, ବଂଶଲ ବକୁଲା ବୁଆ କା ଭୂତ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ସେହିବର୍ଷ, ସେ ହମେଁ ହକ୍ ଚାହିୟେ...ହକ୍ ସେ ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅଙ୍କିତ ଭରଦ୍ୱାଜଙ୍କ ସହିତ ଏକ ରିପୋର୍ଟ ଭୂମିକାରେ ଅଭିନୟ କରିଥିଲେ । ୨୦୨୨ ମସିହାରେ, ସେ ଥପ୍‌କି ପ୍ୟାର୍ କି ୨ ଧାରାବାହିକରେ ମୁଖ୍ୟ ନାୟିକା ଭାବରେ କାମ କରିଥିଲେ, ଯେଉଁଥିରେ ସେ ଆକାଶ ଆହୁଜାଙ୍କ ବିପକ୍ଷରେ ବାଣୀ "ଥପ୍‌କି" ଅଗ୍ରୱାଲ ସିଂହାନିଆ ଭୂମିକାରେ ଅଭିନୟ କରିଥିଲେ । ୨୦୨୩ ମସିହାରେ, ସେ ଶିବ ଶକ୍ତି – ତପ ତ୍ୟାଗ ତାଣ୍ଡବରେ ଗଙ୍ଗା ଭୂମିକାରେ ଅଭିନୟ କରିଥିଲେ । ୨୦୨୪ ମସିହାର ଜାନୁଆରୀ ମାସରୁ ପ୍ରସାରିତ ହୋଇଥିବା ଧାରାବାହିକ ଶ୍ରୀମଦ ରାମାୟଣରେ ସୁଜୟ ରେଉଙ୍କ ବିପକ୍ଷରେ ସୀତା/ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକ ପାଇଁ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା । ଅଭିନୀତ କଥାଚିତ୍ର ଅଭିନୀତ ଧାରାବାହିକ ମ୍ୟୁଜିକ୍ ଭିଡିଓ ଆଧାର ବାହାର ଲିଙ୍କ୍ ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରାଚୀ ବଂଶଲ ଇନଷ୍ଟାଗ୍ରାମରେ ପ୍ରାଚୀ ବଂଶଲ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୭ ଡିସେମ୍ବର ବର୍ଷର ୩୬୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୬୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ଚାରି ଦିନ ବାକି ଅଛି । ଘଟଣାବଳୀ ଜନ୍ମ ଦେହାନ୍ତ ପର୍ବପର୍ବାଣି ବାହାର ଲିଙ୍କ : ଏହି ଦିନ କାନାଡାରେ ଏହି ଦିନ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୨ ଅପ୍ରେଲ ବର୍ଷର ୧୧୨ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୧୩ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୫୩ ଦିନ ବାକି ଅଛି । ଘଟଣାବଳୀ ଜନ୍ମ ଦେହାନ୍ତ ପର୍ବପର୍ବାଣି ବାହାର ଲିଙ୍କ : ଏହି ଦିନ କାନାଡାରେ ଏହି ଦିନ
କ୍ଲାମିଡିଆ ସଂକ୍ରମଣ ବା ସାଧାରଣ ଭାବରେ କୁହାଯାଉଥିବା କ୍ଲାମିଡିଆ ଏକ ଯୌନ ସଞ୍ଚାରିତ ସଂକ୍ରମଣ ଯାହା କ୍ଲାମିଡିଆ ଟ୍ରାକୋମାଟିସ୍ ନାମକ ଏକ ପ୍ରକାର ଜୀବାଣୁଦ୍ୱାରା ସଞ୍ଚାରିତ ହୁଏ । ଏହାଦ୍ୱାରା ସଂକ୍ରମିତ ଅଧିକାଂଶ ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସଂକ୍ରମିତ ହେବାର କିଛି ସପ୍ତାହ ପରେ ଲକ୍ଷଣ ବାହାରିପାରେ । ମହିଳାଙ୍କର ଲକ୍ଷଣ ମଧ୍ୟରେ ଯୌନାଙ୍ଗରୁ କ୍ଷରଣ ଓ ପରିସ୍ରା କଲାବେଳେ ଜଳାପୋଡ଼ା ହୁଏ । ପୁରୁଷଙ୍କ ଲକ୍ଷଣ ମଧ୍ୟରେ ଲିଙ୍ଗରୁ କ୍ଷରଣ, ପରିସ୍ରା ଜଳାପୋଡ଼ା ଓ ଅଧିମୁଷ୍କ ପ୍ରଦାହ (ଗୋଟିଏ ବା ଦୁଇଟି ଟେସ୍ଟିକ୍ଲ ଫୁଲିଯାଏ ଓ ଯନ୍ତ୍ରଣା) ହୁଏ । ମହିଳାଙ୍କ କ୍ଷେତ୍ରରେ ଏହି ସଂକ୍ରମଣର ଉର୍ଦ୍ଧଗତି ହୋଇ ପେଲଭିକ ପ୍ରଦାହ ରୋଗ ହୋଇପାରେ ଓ ଅବଶେଷରେ ବନ୍ଧ୍ୟାତ୍ୱ ବା ଅସ୍ଥାନିକ ଗର୍ଭ ହୋଇପାରେ । ଆଖିରେ ବାରମ୍ବାର ସଂକ୍ରମଣ ହୋଇ ଅଣଚିକିତ୍ସିତ ହେଲେ ଟ୍ରାକୋମା ରୋଗ ହୁଏ ଯାହା ବିକାଶଶୀଳ ଦେଶମାନଙ୍କରେ ଅନ୍ଧତ୍ୱର ଏକ ମୂଖ୍ୟ କାରଣ । କ୍ଲାମିଡିଆ ସଂକ୍ରମଣ ପ୍ରାକୃତିକ ଓ ଅପ୍ରାକୃତିକ (‌ମୁଖ ଓ ମଳଦ୍ୱାର) ଯୌନ ସଙ୍ଗମ ସମୟରେ ବିସ୍ତାର ଲାଭ କରେ; ପ୍ରସବ ସମୟରେ ମାତାଠାରୁ ଶିଶୁ ସଂକ୍ରମିତ ହୋଇପାରେ । ପରିଚ୍ଛନତା ଓ ଶୁଚିତ୍ୱ ଅଭାବ ଥିଲେ ବ୍ୟକ୍ତିଗତ ସଂସ୍ପର୍ଶ, ମାଛି ଓ ସଂକ୍ରମିତ ତଉଲିଆ ସଂକ୍ରମଣରେ ସାହାଯ୍ୟ କରନ୍ତି । କ୍ଲାମିଡିଆ ଟ୍ରାକୋମାଟିସ୍ କେବଳ ମନୁଷ୍ୟଠାରେ ଦେଖାଯାଆନ୍ତି । ଅଧିକ ସଙ୍କଟାପନ୍ନ ଲୋକ, ୨୫ ବର୍ଷ ବୟସ ମଧ୍ୟରେ ଯୌନ ସମ୍ଭୋଗ କରୁଥିବା ମହିଳାଙ୍କର ବାର୍ଷିକ ସ୍କ୍ରୀନିଙ୍ଗ ପରୀକ୍ଷା ଓ ପ୍ରିନାଟାଲ ପରୀକ୍ଷା ସମୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ପରିସ୍ରା, ଯୌନାଙ୍ଗ ବା ମୂତ୍ରନଳୀରୁ ସ୍ୱାବ ନେଇ ପରୀକ୍ଷା କରାଯାଏ। ମଳଦ୍ୱାର ଓ ପାଟିରୁ ମଧ୍ୟ ସ୍ୱାବ୍ ନେଇ ପରୀକ୍ଷା କରାଯାଏ । ଏହି ରୋଗର ପ୍ରତିଷେଧ ନିମନ୍ତେ ଯୌନ ସମ୍ଭୋଗ ବନ୍ଦ କରିବା ଉଚିତ୍, ଯଦି ସମ୍ଭୋଗ ବନ୍ଦ ନ କରିହୁଏ ତେବେ କଣ୍ଡୋମ ବ୍ୟବ‌ହାର କରି ସମ୍ଭୋଗ କରିବା ବା ସଂକ୍ରମିତ ନ ହୋଇଥିବା ବ୍ୟକ୍ତି ସ‌ହିତ ସମ୍ଭୋଗ କରିବା ଉଚିତ । ଆଜିଥ୍ରୋମାଇସିନ ବା ଡକ୍ସିସାଇକ୍ଲିନ ଭଳି ଆଣ୍ଟିବାୟୋଟିକ ନେଲେ ଏହି ରୋଗ ଆରୋଗ୍ୟ ହୁଏ । ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଏରିଥ୍ରୋମାଇସିନ ବା ଆଜିଥ୍ରୋମାଇସିନ ଦେବାକୁ ସୁପାରିସ କରାଯାଏ । ସଂକ୍ରମିତ ବ୍ୟକ୍ତି ଚିକିତ୍ସା ଆରମ୍ଭ କରି ୭ ଦିନ ବା ଲକ୍ଷଣହୀନ ହେବା ପର୍ଯ୍ୟନ୍ତ ଯୌନ ସମ୍ଭୋଗ ନ କରିବା ଉଚିତ ଓ ନିଜର ଯୌନ ସାଥୀକୁ ମଧ୍ୟ ଚିକିତ୍ସା କରିବା ଉଚିତ । ଗନେରିଆ, ସିଫିଲିସ୍, ଓ ଏଚ ଆଇ ଭି ରୋଗ ନିମନ୍ତେ ସଂକ୍ରମିତ ବ୍ୟକ୍ତି ପରୀକ୍ଷା କରିବା ଉଚିତ୍ । ଚିକିତ୍ସା ସରିବାର ୩ମାସ ପରେ ଆଉ ଥରେ ଏହି ରୋଗ ନିମନ୍ତେ ପରୀକ୍ଷା କରିବା ଆବଶ୍ୟକ । ସାରା ପୃଥିବୀରେ କ୍ଲାମିଡିଆ ଏକ ସାଧାରଣ ଯୌନ ସଞ୍ଚାରିତ ରୋଗ । ସନ ୨୦୧୩ରେ ସମୁଦାୟ ୧୪୧ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିଲା । ସନ ୨୦୧୪ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୧.୪ ନିୟୁତ ରୋଗ ହୋଇଥିବା ରିପୋର୍ଟ ହୋଇଥିଲା । ୧୫ରୁ ୨୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ସାଧାରଣତଃ ହୁଏ ଓ ମହିଳାମାନଙ୍କୁ ଅଧିକ ହୁଏ । ଏହି ରୋଗ ଯୋଗୁ ସନ ୨୦୧୩ରେ ୧୧୦୦ ଲୋକ ମୃତ୍ୟୁ ବରଣ କରିଥିଲେ । କ୍ଲାମିଡିଆ ଶବ୍ଦ " " , ଶବ୍ଦରୁ ଆସିଛି ଯାହାର ଅର୍ଥ ଆବରଣ (" ") । ଆଧାର
ରଘୁନାଥ ଜଗଦଲ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୫,୬୮୦ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ପଦ୍ମନାଭ ବେହେରାଙ୍କୁ ୨୧,୯୪୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଆଧାର
ପାନିଟୁମୁମାବ (ଇଂରାଜୀ ଭାଷାରେ ), ଭେକ୍ଟିବିକ୍ସ ଏହାର ବେପାର ନାମ, ହେଉଛି କଲୋରେକ୍ଟାଲ୍ କର୍କଟ ପାଇଁ ବ୍ୟବହୃତ ଏକ ଔଷଧ ଯାହା ଶରୀରର ଅନ୍ୟ ଅଂଶରେ ବ୍ୟାପିଥାଏ । ଏହା ଏକାକୀ ବ୍ୟବ‌ହୃତ ହୁଏ କିମ୍ବା ଅନ୍ୟାନ୍ୟ ଔଷଧ ସହିତ ସାଧାରଣ ଆରଏଏସ ଜିନ୍ ଥିବା ଅର୍ବୁଦ ପାଇଁ ବ୍ୟବହାର କରାଯାଇପାରେ । ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ । ଏହାକୁ ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ପେଟ ଯନ୍ତ୍ରଣା, ଥକାପଣ, ଜ୍ୱର, ରାସ, ଗଲୁ ଏବଂ ଶୁଷ୍କ ଚର୍ମ ହୋଇପାରେ । ଅନ୍ୟାନ୍ୟ ଚିନ୍ତା ମଧ୍ୟରେ ଫୁସ୍‌ଫୁସ୍ ଫାଇବ୍ରୋସିସ୍ ଅନୁର୍ବରତା ଏବଂ ସେପ୍ସିସ୍ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏପିଡର୍ମାଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର କୁ ସଂଲଗ୍ନ ତ‌ଥା ଅବରୋଧ କରେ । ୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପାନିମୁଟୁମାବ ଅନୁମୋଦିତ ହୋଇଥିଲା । ଏହା ୨୦୦୭ରେ ୟୁରୋପରେ ସର୍ତ୍ତମୂଳକ ଭାବରେ ଅନୁମୋଦିତ ହୋଇଥିଲା ଏବଂ ୨୦୧୫ରେ ସମ୍ପୂର୍ଣ୍ଣ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ୪୦୦ ମିଗ୍ରା ପିଛା ୧୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୭୦୦ ଡଲାର ଅଟେ । ଆଧାର
ଓମ୍ ( , ঁ, ଓ‍ଁ ) କିମ୍ବା ଓଁକାରର ନାମନ୍ତର ପ୍ରଣବ ଅଟେ । ଏହା ଈଶ୍ୱରର ବାଚକ ଅଟେ । ଈଶ୍ୱରଙ୍କ ସହିତ ଓଁକାରର ବାଚ୍ୟ-ବାଚକ-ଭାବ ସମ୍ବନ୍ଧ ନିତ୍ୟ ଅଟେ, ସାଙ୍କେତିକ ନୁହେଁ । ସଙ୍କେତ ନିତ୍ୟ କିମ୍ବା ସ୍ୱାଭାବିକ ସମ୍ବନ୍ଧକୁ ପ୍ରକଟ କରିଥାଏ। ସୃଷ୍ଟିର ଆଦିରେ ସର୍ବପ୍ରଥମ ଓଁକାର ରୂପୀ ପ୍ରାଣବର ହିଁ ସ୍ଫୁରଣ ହୋଇଥାଏ । ତଦାନନ୍ତର ସାତ କୋଟି ମନ୍ତ୍ରର ଆବିର୍ଭାବ ହୋଇଥାଏ । ଏହି ମନ୍ତ୍ରର ବାଚ୍ୟ ଆତ୍ମାର ଦେବତା ରୂପେ ପ୍ରସିଦ୍ଧ ହୋଇଥାଏ । ଏହି ଦେବତା ମାୟା ଉପରେ ବିଦ୍ୟମାନ ମାୟା ସୃଷ୍ଟିର ନିୟନ୍ତ୍ରଣ କରିଥାଏ । ଏଥିରୁ ଅଧା ଶୁଦ୍ଧ ମାୟାଜଗତରେ କାର୍ଯ୍ୟ କରିଥାଏ ଏବଂ ଶେଷ ଅଧା ଅଶୁଦ୍ଧ କିମ୍ବା ମଳିନ ମାୟା ଜଗତରେ । ଏହି ଏକ ଶବ୍ଦକୁ ବ୍ରହ୍ମାଣ୍ଡର ଭୌତିକ ବଚନ ମାନନ୍ତି, 16 ଶ୍ଳୋକରେ ଏହାର ମହିମା ବର୍ଣ୍ଣିତ ହୋଇଥାଏ । ପରିଚୟ ବ୍ରହ୍ମ ପ୍ରାପ୍ତି ପାଇଁ ନିର୍ଦ୍ଧିଷ୍ଟ ବିଭିନ୍ନ ସାଧନାରେ ପ୍ରଣବ ଉପାସନା ମୁଖ୍ୟ ଅଟେ । "ମୁଣ୍ଡକୋପନିଷଦ"ରେ ଲେଖା ଅଛି :- ପ୍ରଣବୋ ଧନୁଃ ଶରୋହ୍ୱାତ୍ମା ବ୍ରହ୍ମାତଲ୍ଲକ୍ଷମୁଚ୍ୟତେ । ଅପ୍ରମତ୍ତେନ ବେଦ୍ଧବ୍ୟଂ ସରବତ୍ତନ୍ମୟୋ ଭବେତ॥ ଗ୍ୟାଲେରି ଆଧାର
ଆନନ୍ଦ ମଞ୍ଜରୀ ଦେବୀ (୧ ନଭେମ୍ବର ୧୯୨୪ - ୧୫ ଅକ୍ଟୋବର ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଏବଂ ପାଲ ଲହଡ଼ାର ରାଜକୁମାରୀ ତଥା ସୁକିନ୍ଦାର ରାଣୀ ଥିଲେ । ସେ ୧୯୫୧ ମସିହାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ଏବଂ ଜନତା ଦଳ ଓ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଆନନ୍ଦ ମଞ୍ଜରୀ ଦେବୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନ କଂଗ୍ରେସ ଦଳର ପ୍ରତିନିଧି ଭାବରେ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭାରେ ପୁଣିଥରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚିତ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଆନନ୍ଦ ମଞ୍ଜରୀ ଦେବୀ ୧୯୨୪ ମସିହାର ନଭେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ପାଲ ଲହଡ଼ାର ୧୧ତମ ରାଜା ଶରତ ଚନ୍ଦ୍ର ପାଲଙ୍କ ପ୍ରଥମ କନ୍ୟା ଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ୍ ଥିଲା । ସେ ସୁକିନ୍ଦାର ରାଜା ପିତାମ୍ବର ଭୂପତି ହରିଚନ୍ଦନ ମହାପାତ୍ରଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୫ଟି ପୁଅ ଓ ୪ଟି ଝିଅ ଥିଲେ । ରାଜନୈତିକ ଜୀବନ ଆନନ୍ଦ ମଞ୍ଜରୀ ଦେବୀ ୧୯୫୧ ମସିହାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳ ଏବଂ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜନ କଂଗ୍ରସ ଦଳର ପ୍ରତିନିଧି ଭାବରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜନତା ଦଳର ପ୍ରତିନିଧି ଭାବରେ ପୁଣିଥରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ । ମୃତ୍ୟୁ ଆନନ୍ଦ ମଞ୍ଜରୀ ଦେବୀ ୧୯୯୯ ମସିହାର ଅକ୍ଟୋବର ମାସ ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଡିସେମ୍ବର ୧୦, ୧୯୯୯ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ସଭାର ଆୟୋଜନ କରାଯାଇଥିଲା । ଆଧାର
ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଦ୍ୱିତୀୟ ନକ୍ଷତ୍ର ହେଉଛି ଭରଣୀ । ଏହାର ଅନ୍ୟ ନାମ ଦ୍ୱିଜା । ରାଶିଚକ୍ରରେ (ଅପମଣ୍ଡଳ) ଏହା ମେଷ ରାଶିର ମଧ୍ୟଭାଗରେ ଅବସ୍ଥିତ । ଜ୍ୟୋତିଷୀୟ ପରିଚୟ ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରାଯାଇଛି । ଆଧାର
ଟିଙ୍କ ପକ୍ଷାଘାତ ହେଉଛି ଏକ ସ୍ନାୟବିକ ଅବସ୍ଥା ଯାହା ଟିଙ୍କ କାମୁଡ଼ିବା ଯୋଗୁ ଥକ୍କାପଣରୁ ଆରମ୍ଭ ହୁଏ ଏବଂ ଚାଲିବା ଅକ୍ଷମତା ଏବଂ ମାଂସପେଶୀ ଦୁର୍ବଳତାକୁ ଅଗ୍ରଗତି କରେ । ଦୁର୍ବଳତା ଗୋଡରେ ଆରମ୍ଭ ହୋଇ ଶରୀରକୁ ଗତି କରେ । ଜ୍ୱର ଏବଂ ରାସ ଧାରଣତଃ ହୁଏ ନାହିଁ । ଟିଙ୍କ କାମୁଡ଼ିବାର ଦୁଇରୁ ସାତ ଦିନ ପରେ ଏହି ରୋଗ ଆରମ୍ଭ ହୋଇପାରେ । ରୋଗ ଜଟିଳ ହେଲେ ଶ୍ୱାସକ୍ରିୟାରେ ବିଫଳତା ହୋଇପାରେ । ୪୦ରୁ ଅଧିକ ପ୍ରକାରର ଟିଙ୍କ ଜଡିତ ଥିବାବେଳେ ଉତ୍ତର ଆମେରିକାରେ ଆମେରିକୀୟ କୁକୁର ଟିଙ୍କ ଏବଂ ରକି ମାଉଣ୍ଟେନ୍ କାଠ ଟିଙ୍କ ସାଧାରଣତଃ ଜଡିତ ହେଉଥିବାବେଳେ ଅଷ୍ଟ୍ରେଲିଆରେ ଏହାକୁ ଅଷ୍ଟ୍ରେଲିଆ ପକ୍ଷାଘାତ ଟିଙ୍କ କୁହାଯାଏ । ଅନ୍ତର୍ନିହିତ ପ୍ରଣାଳୀରେ ମାଈ ଟିଙ୍କର ଲାଳ ଗ୍ରନ୍ଥିରେ ଉତ୍ପାଦିତ ନ୍ୟୁରୋଟକ୍ସିନ ଏଥିପାଇଁ ଦାୟୀ ବୋଲି କୁହାଯାଏ । ଟିଙ୍କ ଖୋଜିବା ପାଇଁ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଏହା ଏକ ପ୍ରକାର ଟିଙ୍କ ବାହିତ ରୋଗ । ଚିକିତ୍ସାରେ ସହାୟକ ଯତ୍ନ ଏବଂ ଟିକ୍ ଅପସାରଣ ଅନ୍ତର୍ଭୁକ୍ତ । ସହାୟକ ଯତ୍ନରେ ଯାନ୍ତ୍ରିକ ଭେଣ୍ଟିଲେସନ୍ ଅନ୍ତର୍ଭୁକ୍ତ ହୋଇପାରେ । ଟିଙ୍କ କାମୁଡ଼ାରୁ ଦୂରେଇ ରହିବା ପୋଷାକରେ ପରମେଥ୍ରିନ୍ ଲଗାଇବା ଏବଂ ଡିଇଇଟି ବ୍ୟବହାର କରାଯାଏ । ଟିଙ୍କ ଅପସାରଣର କିଛି ଘଣ୍ଟାରୁ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ପୁନରୁଦ୍ଧାର ହୁଏ । ଟିଙ୍କ ପକ୍ଷାଘାତ ବିରଳ ଅଟେ । ଏହା ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆରେ ପ୍ରାୟ ହୋଇଥାଏ । ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି । ଏହି ଅବସ୍ଥା ପ୍ରଥମେ ୧୮୦୦ ଶତକରେ ବର୍ଣ୍ଣନା କରାଯାଇଥିଲା । ଅନ୍ୟାନ୍ୟ ପ୍ରାଣୀମାନେ ମଧ୍ୟ ଏହି ରୋଗଦ୍ୱାରା ପ୍ରଭାବିତ ହୋଇପାରନ୍ତି । ଆଧାର
ରାୟପୁର, ଛତିଶଗଡ଼ ରାଜ୍ୟର ରାଜଧାନୀ ଓ ମୂଖ୍ୟ ସହର। ଭୌଗଳିକ ଅବସ୍ଥିତି ରାୟପୁର, ଛତିଶଗଡ଼ ୨୧.୨୩୩୩ ଉତ୍ତର ଅକ୍ଷାଂଶ ଓ ୮୧.୬୩୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୫୮ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାୟପୁର, ଛତିଶଗଡ଼ ସହରର ମୋଟ ଜନସଂଖ୍ୟା ୧୬୫୯୩ । ସେଥି ମଧ୍ୟରୁ ୫୦.୬୧% ଜଣ ପରୁଷ ହୋଇଥିବା ବେଳେ ୪୯.୩୯% ଜଣ ନାରୀ ଅଟନ୍ତି । ରାୟପୁର, ଛତିଶଗଡ଼ର ସାକ୍ଷରତା ହାର ୬୩.୬୯% । ଏହା ଜାତୀୟ ହାରଠାରୁ ୧.୧୫% ପ୍ରତିଶତ କମ । ସେଥିରୁ ୩୮.୩୩% ପ୍ରତିଶତ ପୁରୁଷ ଓ ୨୫.୩୬% ନାରୀ ଅଟନ୍ତି । ୧୫.୯୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ରାୟପୁର, ଛତିଶଗଡ଼ର ସରକାରୀ ଭାଷା । ପାଣିପାଗ ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ରାୟପୁର, ଛତିଶଗଡ଼ରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୩.୨ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୮ ଡିଗ୍ରୀ ସେଣ୍ଟିଗ୍ରେଡ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୨୫୮.୧ / ହୋଇଥାଏ । ଇତିହାସ ପର୍ଯ୍ୟଟନ ଆଧାର ଅଧିକ ତଥ୍ୟ 2005-03-24 . 2011-06-25 .
ବିଚିତ୍ରାନନ୍ଦ ମହାନ୍ତି (ଜନ୍ମ: ୮ ଅପ୍ରେଲ ୧୯୫୪, ବାବା ବଳିଆ ନାମରେ ଜଣାଶୁଣା) ଜଣେ ଭାରତୀୟ ହିନ୍ଦୁ ସନ୍ୟାସୀ । ସେ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ଅରିଲୋଠାରେ ଶିଶୁ ଅନନ୍ତ ଆଶ୍ରମରେ ରହନ୍ତି । ପ୍ରାରମ୍ଭିକ ଜୀବନ ବିଚିତ୍ରାନନ୍ଦ ମହାନ୍ତି ଓଡ଼ିଶାର କଟକ ଜିଲ୍ଲାସ୍ଥିତ ଅରିଲୋଠାରେ ୧୯୫୪ ମସିହା ଅପ୍ରେଲ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଧର୍ମ ପ୍ରଚାର ବିଚିତ୍ରାନନ୍ଦ ମହାନ୍ତିଙ୍କ ପ୍ରାଥମିକ ଗୁରୁ ନାମାଚାର୍ଯ୍ୟ ବାୟାବାବା ତାଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ ଓ ଏହା ପରେ ସେ ବାବା ବଳିଆ ନାମରେ ଜଣାଶୁଣା । ତାଙ୍କର ଧର୍ମଶିକ୍ଷା ମୁଖ୍ୟତଃ ଆଦର୍ଶ ପରିବାର ଗଠନ, ଆଦର୍ଶ ସମାଜ ଗଠନ ଉପରେ ପର୍ଯ୍ୟବସିତ । ସେ ନିଜ ଧର୍ମଶିକ୍ଷାରେ ବିଭିନ୍ନ ଧର୍ମ ଓ ଧର୍ମଗୁରୁମାନଙ୍କୁ ସମାନତା ଓ ସମ୍ମାନ ଭାବ ପୋଷଣ କରି ନିଜ ଆଦ୍ୟ ବନ୍ଦନାରେ ଏହି ଗୁରୁମାନଙ୍କୁ ସ୍ତୁତି କରିଥାନ୍ତି । ତାଙ୍କର ଧର୍ମଶିକ୍ଷା ଭଗବତ ଗୀତାର ଆଧାରରେ ତିଆରି । ସେ ନିଜ ବାଣୀରେ ପଞ୍ଚତତ୍ତ୍ୱ (ଗୀତା, ସମନ୍ୱୟ, ସେବା, ଜଗନ୍ନାଥ ସଂସ୍କୃତି ଓ ପରିବେଶ) ଓ ଚତୁର୍ମହାଶକ୍ତିଙ୍କ (ମହାଲକ୍ଷ୍ମୀ, ମହା ସରସ୍ୱତୀ, ମହାକାଳୀ ଓ ମହାଦୁର୍ଗା) ବିଷୟରେ ବର୍ଣ୍ଣନା କରିଛନ୍ତି । ମହାଲକ୍ଷ୍ମୀ ଜୀବନ ଧାରଣ ଓ ସମୃଦ୍ଧି, ମହାସରସ୍ୱତୀ ଜ୍ଞାନ, ମହାକାଳୀ ସ୍ୱାସ୍ଥ୍ୟ ଓ ମହାଦୁର୍ଗା ଦେଶଭକ୍ତିର ପ୍ରତୀକାତ୍ମକ ରୂପ ବୋଲି ସେ କହନ୍ତି । ପୁରସ୍କାର ଓ ସମ୍ମାନ ପଦ୍ମଶ୍ରୀ ସମ୍ମାନ, ୨୦୨୨ ଆଧାର
୯୮୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
ଗ୍ରୀକ ଭାଷା, ଇଣ୍ଡୋ-ୟୁରୋପୀୟ ଭାଷା ପରିବାରର ଏକ ସ୍ୱତନ୍ତ୍ର ଶାଖା । ଇତିହାସ ଭୌଗୋଳିକ ବିସ୍ତାର ବିଭକ୍ତି କରଣ ଆଧାର ଉତ୍ସ . , - . , 1968-74. 0-521-20626, 2 1983, 0-521-29978-0. , . 1928. , " ", " ", .100 ,, : ,1997, 0-415-10002- . , : . , 1997. 0-582-30709-0. , : ,1972, 0-521-08497-0. , " ",1996. - . ' . , 1956 , 0-674-36250-0. , . ବାହାର ଲିଙ୍କ
ଅକ୍ଷୟ ପରିଜା ପ୍ରଯୋଜନା କେ. ଏମ. କ୍ରିଷ୍ଣାଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ଅଗସ୍ତ୍ୟ ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାର ମୁଖ୍ୟ ଭୂମିକାରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । ଗୀତଗୁଡ଼ିକ ସୂଚାରୁରୂପେ ସଜାଇବାର ଦାୟିତ୍ୱ ନେଇଥିଲେ ପ୍ରେମ ଆନନ୍ଦ । ୨୦୧୪ ମସିହାରେ କନଡ଼ ଭାଷାରେ ନିର୍ମିତ ହୋଇଥିବା ଉଗ୍ରମ୍ ଚଳଚ୍ଚିତ୍ରର କାହାଣୀକୁ ରୂପାନ୍ତରିତ କରାଯାଇ ଏହା ତିଆରି କରାଯାଇଛି । ଅଭିନୟରେ ଓଡ଼ିଆଚଳଚ୍ଚିତ୍ର ଅଗସ୍ତ୍ୟରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ : ଅନୁଭବ ମହାନ୍ତି ଆକାଶ ଦାସନାୟକ ଝିଲିକ୍ ଭଟ୍ଟାଚାର୍ଯ୍ୟ ମିହିର ଦାସ ପ୍ରିୟଙ୍କା ପଟ୍ଟନାୟକ ମନୋଜ ମିଶ୍ର ସଲିଲ ମିତ୍ର ମୀନକେତନ ମୁନ୍ନା ସେଠୀ ଗୀତ ଓ ସଙ୍ଗୀତ ଏହି ଚଳଚ୍ଚିତ୍ରରେ ସର୍ବମୋଟ ୫ଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି । ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ, ଆଶୁତୋଷ, ପ୍ରଜ୍ଞା ଓ ଶିଶୁ କଣ୍ଠଶିଳ୍ପୀ ଆର୍ୟାନ ଗୀତଗୁଡ଼ିକୁ ଗାଇଛନ୍ତି । ତେବେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ଆଇଡଲ୍‌ ଜୁନିୟର୍ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି । ଆଧାର ବାହାର ଆଧାର ଇଣ୍ଟରନେଟ ମୁଭି ଡାଟାବେସରେ ଅଗସ୍ତ୍ୟ
୬୮୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
ତାରିଣୀ ଚରଣ ପଟ୍ଟନାୟକ (୧୭ ଫେବୃଆରୀ ୧୯୧୬ - ୧୬ ଜାନୁଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ତାରିଣୀ ୧୯୧୬ ମସିହାର ଫେବୃଆରୀ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପଟ୍ଟନାୟକ ଓ ପତ୍ନୀଙ୍କ ନାମ ମହାଲକ୍ଷ୍ମୀ ପଟ୍ଟନାୟକ । ରାଜନୈତିକ ଜୀବନ ତାରିଣୀ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ତାରିଣୀ ୨୦୧୫ ମସିହାରେ ଜାନୁଆରୀ ୧୬ ତାରିଖରେ ୯୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଆଧାର
ଧର୍ମଗଡ଼ (କ୍ରମିକ ସଂଖ୍ୟା: ୭୯) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଧର୍ମଗଡ଼ ବ୍ଳକ, କୋକସରା ବ୍ଳକ, କଳମପୁର ବ୍ଳକ ଓ ଜୟପାଟଣା ବ୍ଳକର କିଛି ଅଂଶ । ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରବିନ୍ଦ୍ର ପଟ୍ଟଯୋଶୀଙ୍କଠାରୁ ୧୬୧୫୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ବିଧାୟକଗଣ ୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: ୨୦୨୪: ସୁଧୀର ରଞ୍ଜନ ପାଟଯୋଶୀ (ବିଜେପି) ୨୦୧୯: ମୌସଧି ବାଗ (ବିଜଦ) ୨୦୧୪: (୭୯): ପୁଷ୍ପେନ୍ଦ୍ର ସିଂହ ଦେଓ (ବିଜଦ) ୨୦୦୯: (୭୯): ପୁଷ୍ପେନ୍ଦ୍ର ସିଂହ ଦେଓ (ବିଜଦ) ୨୦୦୪: (୯୬): ବୀର ସିପ୍‌କା (ବିଜଦ) ୨୦୦୦: (୯୬): ବୀର ସିପ୍‌କା (ବିଜଦ) ୧୯୯୫: (୯୬): ବୀର ସିପ୍‌କା (ଜନତା ଦଳ) ୧୯୯୦: (୯୬): ଭାରତ ଭୂଷଣ ବେମାଲ (ଜନତା ଦଳ) ୧୯୮୫: (୯୬): ଯୁଗରାମ ବେହେରା (କଂଗ୍ରେସ) ୧୯୮୦: (୯୬): ଗଜାନନ ନାୟକ (କଂଗ୍ରେସ-ଇ) ୧୯୭୭: (୯୬): ଗଜାନନ ନାୟକ (କଂଗ୍ରେସ) ୧୯୭୪: (୯୬): ଦୟାନିଧି ନାଏକ (ସ୍ୱତନ୍ତ୍ର) ୧୯୭୧: (୯୦): ଲୋଚନ ଧାଙ୍ଗଡ଼ା ମାଝି (ସ୍ୱତନ୍ତ୍ର) ୧୯୬୭: (୯୦): ଲୋଚନ ଧାଙ୍ଗଡ଼ା ମାଝି (ସ୍ୱତନ୍ତ୍ର) ୧୯୬୧: (୩୮): ମୁକୁନ୍ଦ ନାଏକ (ଗଣ ପରିଷଦ) ୧୯୫୭: (୨୮): ଜନାର୍ଦନ ମାଝି (ଗଣ ପରିଷଦ) ଓ ବୀର କେଶରୀ ଦେଓ (ଗଣ ପରିଷଦ) ୨୦୦୯ ନିର୍ବାଚନ ଫଳାଫଳ ୨୦୦୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହ ଦେଓ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାହାସ ବିହାରୀ ବେହେରାଙ୍କଠାରୁ ୨୨,୯୦୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । *: ମୋଟ ବୈଧ ଭୋଟର ଶତକଡ଼ା ଭାଗ ଆଧାର
ଶ୍ୟାମଳଦାସ ଗାନ୍ଧୀ (୧୮୯୭-୧୯୫୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏକି ଅରଜୀ ହୁକୁମତ ବା ଜୁନାଗଡ଼ ରାଜ୍ୟର ପୁରୁଧା ଥିଲେ । ପ୍ରାରମ୍ଭିକ ଜୀବନ ଶ୍ୟାମଳ ଦାସ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କ ବଡ଼ ଭାଇ ଲକ୍ଷ୍ମୀଦାସ/କାଳିଦାସ କରମଚାନ୍ଦ ଗାନ୍ଧୀଙ୍କ ପୁଅ ଥିଲେ । ସେ ତାଙ୍କ ଦାଦ ମୋହନଦାସଙ୍କ ବଡ଼ ଅନୁଗାମୀ ଥିଲେ । ପ୍ରଥମେ ସେ ଜନ୍ମଭୂମି ନାମକ ଏକ ଗୁଜରାଟୀ ଖବର କାଗଜରେ କାମ କରୁଥିଲେ, ଯାହାକି ସନ୍ଧ୍ୟା ସମୟରେ ପ୍ରକାଶ ପାଉଥିଲା । ମାତ୍ର ପରେ କିଛି ମତପାର୍ଥକ୍ୟ ହେବାରୁସ ଏ ତାଙ୍କର ନିଜର ଖବର କାଗଜ ଛାପିବା ଆରମ୍ଭ କରିଥିଲେ, ଯାହକି ଥିଲା "ବନ୍ଦେ ମାତରମ୍" । ଜୁନାଗଡ଼କୁ ଭାରତରେ ମିଶେଇବା ୧୯୪୭ ମସିହାରେ ଯେତେବେଳେ ଜୁନାଗଡ଼ର ନବାବ ତାଙ୍କ ରାଜ୍ୟକୁ ପାକିସ୍ତାନରେ ମିଶେଇବାକୁ ଚାହିଁଲେ, ସେତେବେଳେ ଶ୍ୟାମଳଦାସ ଭାରତରେ ମିଶିବା ପାଇଁ ଜୁନାଗଡ଼ର ଜନତାଙ୍କଦ୍ୱାରା ଗଠକ କରାଯାଇଥିବା ସଂଘର ନେତୃତ୍ୱ ନେଇଥିଲେ ଏବଂ ଭାରତରେ ମିଶିବା ପାଇଁ ଜନମତ ଏକାଠି କରିଥିଲେ । ଯେତେବେଳେ ଭାରତୀୟ ସୈନ୍ୟ ଜୁନାଗଡ଼ର ମଙ୍ଗ୍ରୋଲ୍ ଏବଂ ମାନବଦାର ଭଳି ସ୍ଥାନରେ ପ୍ରବେଶ କଲେ, ସେତେବେଳେ ନବାବଙ୍କ ଦେୱାନ ସାର୍ ଶାଃ ନବାବ ଭୁଟ୍ଟୋଙ୍କ ଆମନ୍ତ୍ରଣ କ୍ରମେ ଶ୍ୟାମଳଦାସଙ୍କ ଉପସ୍ଥିତିରେ ଜୁନାଗଡ଼ ଭାରତରେ ମିଶିଥିଲା । ସ୍ମୃତି ଆଜି ଜୁନାଗଡ଼ ଏବଂ ଗୁଜରାଟ ରାଜ୍ୟର ଜଣେ ବୀର ତଥା ଦେଶପ୍ରେମୀ ଭାବରେ ଶ୍ୟାମଳଦାସ ଗାନ୍ଧୀଙ୍କୁ ସମସ୍ତ ମନେ ରଖିଛ୍ନତି । ତାଙ୍କ ନାମରେ ଅନେକ ବିଦ୍ୟାଳୟ, ସର୍ବସାଧାରଣ ଭିତ୍ତିଭୂମି ଏବଂ ଡାକ୍ତରଖାନା ନିର୍ମାଣ କରାଯାଇଛି । ମୁମ୍ବାଇର ସ୍ମାରକୀ ପ୍ରିନ୍ସେସ୍ ଷ୍ଟ୍ରିଟ୍‌କୁ ଶ୍ୟାମଳଦାସ ଗାନ୍ଧୀ ମାର୍ଗ ନାମରେ ନାମିକ କରାଯାଇଛି । ଆହୁରି ଦେଖନ୍ତୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଭାରତୀୟ ଜାତୀୟ କଂଗ୍ରେସ ଆଧାର
ଡିସୋସିଏଟିଭ ଆଇଡେଣ୍ଟିଟି ଡିଜଅର୍ଡର (ଇଂରାଜୀ ଭାଷାରେ ବା , ପୂର୍ବ ନାମ ମଲ୍ଟିପ୍ଲ ପର୍ସୋନାଲିଟି ଡିଜଅର୍ଡ଼ର/ ), ଏକ ମାନସିକ ବେମାରୀ ଯେଉଁଥିରେ ଦୁଇଟି ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ପ୍ରକାଶ ପାଏ । ଅନେକ ସମୟରେ କେତେକ ଘଟଣା ମନେରଖିବା ସମସ୍ୟା ହୁଏ ଯାହା ସାଧାରଣ ବିସ୍ମୃତିଠାରୁ ଅଧିକ ହୁଏ । ଏହି ଦ୍ୱୈତ ବ୍ୟକ୍ତିତ୍ୱ ପର୍ଯ୍ୟାୟକ୍ରମେ ଦେଖାଦିଏ; କିନ୍ତୁ ଅସମ ଭାବରେ ପ୍ରକାଶ ପାଏ । ଏହା ସ‌ହିତ ପୋଷ୍ଟ ଟ୍ରମାଟିକ ସ୍ଟ୍ରେସ ଡିଜଅର୍ଡ଼ର , ବର୍ଡ଼ରଲାଇନ ପର୍ସୋନାଲିଟି ଡିଜଅର୍ଡ଼ର , ପ୍ରମୁଖ ଅବସାଦ ବେମାରୀ , ସବସ୍ଟାନ୍ସ ମିସୟୁଜ ଡିଜଅର୍ଡ଼ର , ଆତ୍ମଘାତୀ ବା ଉଦ୍‌ବେଗ ଆଦି ବେମାରୀ ସଂଯୁକ୍ତ ହୋଇଥାଇପାରେ । ପିଲାଦିନର ଆଘାତ ଯୋଗୁ ଏ ରୋଗ ହେଉଥିବା ବିଶ୍ୱାସ କରାଯାଏ । ପ୍ରାୟ ୯୦% ରୋଗୀଙ୍କ କ୍ଷେତ୍ରରେ ବାଳ ଶୋଷଣ ଯୋଗୁ ଓ ଅନ୍ୟମାନଙ୍କର ଯୁଦ୍ଧ ଅନୁଭବ ବା ସ୍ୱାସ୍ଥ୍ୟ କାରଣରୁ ହୁଏ । ଜେନେଟିକ କାରଣର ମଧ୍ୟ ଭୂମିକା ଥିବା ଜଣାଯାଏ । ଅନ୍ୟ ହାଇପୋଥେସିସ ଅନୁସାରେ ହିପନୋସିସର ଉପଜାତ ଯୋଗୁ ହୁଏ । ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ସମାନ ଧରଣର ଲକ୍ଷଣ ପ୍ରକାଶ କରୁଥିବା ରୋଗ ଯେପରିକି ମାଦକ ଦ୍ରବ୍ୟ ସେବନ , ଅପସ୍ମାର ବାତ , ଧାର୍ମିକ ଅଭ୍ୟାସ ଓ କଳ୍ପନାଶୀଳ ଖେଳ ଇତ୍ୟାଦି ବିଷୟ ଚିନ୍ତାକରିବେ । ସ‌ହାୟକ ଯତ୍ନ ଓ ମାନସିକ ଚିକିତ୍ସା ର ସାହାଯ୍ୟ ନେଇ ଏହି ରୋଗର ଚିକିତ୍ସା କରାଯାଏ । ସାଧାରଣତଃ ଏ ରୋଗ ବିନା ଚିକିତ୍ସାର ଲାଗିରହେ । ଜନସଂଖ୍ୟାର ପ୍ରାୟ ୨% ଲୋକ ଏ ରୋଗର ଶିକାର ହୁଅନ୍ତି ଓ ଡାକ୍ତରଖାନାରେ ଆଡମିଶନ ହେଉଥିବା ମାନସିକ ରୋଗୀଙ୍କର ପ୍ରାୟ ୩% ଏହି ରୋଗୀ ଥାଆନ୍ତି । ପୁରୁଷଙ୍କ ଅପେକ୍ଷା ୬ ଗୁଣ ଅଧିକ ମହିଳାମାନେ ଆକ୍ରାନ୍ତ ହୋଇଥାଆନ୍ତି । ବିଂଶ ଶତାବ୍ଦୀର (20 ) ଉତ୍ତରାର୍ଦ୍ଧରେ ଏଭଳି ରୋଗୀ ସଂଖ୍ୟା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି । ଉଭୟ ନ୍ୟାୟିକ ଓ ମାନସିକ ରୋଗ କ୍ଷେତ୍ରରେ ଏହି ଡିଆରଡି ରୋଗ ବିବାଦାସ୍ପଦ ହୋଇ ରହିଛି । କୋର୍ଟରେ ଏହା କ୍ୱଚିତ ଏହା ପାଗଳାପଣର ପ୍ରତିବାଦୀ ହୋଇ ସଫଳ ହୋଇଛି । ଉନ୍ନତ ଚିହ୍ନଟ ଯୋଗୁ ଅଥବା ମିଡିଆ ଯୋଗୁ ଏହାର ସଂଖ୍ୟା ବଢ଼ିବା ଭଳି ଜଣାଯାଉଛି, ସେ ପ୍ରଶ୍ନ ଅସମାହିତ ରହୁଛି । ଅଧିକାଂଶ ରୋଗୀ ଅଳ୍ପ କେତେକ ଚିକିତ୍ସକଦ୍ୱାରା ଚିହ୍ନଟ ହେଉଥିବାରୁ ଏହା ଥେରାପିଦ୍ୱାରା ହୋଇପାରେ ବୋଲି ସନ୍ଦେହ ଆସୁଛି । ଉପସ୍ଥାପିତ ଲକ୍ଷଣରେ ମଧ୍ୟ ବ‌ହୁତ ଫରଖ ଆସୁଥିବା ଜଣାଯାଏ ଯାହା ମିଡିଆର ଉପସ୍ଥାପନ ଯୋଗୁ ହୋଇପାରେ । ଆଧାର ବାହ୍ୟ ଲିଙ୍କ
୫୪୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
ସଚ୍ଚିଦାନନ୍ଦ ମହାନ୍ତି (୧୯ ଡିସେମ୍ବର ୧୯୫୩) ଜଣେ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟ ଗବେଷକ । ଜାତିସଙ୍ଘ ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ସହାୟତାରେ ୧୯୪୯ରେ ଭାରତ ସରକାରଙ୍କଦ୍ୱାରା ଜାତୀୟ ଶିକ୍ଷା କମିଶନ ଗଠନ କରାଯାଇଥିଲା । ଏହା ଏକ ବୈଧାନିକ ସଂସ୍ଥା । ଦେଶର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଓ ୟୁନେସ୍କୋ ଆଭିମୁଖ୍ୟର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରୁଛି । ରାଷ୍ଟ୍ରପତି ଏହାର ସଦସ୍ୟଙ୍କୁ ମନୋନୀତ କରିଥାନ୍ତି । ୨୦୧୫ ମସିହାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୂଳପତି ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ୟୁନେସ୍କୋ ଶିକ୍ଷା କମିଶନର ସଦସ୍ୟ ଭାବେ ମନୋନୀତ କରିଥିଲେ । ପ୍ରାରମ୍ଭିକ ଜୀବନ ୧୯୫୩ ଡିସେମ୍ବର ୧୯ରେ ସଚ୍ଚିଦାନନ୍ଦ ମହାନ୍ତି କଟକଠାରେ ଜନ୍ମଗ୍ରହଣ କରିଥଲେ । ଭଦ୍ରକ ଜିଲ୍ଲା ଆଗରପଡ଼ାର କୁଆଁସମଜ୍ଜିଆ ହେଉଛି ତାଙ୍କ ପୈତୃକ ବାସସ୍ଥାନ । ମାତା ବିଶିଷ୍ଟ କବି ବିଦ୍ୟୁତପ୍ରଭା ଦେବା ଓ ପିତା ଥଲେ ପଞ୍ଚାନନ ମହାନ୍ତି । ଅଜା, ଲେଖକ ନିମାଇଁ ଚରଣ ଦାସଙ୍କ ଆଶୀର୍ବାଦ ଓ ମାତା ବିଦ୍ୟୁତପ୍ରଭାଙ୍କ ସାହିତ୍ୟିକ ପ୍ରେରଣା ତାଙ୍କୁ ଜଣେ ଆଗଧାଡ଼ିର ଗବେଷକ ଓ ଲେଖକ ହେବାରେ ଯଥେଷ୍ଟ ସାହାଯ୍ୟ କରିଥିଲା । ପଣ୍ଡିଚେରୀସ୍ଥିତ ଅନ୍ତର୍ଜାତୀୟ ଶିକ୍ଷା କେନ୍ଦ୍ରରୁ ସ୍କୁଲ ପାଠ୍ୟକ୍ରମ ଓ ଇଂଲିଶ ସାହିତ୍ୟରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ୟୁନିଭର୍ସିଟି ଅଫ ହାଇଦ୍ରାବାଦରୁ ସେ ଇଂଲିଶ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥଲେ । ପରେ ଆଇଆଇଟି କାନପୁରରୁ ‘ଡି.ଏଚ. ଲରେନ୍ସ ଆଣ୍ଠ ଟ୍ୱେଣ୍ଟିଥ ସେଞ୍ଚୁରୀ ଫିକ୍ସନ' ଉପରେ ଗବେଷଣା କରି ପିଏଚଡି ଉପାଧ ଅର୍ଜନ କରିଥିଲେ । ଫୁଲ ବ୍ରାଇଟ ବୃତ୍ତି ପାଇ ପୋଷ୍ଟ ଡକ୍ଟରାଲ କରିବା ଲାଗି ଯେ ଆମେରିକାର ଅଷ୍ଟିନସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟ ଯାଇଥଲେ । ସେହିଭଳି ଅନ୍ୟ ଏକ ପୋଷ୍ଟ ଡକ୍ଟରାଲ କରିବା ସକାଶେ ଯେ ବ୍ରିଟେନର ୟୁନିଭରସିଟି ଅଫ ନଟିଂହାମ ଯାଇଥଲେ । ତେବେ ଇଂଲିଶ ସାହିତ୍ୟରେ ସ୍ନାତକୋତ୍ତର କରିବା ପରେ ସେ ୧୯୭୯ରୁ ୧୯୮ ଭିତରେ ଏସସିଏସ ସନ୍ଧ୍ୟା କଲେଜ, ପୁରୀ ଓ ଭୁବନେଶ୍ୱର ବିଜେବି ସନ୍ଧ୍ୟା କଲେଜରେ ଆଡ଼ହକ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ୧୯୮୦ରୁ ୧୯୮୧ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ୧୯୮୨ରୁ ୧୯୮୪ ଯାଏ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥଲେ । ୧୯୮୪ରୁ ୧୯୮୭ ପର୍ଯ୍ୟନ୍ତ ଆଇଆଇଟି କାନପୁରରେ ପିଏଚଡି ସାରି ସେ ସେହିବର୍ଷ ୟୁନିଭର୍ସିଟି ଅଫ ହାଇଦ୍ରାବାଦରେ ଇଂଲିଶ ସାହିତ୍ୟ ବିଭାଗରେ ନିଯୁକ୍ତ ପାଇଥିଲେ । ଏଥି ସହିତ ସେ ବହୁ ବିଦେଶୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଦାୟିତ୍ୱ ନିର୍ବାହ କରିଛନ୍ତି । ୟୁନିଭର୍ସିଟି ଅଫ ହାଇଦ୍ରାବାଦରେ ଇଂଲିଶ ସାହିତ୍ୟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ମହାନ୍ତି ପରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅବସ୍ଥାପିତ ହେଲେ । ତାଙ୍କର ଶିକ୍ଷା ଓ ଗବେଷଣା ପ୍ରତି ଯେତିକି ଆଗ୍ରହ ରହିଛି ଓଡ଼ିଆ ଓ ଇଂଲିଶ ଭାଷା ଏବଂ ସାହିତ୍ୟ ସକାଶେ ଅଛି ଗଭୀର ଅନୁରାଗ । ମାତା ବିଦ୍ୟୁତପ୍ରଭା ଦେବୀଙ୍କ ଲେଖାର ପ୍ରଭାବ ତାଙ୍କ ଉପରେ ପଡ଼ିଥିବା ଲକ୍ଷ୍ୟ କରାଯାଏ । ହେଲେ ମା’ଙ୍କ ଭଳି କବିତା ମନସ୍କ ନ ହୋଇ ସେ ସାହିତ୍ୟ ଆଲୋଚନା ଓ ସମାଲୋଚନା ପରିଧାରେ ରହିବାକୁ ପସନ୍ଦ କରନ୍ତି । କୃତି ଅଦ୍ୟାବଧି ଓଡ଼ିଆ ଓ ଇଂରାଜୀ ଭାଷାରେ ୨୬ଟି ପୁସ୍ତକ ରଚନା କରିଛନ୍ତି । ନିଜର ଗବେଷଣା ଓ ସାହିତ୍ୟ କୃତି ପାଇଁ ସେ 'ବ୍ରିଟଶ କାଉନସିଲ', 'ଦି ସାଲବର୍ଗ', 'ଦି କଥା ଆଣ୍ଡ ଦି ଫୁଲବ୍ରାଇଟ' ଭଳି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଓଡ଼ିଆ ଭାଷା, ସଂସ୍କୃତର ଗବେଷଣା ଓ ଅଧ୍ୟୟନ କରି ଏହାର ପ୍ରଚାର ଓ ପ୍ରସାର ଦିଗରେ ବ୍ରତୀ ଥିବା ସେ ଅଭିଲେଖାଗାର ତଥା ବିଶିଷ୍ଟ ଲେଖିକାଙ୍କ ଅପନ୍ତରା ନିବାସରେ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥବା ପୁରୁଣା ଲେଖାଗୁଡ଼ିକୁ ପୁନରୁଦ୍ଧାର ପୂର୍ବକ ଏଗୁଡ଼ିକୁ ଇଂଲିଶ ଭାଷାରେ ଜୀବନ୍ତ ରୂପ ଦେଇ ସେ ୨ ୬ରେ ଓଡ଼ିଆ ଜାତି ପାଇଁ ଏକ ଆହ୍ୱାନ ସୃଷ୍ଟ କରିଥଲେ । ଉନବିଂଶ ଶତାବ୍ଦୀର ଶେଷ ଭାଗ ଓ ବିଂଶ ଶତାବ୍ଦୀର ମଧ୍ୟଭାଗ ମଧ୍ୟରେ ଓଡ଼ିଆ ନାରୀ ଲେଖିକାଙ୍କ ଲେଖାର ପ୍ରାସଙ୍ଗିକତା ଏବେର ସମୟରେ ରହିଥିବା ଅନୁଭବ କରିବା ପରେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ପୁସ୍ତକ 'ଆର୍ଲି ଓମେନ ରାଇଟିଂ ଇନ ଓଡ଼ିଶା ୧୮୯୮-୧୯୫ : ଏ ଲଷ୍ଟ ଟ୍ରାଡିଶନ' । ‘ବିସ୍ମୃତ ପରମ୍ପରା, ଓଡ଼ିଆ ସାହିତ୍ୟରେ ନାରୀ ପ୍ରତିଭା' ନାମକ ଏହି ପୁସ୍ତକ ପ୍ରକାଶ ପାଇବା ପରେ ୨୦୦୬ରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଓଡ଼ିଶାର ପ୍ରତିଷ୍ଠିତ ଲେଖକଙ୍କଦ୍ୱାରା ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଧାର
ଉଦୟନାଥ ସାହୁ ଜଣେ ଶିକ୍ଷାବିତ, ଲେଖକ ଏବଂ ଓଡ଼ିଆ ଭାଷା ଗବେଷକ । ଓଡ଼ିଆ ଭାଷା ଶାସ୍ତ୍ରୀୟତା ମାନ୍ୟତା ଲାଭ କରିବାପରେ, ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟଠାରେ ପ୍ରତିଷ୍ଠିତ ହୋଇଥିବା ସାରଳା ଦାସ ଚେୟାରରେ ସେ ପ୍ରଫେସର ଭାବରେ କାର୍ଯ୍ୟରତ । ସେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ପ୍ରାରମ୍ଭିକ ଜୀବନ ଉଦୟନାଥ ସାହୁ ଓଡ଼ିଶାର ନୟାଗଡ଼ ଜିଲ୍ଲାସ୍ଥିତ ରାଜ ରଣପୁରଠାରେ ୧୯୫୬ ଫେବୃଆରୀ ୯ ତାରିଖରେ ଜନ୍ମନେଇଥିଲେ । ରଚନାବଳୀ ଭାଗବତର ଭାବଭୂମୀ ଗଳ୍ପସ୍ୱଳ୍ପ ସମାଲୋଚକଙ୍କ ଦୃଷ୍ଟିରେ ଫକୀରମୋହନ ଆଲୋଚନା ସମାଲୋଚନା ଭାଗବତର ସୃଷ୍ଟି ସୌରଭ ଓଡ଼ିଆ ଦୀର୍ଘ କବିତା ସ୍ୱର୍ଗାରହଣ ପର୍ବ ଗଳ୍ପଚନ୍ଦନ ପୂର୍ବ-ଭାରତୀୟ ମହାଭାରତ ପରମ୍ପରା ସାରଳା ମହାଭାରତ ସୃଷ୍ଟିର ଭୂମିପର୍ବ ପୂର୍ବ-ଭାରତୀୟ ଭାଗବତ ପରମ୍ପରା ଓ ଭକ୍ତି ଆନ୍ଦୋଳନ ପୂର୍ବ-ଭାରତୀୟ ମହାଭାରତରେ ନୀତି, ଭକ୍ତି ଓ ଜାତୀୟ ସଂହତି ସାରଳା ମହାଭାରତରେ ମନ୍ତ୍ରୀ ଓ ସେନାପତି ଅନେକ ପୁସ୍ତକ ଆଧାର
ଅପର୍ଣ୍ଣା ପାଣିଗ୍ରାହୀ (୧୮୯୩-୧୯୩୬) ଜଣେ ସୁପ୍ରସିଦ୍ଧ ପୁରାତନ ଓଡ଼ିଶୀ ସଙ୍ଗୀତଜ୍ଞ, ଗାୟକ ଓ ଓଡ଼ିଶୀ ପରମ୍ପରାର ବୀଣାକାର । ସେ ଜଣେ ବିଶିଷ୍ଟ ଗ୍ରାମୋଫୋନ କଳାକାର ଥିଲେ । ଅଳ୍ପ ବୟସରୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ଅନ୍ଧ ହୋଇଯାଇଥିଲେ । ଏଥିପାଇଁ ଲୋକେ ତାଙ୍କୁ 'ଅନ୍ଧ ଆପନ୍ନା' ଓ 'ଉତ୍କଳର ସୁରଦାସ' ବୋଲି ଡାକୁଥିଲେ । ସେହି ସମୟରେ ସମଗ୍ର ଓଡ଼ିଶାର ସର୍ବଶ୍ରେଷ୍ଠ ବୀଣାକାର ଭାବେ ତାଙ୍କର ଖ୍ୟାତି ଥିଲା । ଓଡ଼ିଶୀ ସଙ୍ଗୀତର ଦକ୍ଷିଣ ଓଡ଼ିଶା ଶୈଳୀର ଜଣେ ପ୍ରମୁଖ କଳାକାର ଥିଲେ ଅପର୍ଣ୍ଣା । ଜୀବନୀ ଅପର୍ଣ୍ଣା ପାଣିଗ୍ରାହୀ ଓଡ଼ିଶାର ତତ୍କାଳୀନ ପାରଳାଖେମୁଣ୍ଡି ଏଷ୍ଟେଟର (ଆଧୁନିକ ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ସହର) କରଣ ସାହିରେ ୧୮୯୩ ମସିହାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ନଅ-ଦଶ ବର୍ଷ ହୋଇଥିବା ବେଳେ ସେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଅନ୍ଧ ହୋଇଯାଇଥିଲେ । ବୃତ୍ତି ସେ ପାରଳାଖେମୁଣ୍ଡି ରାଜଦରବାରର ସଙ୍ଗୀତଜ୍ଞ, ଗାୟକ ଓ ବାଦକ ଭାବେ କାର୍ଯ୍ୟ କରିଥିଲେ । ସେ ନିଜ ବୁଢ଼ୀମା, ଧର୍ମପତ୍ନୀ ଓ ଦୁଇଗୋଟି ଝିଅଙ୍କ ସଙ୍ଗେ ରହୁଥିଲେ । ସଙ୍ଗୀତ ବିଜୟନଗରର ସୂର୍ଯ୍ୟନାରାୟଣ ଓସ୍ତାଦଙ୍କ ଛଅ ସାତ ବର୍ଷ ପାରଳାଖେମୁଣ୍ଡି ରହଣି କାଳରେ ଅପର୍ଣ୍ଣା ତାଙ୍କଠାରୁ ବୀଣାବାଦନ ଶିକ୍ଷା କରିଥିଲେ । ସେ କଣ୍ଠସଂଗୀତ ସହ ବୀଣାବାଦନରେ ପଟୁତା ଲାଭକରିଥିଲେ । ଗ୍ରାମୋଫୋନ ରେକର୍ଡ଼ ସେ ପାଖାପାଖି ଆଠଗୋଟି ଗୀତ କଲିକତାର ଗ୍ରାମୋଫୋନ କମ୍ପାନୀ ପାଇଁ ରେକର୍ଡ଼ କରିଥିବା ଜଣାଯାଏ । ଏହି ମଧ୍ୟରୁ ତାଙ୍କର ରାଧାଧର ସୁମଧୁରା ଗୀତଟି ସେହି ସମୟର ଓଡ଼ିଶାରେ ପ୍ରସିଦ୍ଧି ଲାଭକରିଥିଲା । ସେ ପାରଳାଖେମୁଣ୍ଡିର ତତ୍କାଳୀନ ଓ ପୂର୍ବବର୍ତ୍ତୀ ଗଜପତି ରାଜାମାନଙ୍କ ରଚିତ ଅନେକ ଓଡ଼ିଶୀ ଗୀତ ଗାଇଛନ୍ତି । ତାଙ୍କର କେତେକ ଜଣାଶୁଣା ଗୀତ ହେଲା: କିମ୍ବଦନ୍ତୀ ଏକ କିମ୍ବଦନ୍ତୀ ଅନୁସାରେ ପୂର୍ବକାଳରେ ଏକ ଭ୍ରାନ୍ତ ଧାରଣା ଥିଲା ଯେ ଗ୍ରାମୋଫୋନରେ କଣ୍ଠ ରେକର୍ଡ଼ କରାଗଲେ ଗାୟକଙ୍କ କଣ୍ଠସ୍ୱର ଆଉ ରହିବ ନାହିଁ । ଦେଶରେ ନୂଆ ନୂଆ ଗ୍ରାମୋଫୋନ ଆସିଥିବାରୁ ଲୋକଙ୍କ ମଧ୍ୟରେ ଏହି ଅମୂଳକ ଭୟ ସୃଷ୍ଟି ହୋଇଥିଲା । ଅପର୍ଣ୍ଣାଙ୍କ ବିଷୟରେ କୁହାଯାଏ ଯେ ସେ ଏହି କାରଣରୁ ଗ୍ରାମୋଫୋନ ରେକର୍ଡ଼ କରିବାରୁ ବିମୁଖ ଥିଲେ । ସେ ଅନ୍ଧ ଥିବାରୁ ଥରେ ରାଜଦରବାରରେ ତାଙ୍କ ଗାୟନ ବେଳେ ଜଣେ ଭବିଷ୍ୟତ ସଂରକ୍ଷଣ ଦୃଷ୍ଟିରୁ ତାଙ୍କର ଆଠଗୋଟି ଗୀତ ରେକର୍ଡ଼ କରିଦେଇଥିଲେ । ନିଜ କଣ୍ଠକୁ ଗ୍ରାମୋଫୋନରେ ଶୁଣି ଅତିଦୁଃଖିତ ହୋଇ ଅପର୍ଣ୍ଣାଙ୍କ ସ୍ୱର୍ଗବାସ ହୋଇଥିଲା ବୋଲି କୁହାଯାଏ । ଏହି କିମ୍ବଦନ୍ତୀ ସମ୍ପୂର୍ଣ୍ଣ ଅମୂଳକ ମନେ ହୁଏ ଓ ଏହାର କୌଣସି ଆଧାର ଥିବା ଜଣାଯାଏ ନାହିଁ । ଅପର୍ଣ୍ଣାଙ୍କ ଇଚ୍ଛା ବିରୁଦ୍ଧରେ ରେକର୍ଡ଼ କରାଯାଇଥିଲେ ସମସ୍ତ ଗୀତ ଗ୍ରାମୋଫୋନର ସମୟ ସୀମା ଯାଏଁ ରେକର୍ଡ଼ ହୋଇଥିବା ଅତ୍ୟନ୍ତ ଅସମ୍ଭବ । ପୁଣି ରେକର୍ଡ଼ ନିମନ୍ତେ କଲିକତା ଯିବା ଆବଶ୍ୟକ ଥିଲା । ପାରଳାଖେମୁଣ୍ଡିର ରାଜଦରବାରରେ ରେକର୍ଡ଼ିଂ ପାଇଁ ଆବଶ୍ୟକ ଯନ୍ତ୍ରପାତି ଆସିବା କଥା ମଧ୍ୟ ଅସମ୍ଭବ ମନେ ହୁଏ । ଗୋପାଳକୃଷ୍ଣଙ୍କ ରଚନା କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ପାରଳାଖେମୁଣ୍ଡିର ଜଣେ ପୁରାତନ କବି । ସେ ସହସ୍ରାଧିକ ଓଡ଼ିଶୀ ଚଉପଦୀ, ଛାନ୍ଦ, ଜଣାଣ ଆଦି ରଚନା କରିଥିଲେ । ଅପର୍ଣ୍ଣା ଗୋପାଳକୃଷ୍ଣ ଅନେକ ଗୀତକୁ ଗାୟନ କରି ପ୍ରସିଦ୍ଧି ଲାଭ କରିଥିଲେ । ୧୯୧୯ ମସିହାରେ ଅପର୍ଣ୍ଣାଙ୍କ କଣ୍ଠରେ ଗୋପାଳକୃଷ୍ଣଙ୍କ ଏକ ଓଡ଼ିଶୀ ଗୀତ ଶୁଣି ଉତ୍କଳମଣି ଗୋପବନ୍ଧୁ ଦାସ ଅପର୍ଣ୍ଣାଙ୍କୁ ପାରଳାଖେମୁଣ୍ଡିରୁ ସାକ୍ଷୀଗୋପାଳକୁ ଆଣିଥିଲେ । ଅପର୍ଣ୍ଣା ତିନି ମାସ ଧରି ସାକ୍ଷୀଗୋପାଳର ବନବିଦ୍ୟାଳୟଠାରେ ଛାତ୍ରମାନଙ୍କୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥିଲେ । ଗୋପାଳକୃଷ୍ଣଙ୍କ ରଚନା ମାଧ୍ୟମରେ ଅପର୍ଣ୍ଣା ଗାୟନ, ବୀଣା ବାଦନ, ବୋଲି ଓ ଭଙ୍ଗୀ କବିତାର ଶୈଳୀ ଦର୍ଶାଇ ଓଡ଼ିଶୀ ସଙ୍ଗୀତ ଶିଖାଇଥିଲେ । ନିଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀ କଟକର ଉତ୍କଳ ସଙ୍ଗୀତ ସମାଜ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା । ଏହି ସଂସ୍ଥା ତରଫରୁ ଅପର୍ଣ୍ଣା ନିଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀକୁ ଯାଇଥିଲେ । ଏଠାରେ ଅପର୍ଣ୍ଣାଙ୍କ ବୀଣାବାଦନ ଓ ଗାୟନ ଶୁଣି ସମସ୍ତେ ତଟସ୍ଥ ହୋଇ ତାଙ୍କର ଅନେକ ପ୍ରଶଂସା କରିଥିଲେ । ପୁରୀ ଓ କଟକ ଅପର୍ଣ୍ଣା ଅନେକ ଥର ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇ ସେଠାରେ ମାସମାସ ଧରି ରହୁଥିଲେ । ଏହି ରହଣିଗୁଡ଼ିକ ସମୟରେ ଆଦିଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଅପର୍ଣ୍ଣାଙ୍କଠାରୁ ଅଳ୍ପକାଳ ଧରି ସଙ୍ଗୀତ ଶିକ୍ଷା କରିଥିଲେ । କଟକର ସନ୍ଧ୍ୟାବେଳ ସଙ୍ଗୀତ ଆସରଗୁଡ଼ିକରେ ମଧ୍ୟ ଅପର୍ଣ୍ଣା ଭାଗ ନେଉଥିଲେ । ଓଡ଼ିଶାରେ ଅପର୍ଣ୍ଣାଙ୍କ ଗୁଣଗ୍ରାହୀଙ୍କ ସଂଖ୍ୟା ଯଥୋଚିତ ନଥିଲା ବୋଲି ଅପର୍ଣ୍ଣାଙ୍କ ଜୀବନୀ ଆଲେଖ୍ୟର ରଚକ ପଣ୍ଡିତ ଲକ୍ଷ୍ମୀନାରାୟଣ ସାହୁ ମତ ସ୍ଥାପନ କରିଛନ୍ତି ।ଅପର୍ଣ୍ଣାଙ୍କ ଏପରି ଗୁଣ ଥିଲା ସତ୍ୟ; କିନ୍ତୁ ଓଡ଼ିଶାରେ ଅପର୍ଣ୍ଣାଙ୍କ ଗୁଣଗ୍ରାହୀ ଲୋକ ଖୁବ୍ କମ୍ ଥିଲେ । ପରଲୋକ କଲିକତାରେ ଗ୍ରାମୋଫୋନ ରେକର୍ଡ଼ ଦେଇ ଫେରୁଥିବାବେଳେ ଗାଡ଼ିରେ ତାଙ୍କୁ ଜ୍ୱର ହେଲା । ଘରେ ପହଞ୍ଚିଲା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କୌଣସି ପ୍ରକାର ଭୂସମ୍ପତ୍ତି ରଖିନଥିବାରୁ ତାଙ୍କ ବୁଢ଼ୀମା ଓ ଧର୍ମପତ୍ନୀ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଜୀବନଯାପନ କରିଥିଲେ । ସଂରକ୍ଷଣ କଟକର ପ୍ରସିଦ୍ଧ ଗ୍ରାମୋଫୋନ ରେକର୍ଡ଼ ସଙ୍ଗ୍ରାହକ ଇନ୍ଦ୍ରମଣି ସାହୁ ୧୯୪୯ରେ ଅପର୍ଣ୍ଣାଙ୍କ ଗୀତ ଶୁଣିବା ପରେ ରେକର୍ଡ଼ ସଙ୍ଗ୍ରହ କରିବା କଥା ବିଚାରିଥିଲେ । ସେତେବେଳକୁ ଅପର୍ଣ୍ଣାଙ୍କ ପରଲୋକ ହୋଇସାରି ତେର ବର୍ଷ ଗଲାଣି । ଗ୍ରାମୋଫୋନ ଯୋଗୁଁ ଅପର୍ଣ୍ଣାଙ୍କ ଭଳି କଣ୍ଠସ୍ୱର ଭବିଷ୍ୟତ ପାଇଁ ସୁରକ୍ଷିତ ହୋଇ ରହିବା ସେ ଅନୁଭବ କଲେ । ଏହି ଭାବନାଦ୍ୱାରା ଅଭିଭୂତ ହୋଇ ଇନ୍ଦ୍ରମଣି ରେକର୍ଡ଼ ସଙ୍ଗ୍ରହ କରିଚାଲିଲେ । ଇନ୍ଦ୍ରମଣିଙ୍କ ସଙ୍ଗ୍ରହରେ ଅଧୁନା ୪୫୦୦ରୁ ଅଧିକ ରେକର୍ଡ଼ ଅଛି । ପୂର୍ବକଥିତ ଅପର୍ଣ୍ଣାଙ୍କ ଆଠଗୋଟି ରେକର୍ଡ଼ ମଧ୍ୟରୁ ଚାରିଗୋଟି ଅଧୁନା ପୁନରୁଦ୍ଧାର ହୋଇ ୟୁଟ୍ୟୁବରେ ଉପଲବ୍ଧ ଅଛି । ଏହା ଓଡ଼ିଆମେଲୋଡ଼ି ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରାଯାଇଛି । ଅଧିକ ପଠନ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ଗୋପାଳକୃଷ୍ଣ ପଟ୍ଟନାୟକ ସିଂହାରୀ ଶ୍ୟାମସୁନ୍ଦର କର ଓଡ଼ିଶୀ ସଙ୍ଗୀତ ଆଧାର ବାହ୍ୟ ଲିଙ୍କ ମୋ ନିଦ କେଣେ ଦେଲୁ ଭାଙ୍ଗି ବ୍ରଜରାଜ ତନୟ ଗୁଣ ଗାଆରେ ରାଧାଧର ସୁମଧୁରା ମନୁ ଯାଉ ନାହିଁ ମା
ଓଡ଼ିଶାର ପର୍ବପର୍ବାଣି ଗୁଡ଼ିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧୀୟ । ତୁଳା ମାସର ସଂକ୍ରାନ୍ତି ଗର୍ଭଣା ସଂକ୍ରାନ୍ତି ନାମରେ ଜଣାଯାଏ । ଇଂରାଜୀ ମାସ ଅକ୍ଟୋବରରେ ପଡ଼େ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହ ମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି- ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ । ଯେଉଁ ଅଞ୍ଚଳରେ ମୁଖ୍ୟ ଖରିଫ ଫସଲ ହିସାବରେ ଚାଷ କରାଯାଏ, ସେହି ଅଞ୍ଚଳରେ ଏହି ପର୍ବ ପାଳନ କରାଯାଏ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଚାଷୀ ମାନଙ୍କ ପରିବାର ଲୋକେ ଏହାକୁ ନିଷ୍ଠାର ସହିତ ପାଳନ କରନ୍ତି । ଓଡ଼ିଶାର ଭଦ୍ରକ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଏହାର ପାଳନ ବିଧି ନିଆରା । ପୂଜା ବିଧି ସକାଳୁ ସକାଳୁ ଉଠି ଘର ଧୂଆପୋଛା କରାଯାଏ । ଦାଣ୍ଡ ଦୁଆରେ ଝୋଟି ଚିତା ଅଙ୍କାଯାଏ । ପୁରୁଷମାନେ ସକାଳୁ ଉଠି ଅଧୁଆ ମୁହଁରେ ଯାଇ ବତା ଗଛ, ଗଡ଼ଗଡ଼ା, ଭୂଆଁଳ, ପଳାଶ,ନଟିକଣ୍ଟି,ବାଉଁଶ ଆଦି ଗଛର ପତ୍ର ଓ କଇଁ ଫୁଲ ସଂଗ୍ରହ କରି ଆଣନ୍ତି । ତାକୁ ସବୁ ବିଡ଼ା ବିଡ଼ା କରି ବାନ୍ଧନ୍ତି । ତା'ପରେ ଗାଧୋଇ ପାଧୋଇ ସେହି ବିଡ଼ା ସବୁକୁ ଲକ୍ଷ୍ମୀ ବା ତୁଳସୀ ଚଉରା ପାଖରେ ରଖି ପୂଜା କରନ୍ତି ଓ ଭୋଗ ଦିଅନ୍ତି । ତା'ପରେ ସେହି ବିଡ଼ା ଗୁଡ଼ିକୁ ଧରି ବାମ କାନ୍ଧରେ ରଖନ୍ତି । ସ୍ତ୍ରୀ ଲୋକମାନେ ଶଙ୍ଖ ହୁଳହୁଳି ପକାଇଲେ ପୁରୁଷମାନେ ଏହାକୁ ଧରି ଘରୁ ବାହାରନ୍ତି ।ପ୍ରଥମେ ଘର ଚାଳ ଓ ଖତଗଦାରେ ଗୋଟିଏ ଗୋଟିଏ ବିଡ଼ା ପୋତିଲା ପରେ ବାକି ବିଡ଼ାକୁ ନେଇ ଧାନ କ୍ଷେତକୁ ଯାଆନ୍ତି । ସେଠାରେ ପ୍ରତି କ୍ଷେତର ଐଶାନ୍ୟ କୋଣରେ ଜୁହାର ହୋଇ ଗୋଟିଏ ଲେଖାଏଁ ବିଡ଼ା ପୋତନ୍ତି । ଏହା କଲେ ଲକ୍ଷ୍ମୀ ମାଆ ପ୍ରସନ୍ନ ହୁଅନ୍ତି ଓ ଭଲ ଧାନ ଫସଲ ହୁଏ ବୋଲି ବିଶ୍ୱାସ ଅଛି । ଆଧାର
୯୩୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
ବେରିଲିୟମ ( : ) ହେଉଛି ଏକ ରାସାୟନିକ ମୌଳିକ । ଏହାର ପ୍ରତୀକ ଓ ପରମାଣୁ କ୍ରମାଙ୍କ ୪ । ଧର୍ମ ଭୌତିକ ଧର୍ମ ନ୍ୟଷ୍ଠିକ ଧର୍ମ (ନ୍ୟୁକ୍ଲିୟାର ଧର୍ମ) ସମସ୍ଥାନିକ 7 [3 9 [5 ଉତ୍ପାଦନ ମୂଖ୍ୟତଃ ବେରିଲ୍‌ ଓ କ୍ରାଇସୋବେରିଲ୍‌ ନାମକ ଧାତୁପିଣ୍ଡରୁ ମିଳିଥାଏ । ବ୍ରାଜିଲ୍‌, ଆମେରିକା, ମାଡାଗାସ୍କର, ଜର୍ମାନୀ, ଚେକ୍‌ ରିପବ୍ଲିକ୍‌, ରୁଷିଆ ଓ ଭାରତ ମୁଖ୍ୟ ଉପ୍ତାଦନକାରି ଦେଶ । ବାର୍ଷିକ ଉପ୍ତାଦନ ପ୍ରାୟ ୩୬୦ ଟନ୍‌, ସାରା ପୃଥିବୀରେ ପ୍ରାୟ ଚାରିଶହ ହଜାର ଟନ୍‌ ବେରିଲିୟମ ଗଛିତ ଥିବାର ଅନୁମାନ କରାଯାଇଛି। ଇତିହାସ ଆବିଷ୍କାର- ଫ୍ରେଡରିକ ଓଲର୍‌, ଏ.ଏ. ବୁସି କେବେ-୧୭୯୮ କେଉଂଠି- ଜର୍ମାନୀ/ ଫ୍ରାନ୍ସ ଉତ୍ପତି- ବେରିଲ ନାମକ ମିନେରାଲରୁ ବ୍ୟବହାର ଆହୁରି ଦେଖନ୍ତୁ ଟୀକା ଆଧାର , (2001). ' : – . ,: . 0-19-850340-7.{ }: 1 : , ; , ; , . (2002). (6 .). 0-7487-6420-8.{ }: 1 : , (1968)68-15217. { }: | (| ) 1 : ଆହୁରି ପଢନ୍ତୁ (2003). " ". & . 36 (36): 38. :10.1021 081 036. 038. ,. " ". : , ' , . 2001, 177–220. ,. , . 2009,: . . 1142–2001, 2001. ବାହାର ଲିଙ୍କ : . ' – : – , .
କ୍ୟାଲସିୟମ ଚ୍ୟାନେଲ ବ୍ଲକର୍ସ ହେଉଛି ଔଷଧର ଏକ ଶ୍ରେଣୀ ଯାହା ଦୁଇଟି ମୁଖ୍ୟ ଗୋଷ୍ଠୀ ଡାଇହାଇଡ୍ରୋପାଇରିଡାଇନ୍ସ ଏବଂ ଅଣ-ଡିହାଇଡ୍ରୋପାଇରିଡାଇନ୍ସଦ୍ୱାରା ଗଠିତ । ସାଧାରଣ ଡାଇହାଇଡ୍ରୋପାଇରିଡାଇନ୍ସରେ ଆମ୍ଲୋଡିପିନ ଏବଂ ନିଫେଡିପିନ ଅନ୍ତର୍ଭୁକ୍ତ ଏବଂ ଅଣ-ଡିହାଇଡ୍ରୋପାଇରିଡାଇନ୍ସ ମଧ୍ୟରେ ଡିଲଟାୟାଜେମ ଏବଂ ଭେରାପାମିଲ ଅନ୍ତର୍ଭୁକ୍ତ । ସ୍ଥିର ଆଞ୍ଜାଇନା ପାଇଁ ଉଭୟ ପ୍ରକାରର ଔଷଧ ବ୍ୟବହୃତ ହେଉଥିବାବେଳେ ଉଚ୍ଚ ରକ୍ତଚାପ ପାଇଁ ଡାଇହାଇଡ୍ରୋପାଇରିଡାଇନ୍ସ ବ୍ୟବହାର କରାଯାଏ ଏବଂ ଆଟ୍ରିଆଲ୍ ଫିଇବ୍ରିଲେସନ୍ ପାଇଁ ଅଣ-ଡିହାଇଡ୍ରୋପାଇରିଡାଇନ୍ ବ୍ୟବହାର କରାଯାଏ । ଅନ୍ୟାନ୍ୟ ବ୍ୟବହାରରେ କ୍ଲଷ୍ଟର ମୁଣ୍ଡବିନ୍ଧା, ଫୁସଫୁସ ଉଚ୍ଚ ରକ୍ତଚାପ ଏବଂ ସାବାରାକନଏଡ ରକ୍ତସ୍ରାବ ଅନ୍ତର୍ଭୁକ୍ତ ହୋଇଥାଏ । ସେଗୁଡିକ ପାଟିରେ ନିଦିଯାଇପାରେ କିମ୍ବା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଇପାରେ । ଡାଇହାଇଡ୍ରୋପାଇରିଡାଇନ୍ସ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ଫୁଲା ଅନ୍ତର୍ଭୁକ୍ତ ହୋଇଥିବାବେଳେ ଅଣ-ଡିହାଇଡ୍ରୋପାଇରିଡାଇନ୍ସ ସ୍ୱଳ୍ପ ହୃଦ୍‌ଗତି ହାର, କୋଷ୍ଠକାଠିନ୍ୟ ଏବଂ ହୃଦ୍‌ପାତ ପରିଣତ ହୋଇପାରେ । ସେମାନେ ଜୀବକୋଷ ମଧ୍ୟକୁ କ୍ୟାଲସିୟମର ( 2+ ) ଗତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଅନ୍ତି । ଡିହାଇଡ୍ରୋପାଇରିଡାଇନ୍ସ ମୁଖ୍ୟତଃ ରକ୍ତନଳୀ ଉପରେ ପ୍ରଭାବ ପକାଇଥାଏ ଯାହାଦ୍ୱାରା ରକ୍ତନଳୀ ସ୍ଫୀତ ହୋଇଥାଏ, ଅଣ-ଡିହାଇଡ୍ରୋପାଇରିଡାଇନ୍ସ ଯୋଗୁ ହୃତପିଣ୍ଡ ସଂକୋଚନ କମିଯାଏ । ଅତ୍ୟଧିକ ମାତ୍ରା ଔଷଧରେ ମୃତ୍ୟୁ ହେବାର ଆଶଙ୍କା ରହିଥାଏ । ୧୯୬୪ରେ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକରଗୁଡିକ ଆବିଷ୍କୃତ ହୋଇଥିଲା, ପ୍ରଥମ ଉପଯୋଗୀ ଔଷଧ ଥିଲା ଭେରାପାମିଲ । ସେଗୁଡିକ ସାଧାରଣତ ଭାବରେ ବ୍ୟବହୃତ ହୁଏ । ଜେନେରିକ୍ ଔଷଧ ଭାବରେ ଅନେକ ଔଷଧ ମଧ୍ୟ ଉପଲବ୍ଧ ଏବଂ ଏଗୁଡ଼ିକ ମହଙ୍ଗା ନୁହେଁ | ଆଧାର
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୪ ଅଗଷ୍ଟ ବର୍ଷର ୨୨୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୯ ଦିନ ବାକି ଅଛି । ଘଟଣାବଳୀ ଜନ୍ମ ୧୯୮୪- ସୌଭାଗ୍ୟ ପ୍ରକାଶ ପତି, କାର୍ଯ୍ୟକାରୀ ପ୍ରଯୋଜକ,ନନ୍ଦିଘୋଷ ଟିଭି ମୃତ୍ୟୁ ୨୦୧୧ – ଶମ୍ମି କପୁର, ହିନ୍ଦୀ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ (ଜନ୍ମ: ୨୧ ଅକ୍ଟୋବର ୧୯୩୧) ୨୦୧୨ – ଯତୀନ୍ଦ୍ର ମୋହନ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୩ ଅଗଷ୍ଟ ୧୯୩୨) ପର୍ବପର୍ବାଣି ବାହାର ଲିଙ୍କ : ଏହି ଦିନ କାନାଡାରେ ଏହି ଦିନ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ଡିସେମ୍ବର ବର୍ଷର ୩୫୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୫୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୦ ଦିନ ବାକି ଅଛି । ଘଟଣାବଳୀ ଜନ୍ମ ମୃତ୍ୟୁ ୧୯୯୦- ସୁରେନ୍ଦ୍ର ମହାନ୍ତି, ପଦ୍ମଶ୍ରୀ ସମ୍ମାନିତ ରାଜନେତା ଓ ଲେଖକ (ଜନ୍ମ: ୨୧ ମଇ ୧୯୨୨) ପର୍ବପର୍ବାଣି ବାହାର ଲିଙ୍କ : ଏହି ଦିନ କାନାଡାରେ ଏହି ଦିନ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୬ ଫେବୃଆରୀ ବର୍ଷର ୫୭ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୦୮ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୦୯ ଦିନ ) । ଘଟଣାବଳୀ ଜନ୍ମ ଦେହାନ୍ତ ପର୍ବପର୍ବାଣି ବାହାର ଲିଙ୍କ : ଏହି ଦିନ କାନାଡାରେ ଏହି ଦିନ 2012-12-08 .
ତୁହିନାଂଶୁ ରଥ ( ଜନ୍ମ : ୩ ଜାନୁଆରୀ ୧୯୬୪ ) ଜଣେ ଓଡ଼ିଆ କବି । ସେ ବସନ୍ତ ମୁଦୁଲି କବିତା ପୁରସ୍କାର ଓ କବି ଦୀପକ ମିଶ୍ର କବିତା ପୁରସ୍କାର ଆଦି ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପକ । ରଚନାବଳୀ ନାଭି ନକ୍ଷତ୍ର ( ୧୯୯୯ ) ଅତୁଠ ଶିଳା ( ୨୦୦୩ ) ଆଖି ଅକ୍ଷର ( ୨୦୦୫ ) ଶୋଷ ସନ୍ତକ ( ୨୦୦୮ ) ମେଘ ଆଳାପ ( ୨୦୧୦ ) ଉଦ୍ଭିଦ ଗର୍ଭ ( ୨୦୧୩ ) ପୁରସ୍କାର ଓ ସମ୍ମାନ ବସନ୍ତ ମୁଦୁଲି କବିତା ପୁରସ୍କାର କବି ଦୀପକ ମିଶ୍ର କବିତା ପୁରସ୍କାର ( କନିଷ୍ଠ ବର୍ଗ ) - ୨୦୧୮ ଆଧାର
ନାର୍ଗେସ ସଫି ମହମ୍ମଦୀ (ଜନ୍ମ ୨୧ ଏପ୍ରିଲ ୧୯୭୨) ଜଣେ ଇରାନୀ ମାନବାଧିକାର କର୍ମୀ, ବୈଜ୍ଞାନିକ ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜେତା ଏବଂ ଶିରିନ ଏବାଦିଙ୍କ ନେତୃତ୍ୱରେ ମାନବ ଅଧିକାର କେନ୍ଦ୍ର (ଡିଏଚଆରସି)ର ଉପାଧ୍ୟକ୍ଷ । ମେ ୨୦୧୬ରେ ତେହେରାନରେ ତାଙ୍କୁ ମୃତ୍ୟୁଦଣ୍ଡ ଉଚ୍ଛେଦ ପାଇଁ ଅଭିଯାନ ଚଳାଇଥିବା ମାନବାଧିକାର ଆନ୍ଦୋଳନ ପ୍ରତିଷ୍ଠା ଏବଂ ଚଳାଇବା ପାଇଁ ୧୬ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ୨୦୨୩ରେ ଜେଲରେ ଥିବା ବେଳେ ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼େଇ ଏବଂ ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ଲଢ଼େଇ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଜିବନୀ ମହମ୍ମଦୀ ଜାଞ୍ଜନରେ ଜନ୍ମ ଗ୍ରହଣ କରିଥିଲେ ଏବଂ କୋର୍ଭେହ, କରଜ ଏବଂ ଓସ୍ନାଭିୟେହରେ ବଡ଼ ହୋଇଥିଲେ । ସେ ଇମାମ ଖୋମେନି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ପାଠ ପଢି ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ଏବଂ ଜଣେ ବୃତ୍ତିଗତ ଇଞ୍ଜିନିୟର ହୋଇଥିଲେ । ତାଙ୍କ ବିଶ୍ୱବିଦ୍ୟାଳୟ କ୍ୟାରିୟର ସମୟରେ, ସେ ଛାତ୍ର ଖବରକାଗଜରେ ମହିଳା ଅଧିକାରକୁ ସମର୍ଥନ କରି ପ୍ରବନ୍ଧ ଲେଖିଥିଲେ ଏବଂ ରାଜନୈତିକ ଛାତ୍ର ଗୋଷ୍ଠୀ ତାଶକୋଲ ଦାନେଶଜୁୟୀ ରୋଶନଗାରାନ ("ଆଲୋକିତ ଛାତ୍ର ଗୋଷ୍ଠୀ")ର ଦୁଇଟି ବୈଠକରେ ତାଙ୍କୁ ଗିରଫ କରାଯାଇଥିଲା । ସେ ଏକ ପର୍ବତ ଆରୋହଣ ଗୋଷ୍ଠୀରେ ମଧ୍ୟ ସକ୍ରିୟ ଥିଲେ, କିନ୍ତୁ ତାଙ୍କ ରାଜନୈତିକ କାର୍ଯ୍ୟକଳାପ କାରଣରୁ ପରବର୍ତ୍ତୀ ସମୟରେ ତାଙ୍କୁ ପର୍ବତାରୋହଣରେ ଯୋଗ ଦେବାକୁ ବାରଣ କରାଯାଇଥିଲା। ମହମ୍ମଦୀ ଅନେକ ସଂସ୍କାରବାଦୀ ଖବରକାଗଜପାଇଁ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ଏବଂ ସଂସ୍କାର, ରଣନୀତି ଏବଂ ରଣନୀତି ଶୀର୍ଷକ ଏକ ରାଜନୈତିକ ପ୍ରବନ୍ଧ ପୁସ୍ତକ ପ୍ରକାଶ କରିଥିଲେ ।" , 2009". 18 2009. 15 2012. 31 2012." , 2009". 18 2009. 15 2012. 31 2012.</ > ୨୦୦୩ମସିହାରେ ସେ ନୋବେଲ ଶାନ୍ତି ପୁରସ୍କାର ବିଜେତା ଶିରିନ୍ ଏବାଦିଙ୍କ ନେତୃତ୍ବାଧୀନ 'ଡିଫେଣ୍ଡର୍ସ ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର'ରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ସଂଗଠନର ଉପାଧ୍ୟକ୍ଷ ହୋଇଥିଲେ। ୧୯୯୯ମସିହାରେ ସେ ସଂସ୍କାର ସମର୍ଥକ ସାମ୍ବାଦିକ ତାଗି ରହମାନୀଙ୍କୁ ବିବାହ କରିଥିଲେ, ଯିଏ କି କିଛି ଦିନ ପରେ ପ୍ରଥମ ଥର ପାଇଁ ଗିରଫ ହୋଇଥିଲେ । ମୋଟ ୧୪ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ରହମାନୀ ୨୦୧୨ରେ ଫ୍ରାନ୍ସ ଚାଲିଯାଇଥିଲେ, କିନ୍ତୁ ମହମ୍ମଦୀ ତାଙ୍କ ମାନବାଧିକାର କାର୍ଯ୍ୟ ଜାରି ରଖିଥିଲେ। ମହମ୍ମଦୀ ଓ ରହମାନୀଙ୍କର ଯାଆଁଳା ସନ୍ତାନ ଅଛନ୍ତି। ଆଇନଗତ ସମସ୍ୟା ୧୯୯୮ମସିହାରେ ଇରାନ ସରକାରଙ୍କୁ ସମାଲୋଚନା କରିବା ଅଭିଯୋଗରେ ମହମ୍ମଦୀଙ୍କୁ ପ୍ରଥମେ ଗିରଫ କରାଯାଇଥିଲା ଏବଂ ଏକ ବର୍ଷ ଜେଲରେ ବିତାଇଥିଲେ। ୨୦୧୦ ଏପ୍ରିଲରେ ତାଙ୍କୁ ଡିଏଚ୍ଆର୍ସିରେ ସଦସ୍ୟତା ପାଇଁ ଇସ୍ଲାମିକ୍ ରିଭୋଲ୍ୟୁସନରି କୋର୍ଟକୁ ଡକାଯାଇଥିଲା। ତାଙ୍କୁ ୫୦,୦ ଆମେରିକୀୟ ଡଲାର ଜାମିନରେ ମୁକ୍ତ କରାଯାଇଥିଲା କିନ୍ତୁ କିଛି ଦିନ ପରେ ପୁନର୍ବାର ଗିରଫ କରାଯାଇ ଏଭିନ୍ ଜେଲରେ ରଖାଯାଇଥିଲା। ହେପାଜତରେ ଥିବା ବେଳେ ମହମ୍ମଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ଏବଂ ସେ ଏପିଲେପ୍ସି ଭଳି ରୋଗରେ ପୀଡ଼ିତ ହୋଇଥିଲେ ଯାହା ଫଳରେ ସେ ସମୟ ସମୟରେ ମାଂସପେଶୀ ନିୟନ୍ତ୍ରଣ ହରାଇଥିଲେ । ଏକ ମାସ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା ଏବଂ ତାଙ୍କୁ ଡାକ୍ତରଖାନା ଯିବାକୁ ଅନୁମତି ଦିଆଯାଇଥିଲା। ଜୁଲାଇ ୨୦୧୧ରେ ମହମ୍ମଦୀଙ୍କୁ ପୁଣି ଥରେ ମାମଲା ରୁଜୁ କରାଯାଇଥିଲା ଏବଂ "ଜାତୀୟ ନିରାପତ୍ତା ବିରୋଧରେ କାର୍ଯ୍ୟ କରିବା, ଡିଏଚଆରସିର ସଦସ୍ୟତା ଏବଂ ଶାସନ ବିରୋଧରେ ଅପପ୍ରଚାର" ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେପ୍ଟେମ୍ବରରେ ତାଙ୍କୁ ୧୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା। ମହମ୍ମଦୀ କହିଛନ୍ତି ଯେ ସେ କେବଳ ତାଙ୍କ ଓକିଲଙ୍କ ମାଧ୍ୟମରେ ରାୟ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ଅଦାଲତଦ୍ୱାରା ଜାରି କରାଯାଇଥିବା ଏକ ଅଭୂତପୂର୍ବ ୨୩ ପୃଷ୍ଠାର ରାୟ ଦେଇଥିଲେ ଯେଉଁଥିରେ ସେମାନେ ବାରମ୍ବାର ମୋର ମାନବାଧିକାର କାର୍ଯ୍ୟକଳାପକୁ ଶାସନ ଭାଙ୍ଗିବା ପ୍ରୟାସ ସହିତ ତୁଳନା କରିଥିଲେ। ମାର୍ଚ୍ଚ ୨୦୧୨ରେ ଏକ ଆପିଲ କୋର୍ଟ ଏହି ଦଣ୍ଡାଦେଶକୁ ବଜାୟ ରଖିଥିଲେ ହେଁ ଏହାକୁ ୬ ବର୍ଷକୁ ହ୍ରାସ କରାଯାଇଥିଲା। ଏପ୍ରିଲ ୨୬ତାରିଖରେ ତାଙ୍କୁ ଗିରଫ କରାଯାଇ ଦଣ୍ଡାଦେଶ ଆରମ୍ଭ କରାଯାଇଥିଲା। ବ୍ରିଟିଶ ବୈଦେଶିକ ମନ୍ତ୍ରାଳୟ ଏହି ଦଣ୍ଡାଦେଶକୁ ବିରୋଧ କରିଥିଲା ଏବଂ ଏହାକୁ "ସାହସୀ ମାନବାଧିକାର କର୍ମୀଙ୍କୁ ଚୁପ୍ କରାଇବା ପାଇଁ ଇରାନ କର୍ତ୍ତୃପକ୍ଷଙ୍କ ପ୍ରୟାସର ଆଉ ଏକ ଦୁଃଖଦ ଉଦାହରଣ" ବୋଲି କହିଛି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ତାଙ୍କୁ ବିବେକର କଏଦୀ ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି। ଏଭିନ୍ ଜେଲରେ ଫଟୋଗ୍ରାଫର ଜାହରା କାଜେମିମୃତ୍ୟୁର ନବମ ବାର୍ଷିକୀ ଅବସରରେ ମହମ୍ମଦୀଙ୍କ ତରଫରୁ ଏକ ନିବେଦନ ଜାରି କରି ସାମ୍ବାଦିକମାନେ ବିଦାଉଟ ବର୍ଡର୍ସ କହିଛନ୍ତି ଯେ ମହମ୍ମଦୀ ଜଣେ କଏଦୀ ଥିଲେ ଯାହାଙ୍କ ଜୀବନ "ବିଶେଷ ବିପଦରେ ଥିଲା। ଜୁଲାଇ ୨୦୧୨ରେ ଆମେରିକାର ସିନେଟର ମାର୍କ କିର୍କ, କାନାଡାର ପୂର୍ବତନ ଆଟର୍ଣ୍ଣି ଜେନେରାଲ ଇରୱିନ କୋଟଲର, ବ୍ରିଟେନ ସାଂସଦ ଡେନିସ୍ ମ୍ୟାକ୍ ଶେନ, ଅଷ୍ଟ୍ରେଲୀୟ ସାଂସଦ ମାଇକେଲ ଡାନବି, ଇଟାଲୀ ସାଂସଦ ଫିଆମ୍ମା ନିରେନଷ୍ଟାଇନ ଏବଂ ଲିଥୁଆନିଆର ସାଂସଦ ଇମାନୁଏଲିସ୍ ଜିଙ୍ଗେରିସଙ୍କ ସମେତ ଏକ ଅନ୍ତର୍ଜାତୀୟ ସାଂସଦ ତାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ୩୧ ଜୁଲାଇ ୨୦୧୨ରେ ମହମ୍ମଦୀ ଜେଲରୁ ମୁକୁଳିଥିଲେ। ୨୦୧୪ ମସିହା ଅକ୍ଟୋବର ୩୧ ତାରିଖରେ ମହମ୍ମଦୀ ସତ୍ତର ବେହେଶତିର ସମାଧିସ୍ଥଳରେ ଏକ ଭାଷଣ ଦେଇ କହିଥିଲେ, "ଏହା କେମିତି ଯେ ସଂସଦ ସଭ୍ୟମାନେ ପୁଣ୍ୟର ପ୍ରୋତ୍ସାହନ ଏବଂ ଦୁଷ୍କର୍ମ ନିବାରଣ ପାଇଁ ଏକ ଯୋଜନା ପ୍ରସ୍ତାବ ଦେଉଛନ୍ତି, କିନ୍ତୁ ଦୁଇ ବର୍ଷ ପୂର୍ବେ କେହି ମୁହଁ ଖୋଲିନଥିଲେ, ଯେତେବେଳେ ସତ୍ତର ବେହେଶତି ନାମକ ଜଣେ ନିରୀହ ମଣିଷ ତାଙ୍କ ପଚରାଉଚରାକାରୀଙ୍କ ହାତରେ ନିର୍ଯାତନାର ଶିକାର ହୋଇ ମୃତ୍ୟୁବରଣ କରିଥିଲା? ୨୦୧୨ମସିହାରେ ଆନ୍ତର୍ଜାତିକ ସ୍ତରରେ ଉତ୍ତେଜନା ପ୍ରକାଶ ପାଇଥିବା ବେହେଶତିଙ୍କ ବିରୋଧରେ ଚରମ ହିଂସାକାଣ୍ଡ ସତ୍ତ୍ୱେ ତାଙ୍କ ମାମଲା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଏଭିନ୍ ଜେଲ୍ରେ ଆଜି ପର୍ଯ୍ୟନ୍ତ ମାନବାଧିକାର କର୍ମୀଙ୍କୁ ନିର୍ଯାତନା ଓ ଅନ୍ୟାୟ ଭାବେ ଗିରଫ କରାଯାଇଛି। ଅକ୍ଟୋବର ୩୧ରେ ମହମ୍ମଦୀଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଏଭିନ୍ ଜେଲ୍ କୋର୍ଟକୁ ଡକାଯାଇଥିଲା। ୫ ନଭେମ୍ବର ୨୦୧୪ରେ ମୋତେ ମିଳିଥିବା ସମନ‌ରେ କୁହାଯାଇଛି ଯେ ମୋତେ 'ଅଭିଯୋଗ ପାଇଁ' ନିଜକୁ ବଦଳାଇବାକୁ ପଡ଼ିବ, କିନ୍ତୁ ଏହି ଅଭିଯୋଗ ଗୁଡ଼ିକ ବିଷୟରେ ଆଉ କୌଣସି ସ୍ପଷ୍ଟୀକରଣ ନାହିଁ। ୫ ମଇ ୨୦୧୫ରେ ମହମ୍ମଦୀଙ୍କୁ ପୁଣି ଥରେ ନୂଆ ଅଭିଯୋଗ ଆଧାରରେ ଗିରଫ କରାଯାଇଥିଲା। ବିପ୍ଳବୀ ଅଦାଲତର ଶାଖା ୧୫ ତାଙ୍କୁ ଲେଗାମ (ମୃତ୍ୟୁଦଣ୍ଡ ଅଭିଯାନକୁ ରୋକିବା ପାଇଁ ପର୍ଯ୍ୟାୟକ୍ରମେ ପଦକ୍ଷେପ ନେବା) ପାଇଁ "ଏକ ବେଆଇନ ଗୋଷ୍ଠୀ ପ୍ରତିଷ୍ଠା" ଅଭିଯୋଗରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲା, "ଜାତୀୟ ନିରାପତ୍ତା ବିରୋଧରେ ଏକଜୁଟ ହେବା ଏବଂ ମିଳିତ ହେବା" ପାଇଁ ପାଞ୍ଚ ବର୍ଷ, ଅନ୍ତର୍ଜାତୀୟ ଗଣମାଧ୍ୟମ ସହିତ ତାଙ୍କର ସାକ୍ଷାତକାର ପାଇଁ "ବ୍ୟବସ୍ଥା ବିରୋଧରେ ପ୍ରଚାର" ପାଇଁ ଏକ ବର୍ଷ ଏବଂ ମାର୍ଚ୍ଚ ୨୦୧୪ରେ ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ଏବଂ ନିରାପତ୍ତା ନୀତି ପାଇଁ ଉଚ୍ଚ ପ୍ରତିନିଧିଙ୍କ ସହ ତାଙ୍କର ସାକ୍ଷାତ ପାଇଁ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। କ୍ୟାଥରିନ ଆଷ୍ଟନ । ୨୦୧୯ ଜାନୁଆରୀରେ ମହମ୍ମଦୀ ତେହେରାନର ଏଭିନ୍ ଜେଲରେ ବନ୍ଦୀ ବ୍ରିଟିଶ-ଇରାନୀ ନାଗରିକ ନାଜାନିନ ଜାଗାରୀ-ରାଟ୍କ୍ଲିଫ୍ଙ୍କ ସହ ଅନଶନ ଆରମ୍ଭ କରିଥିଲେ। ଜୁଲାଇ ୨୦୨୦ରେ ତାଙ୍କଠାରେ କୋଭିଡ୍-୧୯ ସଂକ୍ରମଣର ଲକ୍ଷଣ ଦେଖାଯାଉଥିଲା, ଯେଉଁଥିରୁ ସେ ଅଗଷ୍ଟ ସୁଦ୍ଧା ସୁସ୍ଥ ହୋଇଥିବା ଜଣାପଡ଼ିଥିଲା। ୮ ଅକ୍ଟୋବର ୨୦୨୦ରେ ମହମ୍ମଦୀ ଜେଲରୁ ମୁକୁଳିଥିଲେ। ୨୭ ଫେବୃଆରୀ ୨୦୨୧ରେ ସେ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ଜାରି କରି କହିଥିଲେ ଯେ ସେ ଜେଲରେ ଥିବା ବେଳେ ତାଙ୍କ ବିରୋଧରେ ଖୋଲାଯାଇଥିବା ଏକ ମାମଲା ପାଇଁ ଡିସେମ୍ବରରେ ତାଙ୍କୁ ଦୁଇଥର ଅଦାଲତକୁ ଡକାଯାଇଥିଲା । ମହମ୍ମଦୀ କହିଛନ୍ତି ଯେ ସେ ଅଦାଲତରେ ହାଜର ହେବାକୁ ମନା କରୁଛନ୍ତି ଏବଂ କୌଣସି ରାୟକୁ ଅମାନ୍ୟ କରିବେ। ଏହି ଭିଡିଓରେ ସେ ଜେଲରେ ନିଜେ ଏବଂ ଅନ୍ୟ ମହିଳାମାନଙ୍କ ସହ ହୋଇଥିବା ଯୌନ ନିର୍ଯାତନା ଏବଂ ଅସଦାଚରଣ ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଡିସେମ୍ବର ୨୪ରେ ସେ ଏ ସଂକ୍ରାନ୍ତରେ କରିଥିବା ଅଭିଯୋଗ ଉପରେ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ନଭେମ୍ବର ୨୦୧୯ରେ ସୁରକ୍ଷା କର୍ମୀଙ୍କଦ୍ୱାରା ବିକ୍ଷୋଭକାରୀଙ୍କୁ ହତ୍ୟା ଓ ଗିରଫ କରାଯିବା ପ୍ରତିବାଦରେ ଏଭିନ୍ ଜେଲରେ ମହିଳା ରାଜନୈତିକ କଏଦୀମାନେ ଧାରଣା ଦେଇଥିଲେ। ମାର୍ଚ୍ଚ ୨୦୨୧ରେ ମହମ୍ମଦୀ ଇରାନରେ ମୃତ୍ୟୁଦଣ୍ଡ ଉପରେ ଇରାନ ମାନବାଧିକାର ବାର୍ଷିକ ରିପୋର୍ଟର ପ୍ରାରମ୍ଭିକ ଲେଖା ଲେଖିଥିଲେ । ସେ ଲେଖିଛନ୍ତି, ଗତ ବର୍ଷରେ ନାଭିଦ ଆଫକାରୀ ଏବଂ ରୁହୁଲ୍ଲା ଜାମଙ୍କ ଭଳି ଲୋକଙ୍କୁ ଫାଶୀ ଦେବା ଇରାନରେ ସବୁଠାରୁ ଅସ୍ପଷ୍ଟ ଫାଶୀ। ଅହମ୍ମଦରେଜା ଦଜାଲାଲିଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିବା ସବୁଠାରୁ ଭୁଲ ବାକ୍ୟ ଏବଂ ଏହି ମୃତ୍ୟୁଦଣ୍ଡ ଜାରି କରିବାର କାରଣକୁ ସତର୍କତାର ସହ ଯାଞ୍ଚ କରିବା ଆବଶ୍ୟକ । ଏହି ଲୋକମାନଙ୍କୁ ଏକାକୀ ବନ୍ଦୀ କରି ରଖିବା ଏବଂ ଭୟଙ୍କର ମାନସିକ ଏବଂ ମାନସିକ ନିର୍ଯାତନାର ଶିକାର ହେବା ପରେ ମୃତ୍ୟୁଦଣ୍ଡ ଦିଆଯାଇଛି, ସେଥିପାଇଁ ମୁଁ ନ୍ୟାୟିକ ପ୍ରକ୍ରିୟାକୁ ନିରପେକ୍ଷ କିମ୍ବା ନ୍ୟାୟପୂର୍ଣ୍ଣ ବୋଲି ବିବେଚନା କରେ ନାହିଁ; ମୁଁ ଦେଖୁଛି ଯେ ଅଭିଯୁକ୍ତମାନଙ୍କୁ ଏକାନ୍ତ ବନ୍ଦୀ ଅବସ୍ଥାରେ ରଖିବା, ସେମାନଙ୍କୁ ଅସତ୍ୟ ଏବଂ ମିଥ୍ୟା ସ୍ୱୀକାର କରିବାକୁ ବାଧ୍ୟ କରୁଛି ଯାହା ଏହି ଦଣ୍ଡାଦେଶ ଜାରି କରିବାରେ ମୁଖ୍ୟ ପ୍ରମାଣ ଭାବରେ ବ୍ୟବହୃତ ହୁଏ | ସେଥିପାଇଁ ମୁଁ ନିକଟରେ ସିସ୍ତାନ ଏବଂ ବେଲୁଚିସ୍ତାନ ଏବଂ କୁର୍ଦିସ୍ତାନରେ ହୋଇଥିବା ଗିରଫଦାରୀକୁ ନେଇ ବିଶେଷ ଭାବରେ ଚିନ୍ତିତ ଏବଂ ମୁଁ ଆଶା କରୁଛି ଯେ ମୃତ୍ୟୁଦଣ୍ଡ ବିରୋଧୀ ସଂଗଠନଗୁଡ଼ିକ ବନ୍ଦୀମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବେ କାରଣ ମୁଁ ଭୟ କରୁଛି ଯେ ଆଗାମୀ ବର୍ଷରେ ଆମକୁ ଆଉ ଏକ ଫାଶୀର ସମ୍ମୁଖୀନ ହେବାକୁ ପଡ଼ିବ। ମେ ମାସରେ ତେହେରାନର କ୍ରିମିନାଲ କୋର୍ଟର ବ୍ରାଞ୍ଚ ୧୧୮୮ ମହମ୍ମଦୀଙ୍କୁ "ବ୍ୟବସ୍ଥା ବିରୋଧରେ ଅପପ୍ରଚାର" ସମେତ ଅନ୍ୟ ାନ୍ୟ ଅଭିଯୋଗରେ ଅଢ଼େଇ ବର୍ଷ ଜେଲ ଦଣ୍ଡାଦେଶ, ୮୦ଟି ଲାଡ଼ ଏବଂ ଦୁଇଟି ପୃଥକ ଜରିମାନା ଦଣ୍ଡାଦେଶ ଦେଇଥିଲା । ୪ ମାସ ପରେ ତାଙ୍କୁ ଏହି ଦଣ୍ଡ ଭୋଗିବା ପାଇଁ ସମନ ମିଳିଥିଲା, କିନ୍ତୁ ଦୋଷୀ ସାବ୍ୟସ୍ତ ହେବାରୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ନଭେମ୍ବର ୧୬, ୨୦୧୯ରେ ଦେଶବ୍ୟାପୀ ବିକ୍ଷୋଭ ସମୟରେ ଇରାନ ସୁରକ୍ଷା ବାହିନୀଦ୍ୱାରା ନିହତ ହୋଇଥିବା ଇବ୍ରାହିମ କେତବଦାରଙ୍କ ସ୍ମାରକୀରେ ଯୋଗ ଦେବା ସମୟରେ ମହମ୍ମଦୀଙ୍କୁ ଆଲବୋର୍ଜ ପ୍ରଦେଶର କରଜରେ ମନଇଚ୍ଛା ଗିରଫ କରାଯାଇଥିଲା। ଡିସେମ୍ବର ୨୦୨୨ରେ, ମହସା ଅମିନୀଙ୍କ ହେପାଜତରେ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ବିକ୍ଷୋଭ ସମୟରେ, ନର୍ଗେସ ମହମ୍ମଦୀ ବିବିସିଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ବନ୍ଦୀ ମହିଳାଙ୍କ ଯୌନ ଏବଂ ଶାରୀରିକ ନିର୍ଯାତନା ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଜାନୁଆରୀ ୨୦୨୩ରେ, ସେ ଜେଲରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଦେଇଥିଲେ ଯେଉଁଥିରେ ଏଭିନ୍ ଜେଲରେ ଥିବା ମହିଳାମାନଙ୍କ ଅବସ୍ଥା ବିଷୟରେ ବିବରଣୀ ଦିଆଯାଇଥିଲା, ଯେଉଁଥିରେ ୫୮ ଜଣ କଏଦୀଙ୍କ ତାଲିକା ଏବଂ ସେମାନେ କ'ଣ ପଚରାଉଚରା ପ୍ରକ୍ରିୟା ଏବଂ ନିର୍ଯାତନା ଦେଇ ଗତି କରିଛନ୍ତି। ଏମାନଙ୍କ ମଧ୍ୟରୁ ୫୭ ଜଣ ମହିଳା ସମୁଦାୟ ୮୩୫୦ ଦିନ ଏକାନ୍ତବାସରେ ବିତାଇଛନ୍ତି। ଏମାନଙ୍କ ମଧ୍ୟରୁ ୫୬ ଜଣ ମହିଳାଙ୍କୁ ମୋଟ ୩୩୦୦ ମାସ ଜେଲ୍ ଦଣ୍ଡାଦେଶ ହୋଇଛି। ସମ୍ମାନ ଓ ପୁରସ୍କାର[ସମ୍ପାଦନା] ମହମ୍ମଦୀଙ୍କୁ ବିଭିନ୍ନ ପୁରସ୍କାର ମିଳିଛି: ୨୦୦୯ ଆଲେକଜାଣ୍ଡର ଲାଙ୍ଗର ପୁରସ୍କାର, ଶାନ୍ତି କର୍ମୀ ଆଲେକଜାଣ୍ଡର ଲାଙ୍ଗରଙ୍କ ନାମରେ ନାମିତ । ଏହି ପୁରସ୍କାରରେ ୧୦,୦୦୦ ୟୁରୋର ସମ୍ମାନ ରଖାଯାଇଥିଲା । ୨୦୧୧ ପର ଆଙ୍ଗର ପୁରସ୍କାର, ମାନବାଧିକାର ପାଇଁ ସ୍ୱିଡେନ ସରକାରଙ୍କ ଅନ୍ତର୍ଜାତୀୟ ପୁରସ୍କାର ୨୦୧୬ ୱିମାର ମାନବାଧିକାର ପୁରସ୍କାର ୨୦୧୮ ଆମେରିକୀୟ ଫିଜିକାଲ ସୋସାଇଟି ପକ୍ଷରୁ ଆନ୍ଦ୍ରେଇ ସଖାରୋଭ ପୁରସ୍କାର ୨୦୨୨ ବିବିସିର ୧୦୦ ପ୍ରେରଣାଦାୟୀ ଏବଂ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଜଣେ ଭାବରେ ସ୍ୱୀକୃତି ୨୦୨୩ - ମାର୍ଟା ଚୁମାଲୋ ଏବଂ ଏରେନ୍ କେସ୍କିନ୍ଙ୍କ ସହ ମିଳିତ ଭାବେ ସ୍ୱିଡେନ୍ ଓଲୋଫ୍ ପାଲମେ ଫାଉଣ୍ଡେସନ୍ ପକ୍ଷରୁ ଓଲୋଫ୍ ପାଲମେ ପୁରସ୍କାର ୨୦୨୩ ୟୁନେସ୍କୋ/ଗୁଇଲେର୍ମୋ କାନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ପୁରସ୍କାର, ଏଲାହ ମହମ୍ମଦୀ ଏବଂ ନିଲୁଫର ହାମେଦିଙ୍କ ସହ ଅଂଶୀଦାର। ୨୦୨୩ "ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼େଇ ଏବଂ ସମସ୍ତଙ୍କ ପାଇଁ ମାନବିକ ଅଧିକାର ଏବଂ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ଲଢ଼େଇ" ପାଇଁ ନୋବେଲ ଶାନ୍ତି ପୁରସ୍କାର ୨୦୧୦ମସିହାରେ ନୋବେଲ ଶାନ୍ତି ବିଜେତା ଶିରିନ୍ ଏବାଦି ଫେଲିକ୍ସ ଏର୍ମାକୋରା ମାନବାଧିକାର ପୁରସ୍କାର ପାଇବା ପରେ ସେ ଏହାକୁ ମହମ୍ମଦୀଙ୍କୁ ଉତ୍ସର୍ଗ କରିଥିଲେ। ଏହି ସାହସୀ ମହିଳା ମୋଠାରୁ ଅଧିକ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ଏବାଦି କହିଛନ୍ତି। ଲେଖା ହ୍ୱାଇଟ ଟରଚର:ଇନସାଇଡ଼ ଇରାନସ ପ୍ରିଜନ ଫର ୱୋମେନ। ୱାନୱାର୍ଲ୍ଡ ପବ୍ଲିକେଶନ ୨୦୨୨ । ୱାନ୍ ୱାର୍ଲ୍ଡ ପବ୍ଲିକେସନ୍, ୨୦୨୨। 9780861545506 ଆଧାର
ମାନସ ରଞ୍ଜନ ସାମଲ (ଜନ୍ମ: ୧୦ ମାର୍ଚ୍ଚ ୧୯୫୬) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ତାଙ୍କ ଗଳ୍ପ ସଂକଳନ ଗପ କଳିକା ନିମନ୍ତେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ସେ ଝୁମୁକା ନାମକ ଏକ ଶିଶୁ ପତ୍ରିକା ୪୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସମ୍ପାଦନା କରୁଛନ୍ତି । ସାହିତ୍ୟ ସର୍ଜନା ନିମନ୍ତେ ତାଙ୍କୁ ୪୦ରୁ ଅଧିକ ପୁରସ୍କାର ମିଳିସାରିଛି । ରଚନାବଳୀ କବିତା ଝୁନମୁନ ଚକାଚକା ଭଉଁରୀ ସରସ ଗୀତ ମହତ ସହିବା ଜନ ମନଛୁଆଁ ଗୀତ ଗଳ୍ପ ଝୁମୁରୁ ଝାଇଁ କୁନିର କାହାଣୀମାଳା କଥାଟିଏ ନା ନଥାଟିଏ ମାଆ ପରି ଆଉ କିଏ ଅନାବନା ଗପ ବଢ଼େଇର ପୋଲ ଗପ କଳିକା ଇଂରାଜୀ ଭାଷାରେ ଗପ ଫାଇବ୍ ଫେବୁଲସ ଟେଲ ଫର ଟିନ ସମ୍ମାନ ଓ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର - ୨୦୨୪ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ ଭାରତ ସରକାରଙ୍କ ଜାତୀୟ ପୁରସ୍କାର ପ୍ରଜାତନ୍ତ୍ର ବିଷୁବ ମିଳନ ପୁରସ୍କାର ମୀନାବଜାର ଶିଶୁ ସାହିତ୍ୟ ପୁରସ୍କାର ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର, ୨୦୧୮ ମୀନାବଜାର ଗପ ପୁରସ୍କାର କାଦମ୍ବିନୀ ଶିଶୁ ସାହିତ୍ୟ ପୁରସ୍କାର ଆଧାର
୧୨୪୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
ବିଜୟିନୀ ଶତପଥୀ, ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଅଟନ୍ତି । ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ୨୦୦୬ ମସିହାରେ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ତରଫରୁ ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ମାହାରୀ ସମ୍ମାନ ମଧ୍ୟ ଲାଭ କରିଛନ୍ତି । ବିଜୟିନୀ, ଭୁବନେଶ୍ୱରର ଓଡ଼ିଶା ନୃତ୍ୟ ଏକାଡ଼େମୀରେ ନୃତ୍ୟ ଶିକ୍ଷା ଲାଭ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାରେ ସ୍ନାତକ ଶିକ୍ଷା ହାସଲ କରିବା ପରେ, ସେ ବେଙ୍ଗାଳୁରୁର ନୃତ୍ୟଗ୍ରାମ ଅନୁଷ୍ଠାନରେ ରହି ଅଧିକ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେଠାରେ ସେ କ୍ରମେ ମୁଖ୍ୟ ଓଡ଼ିଶୀ ନର୍ତ୍ତକୀ ଭୂମିକା ଗ୍ରହଣ କରିଥିଲେ । ସେଠାରେ ସୁରୂପା ସେନଙ୍କ ସହ ତାଙ୍କର ଯୁଗଳବନ୍ଦୀ ଏକ ସଫଳ ନୃତ୍ୟ ନିର୍ଦ୍ଦେଶିକା ଓ ନର୍ତ୍ତକୀର ଯୋଡ଼ି ଭାବରେ ପ୍ରମାଣିତ ହୋଇଥିଲା ଓ ସେମାନେ ୨୫ ବର୍ଷ ଧରି ଏକାଠି ନୃତ୍ୟ ପରିବେଷଣ କରିଥିଲେ । ଉଭୟ ବିଜୟିନୀ ଓ ସୁରୂପା ନୃତ୍ୟଗ୍ରାମ ଅନୁଷ୍ଠାନର ନିର୍ଦ୍ଦେଶକ ପଦବୀ ମଣ୍ଡନ କରିବା ସହିତ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଥିଲେ । ପରେ ବିଜୟିନୀ ନୃତ୍ୟଗ୍ରାମ ଅନୁଷ୍ଠାନରୁ ଅଲଗା ହୋଇ, ନିଜର ଏକକ ନୃତ୍ୟ ପରିବେଷଣ କରିବାକୁ ଆରମ୍ଭ କରିଥିଲେ । ବିଜୟିନୀ, ଫଟୋଗ୍ରାଫର ମହେଶ ଭଟ୍ଟଙ୍କୁ ବିବାହ କରିଛନ୍ତି । ସମ୍ମାନ ଓ ପୁରସ୍କାର ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର - ୨୦୦୬ (କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀଦ୍ୱାରା ପ୍ରଦତ୍ତ) ମାହାରୀ ସମ୍ମାନ ଆଧାର
ରକ୍ତ ହେଉଛି ଏକ ପ୍ରକାର ସଂଯୋଜକ ତନ୍ତୁ । ଏହାର ଅନ୍ତର୍ଗତ ଜୀବକୋଷଗୁଡ଼ିକୁ ରକ୍ତ କୋଷ ବା ରକ୍ତକଣିକା କୁହାଯାଏ। ଏହି କଣିକାଗୁଡ଼ିକ ରକ୍ତରେ ଏକ ତରଳ ପଦାର୍ଥରେ ଭାସୁଥାନ୍ତି, ସେହି ତରଳ ପଦାର୍ଥକୁ ପ୍ରଲସି କୁହାଯାଏ । ତେଣୁ ସାଧାରଣ ଭାବରେ ବୁଝିବାକୁ ଗଲେ ରକ୍ତ ହେଉଛି ମୁଖ୍ୟତଃ ପ୍ରଲସି ଓ ରକ୍ତ କଣିକାର ସମଷ୍ଟି । ରକ୍ତ ଏକ ଅଠାଳିଆ ତରଳ ପଦାର୍ଥ ଯାହାର ସ୍ୱାଦ ଲୁଣିଆ ଓ ଗନ୍ଧ ଆଇଁଷିଣିଆ । ଏହାର ରଙ୍ଗ ଲାଲ ହୋଇଥିଲେ ମଧ୍ୟ କେତେକ ପରିସ୍ଥିତିରେ ଏହାର ରଙ୍ଗରେ ପାର୍ଥକ୍ୟ ଦେଖାଯାଇଥାଏ । ଅଣୁବୀକ୍ଷଣ ସାହାଯ୍ୟରେ ରକ୍ତକୁ ପରୀକ୍ଷା କଲେ ସେଥିରେ ଥିବା କଣିକାଗୁଡ଼ିକ ଦେଖାଯାନ୍ତି। ରକ୍ତର ଉପାଦାନ ରକ୍ତ ମୁଖ୍ୟତଃ ୨ଟି ଉପାଦାନକୁ ନେଇ ଗଠିତ।(କ) ପ୍ରଲସି (ଖ) ରକ୍ତକଣିକା। (କ) ପ୍ରଲସି : ରକ୍ତର ତରଳ ଅଂଶକୁ ପ୍ରଲସି କୁହାଯାଏ । ଏହାର ରଙ୍ଗ ହଳଦିଆ । ଏହାର ଶତକଡ଼ା ପ୍ରାୟ ୯୦ ଭାଗ ହେଉଛି ଜଳ । ଅନ୍ୟ ଉପାଦାନଗୁଡ଼ିକ ଏଥିରେ ଦ୍ରବୀଭୂତ ଅବସ୍ଥାରେ ଥାନ୍ତି । ସେହି ଉପାଦାନଗୁଡ଼ିକ ହେଉଛି ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ ପରି ବାଷ୍ପ, ଆଲବୁମିନ୍, ଗ୍ଲୋବୁଲିନ୍, ପ୍ରୋଥ୍ରୋମ୍ବିନ୍, ଫିବ୍ରିନୋଜେନ୍ ପ୍ରଭୃତି ପୁଷ୍ଟିସାର, ଶର୍କରା , ପୋଟାସିୟମ୍, ସୋଡିୟମ୍, କ୍ୟାଲସିୟମ୍ ଧାତୁର କ୍ଲୋରାଇଡ୍, ଫସଫେଟ୍, ସଲଫେଟ୍ ପ୍ରଭୃତି ବିଭିନ୍ନ ପ୍ରକାର ଧାତବ ଲବଣ, ରୋଗ ପ୍ରତିରୋଧକାରୀ ଉପାଦାନ, ଖାଦ୍ୟପ୍ରାଣ, ଏଞ୍ଜାଇମ୍, ଅନାଳ ଗ୍ରନ୍ଥିମାନଙ୍କରୁ କ୍ଷରିତ ହର୍ମୋନ୍, ୟୁରିଆ ପ୍ରଭୃତି ବସ୍ତୁ । (ଖ) ରକ୍ତ କଣିକା : ରକ୍ତକଣିକା ୩ ପ୍ରକାରର ଯଥା:- ଲୋହିତ ରକ୍ତ କଣିକା ଶ୍ୱେତ ରକ୍ତ କଣିକା ଅଣୁଚକ୍ରିକା ଲୋହିତ ରକ୍ତ କଣିକା ରକ୍ତରେ ଅନ୍ୟ କଣିକାମାନଙ୍କ ତୁଳନାରେ ଲୋହିତ ରକ୍ତ କଣିକାର ସଂଖ୍ୟା ସର୍ବାଧିକ । ସାଧାରଣତଃ ପ୍ରତ୍ୟେକ ଘନ ମିଲିମିଟର ରକ୍ତରେ ପ୍ରାୟ ୪.୫ରୁ ୫ ନିୟୁତ ଲୋହିତ ରକ୍ତ କଣିକା ଥାଏ (ଗୋଟିଏ ରକ୍ତ ବିନ୍ଦୁର ଆୟତନ ହେଉଛି ପ୍ରାୟ ୫୦ ଘନ ମି.ମି.) । ଏହାର ଆକାର ଗୋଲାକାର କିନ୍ତୁ ଏହାର ଦୁଇପାର୍ଶ୍ୱ ଚେପଟା ହୋଇଥିବାରୁ ଏହା ଗୋଟିଏ ଗୋଲାକାର ଚକତି ପରି ଦେଖାଯାଏ । ଲୋହିତ ରକ୍ତ କଣିକାରେ ହିମୋଗ୍ଲୋବିନ ନାମକ ସଂଯୁକ୍ତ ପୁଷ୍ଟିସାର ଥାଏ । ଏହି ହିମୋଗ୍ଲୋବିନ ହିମାଟିନ ନାମକ ଲୌହ ଲବଣ ମିଶ୍ରିତ ହିମ୍ ଓ ଗ୍ଲୋବିନ ନାମକ ପୁଷ୍ଟିସାରର ମିଶ୍ରଣରେ ଗଠିତ। ହିମାଗ୍ଲୋବିନର ପ୍ରକୃତ ରଙ୍ଗ ଈଷତ ବାଇଗଣୀ ମିଶ୍ରିତ ଲାଲ। କିନ୍ତୁ ଯେତେବେଳେ ଏହା ସହିତ ଅମ୍ଳଜାନ ସଂଯୁକ୍ତ ହୁଏ ସେତେବେଳେ ତାହା ଗାଢ଼ ଲାଲ ରଙ୍ଗ ଦେଖାଯାଏ। ତେଣୁ ଧମନୀରେ ପ୍ରବାହିତ ରକ୍ତରେ ବେଶୀ ପରିମାଣରେ ହିମୋଗ୍ଲୋବିନ ଥିବାରୁ ଏହି ରକ୍ତ ଗାଢ଼ଲାଲ ରଙ୍ଗ ଦେଖାଯାଏ ଏବଂ ଶିରାରେ ପ୍ରବାହିତ ରକ୍ତର ରଙ୍ଗ ବାଇଗଣୀ ହୋଇଥାଏ । ପ୍ରତ୍ୟେକ ଲୋହିତ ରକ୍ତ କଣିକା ଶତକଡ଼ା ପ୍ରାୟ ୭୦ ଭାଗ ଜଳ ଓ ୩୦ ଭାଗ ଅନ୍ୟ ପଦାର୍ଥକୁ ନେଇ ଗଠିତ। ଉତ୍ପତ୍ତି ଲାଲ ଅସ୍ଥିମଜ୍ଜା ହେଉଛି ଲୋହିତ ରକ୍ତ କଣିକାର ପ୍ରଧାନ ଉତ୍ପତ୍ତିସ୍ଥଳ । ଶିଶୁମାନଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ଧାରଣ କରୁଥିବା ସମସ୍ତ ଅସ୍ଥିରେ ଏହା ଉତ୍ପାଦିତ ହୋଇଥାଏ । କିନ୍ତୁ ବୟସ୍କମାନଙ୍କ କ୍ଷେତ୍ରରେ ଯେଉଁ ସ୍ଥାନରେ ଅସ୍ଥିମଜ୍ଜା ଥାଏ ଯେପରି ଛାତିପଟା, ପଞ୍ଜରାସ୍ଥି, କରୋଟି ହାଡ଼ ଏବଂ ଭୁଜାସ୍ଥି ଓ ଊର୍ବସ୍ଥିର ଅଗ୍ରଭାଗ ଏହିସବୁ ସ୍ଥାନମାନଙ୍କରେ କେବଳ ଲୋହିତ ରକ୍ତକଣିକା ଉତ୍ପନ୍ନ ହୋଇଥାଏ । ଏହା ବ୍ୟତୀତ ପ୍ଳୀହା ଓ ଯକୃତ ରେ ମଧ୍ୟ ଏହା ଉତ୍ପନ୍ନ ହୁଏ । ଉତ୍ପନ୍ନ ହେବାର ପ୍ରଥମ ଅବସ୍ଥାରେ ଏଥିରେ ନ୍ୟଷ୍ଟିଥାଏ । କ୍ରମେଏଥିରେ ହିମୋଗ୍ଲୋବିନ ତିଆରି ହୁଏ । ଶେଷରେ ନ୍ୟଷ୍ଟି ଅଦୃଶ୍ୟ ହେବା ସଙ୍ଗେ ସଙ୍ଗେ ଏହା ରକ୍ତ ସ୍ରୋତ ମଧ୍ୟକୁ ପ୍ରବେଶ କରେ । ଏଥିରେ ମାଇଟୋକଣ୍ଡ୍ରିଆ ମଧ୍ୟ ନଥାଏ । ଲୋହିତ ରକ୍ତ କଣିକାର ଗଠନ ପାଇଁ କେତେକ ଉପାଦାନ ଆବଶ୍ୟକ ହୋଇଥାଏ । ସେଗୁଡ଼ିକ ହେଉଛି ଲୌହ, ପୁଷ୍ଟିସାର, ଖାଦ୍ୟପ୍ରାଣ "ଖ", "ଗ" ଏବଂ ଅଳ୍ପ ପରିମାଣର କୋବାଲଟ୍ ଓ ତାମ୍ର ଲବଣ । ଏହି ଉପାଦାନମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଉପାଦାନର ଅଭାବ ହେଲେ ଲୋହିତ ରକ୍ତ କଣିକାର ପୂର୍ଣ୍ଣଗଠନ ହୋଇପାରେ ନାହିଁ ଯାହା ଫ ଳରେ ରକ୍ତହୀନତା ରୋଗ ଦେଖା ଦେଇଥାଏ । ପରମାୟୁ ଲୋହିତ ରକ୍ତ କଣିକାର ଜୀବନକାଳ ୧୦୦ରୁ ୧୨୦ ଦିନ ବା ପ୍ରାୟ ୩ରୁ ୪ ମାସ। ପ୍ରତ୍ୟେକ ଦିନ ଶରୀରରେ ନୂତନ କଣିକା ତିଆରି ହୁଏ ଓ କିଛି ପୁରାତନ କଣିକାର ଅବକ୍ଷୟ ହୁଏ । ଅକର୍ମଣ୍ୟ ଲୋହିତ କଣିକାଗୁଡ଼ିକ ମୁଖ୍ୟତଃ ପ୍ଳୀହାରେ ନଷ୍ଟ ହୁଅନ୍ତି। ତେଣୁ ପ୍ଳୀହାକୁ ଲୋହିତରକ୍ତ କଣିକାର "କବରସ୍ଥାନ" କୁହାଯାଏ । ଲୋହିତରକ୍ତ କଣିକାଗୁଡ଼ିକ ନଷ୍ଟ ହେବାପରେ ସେଥିରେ ଥିବା ଲୌହଲବଣ ରକ୍ତକୁ ଯାଇ ପୁନର୍ବାର ହିମୋଗ୍ଲୋବିନ ତିଆରି ପ୍ରକ୍ରିୟାରେ ଅଂଶଗ୍ରହଣ କରେ କିନ୍ତୁ ହିମ ଯକୃତକୁ ଯାଇ ସେଠାରେ ପିତ୍ତ ବର୍ଣ୍ଣକଣା ତିଆରିରେ ଅଂଶଗ୍ରହଣ କରେ । କାର୍ଯ୍ୟ ଲୋହିତ ରକ୍ତ କଣିକା ଫୁସଫୁସଠାରେ ବାୟୁମଣ୍ଡଳରୁ ଅମ୍ଳଜାନ ସଂଗ୍ରହ କରି ତନ୍ତୁମାନଙ୍କୁ ଯୋଗାଇ ଥାଏ ଓ ତନ୍ତୁମାନଙ୍କରୁ ଅଙ୍ଗାରକାମ୍ଳ କାର୍ବୋନିକ ଅମ୍ଳ ଭାବେ ବହନ କରି ଫୁସଫୁସରେ ପହଞ୍ଚାଇ ଥାଏ। ଲୋହିତ ରକ୍ତ କଣିକା ନଷ୍ଟ ହେବାପରେ ହିମୋଗ୍ଲୋବିନର ହିମ ଅଂଶ ପିତ୍ତ ବର୍ଣ୍ଣକଣା ଗଠନ କରିବାରେ ଅଂଶଗ୍ରହଣ କରେ। ଶ୍ୱେତ ରକ୍ତ କଣିକା ଶ୍ୱେତ ରକ୍ତ କଣିକାକୁ ଲିଉକୋସାଇଟ କୁହାଯାଏ । ଏଗୁଡ଼ିକ ଆୟତନରେ ଲୋହିତ ରକ୍ତ କଣିକା ଅପେକ୍ଷା ବଡ଼। ଏମାନଙ୍କର ନ୍ୟଷ୍ଟି ଥାଏ। ରକ୍ତରେ ଏମାନଙ୍କର ସଂଖ୍ୟାସବୁ କଣିକାମାନଙ୍କଠାରୁ କମ । ପ୍ରତି ଘନ ମିଲିମିଟର ରକ୍ତରେ ମାତ୍ର ୭୦୦୦ରୁ ୧୦,୦୦୦ ଶ୍ୱେତ ରକ୍ତ କଣିକାଥାଏ । ଶ୍ୱେତ ରକ୍ତ କଣିକାକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଛି;- କଣିକାଯୁକ୍ତ ବା ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ୱେତ ରକ୍ତ କଣିକା କଣିକାବିହୀନ ଏକ ନ୍ୟଷ୍ଟିବିଶିଷ୍ଟ ଶ୍ୱେତ ରକ୍ତ କଣିକା ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ୱେତ ରକ୍ତ କୋଷ ସମସ୍ତ ଶ୍ୱେତ ରକ୍ତ କଣିକାର ଶତକଡ଼ା ପ୍ରାୟ ୭୨ ଭାଗ ଏହି ଶ୍ରେଣୀର । ଏମାନଙ୍କର ନ୍ୟଷ୍ଟି ଖଣ୍ଡବିଖଣ୍ଡିତ ଓ ବହୁରୂପୀ । ଏମାନଙ୍କର ପ୍ରରସ ରେ କଣିକା ଦେଖାଯାଏ। ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ୱେତ ରକ୍ତ କଣିକା ମୁଖ୍ୟତଃ ୩ ପ୍ରକାରର;- ଉଦାସୀରଂଜୀ କୋଷ ବା ନିଉଟ୍ରୋଫିଲ୍ ଇଓସିନୋଫିଲ୍ ବେସୋଫିଲ୍ ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ୱେତତରକ୍ତ କଣିକା ଅସ୍ଥିମଜ୍ଜାରେ ଉତ୍ପନ୍ନ ହୋଇ ରକ୍ତସ୍ରୋତ ମଧ୍ୟକୁ ଆସିଥାନ୍ତି । ନିଉଟ୍ରୋଫିଲ୍ ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ରୁ ୭ ପାଳି (କ୍ଷଚ୍ଛଭର) ବିଶିଷ୍ଟ । କୋଷର ଆକାର ସାମାନ୍ୟ ଗୋଲାକାର । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ୱେତ ରକ୍ତ କୋଷର ୬୦ରୁ ୭୦ ଶତକଡ଼ା କୋଷ ହେଉଛି ଏହି ଶ୍ରେଣୀର । ଏହି କୋଷଗୁଡ଼ିକର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ପ୍ରବେଶ କରୁଥିବା କ୍ଷତିକାରକ ଅଣୁଜୀବ ଆଦିକୁ ଭକ୍ଷଣ କରି ସୁରକ୍ଷା ପ୍ରଦାନ କରିବା । ଇଓସିନୋଫିଲ୍ ଏହିକୋଷଗୁଡ଼ିକର ନ୍ୟଷ୍ଟି ୨ ପାଳି ବିଶିଷ୍ଟ । ଏଥିରେ ଥିବା କଣିକାଗୁଡ଼ିକ ଇଓସିନ ନାମକ ରଙ୍ଗଦ୍ୱାରା ଗାଢ଼ ଲାଲ ରଙ୍ଗରେ ରଙ୍ଗିତ ହୋଇପାରନ୍ତି । ଏହି କୋଷମାନଙ୍କର ପରିମାଣ ହେଉଛି ୧ରୁ ୫ ଶତାଂଶ । ବେସୋଫିଲ୍ ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ରୁ ୩ ପାଳି ବିଶିଷ୍ଟ । କୋଷଗୁଡ଼ିକରେ ଅଳ୍ପ ସଂଖ୍ୟକ କଣିକା ଦେଖାଯାଏ। ସମସ୍ତ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ୱେତରକ୍ତ କୋଷର ୦.୫ରୁ ୧ ଶତାଂଶ ହେଉଛି ଏହି ଶ୍ରେଣୀର । କଣିକାବିହୀନ ବା ଏକ ନ୍ୟଷ୍ଟିବିଶିଷ୍ଟ ଶ୍ୱେତ ରକ୍ତ କୋଷ ସମସ୍ତ ଶ୍ୱେତ ରକ୍ତ କୋଷର ପ୍ରାୟ ୨୮ ଶତାଂଶ ହେଉଛି ଏକ ନ୍ୟଷ୍ଟିବିଶିଷ୍ଟ କୋଷ । ଏହି କୋଷଗୁଡ଼ିକର ନ୍ୟଷ୍ଟି ଗୋଲାକାର ଓ ବଡ଼ ।ଏହା ୨ ପ୍ରକାରର :- ମନୋସାଇଟ୍ (ଲଚ୍ଛଚ୍ଚଚ୍ଛମସ୍ଥନ୍ଦର) ଲିଂଫୋସାଇଟ୍ ( କ୍ଷସ୍ଥଲଟ୍ଟଶଚ୍ଛମସ୍ଥନ୍ଦର);ଲିଂଫୋସାଇଟ ମଧ୍ୟ ୨ ପ୍ରକାରର :- ବି ଲିଂଫୋସାଇଟ୍ ଟି ଲିଂଫୋସାଇଟ୍ ଶରୀରରେ ଶ୍ୱେତ ରକ୍ତକଣିକାର କାର୍ଯ୍ୟ ଶ୍ୱେତ ରକ୍ତ କଣିକା ଆମ ଶରୀରର ପ୍ରତିରକ୍ଷା ବାହିନୀ। ଏମାନଙ୍କର ପ୍ରଧାନ କାର୍ଯ୍ୟ ହେଉଛି ଜୀବାଣୁମାନଙ୍କ ଆକ୍ରମଣରୁ ଶରୀରକୁ ରକ୍ଷା କରିବା । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ୱେତ ରକ୍ତକଣିକା ଜୀବାଣୁ ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମ କରେ ଏବଂ ଅନ୍ୟଟି ଜୀବାଣୁନାଶକ ଉପାଦାନ ଯୋଗାଏ । ଶରୀରରେ ଜୀବାଣୁ ପ୍ରବେଶ କଲେ ଶ୍ୱେତ ରକ୍ତ କଣିକାଗୁଡ଼ିକ ରକ୍ତ କୈଶିକ ମଧ୍ୟରୁ ବାହାରି ଆସି ଜୀବାଣୁ ଥିବା ସ୍ଥାନରେ ଜମିଯାଏ । ସେଥିମଧ୍ୟରୁ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ୱେତ ରକ୍ତ କଣିକା ଜୀବାଣୁ ଚାରିପାଖରେ ଘେରିଯାଏ ଓ ଜୀବାଣୁକୁ କବଳିତ କରି ନିଜ ଭିତରେ ପୁରାଇ ନଷ୍ଟ କରିଦିଏ । ଜୀବାଣୁ ନଷ୍ଟ ହେବାପରେ ଜୀବାଣୁମାନଙ୍କଦ୍ୱାରା ହତ ବା କ୍ଷତ ହୋଇଥିବା ତନ୍ତୁଗୁଡ଼ିକର "ସଂସ୍କାର" ମଧ୍ୟ ଏହି କୋଷମାନଙ୍କଦ୍ୱାରା ହୋଇଥାଏ । କଣିକାବିହୀନ କୋଷମାନଙ୍କରୁ ଉତ୍ପନ୍ନ ବିଭିନ୍ନ ପ୍ରକାର ଜୀବାଣୁ ନାଶକାରୀ ଉପାଦାନ ଜୀବାଣୁମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କୁ ପଙ୍ଗୁ କରିଦିଏ । ତେଣୁ ଜୀବାଣୁଗୁଡ଼ିକ ନଷ୍ଟ ହେବାରେ ଏହା ବହୁତ ସାହାଯ୍ୟ କରେ । ଅଣୁଚକ୍ରିକା ଏହି କୋଷଗୁଡ଼ିକ ଲୋହିତ ରକ୍ତ କଣିକା ଅପେକ୍ଷା ଆତୟନରେ ଛୋଟ । ଏକ ଘନ ମିଲିମିଟର ରକ୍ତରେ ପ୍ରାୟ ୨୫,୦୦,୦୦ରୁ ୪୦,୦୦,୦୦ ଅଣୁଚକ୍ରିକା ଥାଏ । ଏହି କୋଷଗୁଡ଼ିକ ରକ୍ତ ଜମାଟ ବାନ୍ଧିବା କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି। ଏଗୁଡ଼ିକୁ କୁହାଯାଏ । ଏଗୁଡ଼ିକର ଜୀବନକାଳ ପ୍ରାୟ ୫-୬ ଦିନ । ଆଧାର ଅଧିକ ତଥ୍ୟ . : 2261 .
ଗ୍ରେଗୋରୀ ପାଞ୍ଜି ଅନୁସାରେ ୬ ଜୁଲାଇ ବର୍ଷର ୧୮୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୮୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୭୮ ଦିନ ବାକି ଅଛି । ଘଟଣାବଳୀ ଜନ୍ମ ମୃତ୍ୟୁ ୧୯୯୨: ଗତିକୃଷ୍ଣ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସପ୍ତମ ମୁଖ୍ୟ ବିଚାରପତି ପର୍ବପର୍ବାଣି ଅଧିକ ତଥ୍ୟ : ଏହି ଦିନ କାନାଡାରେ ଏହି ଦିନ
ଛତିଶଗଡ଼ୀ ବା ଲରିଆ (ଇଂରାଜୀ: ; ଦେବନାଗରୀ: ् ी ़ी) ଭାରତୀୟ ରାଜ୍ୟ ଛତିଶଗଡ଼ର ରାଜଭାଷା । ଏହା ୧୭.୫ ମିଲିଅନ ଲୋକଙ୍କଦ୍ୱାରା କଥିତ । ଏହା ଏକ ପୂର୍ବ ହିନ୍ଦୀ ଭାଷା ଓ ମୁଣ୍ଡା ଏବଂ ଦ୍ରାବିଡ଼ ଭାଷାସମୂହ ସହ ଅନେକାଂଶରେ ଭାଷାଭିତ୍ତିକ ସମାନ । ଛତିଶଗଡ଼ୀ ଆଖପାଖ ପାହାଡ଼ିଆ ଅଞ୍ଚଳରେ "ଖଲତାହି" ଓ ଛତିଶଗଡ଼କୁ ଲାଗିଥିବା ଓଡ଼ିଶାର ଲୋକଙ୍କ ଭିତରେ "ଲରିଆ" ନାମରେ ଜଣା । ଏହି ଭାଷାଭାଷୀ ଲୋକେ ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରନ୍ତି । ଛତିଶଗଡ଼ୀ ଭାଷାକୁ ଭାଷାଗତ ଓ ଚଳଣିଗତ ପରିଚୟ ତଥା ଅଧିକ ଶାସନ ସୁବିଧା ଦେବା ନିମନ୍ତେ ୧୯୨୦ରେ ଚଳଣିଗତ ଓ ରାଜନୀତିକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ୨୦୦୦ ମସିହାରେ ମଧ୍ୟ ପ୍ରଦେଶର ୧୬ଟି ଜିଲ୍ଲାକୁ ନେଇ ଛତିଶଗଡ଼ ରାଜ୍ୟ ଗଠିତ ହେଲା । ଆଧାର
ଅଞ୍ଜନା ଜଣେ ହିନ୍ଦୁ ପୌରାଣିକ ଚରିତ୍ର । ପୁରାଣ ବର୍ଣ୍ଣନା ଅନୁସାରେ ତ୍ରେତୟା ଯୁଗରେ ପୁଞ୍ଜିକସ୍ଥଳା ନାମକ ଅପସରା ଜଣେ ଋଷିଙ୍କ ଅଭିଶାପ କାରଣରୁ ସେ ବାନର କନ୍ୟା ରୂପରେ ଜନ୍ମ ନେଇଥିଲେ । ଶିବରୁଦ୍ରସଂହିତାରେ ଥିବା ବର୍ଣ୍ଣନା ଅନୁଯାୟୀ ସେ ହେଉଛନ୍ତି ମହର୍ଷି ଗୌତମଙ୍କ କନ୍ୟା । ସେ ବାନରରାଜ କେଶରୀଙ୍କୁ ବିବାହ କରିଥିଲେ । ବାୟୁଦେବଙ୍କ କୃପା କାରଣରୁ ସେ ପୁତ୍ର ପ୍ରାପ୍ତ କରିଥିଲେ । ସ୍କନ୍ଧ ପୁରାଣର ବର୍ଣ୍ଣନା ଅନୁଯାୟୀ, ମତଙ୍ଗ ଋଷିଙ୍କ ପରାମର୍ଶକ୍ରମେ ଅଞ୍ଜନା ଏବଂ ବାନରରାଜ କେଶରୀ ଭେଙ୍କଟାଚଳ ପର୍ବତକୁ ଯାଇ ପୁଷ୍କରଣୀ ତୀର୍ଥସ୍ଥଳରେ ସ୍ନାନ କରିଥିଲେ । ସେଠାରେ ଥିବା ବରାହ ଏବଂ ଭେଙ୍କଟେଶଙ୍କୁ ପ୍ରଣାମ କରିଥିଲେ । ଆକାଶଗଙ୍ଗା ତୀର୍ଥକୁ ଯାଇ ଦୁହେଁ ବାୟୁଦେବଙ୍କ ଆରାଧନା କରିଥିଲେ । ଅଞ୍ଜନା ଏକ ହଜାର ବର୍ଷ ତପସ୍ୟା କରିବା ପରେ ବାୟୁଦେବତା ପ୍ରକଟ ହେଲେ ଏବଂ ତାଙ୍କୁ ବର ମାଗିବାକୁ କହିଲେ । ଅଞ୍ଜନା ତାଙ୍କୁ ପୁତ୍ରପ୍ରାପ୍ତି ନିମନ୍ତେ ବର ମାଗିଲେ । ପରେ ବାୟୁଦେବଙ୍କ କୃପାରୁ ରୁଦ୍ରବତାର ହନୁମାନଙ୍କୁ ଜନ୍ମ ଦେଇଥିଲେ । ହନୁମାନ ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଅବତାର ରାମଙ୍କୁ ସହାୟତା କରିବାକୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଦ୍ୱାରାରା ଅସାଧ୍ୟ କାର୍ଯ୍ୟ ସାଧିତ ହୋଇଥିଲା । ଆଧାର
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ଜୁଲାଇ ବର୍ଷର ୨୦୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୦୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୬୧ ଦିନ ବାକି ଅଛି । ଘଟଣାବଳୀ ଜନ୍ମ ମୃତ୍ୟୁ ୧୯୮୦- ଭୈରବ ଚନ୍ଦ୍ର ମହାନ୍ତି, ରାଜନେତା ଓ କ୍ରୀଡ଼ା ସଂଗଠକ (ଜନ୍ମ: ୧୩ ଜୁଲାଇ ୧୯୧୩) ପର୍ବପର୍ବାଣି ବାହାର ଲିଙ୍କ : ଏହି ଦିନ କାନାଡାରେ ଏହି ଦିନ
ନରେନ୍ଦ୍ର ପ୍ରସାଦ ଦାସ (ଜନ୍ମ : ୧୯୪୨) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଲ୍‌ ସାହିତ୍ୟ ପୁରସ୍କାର ପାଇଥିଲେ । ରଚନାବଳୀ ବିଜ୍ଞାନ ଓ ବିଜ୍ଞାନୀ ବଡ଼ ସାନ ନାହିଁ ପରିବେଶରେ ବିଜ୍ଞାନ ଭୋଜି ବିଜ୍ଞାନର ସ୍ବର କୋଳାହଳ ନା ହଳାହଳ ସମ୍ମାନ ଓ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଲ୍‌ ସାହିତ୍ୟ ପୁରସ୍କାର - ୨୦୨୨ (କୋଳାହଳ ନା ହଳାହଳ) କିଶୋର ଫଉଜ ପୁରସ୍କାର (ମାତୃଭୂମୀ ଖବରକାଗଜ ପ୍ରଦତ୍ତ) ସଂସାର ସମ୍ମାନ ଝୁମୁକା ପୁରସ୍କାର ମୀନା‌ବଜାର ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ) ଆଧାର
୯୦୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
୧୮୬୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
ସିଡୋଫୋଭିର, ଭିଷ୍ଟାଇଡ୍ ବେପାର ନାମ, ହେଉଛି ଏକ ଭୂତାଣୁ ବିରୋଧୀ ବା ଆଣ୍ଟିଭାଇରାଲ୍ ଯାହା ଏଚ୍.ଆଇ.ଭି. ସ‌ହିତ ସାଇଟୋମେଗାଲୋଭାଇରସ ରେଟିନାଇଟିସ ଥିଲେ ଚିକିତ୍ସା କରାଯାଏ । ଆସାଇକ୍ଲୋଭିର ଓ ମଙ୍କିପକ୍ସ ପ୍ରତିରୋଧକାରୀ ହର୍ପିସ ସିମ୍ପ୍ଲେକ୍ସ ହୂତାଣୁ ଏବଂ କେତେକ ବସନ୍ତ ରୋଗ ଟୀକାକରଣରେ କିଛି ଜଟିଳତା ଥିଲେ ଏହା ଦିଆଯାଏ । ଏହା ସାଧାରଣତଃ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ଜନିତ ସମସ୍ୟା, ବାନ୍ତି, ଜ୍ୱର, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ମୁଣ୍ଡବିନ୍ଧା, ରାସ, କେଶ ଝଡ଼ିବା, ତରଳ ଝାଡ଼ା ଏବଂ ବୁକୁଜ୍ୱାଳା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ପୁରୁଷ ବନ୍ଧ୍ୟାକରଣ ଏବଂ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ । ବୃକ୍‌କ ଜନିତ ସମସ୍ୟା ହେବାର ଆଶଙ୍କା କମାଇବା ପାଇଁ ଶିରାଭ୍ୟନ୍ତର ତରଳ ପଦାର୍ଥ ସ‌ହିତ ପ୍ରୋବେନେସିଡ ଦିଆଯାଏ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ବୋଲି ଚିନ୍ତା ରହିଛି । ଏହା ଭୂତାଣୁର ଡିଏନଏ ପଲିମେରେଜ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ୧୯୯୬ ମସିହାରେ ସିଡୋଫୋଭିର ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୩୭୫ ମିଗ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୧୫ ଡଲାର ଥିଲା । ଆଧାର
ସଂସ୍କୃତ ଭାଗବତ ସଂସ୍କୃତ ଭାଷାରେ ରଚିତ ଏକ ହିନ୍ଦୁ ଧର୍ମର ଗ୍ରନ୍ଥ । ଏହା ବ୍ୟାସଦେବଙ୍କଦ୍ୱାରା ରଚିତ । ଲିଖନ ଭାଦ୍ରପୂର୍ଣ୍ଣିମା ବା ଇନ୍ଦୁପୂର୍ଣ୍ଣିମା ତିଥିରେ ସଂସ୍କୃତ ଭାଗବତ ଆରମ୍ଭ ହୋଇଥିବାରୁ ଏହି ତିଥି ଭାଗବତ ଜନ୍ମ ରୂପେ ପାଳିତ ହୋଇଆସୁଛି । କିମ୍ବଦନ୍ତୀ ସଂସ୍କୃତ ଭାଗବତର ଜନ୍ମ ସମ୍ପର୍କରେ ଏକ ପ୍ରାଚୀନ କାହାଣୀ ରହିଛି । କାହାଣୀର ପୃଷ୍ଠଭୂମି ଶ୍ରୀମଦ୍ ଭାଗବତ ମହାପୁରାଣର ମାହାତ୍ମ୍ୟ । ପୃଥିବୀର ହାଲଚାଲ ବୁଝିବା ପାଇଁ ଦିନେ ଦେବର୍ଷି ନାରଦଙ୍କର ମନ ବଳିଲା । ତେଣୁ ସେ ବୀଣାବାଦନ ସହ ନାରାୟଣ ନାମ ଉଚ୍ଚାରଣ ପୂର୍ବକ ଧରାବତରଣ କଲେ । ପୃଥିବୀ ପରିଭ୍ରମଣ କରୁଥିବାବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଦୃଷ୍ଟି ପଥାରୂଢ଼ ହେଲା । ଜନୈକା ସୁନ୍ଦରୀ ତରୁଣୀର ଉଭୟ ପାର୍ଶ୍ୱରେ ଶାୟିତ ଦୁଇଜଣ ବୃଦ୍ଧ । ଅବସ୍ଥା ଜୀବନ୍ମତ । ତରୁଣୀ ଥିଲେ ରୋରୁଦ୍ୟମାନା । ଦେବର୍ଷି ଏହି ବିରଳ ଦୃଶ୍ୟର ଅର୍ଥ ହଠାତ୍ ବୁଝିପାରିଲେ ନାହିଁ । ତରୁଣୀର ନିକଟବର୍ତ୍ତୀ ହୋଇ ଜିଜ୍ଞାସା କଲେ-‘କାହିଁକି କାନ୍ଦୁଛ ? ଏ ବୃଦ୍ଧଦ୍ୱୟ କିଏ ? ତରୁଣୀ କହିଲେ - ମୁଁ ହେଉଛି ‘ଭକ୍ତି’ ଓ ମୋର ଏହି ପୁତ୍ରଦ୍ୱୟ ହେଉଛନ୍ତି ‘ଜ୍ଞାନ ଓ ବୈରାଗ’ । ମୁଁ ମାତା ହୋଇ ମଧ୍ୟ ତରୁଣୀ, ଅଥଚ ମୋର ପୁତ୍ରଦ୍ୱୟ ବାର୍ଦ୍ଧକ୍ୟରେ ପ୍ରପୀଡ଼ିତ । ଏହାର ରହସ୍ୟ ଓ ମୁକ୍ତ ହେବାର ଉପାୟ ବତାଇ ଦିଅନ୍ତୁ ମୁନିବର ।’ ନାରଦ ଦିବ୍ୟ ଦୃଷ୍ଟିରେ ଭକ୍ତି ଦେବୀଙ୍କ ଦୁଃଖର କାରଣ ବୁଝିଲେ । ତେବେ ସନକାଦି ଋଷିମାନଙ୍କର ପରାମର୍ଶ ଥିଲା ଯେ ଶ୍ରୀମଦ୍ ଭାଗବତ ମହାପୁରାଣ ଶ୍ରବଣ କଲେ ଭକ୍ତିଦେବୀଙ୍କ ପୁତ୍ରଦ୍ୱୟ ତାରୁଣ୍ୟ ଫେରିପାଇବେ । ସେମାନଙ୍କ ମୃତ ପ୍ରାୟ ଶରୀରରେ ସ୍ପନ୍ଦିତ ହେବ ନବଜୀବନ । ଭାଗବତ ଶ୍ରବଣମାତ୍ରକେ ତାହାହିଁ ଘଟିଲା । ଭାଗବତ ଶ୍ରବଣର ମହତ୍ତ୍ୱ ବିଷୟରେ ଏହିପରି ଅନେକ କାହାଣୀ ରହିଛି । ଭକ୍ତମାନଙ୍କ ପାଇଁ ଭଗବାନଙ୍କ କଣ୍ଠରୁ ଓମ୍ କାର ରୂପକ ତିନି ଅକ୍ଷର ସୃଷ୍ଟି ହେଲା ଓ ଏହା ଅନନ୍ତଙ୍କୁ ଅର୍ପିତ ହେଲା । ଅନନ୍ତ ଚବିଶ ଅକ୍ଷର ବିଶିଷ୍ଟ ଗାୟତ୍ରୀ ମନ୍ତ୍ର ସୃଷ୍ଟି କରି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସମର୍ପଣ କଲେ । ବ୍ରହ୍ମା ଚାରିଗୋଟି ଶ୍ଳୋକରେ ନାରାୟଣ ଋଷିଙ୍କୁ ପ୍ରଦାନ କଲେ । ଋଷି ଦଶଗୋଟି ଶ୍ଳୋକରେ ମହର୍ଷି ନାରଦଙ୍କୁ, ନାରଦ ଶହେ ଶ୍ଳୋକରେ ବ୍ୟାସଦେବଙ୍କୁ, ବ୍ୟାସ ଅଠର ହଜାର ଶ୍ଳୋକରେ ଶୁକମୁନିଙ୍କୁ ଅର୍ପଣ କରିଥିଲେ । ଶୁକମୁନି ପରୀକ୍ଷିତ ମହାରାଜାଙ୍କୁ ସପ୍ତାହବ୍ୟାପୀ ବୁଝାଇ ବ୍ରହ୍ମଲୀନ କରାଇଥିଲେ । ତା’ପରେ ଜନସାଧାରଣ ତାହାକୁ ଭାଗବତ ବୋଲି ଜାଣି ପୂଜାର୍ଚ୍ଚନା ଓ ଆଲୋଚନା କରିବାରେ ଲାଗିଲେ । ଷାଠିଏ ହଜାର ଋଷିଙ୍କ ପ୍ରତିନିଧି ସ୍ୱରୂପ ଶୌନକ ମୁନି ସୁତମୁନିଙ୍କୁ ଯେଉଁ ପ୍ରଶ୍ନମାନ ପଚାରିଥିଲେ ତାହାର ଉତ୍ତର ଭାଗବତର ପ୍ରଥମରୁ ଦ୍ୱାଦଶ ସ୍କନ୍ଧ ମଧ୍ୟରେ ବର୍ଣ୍ଣିତ ହୋଇଛି । କଥିତ ଅଛି ସଂସ୍କୃତ ଭାଗବତର ଏକାଦଶ ସ୍କନ୍ଧର ଏକ ଟୀକା ଭାବେ ସନ୍ଥ ଏକନାଥ ନାଥ ଭାଗବତ ରଚନା କରିଥିଲେ ଯାହାକି ମରାଠୀ ଭାଷାରେ ଅତ୍ୟନ୍ତ ଲୋକପ୍ରିୟ । ଆଧାର
ଏଇ ଆଖି ଆମ ସାକ୍ଷୀ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ ଭୂୟାଁ । ଅରବିନ୍ଦ ପାଣ୍ଡେ ଏହି କଥାଚିତ୍ରଟିର କାହାଣୀ ଓ ଚିନତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀକାନ୍ତ ଗୌତମ, ବିଜୟ ମହାନ୍ତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ସିଦ୍ଧାନ୍ତ ମହାପାତ୍ର ପିଙ୍କି ପ୍ରଧାନ ଶ୍ରୀକାନ୍ତ ଗୌତମ ବିଜୟ ମହାନ୍ତି ଜୟୀରାମ ସାମଲ ଇନ୍ଦ୍ରମଣି ବେହେରା କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତ ଆଧାର ବାହାର ଆଧାର ଇଣ୍ଟରନେଟ ମୁଭି ଡାଟାବେସରେ ଏଇ ଆଖି ଆମ ସାକ୍ଷୀ
ପାକାରାଇମା ପାହାଡ଼ (ଇଂରାଜୀ: , ସ୍ପେନ ଭାଷା: ) ଦକ୍ଷିଣ ଆମେରିକାର ଗୟାନା ଦେଶରେସ୍ଥିତ ଏକ ପର୍ବତମାଳା ଅଟେ । ଏହା ପୂର୍ବରୁ ପଶ୍ଚିମରେ 800 କିମି ପର୍ଯ୍ୟନ୍ତ ଗତିକରିଛି ଏବଂ 2,810 ମିଟର (1,220 ଫୁଟ) ଲମ୍ବା ରୋରାଇମା ପର୍ବତ ଏହାର ସବୁଠାରୁ ଉଚ୍ଚ ପାହାଡ଼ ଅଟେ ଅଟେ । ଏହା ଗୟାନର ବ୍ରାଜିଲର "ବେନେଜୁଏଲ" ସହିତ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମାର ସମୀପ ଅଟେ । ପାକାରାଇମା ପାହାଡ଼ର ଶ୍ରେଣୀଗୁଡ଼ିକ ଉତ୍ତରରେସ୍ଥିତ ଓରିନୋକୋ ନଦୀର ଘାଟୀକୁ ନିଜଠାରୁ ଦକ୍ଷିଣରେସ୍ଥିତ ଆମେଜୋନ ନଦୀର କ୍ଷେତ୍ରରେ ବାଣ୍ଟିହୋଇଥାଏ । ଆଧାର
ଟେନୋସାଇନୋଭାଇଟିସ ନାମ ଦିଆଯାଏ ଯେତେବେଳେ କୌଣସି ଟେଣ୍ଡନରେ ପ୍ରଦାହ ହୋଇ ତାହାର ଖୋଳ ଭିତରେ ତରଳ ପଦାର୍ଥ ଜମିଯାଏ । ଏହି ରୋଗରେ ସାଧାରଣତଃ ଯନ୍ତ୍ରଣା, ଫୁଲା ଏବଂ ଗଣ୍ଠିକୁ ସଂପୂର୍ଣ୍ଣ ସିଧା କରିବାରେ ଅକ୍ଷମତା ହୁଏ । ହାତ, କଚଟି, ଏବଂ ପାଦରେ ଥିବା ଟେଣ୍ଡନ‌ଗୁଡିକ ସାଧାରଣତଃ ପ୍ରଭାବିତ ହୋଇଥାଏ । ଟେନୋସାଇନୋଭାଇଟିସ ସଂକ୍ରାମକ କିମ୍ବା ଅଣ-ସଂକ୍ରମଣ ରୋଗ ହୋଇପାରେ । ଆଘାତ ହେତୁ ସଂକ୍ରମଣ ହୋଇପାରେ, ଯେପରିକି କଟିଗଲେ କିମ୍ବା କାମୁଡ଼ିଲେ କିମ୍ବା ଶରୀରର ଅନ୍ୟ ସ୍ଥାନରୁ ବିସ୍ତାର ଯୋଗୁ ହୋଇପାରେ । ଅଣ ସଂକ୍ରାମକ ପ୍ରକାରରେ ଡି କ୍ୱେରଭେନ ସିଣ୍ଡ୍ରୋମ, ଇଣ୍ଟରସେକ୍ସନ ସିଣ୍ଡ୍ରୋମ ଏବଂ ଟ୍ରିଗର ଆଙ୍ଗୁଠି (ଷ୍ଟେନୋଜିଙ୍ଗ ଟେନୋସାଇନୋଭାଇଟିସ୍) ରୋଗ‌ଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଥାଏ । ଅଣ ସଂକ୍ରାମକ ପ୍ରକାର ପାଇଁ ବିପଦ କାରଣଗୁଡ଼ିକ ମଧ୍ୟରେ ଅତ୍ୟଧିକ ବ୍ୟବହାର, ରିଉମାଟଏଡ୍ ଆର୍ଥ୍ରାଇଟିସ୍ ଏବଂ ସୋରିଆସିସ ହୋଇପାରେ । ଫ୍ଲେକ୍ସର ଟେଣ୍ଡନର ସଂକ୍ରମଣ ହେଲେ ଶୀଘ୍ର ଚିକିତ୍ସା ଆବଶ୍ୟକ ହୁଏ । ରୋଗ ସାମାନ୍ୟ ଧରଣର ହୋଇଥିଲେ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଏବଂ ସ୍ପ୍ଲିଣ୍ଟିଂଦ୍ୱାରା ଚିକିତ୍ସା କରାଯାଇପାରେ; ଅଧିକ ଗୁରୁତର ମାମଲାରେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ଅଣ-ସଂକ୍ରାମକ ପ୍ରକାରଗୁଡିକ ନ‌ନଷ୍ଟେରେଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ, ସ୍ପ୍ଲିଣ୍ଟିଂ କିମ୍ବା କର୍ଟିକୋଷ୍ଟେରଏଡ ସହିତ ଚିକିତ୍ସା କରାଯାଇପାରେ । ୩% ଲୋକଙ୍କର ଟ୍ରିଗର ଆଙ୍ଗୁଠି ହୋଇପାରେ । ଆଧାର
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୨ ଡିସେମ୍ବର ବର୍ଷର ୩୪୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୪୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୯ ଦିନ ବାକି ଅଛି । ଘଟଣାବଳୀ ଜନ୍ମ ୧୯୨୯ – କଣ୍ଡୁରୀ ଚରଣ ଦାସ, ଔପନ୍ୟାସିକ (ମୃତ୍ୟୁ: ୨୬ ମଇ ୨୦୧୪) ୧୯୮୧ – ଯୁବରାଜ ସିଂହ, ଭାରତୀୟ କ୍ରିକେଟ ଖେଳାଳି ଦେହାନ୍ତ ପର୍ବପର୍ବାଣି ଅଧିକ ତଥ୍ୟ : ଏହି ଦିନ କାନାଡାରେ ଏହି ଦିନ
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଜନ୍ମ: ୪ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂସେବକ ସେନା, ବିଶ୍ୱ ହିନ୍ଦୁ ପରିଷଦ ଓ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅଧୁନା ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ଓ ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଭାବରେ, "ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ" ଏବଂ "ଦୁଗ୍ଧ, ପଶୁପାଳନ ଓ ମତ୍ସ୍ୟପାଳନ" ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି । ୨୦୧୯ ଭାରତୀୟ ନିର୍ବାଚନ ସମୟରେ ତାଙ୍କୁ ତାଙ୍କ ସମର୍ଥକମାନେ "ଓଡ଼ିଶାର ମୋଦୀ" ନାମରେ ଡାକିଥିଲେ । ୧୯୯୯ ମସିହାରେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁଙ୍କ ପୋଡ଼ି ଘଟଣାରେ ଅଭିଯୁ୍କ୍ତ ଦାରା ସିଂହ ବଜରଙ୍ଗ ଦଳର କର୍ମୀ ବୋଲି ଅଭିଯୋଗ ହୋଇଥିଲା ବେଳେ ଷଡ଼ଙ୍ଗୀ ଦଳର ଓଡ଼ିଶା ଶାଖା ସଭାପତି ଥିଲେ । ବିଭିନ୍ନ ସାକ୍ଷାତକାରରେ ଷଡ଼ଙ୍ଗୀ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ "ସାରା ଭାରତକୁ ବଦଳାଇବା ପାଇଁ ବଦ୍ଧପରିକରତା"କୁ "ଦାନବୀୟ କାମ" ବୋଲି ଅଭିହିତ କରିଛନ୍ତି । ସେ ୨୦୦୨ ମସିହାରେ ବଜରଙ୍ଗ ଦଳ ଓଡ଼ିଶା ବିଧାନ ସଭା ଉପରେ କରିଥିବା ଆକ୍ରମଣରେ ଦଙ୍ଗା, ନିଆଁ ଲଗାଇବା, ପିଟାମରା, ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ପାଇଁ ମାମଲାରେ ଗିରଫ ହୋଇଥିଲେ । ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ଅଭିଯୋଗ କରି ତାଙ୍କ ନେତୃତ୍ୱରେ ଅନେକ ଖ୍ରୀଷ୍ଟିଆନ ବିରୋଧୀ ଆନ୍ଦୋଳନମାନ ଓଡ଼ିଶାରେ ତେଜିଥିଲା । ଜନ୍ମ, ଶିକ୍ଷା ଓ ପରିବାର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୧୯୫୫ ମସିହାର ଜାନୁଆରୀ ମାସ ୪ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଗୋପୀନାଥପୁର ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ । ସେ ୧୯୭୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବାଲେଶ୍ୱରର ଫକୀର ମୋହନ କଲେଜରୁ କଳାରେ ସ୍ନାତକ କରିଥିଲେ ।. ଏକ ସାଧାରଣ ବ୍ୟକ୍ତି ଭଳି ଜୀବନ ଯାପନ ଶୈଳୀ ଯୋଗୁଁ ସେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହୋଇପାରିଥିଲା । ରାଜନୈତିକ ଜୀବନ ପ୍ରତାପ ଷଡ଼ଙ୍ଗୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବର୍ତ୍ତମାନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରତାପ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ସ୍ୱାଧୀନ ଭାବରେ ପୁଣିଥରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୫,୫୨୫ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସିପିଆର ପ୍ରାର୍ଥୀ ପ୍ରଦୀପ୍ତ ପଣ୍ଡାଙ୍କୁ ୩,୦୫୬ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ । ୨୦୧୪ ଭାରତୀୟ ସଧାରଣ ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହି ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନାଙ୍କଠାରୁ ୧,୪୧,୮୨୫ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁଣିଥରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪,୮୩,୮୫୮ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଏବଂ ରବିନ୍ଦ୍ର କୁମାର ଜେନାଙ୍କୁ ୧୨,୯୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ପୁଣିଥରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫,୬୩,୮୬୫ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୧,୪୭,୧୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ବିବାଦ ୧୯୯୯ ମସିହାରେ ଖ୍ରୀଷ୍ଟିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁଙ୍କୁ ଏକ ଷ୍ଟେସନ ୱାଗନ ଭିତରେ ରାତିରେ ଶୋଇଥିବା ଅବସ୍ଥାରେ ପୋଡ଼ି ହତ୍ୟା କରାଯାଇଥିବା ଘଟଣାରେ ମୁଖ୍ୟ ଅଭିଯୁ୍କ୍ତ ଦାରା ସିଂହ ବଜରଙ୍ଗ ଦଳର କର୍ମୀ ବୋଲି ଅଭିଯୋଗ ହୋଇଥିଲା । ଏହି ସମୟରେ ଷଡ଼ଙ୍ଗୀ ଦଳର ଓଡ଼ିଶା ଶାଖା ସଭାପତି ଭାବେ କାର୍ଯ୍ୟ କରୁଥିଲେ । ବିଚାର ସମୟରେ ସେ ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ । ସାମ୍ବାଦିକମାନଙ୍କୁ ଦେଇଥିବା କେତେକ ସାକ୍ଷାତକାରରେ ଷଡ଼ଙ୍ଗୀ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ "ସାରା ଭାରତକୁ ବଦଳାଇବା ପାଇଁ ବଦ୍ଧପରିକରତା"କୁ "ଦାନବୀୟ କାମ" ବୋଲି ଅଭିହିତ କରିଥିଲେ ଓ କେବଳ କେତେ ଜଣ ମିଶନାରୀଙ୍କୁ ଛାଡ଼ିଦେଲେ ବାକିମାନେ "ଇଡ଼ିଅଟ" ବୋଲି ମତ ଦେଇଥିଲେ । ସେ ୨୦୦୨ ମସିହାରେ ବଜରଙ୍ଗ ଦଳ ଓ ତାହାର ଆଉ କେତେକ ସମର୍ଥକ ଦଳଦ୍ୱାରା ଓଡ଼ିଶା ବିଧାନ ସଭା ଉପରେ ୫୦୦ ଜଣ ଆକ୍ରମଣକାରୀଙ୍କଦ୍ୱାରା ଆକ୍ରମଣ କରାଯାଇଥିଲା । ଏହି ମାମଲରେ ଦଙ୍ଗା, ନିଆଁ ଲଗାଇବା, ପିଟାମରା, ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ପାଇଁ ସେ ଗିରଫ ହୋଇଥିଲେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ଅଭିଯୋଗ କରି ତାଙ୍କ ନେତୃତ୍ୱରେ ଖ୍ରୀଷ୍ଟିଆନ ବିରୋଧୀ ଆନ୍ଦୋଳନମାନ ରାଜ୍ୟରେ ତେଜିଥିଲା । ସମାଜ ସେବା ଷଡ଼ଙ୍ଗୀ ଗଣ ଶିକ୍ଷା ମନ୍ଦିର ଯୋଜନା ଅନ୍ତର୍ଗତରେ ବାଲେଶ୍ୱର ଜିଲ୍ଲାର ଆଦିବାସୀ ଗ୍ରାମଗୁଡ଼ିକ ପାଇଁ ପ୍ରତାପ ସମାରକର କେନ୍ଦ୍ର ଖୋଲାଇଥିଲେ । ଆଧାର
ଶ୍ରୀତମ ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ । ସେ ୬୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ତାଙ୍କର ଜନ୍ମ ଓଡ଼ିଶାର କଟକରେ ହୋଇଥିଲା । ସେ ୧୯୯୫ରେ ପ୍ରଥମେ ଓଡ଼ିଆ ସିନେମା ସାବିତ୍ରୀରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ ଓ ତୁ ଥାଆ ମୁଁ ଯାଉଚି ରୁଷିରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିସାରିଛନ୍ତି । "ତୁ ଥା ମୁଁ ଯାଉଛି ରୁଷି" ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା "ଷ୍ଟାର କନସଲଟାନ୍ସୀ"ର ଚିଟଫଣ୍ଡ କାରବାରରେ ଜଡ଼ିତ ଥିବାନେଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀତମଙ୍କୁ ୨୦୧୮ରେ ଜେରା ମଧ୍ୟ କରିଥିଲା । ଶ୍ରୀତମ, ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି । ଓଡ଼ିଆ କଥାଚିତ୍ରରେ ଅବଦାନ ଆଧାର ବାହାର ଆଧାର ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀତମ ଦାସ
ପରିକ୍ଷୀତ କରଣ (୨୩ ଜାନୁଆରୀ ୧୯୩୭ - ୬ ମାର୍ଚ୍ଚ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିନିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ପରିକ୍ଷୀତ କରଣ ୧୯୩୭ ମସିହାର ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବେଣୁଧର କରଣ ଓ ପତ୍ନୀଙ୍କ ନାମ କ୍ଷୀରାବ୍ଧି ତନୟା କରଣ । ରାଜନୈତିକ ଜୀବନ ପରିକ୍ଷୀତ କରଣ ଓଡ଼ିଶା ରାଜନୀତିରେ ଜଣେ ନିର୍ଦ୍ଦଳୀୟ ନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ପରିକ୍ଷୀତ କରଣ ୨୦୧୯ ମସିହାର ମାର୍ଚ୍ଚ ୬ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଆଧାର
ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ବା ଏନଏସଏଆଇଡି (ଇଂରାଜୀ ଭାଷାରେ ) ଏକ ଶ୍ରେଣୀର ଔଷଧ ଯାହା ଯନ୍ତ୍ରଣା, ଜ୍ୱର ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | ହୃଦଘାତ କିମ୍ବା ଷ୍ଟ୍ରୋକ୍ ପ୍ରତିଷେଧ ପାଇଁ ଆସ୍ପିରିନ୍ ମଧ୍ୟ ବ୍ୟବହୃତ ହୋଇପାରେ | ସେଗୁଡିକ ପାଟି ବାଟେ ବା ଇଞ୍ଜେକ୍ସନ ଆକାରରେ ଦିଆଯାଏ, ଚର୍ମରେ ପ୍ରୟୋଗ କରାଯାଇପାରେ କିମ୍ବା ଏକ ସପୋଜିଟୋରି ଭାବରେ ବ୍ୟବହୃତ ହୋଇପାରେ | ପାରାସେଟାମୋଲ (ଏସିଟାମିନୋଫେନ) ସହିତ ମଧ୍ୟ ସେହି ଔଷଧ ଗୁଡ଼ିକ ବ୍ୟବହୃତ ହୋଇପାରେ | ଯେଉଁମାନଙ୍କର ପେଟ ସମସ୍ୟା ଥାଏ, ସେମାନଙ୍କୁ ପ୍ରୋଟୋନ ପମ୍ପ ଇନହିବିଟର ଔଷଧ ସ‌ହିତ ଦିଆଯାଇପାରେ | ପାର୍ଶ୍ୱ ପ୍ରତିକ୍ରିୟାରେ ପାକସ୍ଥଳୀ ଘାଆ, ହୃଦଘାତ, ଉଚ୍ଚ ରକ୍ତଚାପ ଏବଂ ବୃକ୍‌କ ରୋଗ ହୋଇପାରେ | ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଜ୍‌ମା ଆକ୍ରମଣ ଏବଂ ହାଇଭ୍‌ସ ହୋଇପାରେ। ଗର୍ଭଧାରଣର ଶେଷ ୩ ମାସ ମଧ୍ୟରେ ସେଗୁଡିକ ଦିଆଯିବା ଉଚିତ୍ ନୁହେଁ | ଏହା ଅଣ-ସିଲେକ୍ଟିଭ୍ ଏବଂ କକ୍ସ-୨ ସିଲେକ୍ଟିଭ ନାମକ ଦୁଇଟି ପ୍ରକାରରେ ମିଳେ | କକ୍ସ-୨ ସିଲେକ୍ଟିଭ୍ ଏଜେଣ୍ଟ ଯୋଗୁ ପେଟରେ ଉତ୍ତେଜନା କମ୍ ହୁଏ କିନ୍ତୁ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ | ସେଗୁଡ଼ିକ ସାଇକ୍ଲୋଅକ୍ସିଜେନେଜ ଏନଜାଇମର (କ‌କ୍ସ - ୧ କିମ୍ବା କ‌କ୍ସ - ୨) କାର୍ଯ୍ୟକଳାପକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଅନ୍ତି | ଏହା ୧୮୯୯ ମସିହାରେ ପ୍ରଥମେ ଆସ୍ପିରିନ୍ ନାମରେ ବ୍ୟବସାୟିକ ବ୍ୟବହାରରେ ଆସିଥିଲା, ଯଦିଓ ଏହା ପୂର୍ବରୁ ଉଇଲୋ ଛାଲି ଆକାରରେ ବ୍ୟବହୃତ ହୋଇଥିଲା | ଏହା ପରେ ୧୯୬୦ ଦଶକରେ ଆଇବୁପ୍ରୋଫେନ୍ ଏବଂ ୧୯୭୦ ଦଶକରେ ନାପ୍ରୋକ୍ସେନ୍ ଔଷଧ ଭାବରେ ବ୍ୟବ‌ହାରରେ ଆସିଲା । ଜେନେରିକ ଔଷଧ ଭାବରେ ଅନେକ ରକମର ଏହି ଔଷଧ ଉପଲବ୍ଧ ଏବଂ ମହଙ୍ଗା ନୁହେଁ | କିଛି ଔଷଧ ପ୍ରେସକ୍ରିପସନ ଆକାରରେ କିଣାଯାଇପାରିବ | ପାରାସେଟାମୋଲକୁ ଏକ ଏନଏସଏଆଇଡି ଭାବରେ ବିବେଚନା କରାଯାଏ ନାହିଁ | ଆଧାର
ମାନସିକ ଦୃଢ଼ତା ( : ) କହିଲେ ଯଦି ଏକ ବ୍ୟକ୍ତି କୌଣସି ଏକ ସଙ୍କଟାପନ୍ନ ପରିସ୍ଥିତିରେ ଉଚିତ ପଦକ୍ଷେପ ନେଇ ପୁନର୍ବାର ପୂର୍ବ ସାମାନ୍ୟ ପରିସ୍ଥିତିକୁ ଫେରିପାରେ ତାହାକୁ ବୁଝାଇଥାଏ । ମାନସିକ ଦୃଢ଼ତା ସେହି ସମୟରେ ଆସିଥାଏ ଯେବେ ଜଣେ ନିଜର ମାନସିକ ପ୍ରକ୍ରିୟା ଓ ବ୍ୟବହାର ଉପଯୋଗ କରି ନିଜର ସମ୍ପତ୍ତିର ପ୍ରଚାର କରିବା ସହ ନିଜକୁ ନକାରାତ୍ମକ ଚାପଜନକ ପରିସ୍ଥିତିରୁ ବଞ୍ଚାଇଥାଏ । ସରଳ ଅର୍ଥରେ କହିବାକୁ ଗଲେ ମାନସିକ ଦୃଢ଼ତା ସେହି ବ୍ୟକ୍ତିବିଶେଷଙ୍କର ପାଖରେ ଥାଏ ଯେଉଁମାନେ ଏଭଳି ମାନସିକ ଦକ୍ଷତା ଅର୍ଜନ କରନ୍ତି, ଯାହାଦ୍ୱାରା ସଙ୍କଟାପନ୍ନ, ଗୋଳମାଳିଆ ପରିସ୍ଥିତିର ଚାପରେ ପଡି ସେମାନେ କିଛି ନକାରାତ୍ମକ ଅଘଟଣ ନଘଟାଇ ଶାନ୍ତ ରହନ୍ତି ଯାହା ଫଳରେ ସହଜରେ ସେହିଭଳି ଚାପଜନକ ପରିସ୍ଥିତିରୁ ବାହାରିପାରନ୍ତି । ପ୍ରଚ୍ଛଦପଟ ମାନସିକ ଦୃଢ଼ତାକୁ ଏକ ଘଡ଼ିସନ୍ଧି ପରିସ୍ଥତି ପରେ ହୋଇଥିବା ସକାରାତ୍ମକ ଅନୂକୁଳନକୁ କୁହାଯାଇଥାଏ । ଯେତେବେଳେ ଏକ ନିୟମିତ ଭାବରେ ଚାପ ଓ ଉଦବେଗ ଜନିତ ଅବସ୍ଥାଦେଇ ଅତିକ୍ରମ କରେ ତେବେ ଏହି ପ୍ରକାର ପରିବେଶ ତାହାର ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସନ୍ତୁଳନ ବିଗାଡିଦେଇଥାଏ, ଏହା ନୂଆ ସୁଯୋଗ ସହ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି କରିଥାଏ । ଇତିହାସ ମାନସିକ ଦୃଢତା ଉପରେ ପ୍ରଥମ ଗବେଷଣା ତଥ୍ୟ ୧୯୭୩ ମସିହାରେ ପ୍ରକାଶ ପାଇଥିଲା । ୧୯୭୦ ମସିହାରେ ଏମୀ ୱାର୍ନର ହେଉଛନ୍ତି ମାନସିକ ଦୃଢ଼ତା ଶବ୍ଦ (ପ୍ରକୃତରେ ) ଉପଯୋଗ କରିଥିବା ପ୍ରଥମ କିଛି ବୈଜ୍ଞାନିକଙ୍କ ମଧ୍ୟରୁ ଜଣେ । ପ୍ରକ୍ରିୟା ପ୍ରାୟ ଅଧିକାଂଶ ଗବେଷଣାରେ ଏହା ଦେଖାଯାଉଛି ଯେ ମାନସିକରୂପେ ଦୃଢ଼ଥିବା ବ୍ୟକ୍ତି ମୁଖ୍ୟତଃ ତାହାର ପରିବେଶ ଓ ପ୍ରତିକୂଳ ପରିସ୍ଥତିର ସଠିକ ମୁକାବିଲାର ପୂର୍ବ ଅନୁଭବଦ୍ୱାରା ହୋଇପାରିଥାଏ । ଏହି ମାନସିକ ଦୃଢ଼ୀକରଣର ଅଃମ୍ପୂର୍ଣ ପ୍ରକ୍ରିୟା ବିଷୟରେ ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ ଅଟେ । ଯେତେବେଳେ କେହି ପ୍ରତିକୂଳ ପରିସ୍ଥିତିର ସାମ୍ନା କରନ୍ତି, ତିନି ପ୍ରକାରର ଉପାୟରେ ତାହାର ପ୍ରତିକ୍ରିୟା ଦେଇଥାନ୍ତି । ରାଗ ବା କ୍ରୋଧରେ ବର୍ଷି ଯିବା ନକାରାତ୍ମକ ଭାବନାରେ ଆଭ୍ୟନ୍ତରୀଣ ବିସ୍ଫୋରଣ ଘଟିବା ଏବଂ ଦେହ ହାତ ଶେତା ପଡିଯାଇ କିଛି ପ୍ରତିକ୍ରିୟା ନକରିପାରିବା କେବଳ ଏହି ପରିବର୍ତ୍ତନ ଉପରେ ଅଳ୍ପ ଦୁଃଖିତ ହେବା ଏହା ମଧ୍ୟରୁ କେବଳ ତୃତୀୟ ବା ଶେଷ ପ୍ରତିକ୍ରିୟାରେ ହିଁ ଉନ୍ନତି ସମ୍ଭବ । ଏହି ପ୍ରକାର ବ୍ୟକ୍ତି ତାଙ୍କର ପ୍ରକଳ୍ପିତ ଉପାୟରେ ଘଟଣା ନଘଟିବାରୁ କିଛି ମାତ୍ରାରେ ଅସନ୍ତୁଷ୍ଟ ଅନୁଭବ କରନ୍ତି କିନ୍ତୁ ଯଥାଶୀଘ୍ର ସମ୍ଭବ ଏହି ଅଘଟଣ ପାଇଁ ଦରକାରୀ ପରିବର୍ତ୍ତନ କରି ନିଜର ଲକ୍ଷପଥରେ ଆଗେଇ ଚାଲନ୍ତି । ପ୍ରଥମ ଦୁଇଟି ଉପାୟ ଆପଣାଉଥିବା ଲୋକେ ପରିବର୍ତ୍ତନରେ ପୀଡିତର ଭୂମିକା ନିର୍ବାହ କରିଥାନ୍ତି । ସେମାନେ ସବୁ ଦୋଷ ଅନ୍ୟମାନଙ୍କ ଉପରେ ନଦି ଦେଇ, ଏହି ପ୍ରତିକୂଳ ପରିସ୍ଥିତିରୁ ବାହାରିବାର କୌଣସି ସହଯୋଗ ଦେଖନ୍ତି ନାହିଁ ବା ନିଜେ ଚିନ୍ତା କରନ୍ତି ନାହିଁ । ଏହି ଭଳି ଲୋକମାନେ ପ୍ରତିକୂଳ ପରିସ୍ଥତିରେ ପଡ଼ି ବୁଝିବିଚାରି ପ୍ରତିକ୍ରିୟା ନକରି ସେହି ସମୟରେ ଯାହା ତାଙ୍କ ମନକୁ ଆସିଲା ସେୟା କରିଦିଅନ୍ତି । ଯେଉଁମାନେ ବିପଦ ସମୟରେ ପରିସ୍ଥତିଟିକୁ କିଛି କ୍ଷଣ ଅନୁଧ୍ୟାନ କରି ନିଜକୁ ଖାପଖୁଆଇ ନିଷ୍ପତି ନିଅନ୍ତି, ସେହିମାନେ ସଫଳତାର ସହ ପ୍ରତିକୂଳ ପରିସ୍ଥତିର ସାମ୍ନା କରି ପୂର୍ବ ଅବସ୍ଥାକୁ ଫେରି ଆସିପାରନ୍ତି । ନକାରାତ୍ମକ ଭାବନା ଯେପରି ଡର, କ୍ରୋଧ, ଉଦବେଗ, ସଙ୍କଟ, ସହଯୋଗହୀନତା ଏବଂ ଆଶାହୀନତା ଗୋଟିଏ ବ୍ୟକ୍ତିକୁ ମାନସିକରୂପେ ଦୁର୍ବଳ କରି ତାହାର ସମସ୍ୟା ସମାଧାନ କରିବାର କ୍ଷମତାରେ ଆଞ୍ଚ୍ ଆଣିପାରେ । ଜଣାଶୁଣା କାରକ ଗବେଷଣାରୁ ଜଣା ପଡ଼ିଛିକି ଏକରୁ ଅଧିକ ପ୍ରକାରର କାରଣଯୋଗୁଁ ଗୋଟିଏ ବ୍ୟକ୍ତି ମଧ୍ୟରେ ମାନସିକ ଦୃଢ଼ତା ଆସିଥାଏ । ବାସ୍ତବତା ମୂଳକ ପ୍ରକଳ୍ପ କରିବା ଏବଂ ଦରକାର ପଡିଲେ ସମୟାନୁକ୍ରମେ ସେହି ଲକ୍ଷ ହିସାବରେ କିଛି କିଛି ପରିବର୍ତ୍ତନ କରିବା । ନିଜର ଦକ୍ଷତା ଓ ଶକ୍ତି ଉପରେ ସମ୍ପୂର୍ଣ୍ଣରୂପେ ଭରସା ରଖିବା କଥାବାର୍ତ୍ତା, ଯୋଗାଯୋଗ ଏବଂ ସମସ୍ୟା ସମାଧାନ କୌଶଳ ଗଭୀର ମନର ଭାବନା ଏବଂ ଆବେଗକୁ ପରିଚାଳନା କରିବା ସକାରାତ୍ମକ ଭାବନା ବହୁ ଗବେଷଣାକାରୀମାନେ ଏହା ଖୋଜିପାଇଛନ୍ତି ଯେ ବିପଦ ସମୟରେ ସକାରାତ୍ମକ ଭାବନା ରଖିବାଦ୍ୱାରା ଏକେରେ ଆପଣ ନକାରାତ୍ମକ ଭାବନାକୁ ନିଜଠୁ ଦୂରରେ ରଖିପାରିବେ ତାହା ଛଡ଼ା ଦୁଇରେ ଜଣଙ୍କର ନିଷ୍ପତି ନେବା ଶୈଳୀରେ ମଧ୍ୟ ଉନ୍ନତି ଘଟିଥାଏ, ଆହୁରି ମଧ୍ୟ ତିନିରେ ଶାରୀରିକ ରୂପେ ହସ ହସ ମୁଖ ରହିବଦ୍ୱାରା ଶ୍ୱାସ ଜନିତ କିଛି ରୋଗରୁ ରକ୍ଷା କରୁଥିବା ଇମିଉନୋଗ୍ଲୋବିନ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥାଏ । ଧୈର୍ଯ୍ୟ ଏକ ଲମ୍ବା ସମୟର ଲକ୍ଷ ପାଇଁ ଜଣଙ୍କର ଜିଦ ଓ ଉତ୍ସାହକୁ ଧୈର୍ଯ୍ୟ କୁହାଯାଇଥାଏ । ଧୈର୍ଯ୍ୟଦ୍ୱାରା ଗୋଟିଏ ବ୍ୟକ୍ତିର ତାହାର ସେହି ଲକ୍ଷ ପଛରେ ଚାଲିବାର ଉତ୍ସାହ ଜଣାପଡ଼ିଥାଏ, ଯଦି ଜଣେ ବ୍ୟକ୍ତି ଧୈର୍ଯ୍ଶୀଳ ହୋଇଥାଏ ତେବେ ନିଜର ଲକ୍ଷପଥରେ ଆସୁଥିବା ପ୍ରତିକୂଳ ପରିସ୍ଥତିରେ ବିଚଳିତ ନହୋଇ ନିଜର ଲମ୍ବା ସମୟର ଲକ୍ଷକୁ ଦୃଷ୍ଟିରେ ରଖି ଉପଯୁକ୍ତ ନିଷ୍ପତି ନେଇପାରିଥାଏ । ମାନସିକ ଦୃଢ଼ତା ଆଣିବା ନିଜର ଭାବିବାର ଚିନ୍ତାଧାରା ଏବଂ ସାଧାରଣ ବ୍ୟବହାରଦ୍ୱାରା ଜଣେ ନିଜକୁ ମାନସିକରୂପେ ଦୃଢ଼ କରିପାରିବ । ପ୍ରଥମ ପଦକ୍ଷେପ ହେଉଛି ନିଜେ ନିଜକୁ କଥାହେବାର ଶୈଳୀ ପରିବର୍ତ୍ତନ କରିବା । ନିଜର ମନକୁ ବିଚଳିତ ନକରି ଦୃଢ଼ କରିବା ପାଇଁ ପ୍ରଥମେ ନିଜେ ନିଜକୁ କଥାହେବାବେଳେ ସବୁ ନକାରାତ୍ମକ ଚିନ୍ତାଧାରାକୁ (ଯେପରି "ମୋଦ୍ୱାରା ହବନି", "ମୁଁ ଏହାକୁ ସମ୍ଭାଳି ପାରିବିନି" ଇତ୍ୟାଦି ) ସକାରାତ୍ମକ ଚିନ୍ତାରେ (ଯେପରି "ହଁ ମୁଁ କରିପାରିବି", "ମୋଦ୍ୱାରା ଏହା ସମ୍ଭବ" ଇତ୍ୟାଦି) ପରିବର୍ତ୍ତନ କରନ୍ତୁ । ଏହିପରି ଭାବନାରେ ଛୋଟ ଛୋଟ ପରିବର୍ତ୍ତନ କଷ୍ଟଜନକ ପରିସ୍ଥିତିରେ ମନର ଚାପକୁ କମାଇବାରେ ସହଯୋଗ କରିଥାଏ । ଦ୍ୱିତୀୟ ପଦକ୍ଷେପ ହେଉଛି ସଂକଟଜନକ ପରିସ୍ଥତିକୁ ଆଗୁଆ ଆକଳନ କରି ପୂର୍ବରୁ ପ୍ରସ୍ତୁତ ହୋଇ ରହିବା । ଧ୍ୟାନ କରିବା, ବ୍ୟାୟାମ କରିବା, ସାମାଜିକ ଭାବବୃଦ୍ଧି କରିବା, ନିଜେ ନିଜର ଯତ୍ନ ନେବା ଆଦିଦ୍ୱାରା ଚାପକୁ ଗୋଟିଏ ନିର୍ଦ୍ଧିଷ୍ଟ ପରିମାଣରେ ନିୟନ୍ତ୍ରଣ କରିହୁଏ । ଆମେରିକାନ ସାଇକୋଲୋଜିକାଲ ଆସୋସିଏସନ ମତରେ ନିମ୍ନଲିଖିତ ଦଶଟି ଉପାୟରେ ଜଣେ ମାନସିକ ରୂପେ ଦୃଢ଼ ହୋଇପାରିବ । ନିଜର ନିକଟତର ପରିବାରବର୍ଗ ଓ ବନ୍ଧୁ ବାନ୍ଧବମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନା କରିବାଦ୍ୱାରା; ସଙ୍କଟଯୁକ୍ତ ପରିବେଶ ବା ପରିସ୍ଥିତିକୁ ଅସହନୀୟ ବୋଲି ନଭାବିବା; ଯେଉଁ ପରିସ୍ଥତି ବା ଅବସ୍ଥା ଆପଣ ପରିବର୍ତ୍ତନ କରିପାରିବେ ନାହିଁ ତାହାକୁ ସ୍ୱୀକାର କରିବା ଅର୍ଥାତ ବାରମ୍ବାର ସେହି ପରସ୍ଥିତି ବିଷୟରେ ଭାବି ଅଯଥା ଚିନ୍ତା ମୁଣ୍ଡକୁ ନଆଣିବା ; ପରିକଳ୍ପନା ଜଗତରୁ ବାହାରି ଆସି ବାସ୍ତବିକ ଲକ୍ଷ୍ୟ ସ୍ଥାପନ କରିବା ଏବଂ ସେହି ମାର୍ଗରେ କାମ କରିବା; ଅସୁବିଧାଜନକ ପରିସ୍ଥତିରେ କିଛି ଗୋଟେ ନିଷ୍ପତି ନେବା, ତାହା ଠିକ ହେଉ କି ଭୁଲ ଏବଂ ସେହି ନିଷ୍ପତିକୁ ମାନି ଚଳିବା; କ୍ଷତିରେ ପଡ଼ିଲାପରେ ଆତ୍ମସମିକ୍ଷା କରି ସୁଯୋଗ ସୃଷ୍ଟି କରିବା; ଆତ୍ମ ବିଶ୍ୱାସ ବୃଦ୍ଧି କରିବା; ଦୁରଦୃଷ୍ଟି ପରିକଳ୍ପନା କରିବା ଏବଂ କଷ୍ଟକର ପରିସ୍ଥତିକୁ ପହଞ୍ଚିବାକୁ ଥିବା ଲକ୍ଷର ଏକ ସୋପାନ ବା ପାହାଚ ବୋଲି ହୃଦବୋଧ କରିବା; ଯେତେବି ଖରାପ ପରିସ୍ଥତି ଆସୁ ନା କାହିଁ ସର୍ବଦା ଆଶାବାଦୀ ହୋଇ ରହିବା ଏବଂ ଲକ୍ଷରଖିଥିବା ଭବିଷ୍ୟତକୁ ଦେଖିବା; ନିଜର ମନ ତଥା ଶରୀର ଉପରେ ଧ୍ୟାନ ଦେବା, ନିୟମିତ ବ୍ୟାୟାମ କରିବା ଏବଂ ନିଜର ଇଛା ଓ ଭାବନାକୁ ନଜର ଅନ୍ଦାଜ ନକରିବା । ଅତୀତ ଘଟଣାବଳୀ ଅନୁଧ୍ୟାନ ଅତୀତରେ ଘଟିଯାଇଥିବା ଘଟଣାବଳୀ ଗୁଡିକୁ ଅନୁଧ୍ୟାନ କରି କେଉଁ ପ୍ରକାରର ଉପାୟ ଅବଲମ୍ବନ କରି ଆପଣ ଅଧିକ ମାନସିକ ରୂପେ ଦୃଢ଼ ହୋଇପାରିବେ ଜଣାପଡ଼ିପାରେ । ଯେପରିକି: କେଉଁ ପ୍ରକାରର ଘଟଣାଗୁଡ଼ିକ ମୋ ପାଇଁ ବହୁତ ଚାପଜନକ ଥିଲା କିଭଳି ସେହି ଘଡ଼ିସନ୍ଧି ମୁହୂର୍ତଗୁଡ଼ିକ ମତେ ପ୍ରଭାବିତ କରିଥିଲା ଯେତେବେଳେ ମୁଁ ଅବସାଦଗ୍ରସ୍ତ ଥାଏ ତେବେ ମୁଁ ମୋର ନିଜର ବ୍ୟକ୍ତିମାନଙ୍କୁ ମନେପକେଇବାଦ୍ୱାରା ମତେ ସାହାଯ୍ୟ ମିଳିଥିଲା କି ମୁଁ ଏକ ଅତି ସାଙ୍ଘାତିକ ଦୁଃଖଦ ପରିସ୍ଥତିରେ କାହାଠାରୁ ସାହାର୍ଯ୍ୟ ଗ୍ରହଣ କରିଥିଲେ ବା କିଏ ମୋ ଦୁଆରରେ ଆସିକରି ଛିଡ଼ା ହୋଇଥିଲେ ସେହି କଷ୍ଟ ସମାୟାଗୁଡିକରୁ ମୁଁ ମୋ ନିଜପାଇଁ କଣ ସବୁ ଶିକ୍ଷା ଲାଭ କରିପାରିଛି ମୁଁ କଣ ଆଉ କାହାକୁ ସେହି ସମାନ ପରିସ୍ଥତିରୁ ବାହାରଇ ଆସିବା ପାଇଁ ସାହାର୍ଯ୍ୟ କରିଥିଲି କି ? ମୁଁ କଣ ପ୍ରତିବନ୍ଧକ ଗୁଡିକୁ ଅତିକ୍ରମ କରି ଆସିପାରିଥିଲି ଯଦି ହଁ ତେବେ କିପରି ? ମତେ ମୋ ଭବିଷ୍ୟତରେ ସେହି ଭଳି ସମାନ ପରିସ୍ଥତି ଆସିଲେ କିଭଳି ମୋର ପୁରୁଣା ଅନୁଭବଦ୍ୱାରା ଆହୁରି ଭଲ ଭାବରେ ମୁଁ ସେହି ସମୟ ଅତିକ୍ରମ କରିପାରିବି ? ଆଧାର ଆହୁରି ପଢନ୍ତୁ , . (2004) : , . ' , . (1979). : . , . (2012) & . , . (2007). " . 19 (3): 921–930. :10.1017/ 0954579407000442. 17705908. , . (1999). : . & . , : ( . 281–296). : / . , (2002) : 7 ' . , . (2000). : ,. & . , (2 ., . 651–682). : . , . (1987). " ". 57 (3): 316–331. :10.1111/ .1939-0025.1987. 03541. 3303954. , . (2007). & . - , ( . 1–24). : . , ' : , & , 6, 2014, :10.1177/0095327 14536709 , .,., & , . (2011). ବାହ୍ୟ ଆଧାର ? – –
ଚିତଉ ଓଡ଼ିଶାରେ ତିଆରି ହେଉଥିବା ଏକ ପ୍ରକାରର ପିଠା । ଏହା ଶ୍ରାବଣ ମାସରେ ପାଳିତ ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ମଧ୍ୟ ଲାଗି ହୋଇଥାଏ ଓ ଏହା ଛପନ ଭୋଗ ମଧ୍ୟରୁ ଅନ୍ୟତମ । ଏହା ଗେଣ୍ଡେଇକଟା ଓଷା ନାମରେ ଉତ୍ତର ଓଡ଼ିଶାରେ ପାଳିତ ହୋଇଥାଏ ।ଓଡ଼ିଶାର ଚାଷୀ ଲୋକ ସେହି ଦିନ ଧାନ କିଆରୀରେ ଚିତଉ ପିଠା ପୋତିଥାନ୍ତି କାରଣ ଏହି ଦିନ ଗେଣ୍ଡାମାନଙ୍କୁ ପିଠା ଖାଇବାକୁ ଦେଲେ ସେମାନେ ଘରେ କାହାକୁ କାମୁଡ଼ନ୍ତି ନାହିଁ ବୋଲି ଲୋକବିଶ୍ୱାସ ରହିଛି । ପ୍ରସ୍ତୁତି ଏହା ତିଆରି କରିବା ଆଗରୁ ଅଧ କେଜି ବତୁରା ଅରୁଆ ଚାଉଳରେ ଗୋଟେ କୋରା ନଡ଼ିଆ ମିଶାଇ ବାଟି ୨-୩ ଘଣ୍ଟା ରଖିଦିଆଯାଏ । ପରେ ସେଥିରେ ଲୁଣ ମିଶାଇ ପାଣି ଦେଇ ଗୋଳାଇ କଡ଼ାଇରେ ଡଙ୍କିଏ ପିଠଉ ଦେଇ ଢାଙ୍କିଦେଇ ସରା/ଢାଙ୍କୁଣି ଚାରିକଡ଼େ ପାଣିକନା ଦେଇ ଗୁଡ଼ାଇ ଦିଆଯାଏ । ସିଝିଗଲା ପରେ ପିଠା କାଢ଼ି ଆଉଥରେ ସମାନ ପ୍ରଣାଳୀରେ ଆଉ ପିଠାଟିଏ ତିଆରି କରାଯାଏ । ଅଧିକ ପଠନ ଚିତାଲାଗି ଅମାବାସ୍ୟା ଆଧାର
ଗୀତା ହୋତା (୯ ସେପ୍ଟେମ୍ବର ୧୯୩୬–୨୯ ନଭେମ୍ବର ୨୦୨୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକା, ସମ୍ପାଦକ ଓ ସଂଗଠକ ଥିଲେ । ତାଙ୍କ ରଚିତ ସାହିତ୍ୟ ମଧ୍ୟରେ ଗଳ୍ପ ସଂକଳନ ଅପୂଜା ଫୁଲ, ବିଶ୍ବାସ ଏକ ଅନ୍ଧଗଳି, ରଙ୍ଗମଞ୍ଚ ଓ ଉପନ୍ୟାସ ମାୟାବିନୀ ଆଦି ଅନ୍ୟତମ । ସେ କବିତା, ଶିଶୁ ସାହିତ୍ୟ, ଆତ୍ମଜୀବନୀ ଆଦି ପୁସ୍ତକ ମଧ୍ୟ ରଚନା କରିଥିଲେ ଏବଂ ଅମୃତାୟନ ସାହିତ୍ୟ ପତ୍ରିକାର ସମ୍ପାଦିକା ତଥା ଅମୃତାୟନ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ । ସେ କଳିଙ୍ଗ ପୁସ୍ତକ ମେଳାର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ଦକ୍ଷିଣପୂର୍ବ ରେଳବାଇର ମହିଳା ଅନୁଷ୍ଠାନର ସଭାପତି ଥିଲେ ଓ ଜଣେ ସଂଗଠିକା ଭାବରେ ୧୯୭୬-୭୭ରେ ସେ ଓଡ଼ିଶା ମହିଳା କଂଗ୍ରେସର ଆବାହିକା ଭାବେ କାର୍ଯ୍ୟ କରିଥିଲେ । ସେ ଓଡ଼ିଆ ସାହିତିକ ଓ ସମ୍ପାଦକ ସାତକଡ଼ି ହୋତାଙ୍କୁ ବିବାହ କରିଥିଲେ । ୨୦୨୨ ନଭେମ୍ବର ୨୯ରେ ଭୁବନେଶ୍ୱରରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା । ପ୍ରାରମ୍ଭିକ ଜୀବନୀ ଓ ବୃତ୍ତି ଗୀତା ହୋତା ମୟୂରଭଞ୍ଜ ଜିଲ୍ଲା ଜଗନ୍ନାଥଖୁଣ୍ଟା ଗ୍ରାମରେ ୧୯୩୬ ସେପ୍ଟେମ୍ବର ୯ରେ ଜନ୍ମଗ୍ରହଣ କରିଥିଲେ । ସେ ସାହିତ୍ୟିକ ଓ ଦୈନିକ ସମୟ ସମ୍ପାଦକ ସାତକଡ଼ି ହୋତାଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଜଣେ ପୁଅ ସଞ୍ଜୀବ ଓ ଜଣେ ଝିଅ ଅଛନ୍ତି । ବୃତ୍ତିଗତ ଜୀବନରେ ସେ ଦକ୍ଷିଣପୂର୍ବ ରେଳବାଇରରେ କାର୍ଯ୍ୟକରିଥିଲେ । ସେ ସେଠାରେ ମହିଳା ଅନୁଷ୍ଠାନର ସଭାପତି ମଧ୍ୟ ଥିଲେ । ଜଣେ ରାଜନୈତି ସଂଗଠିକା ଭାବରେ ସେ ୧୯୭୬-୭୭ରେ ଓଡ଼ିଶା ମହିଳା କଂଗ୍ରେସର ଆବାହିକା ହୋଇଥିଲେ । ସେ ଅମୃତାୟନ ନାମକ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ ଓ ଅମୃତାୟନ ସାହିତ୍ୟ ପତ୍ରିକାର ସମ୍ପାଦନା କରିଆସୁଥିଲେ । ଏହା ବ୍ୟତୀତ ସେ କଳିଙ୍ଗ ପୁସ୍ତକ ମେଳାର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସାହିତ୍ୟ ରଚନା ସେ ଓଡ଼ିଆରେ କବିତା, ଗଳ୍ପ, ପ୍ରବନ୍ଧ ଓ ଆତ୍ମଜୀବନୀ, ଶିଶୁ ସାହିତ୍ୟ ଆଦି ରଚନା କରିଥିଲେ । ରଚନାବଳୀ କବିତା ସଂକଳନ ଏକା ଏକା ଈଶ୍ୱରୀ ଉପନ୍ୟାସ ମନବୀଣା ମାୟାବିନୀ ଗଳ୍ପ ସଂକଳନ ସବୁ ସ୍ମୃତି ମଧୁର ପ୍ରବନ୍ଧ ସଂକଳନ ମଧୁକ୍ଷରା କ୍ଷୁଦ୍ରଗଳ୍ପ ସଂକଳନ ବିଶ୍ୱାସ ଏକ ଅନ୍ଧଗଳି ରଂଗମଞ୍ଚ ମନ ମନ୍ଥନ ଅପୂଜା ଫୁଲ ଆଧାର
କଇଳାଶ ପଟ୍ଟନାୟକ (ଜନ୍ମ : ୬ ଫେବୃଆରୀ ୧୯୫୭) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ । ସେ ସମାଲୋଚନା, କ୍ଷୁଦ୍ରଗଳ୍ପ, ଅନୁବାଦ ସାହିତ୍ୟରେ ନିଜ ଲେଖନି ଚାଳନା କରନ୍ତି । ସେ ବିଶ୍ୱଭାରତୀ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଲୋକଗୀତ ଓ ଲୋକସଂସ୍କୃତି ଉପରେ ସେ ଅଧ୍ୟୟନ ଓ ଅନୁସନ୍ଧାନ କରିଛନ୍ତି । ଶିକ୍ଷା କଇଳାଶ, ଫକୀର ମୋହନ ମହାବିଦ୍ୟାଳୟରୁ ୧୯୭୫ ମସିହାରେ ସ୍ନାତକ, ୧୯୭୭ରେ ବିଶ୍ୱଭାରତୀରୁ ସ୍ନାତକୋତ୍ତର, ୧୯୮୫ରେ ପି.ଏଚ.ଡ଼ି ଶିକ୍ଷା ସମାପ୍ତ କରିଥିଲେ । ସେ ୧୯୮୯ ମସିହାରେ ବିଶ୍ୱଭାରତୀରୁ ଅସମୀୟା ଭାଷାରେ ଡିପ୍ଲୋମା ମଧ୍ୟ କରିଛନ୍ତି । ରଚନାବଳୀ ସମାଲୋଚନା ଓଡ଼ିଆ ଉପନ୍ୟାସର ସମାଜ ତତ୍ତ୍ବ - ୧୯୮୮ (ବିଦ୍ୟାପୁରୀ, କଟକ) ଗଳ୍ପ ବନାମ ଗଳ୍ପ - ୧୯୯୮ (ପ୍ରେଣ୍ଡସ୍ ପବ୍ଲିଶର୍ସ, କଟକ) ଲଳିତ ପାଲା - ୨୦୦୯ (ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର) ଓଡ଼ିଶାର ଲୋକ କାହାଣୀ - ୨୦୦୮ (କାହାଣୀ, କଟକ)) ଫକୀର ମୋହନ ଦର୍ପଣ - ୨୦୦୬ (ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର) ସମ୍ପାଦନା ଫକୀର ମୋହନଙ୍କ ଦୁଷ୍ପ୍ରାପ୍ୟ ରଚନାବଳୀ ପ୍ରବନ୍ଧ ବଳୟ ଗଳ୍ପମାଳା ପ୍ରହରାଜଙ୍କ ଦୁଷ୍ପ୍ରାପ୍ୟ ଗଦ୍ୟରଚନା ଓଡ଼ିଶାର ଲୋକକାହାଣୀ କ୍ଷୁଦ୍ରଗଳ୍ପ ଏକଦା ଅନ୍ତରଙ୍ଗ ଦକ୍ଷିଣା ପବନ ଏକାଠି ଏକା ଏକା ଶୁଣ ଅବୋଲକରା ଶ୍ରେଷ୍ଠ ଗଳ୍ପ - ୨୦୧୬ (ଟାଇମ ପାସ, ଭୁବନେଶ୍ୱର) ବିନୋଦ ଦ୍ୱାଦଶ - ୨୦୧୩ (ଟାଇମ ପାସ, ଭୁବନେଶ୍ୱର) ସତ ଏକଶତ - ୨୦୦୪ (ପ୍ରେଣ୍ଡସ୍ ପବ୍ଲିଶର୍ସ, କଟକ) ଅନୁବାଦ ଗୀତାଞ୍ଜଳି ଉପନ୍ୟାସ ସ୍ଥାବରଜଙ୍ଗମ - ୨୦୦୭ (କାଦମ୍ବିନୀ ମିଡିଆ ପ୍ରା. ଲି., ଭୁବନେଶ୍ୱର) ସମ୍ମାନ ଓ ପୁରସ୍କାର ଡ଼ ଆର୍ତ୍ତବଲ୍ଲଭ ମେମୋରିଆଲ ଏସେ କମ୍ପିଟିସନ - ୧୯୭୭ ( ଉତ୍କଳ ବିଶ୍ୱବିଦ୍ୟାଳୟ ) ଶ୍ରେଷ୍ଠ କ୍ଷୁଦ୍ରଗଳ୍ପ ପ୍ରଜାତନ୍ତ୍ର ପୁରସ୍କାର - ୧୯୯୨ କହ୍ନେଇ କଥା ସମ୍ମାନ - ୧୯୯୭ ଆଧାର
'
ଟାଇଓଗୁଆନିନ (ଇଂରାଜୀ ଭାଷାରେ , ଅନ୍ୟ ନାମ ଥାଇଓଗୁଆନିନ ବା ୬-ଥାଇଓଗୁଆନିନ ବା ୬-ଟିଜି) ଏକ ଔଷଧ ଯାହା ଆକ୍ୟୁଟ ମାୟେଲଏଡ ଲିଉକେମିଆ ( ବା ), ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ ( ବା ) ଓ କ୍ରନିକ ମାୟେଲଏଡ ଲିଉକେମିଆ ( ବା ) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଦୀର୍ଘକାଳୀନ ବ୍ୟବ‌ହାର ସୁପାରିସ କରାଯାଏନାହିଁ । ଏହା ପାଟିରେ ଦିଆଯାଏ । ଟାଇଓଗୁଆନିନର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ଅସ୍ଥିମଜ୍ଜା ଦମନ , ଯକୃତ ସମସ୍ୟା ଓ ପାଟି ପ୍ରଦାହ ଆଦି ରୋଗ ହୋଇପାରେ । ଏହି ଔଷଧ ରୋଗୀ ବ୍ୟବ‌ହାର କଲାବେଳେ ତାହାର ଯକୃତ ଏଞ୍ଜାଇମ ପ୍ରତି ସପ୍ତାହରେ ଚେକ କରିବା ଆବଶ୍ୟକ । ଥାଇଓପ୍ୟୁରିନ ଏସ-ମିଥାଇଲଟ୍ରାନ୍ସଫରେଜର ଜେନେଟିକ ଅଭାବ ଥିବା ଲୋକମାନଙ୍କର ଏହି ରୋଗ ସଙ୍କଟ ଅଧିକ ଥାଏ । ଔଷଧ ନେଉଥିବା ମହିଳା ଓ ପୁରୁଷ, ଉଭୟ ଗର୍ଭାବସ୍ଥା ନହେବା ନିମନ୍ତେ ଚେଷ୍ଟିତ ହେବା ଉଚିତ । ଏହା ଏକ ଆଣ୍ଟିମେଟାବୋଲାଇଟ ଶ୍ରେଣୀର ଏକ ଔଷଧ । ଏହା ଗୁଆନିନର ଏକ ପ୍ୟୁରିନ ଆନାଲଗ ଯାହା ଡିଏନଏ ଓ ଆରଏନଏକୁ ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ । ସନ ୧୯୪୯ ଓ ୧୯୫୧ ମଧ୍ୟରେ ଟାଇଓଗୁଆନିନ ଆବିଷ୍କୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ( ' ) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ସନ ୨୦୧୪ରେ ଏହି ଔଷଧର ଏକ ୪୦ ମି:ଗ୍ରା: ବଟିକାର କ୍ରୟ ମୂଲ୍ୟ ୭.୦୭ ଆମେରିକୀୟ ଡଲାର ଥିଲା । ଇଂଲଣ୍ଡରେ ଏହି ପରିମାଣ ବଟିକାର ମୂଲ୍ୟ ୪.୧୪ ପାଉଣ୍ଡ । ଆଧାର
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩ ଜୁଲାଇ ବର୍ଷର ୧୮୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୮୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୮୧ ଦିନ ବାକି ଅଛି । ଘଟଣାବଳୀ ଜନ୍ମ ମୃତ୍ୟୁ ୧୯୩୨- ସ୍ୱର୍ଣ୍ଣକୁମାରୀ ଦେବୀ, କବି, ଉପନ୍ୟାସ ଲେଖକ, ସଙ୍ଗୀତକାର ଏବଂ ସମାଜ ସେବିକା (ଜନ୍ମ: ୨୮ ଅଗଷ୍ଟ ୧୮୫୫) ପର୍ବପର୍ବାଣି ବାହାର ଲିଙ୍କ : ଏହି ଦିନ କାନାଡାରେ ଏହି ଦିନ
ଲିସଫ୍ରାଙ୍କ ଆଘାତ ଅନ୍ୟ ନାମ ଲିସଫ୍ରାଙ୍କ ଅସ୍ଥିଭଗ୍ନ, ପାଦର ଏକ ଆଘାତର ନାମ ଯେଉଁଥିରେ ମେଟାଟାର୍ସାଲ ହାଡ଼ ଏବଂ ଟାର୍ସାଲ ହାଡ଼ ମଧ୍ୟରେ ଥିବା ଗଣ୍ଠି ଆଘାତପ୍ରାପ୍ତ ହୋଇଥାଏ । ଏହାର ଲକ୍ଷଣ ମଧ୍ୟରେ ଫୁଲା, ଯନ୍ତ୍ରଣା ଏବଂ ମଧ୍ୟ ପାଦରେ ବ୍ରୁଇ ହୋଇପାରେ । ଚାଲିବାର ପ୍ରୟାସଦ୍ୱାରା ଧିକ ଲକ୍ଷଣ‌ଯୁକ୍ତ ହୋଇଯାଏ | ଚିକିତ୍ସା ବିନା ଏହା ଜଟିଳ ହୋଇ ଆର୍ଥ୍ରାଇଟିସ୍ ଏବଂ ସ୍ଥାୟୀ ଯନ୍ତ୍ରଣା ହୋଇପାରେ । ଏହାର କାରଣ: ପାଦ ମୋଡ଼ିହେଲେ, ଯେପରିକି କ୍ରୀଡାରେ, ଖେଳିବା ସମୟରେ, କିମ୍ବା ଉଚ୍ଚତାରୁ ଖସିଯିବା ପରି ଅଧିକ ଗୁରୁତର ଆଘାତରେ ହୁଏ | ସାଧାରଣତଃ ଏହାର ନିର୍ଦ୍ଦିଷ୍ଟ ବିପଦ ସଙ୍କଟ ନଥାଏ, ଯଦିଓ ମଧୁମେହ ରୋଗୀ ଅଧିକ ପ୍ରଭାବିତ ହୁଅନ୍ତି | ଓଜନ ଉଠେଇଲା ବେଳର ରଞ୍ଜନରଶ୍ମି ବା ସିଟି ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ । ଯଦି ମଝି ପାଦ ଯନ୍ତ୍ରଣା ୫ ଦିନରୁ ଅଧିକ ରହିଲେ ମଧ୍ୟ ଏହି ଆଘତ ସନ୍ଦେହ ପରିସରକୁ ଆସେ । ପ୍ରାରମ୍ଭିକ ଚିକିତ୍ସାରେ ଭଙ୍ଗା ରିଡକସନ, ସ୍ପ୍ଲିଣ୍ଟ ଓ ପାଦକୁ ଉଚ୍ଚରେ ରଖିବା ଉପଦେଶ ଦିଆଯାଏ । ଯଦି ଆଘାତ ଅସ୍ଥିର କିମ୍ବା ବିସ୍ଥାପିତ ହୁଏ, ତେବେ ଅସ୍ତ୍ରୋପଚାର ଅସ୍ତ୍ରୋପଚାର କରାଯାଏ | ଆରୋଗ୍ୟ ପାଇଁ କିଛି ମାସ ଲାଗିପାରେ | ଲିସଫ୍ରାଙ୍କ ଆଘାତ ଅପେକ୍ଷାକୃତ ଅସାଧାରଣ ଓ ମୋଟ ଭଙ୍ଗାର ମାତ୍ର 0.୨% ଥାଏ । ମଧ୍ୟ ବୟସ୍କ ପୁରୁଷମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | ୧୮୧୫ ମସିହାରେ ହୋଇଥିବା ଷଷ୍ଠ କୋଅଲିସନ ଯୁଦ୍ଧ ସମୟର ଫ୍ରାନସର ଜଣେ ସର୍ଜନ ଜାକେସ ଲିସଫ୍ରାଙ୍କ ଡି ସେଣ୍ଟ ମାର୍ଟିନ ସେଠାରେ ଅଶ୍ୱାରୋହୀମାନଙ୍କ ମଧ୍ୟରେ ଏହି ଆଘାତ ଲାଗୁଥିବା ଲକ୍ଷ କରିଥିଲେ ଓ ତାଙ୍କ ନାମାନୁସାରେ ଏହାର ନାମକରଣ କରାଯାଇଥିଲା। ଆଧାର
୮୮୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରତିରକ୍ଷା ସଂସ୍ଥାନ (ଇଂରାଜୀ: ) ଭାରତର ଏକ ଉନ୍ନତ ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ଅଟେ । ଏହି ସଂସ୍ଥା ଭାରତ ସରକାରଙ୍କର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା, ରକ୍ଷା ମନ୍ତ୍ରଣାଳୟ ଅଧିନରେ ଅଛି । ଏହି ବିଶ୍ୱବିଦ୍ୟାଳୟ ଭାରତର ପୁନେ ଜିଲ୍ଲା ଏବଂ ମହାରାଷ୍ଟ୍ରର ଗିରିନଗରରେ ଖଡ଼କୱାସଲା ଡ୍ୟାମ ପାଖରେ ଅବସ୍ଥିତ । ବିଭାଗ ବିଶ୍ୱବିଦ୍ୟାଳୟଦ୍ୱାରା ୧୦ଟି ଶିକ୍ଷା ବିଭାଗ ଉପଲବ୍ଧ କରାଯାଇଛି : ମହାକାଶ ବୈଷୟିକ ଶିକ୍ଷା କମ୍ପ୍ୟୁଟର ବୈଷୟିକ ଶିକ୍ଷା ଇଲେକଟ୍ରୋନିକସ୍‌ ବୈଷୟିକ ଶିକ୍ଷା ପଦାର୍ଥଭିତ୍ତିକ ବୈଷୟିକ ଶିକ୍ଷା ଯାନ୍ତ୍ରିକ ବୈଷୟିକ ଶିକ୍ଷା ଜୀବବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରଯୁକ୍ତିବିଦ୍ୟା ପରିଚାଳନା ବ୍ୟବହାରିକ ରାସାୟନିକ ବିଜ୍ଞାନ ବ୍ୟବହାରିକ ଗଣିତ ବ୍ୟବହାରିକ ପଦାର୍ଥ ବିଜ୍ଞାନ ରହିବା ସୁବିଧା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପଏଣ୍ଟସ୍‌ ନାମକ ଛାତ୍ରାବାସ ଦେୟଯୁକ୍ତ ରହିବାର ସୁବିଧା ରହିଛି । ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୦ରୁ ଅଧିକ କୋଠରୀର ବ୍ୟବସ୍ଥା ଅଛି । ପ୍ରତ୍ୟେକ କୋଠରୀ ସହ ସଂଯୁକ୍ତ ଶୌଚାଳୟ ମଧ୍ୟ ଅଛି । ଗୋଟିଏ କୋଠରୀରେ ୪ ଜଣ ରହିବାର ସୁବିଧା ଅଛି, ଯେଉଁଠି ପ୍ରତି ଛାତ୍ରଙ୍କୁ ଦିନପିଛା ମାତ୍ର ୧୭୫ ଟଙ୍କା ଦେୟ ଦେବାକୁ ପଡିଥାଏ । ୨୦୧୮ ମସିହା ମାର୍ଚ୍ଚ ମାସରୁ ସେତେବେଳର ଉପକୁଳାଧିପତି ସୁରେନ୍ଦ୍ର ପାଲ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଛାତ୍ରାବାସ ନିର୍ମାଣ ଆରମ୍ଭ କରିଛନ୍ତି ଆଧାର ବାହ୍ୟ ଆଧାର
ଜ୍ୱାଇଁ ପୁଅ, ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଧୀରେନ ଗୁପ୍ତା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରଟି ସ୍ୱର ସଂଯୋଜନା କରିଥିଲେ । ଉତ୍ତମ ମହାନ୍ତି ମିଟୁ ମୁଖାର୍ଜୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଶରତ ପୂଜାରୀ ଧୀର ବିଶ୍ୱାଳ ନରେନ୍ଦ୍ର ବେହେରା ଝରଣା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଉତ୍ତମ ମହାନ୍ତି ମିଟୁ ମୁଖାର୍ଜୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଶରତ ପୂଜାରୀ ଧୀର ବିଶ୍ୱାଳ ନରେନ୍ଦ୍ର କୁମାର ବେହେରା ଝରଣା ଦାସ କାହାଣୀ ଗୀତ ଏବଂ ସଙ୍ଗୀତ ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଗୀତା ଦାଶ, ମହମ୍ମଦ ସିକନ୍ଦର ଆଲମ, ପ୍ରଫୁଲ୍ଲ କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଗୀତ ଆଧାର ବାହାର ଆଧାର ଇଣ୍ଟରନେଟ ମୁଭି ଡାଟାବେସରେ ଜ୍ୱାଇଁ ପୁଅ
କୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି ସଙ୍କୀର୍ତ୍ତନ । ଖୋଳ, କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ । ଗ୍ରାମରେ ଥିବା ଭାଗବତ ଟୁଙ୍ଗୀ ସଙ୍କୀର୍ତ୍ତନ ଆଖଡ଼ା ରୂପେ ବ୍ୟବହୃତ ହୁଏ । ଇତିହାସ ଏବଂ ଧର୍ମୀୟ ଭାବନା ଶ୍ରୀ ଚୈତନ୍ୟଦେବଙ୍କ ଅମଳରୁ ଓଡ଼ିଶାରେ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଜଣାଯାଏ । ଦୋଳ ଦଶହରା ଆଦି ଯାନୀଯାତ୍ରାରେ ଦେବତାମାନଙ୍କ ଶୋଭାଯାତ୍ରା ଓ ଦେବ ମେଳଣ ବେଳେ ଖୋଳ କରତାଳ ବଜାଯାଇ ସଙ୍କୀର୍ତ୍ତନ କରାଯାଏ । ପୁରୀ ରଥଯାତ୍ରା ସମୟରେ ସଙ୍କୀର୍ତ୍ତନ ଚୈତନ୍ୟ ଦେବଙ୍କ ଅମଳରୁ ପ୍ରଚଳିତ । ଏକଦା ସେ ପ୍ରଚାର କରିଥିଲେ କଳିଯୁଗରେ ହରିନାମ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ମୁକ୍ତିଲାଭର ଏକ ମାତ୍ର ପଥ । ଏହାର କିର୍ତ୍ତନୀୟ ନାମ ହେଉଛି- ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍ କଳୌ ନାସ୍ତ୍ୟୋବ ନାସ୍ତ୍ୟୋବ ନାସ୍ତ୍ୟୋବ ଗତିର୍ନ୍ୟଥା । ଯେଉଁଠାରେ ନାମ ସଙ୍କୀର୍ତ୍ତନ ହୁଏ, ତାହା ପ୍ରଧାନତମ ତୀର୍ଥ ଏବଂ ଯେଉଁଠି ସଙ୍କୀର୍ତ୍ତନକାରୀଙ୍କର ପାଦ ପଡ଼େ ସେହି ସ୍ଥାନ ପବିତ୍ରତମ । କୀର୍ତ୍ତନ ଧ୍ୱନିରେ ପାପ କ୍ଷୟ ହୁଏ ଏବଂ ଶ୍ରୋତା ତଥା ଗାୟକମାନଙ୍କ ତଳ ଓ ଉପର ସାତପୁରୁଷ ଉଦ୍ଧାର ପଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ସତ୍ୟ ଯୁଗରେ ତୀର୍ଥ, ତ୍ରେତୟାରେ ଯଜ୍ଞ, ଦ୍ୱାପରରେ ଦାନ ଏବଂ କଳି ଯୁଗରେ ନାମ ସଙ୍କୀର୍ତ୍ତନ ହିଁ ଯୁଗଧର୍ମ । ଦାନ, ବ୍ରତ, ତପସ୍ୟା, ଯଜ୍ଞ ଏସମସ୍ତ ଅପେକ୍ଷା ସଙ୍କୀର୍ତ୍ତନ ଅଧିକତମ ଫଳପ୍ରଦ ଓ ମୁକ୍ତିପ୍ରଦ ଅଟେ । ସଙ୍କୀର୍ତ୍ତନ ପଦ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ ହରେରାମ ହରେରାମ ରାମ ରାମ ହରେହରେ । କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ପହିମାଂ ରାମ ରାଘବ ରାମ ରାଘବ ରାମ ରାଘବ ତ୍ରାହିମାଂ । ବ୍ୟବହୃତ ବାଦ୍ୟ ଉପକରଣ ସଙ୍କୀର୍ତ୍ତନରେ ବ୍ୟବହୃତ ମୃଦଙ୍ଗକୁ ଖୋଳ ଏବଂ ଝାଞ୍ଜକୁ କରତାଳ କୁହାଯାଏ । ଏହାକୁ ବଜାଇ ସଙ୍କୀର୍ତ୍ତନ ପଦ ବୋଲାଯାଏ । ଏହି କାର୍ଯ୍ୟରେ ଆଠରୁ ଦଶଟି ମୃଦଙ୍ଗ ଦଶହଳ ଝାଞ୍ଜ ଓ ରାମତାଳି ବ୍ୟବହାର ହୁଏ । ସଙ୍କୀର୍ତ୍ତନଶେଷରେ ଖୋଳ ଏବଂ ଅନ୍ୟାନ୍ୟ ଉପକରଣକୁ ଭୋଗ ଓ ନୂଆ ବସ୍ତ୍ର ଅର୍ପଣ ପୂର୍ବକ ପୂଜା କରାଯାଏ । ପ୍ରକାର ଆମ ଓଡ଼ିଶାରେ ସାତ ପ୍ରକାର କୀର୍ତ୍ତନ ପରିଲକ୍ଷିତ ହୋଇଥାଏ ଯଥା ଓଡ଼ିଶୀ, ଦକ୍ଷିଣୀ, ପୁରୀ, ବିଷ୍ଣୁ, ଉତ୍କଳୀ, ରାଣୀଘାଟି ଓ ରାଢ଼େନ । ଅଧିକ ଦେଖନ୍ତୁ ଚୈତନ୍ୟ ଜଗନ୍ନାଥ ସଂସ୍କୃତି ଆଧାର ବାହାର ତଥ୍ୟ - - 2016-01-09 . - -
ଓଡ଼ିଆ ସିନେମା ଜଗତରେ ୧୯୫୦ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର । ଅ-କ୍ଷ ଆଧାର
ମୁଁ ଖାଣ୍ଟି ଓଡ଼ିଆ ଝିଅ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ରାଜେନ୍ଦ୍ର ସିଂ ଭୁର୍ଜି ଏବଂ ଅବତାର ସିଂହ ଭୁର୍ଜି । ଅବତାର ସିଂହ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଏବଂ ସତ୍ୟନାରାୟଣ ସାହୁ ଏହି କଥଚିତ୍ରର ସଂଳାପ ଲେଖିଥିଲେ । ଅବତାର ସିଂହ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ଗୋପାଳ ବିଶ୍ୱାଳ ଏବଂ ମାନସ କୁମାର । ଅସୀମା ପଣ୍ଡା, ହ୍ୟୁମାନ ସାଗର, ତପୁ ମିଶ୍ର, ଶ୍ରୀଚରଣ, ଶୈଳଭାମା, ତାରିକ୍, ପପୁ ପମ ପମ, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ । ନବାଗତ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଚଳଚ୍ଚିତ୍ରଟିର ନାୟକ ଭୂମିକାରେ ଅଭିନୟ କରିଥିଲେ । ପପୁ ପମ ପମ, ମନୋଜ ପଟ୍ଟନାୟକ, ମନିଷା ମିଶ୍ର, ମାମୁନି ମିଶ୍ର, ଜୀବନ ପଣ୍ଡା, ସଲିଲ ମିତ୍ର, ସୋରଜ ଦାସ, ଶ୍ରୀକାନ୍ତ, ସ୍ୱରୂପ, ନାରାୟଣ ପତି ଆଦି କଳାକାରେ ଏହି ଚଳଚ୍ଚିତ୍ରରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଏଲିନା ସାମନ୍ତରାୟ ରଣବୀର କ୍ୱାଲି ସିଦ୍ଧାନ୍ତ ମହାପାତ୍ର ପପୁ ପମ ପମ ମନୋଜ ପଟ୍ଟନାୟକ ମନିଷା ମିଶ୍ର ମାମୁନି ମିଶ୍ର ଜୀବନ ପଣ୍ଡା ସଲିଲ ମିତ୍ର ସୋରଜ ଦାସ ଶ୍ରୀକାନ୍ତ ସ୍ୱରୂପ ନାରାୟଣ ପତି କାହାଣୀ ଜଣେ ଗାଁ ଶିକ୍ଷକଙ୍କ ଝିଅର ସଂଘର୍ଷମୟ କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ରଟି । ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ଗୋପାଳ ବିଶ୍ୱାଳ, ମାନସ କୁମାର । ଅସୀମା ପଣ୍ଡା, ହ୍ୟୁମାନ ସାଗର, ତପୁ ମିଶ୍ର, ଶ୍ରୀଚରଣ, ଶୈଳଭାମା, ତାରିକ୍, ପପୁ ପମ ପମ, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲ । ଏହି କଥାଚିତ୍ରର ଗୀତଗୁଡ଼ିକର ରେକର୍ଡ଼ିଂ କାମ ଅମର ମ୍ୟୁଜିକ୍ କରିଥିଲା । ଭଞ୍ଜ କଳା ମଣ୍ଡପରେ ଏହି କଥାଚିତ୍ରର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ଏହି ସମାରୋହରେ ପ୍ରତିଭା ରାୟ, ଇତି ସାମନ୍ତ, ପପୁ ପମ୍‌ପମ୍‌, ଅକ୍ଷୟ ପରିଜା, ତପୁ ମିଶ୍ର, ମାନସ କୁମାର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଗୀତ ବ୍ୟବସାୟ ୮ ସେପ୍ଟେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ର ସ‌ହ ଅନ୍ୟ ଏକ ଓଡ଼ିଆ କଥାଚିତ୍ର ଭୈରବ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ର ଦୁଇଟି ଉତ୍ତମ ବ୍ୟବସାୟ କରିଥିଲେ । ପୁରସ୍କାର ଶ୍ରେଷ୍ଠ ନବାଗତ ନାୟକ (ରଣବୀର) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮ ଆଧାର ବାହାର ଆଧାର ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ ଖାଣ୍ଟି ଓଡ଼ିଆ ଝିଅ
ବିଲିୟାରି ଆଟ୍ରେସିଆ ରୋଗରେ ଯକୃତ ଭିତରେ ତଥା ବାହାରେ ଥିବା ପିତ୍ତନଳୀ ବା ବାଇଲ ଡକ୍ଟଗୁଡ଼ିକ ଜୀର୍ଣ୍ଣ ହୋଇଯାଏ | ଜୀବନର ପ୍ରଥମ କିଛି ମାସର ଲକ୍ଷଣ ଆରମ୍ଭରେ ସାଧାରଣତଃ ହଳଦିଆ ଚର୍ମ, ଧୂସର ରଙ୍ଗର ମଳ ଏବଂ ଯକୃତ ବୃଦ୍ଧି ସହିତ ହୋଇଥାଏ | ପୁଷ୍ଟିହୀନତା, ସିରୋସିସ୍ ଏବଂ ଯକୃତ ବିଫଳତା ଆଦି ପ୍ରତିକ୍ରିୟା ହୋଇପାରେ | ଏହାର କାରଣ ବାରମ୍ବାର ଜଣା ପଡିନାହିଁ | ବେଳେବେଳେ ଏହା ଅନ୍ୟାନ୍ୟ ଜନ୍ମ ଦୋଷ ସହିତ ଥାଇପାରେ, ଯାହା ଭ୍ରୁଣୀୟ ବିଲିୟାରି ଆଟ୍ରେସିଆ ଭାବରେ ଜଣାଶୁଣା | ଅନ୍ତର୍ନିହିତ ପ୍ରଣାଳୀରେ ପିତ୍ତ ନଳୀଗୁଡ଼ିକର ପ୍ରଦାହ ହୋଇଥାଏ । ରକ୍ତ ପରୀକ୍ଷା ଏବଂ ଡାକ୍ତରୀ ଇମେଜିଙ୍ଗ କରି ରୋଗ ସନ୍ଦେହ କରାଯାଏ ଓ ଯକୃତ ବାୟୋପ୍ସି ବା କୋଲାଞ୍ଜିଓଗ୍ରାଫି ଉପରେ ଆଧାର କରି ରୋଗ ନିଧାର୍ଯ୍ୟ କରାଯାଇପାରେ। ଏହାର ଏକମାତ୍ର ପ୍ରଭାବଶାଳୀ ଚିକିତ୍ସା ହେଉଛି ଅସ୍ତ୍ରୋପଚାର | ଦୁଇ ବିକଳ୍ପ ଅଛି ଯଥା: କାସାଇ ପ୍ରଣାଳୀ କିମ୍ବା ଯକୃତ ପ୍ରତିରୋପଣ | ଅସ୍ତ୍ରୋପଚାର ବିନା ୩ ବର୍ଷରୁ ଅଧିକ ବଞ୍ଚିବା ହାର ୧୦%ରୁ କମ୍ ଅଟେ | ଅସ୍ତ୍ରୋପଚାର ସତ୍ତ୍ୱେ ବ୍ୟକ୍ତିର ନିଜସ୍ୱ ଯକୃତ ସହିତ ଦୀର୍ଘକାଳ ବଞ୍ଚିବା ସମୟ ପ୍ରାୟ ୨୫% ଅଟେ | ୟୁରୋପ ଏବଂ ଉତ୍ତର ଆମେରିକାରେ ପ୍ରାୟ ୧୫,୦୦୦ ନବଜାତ ଶିଶୁମାନଙ୍କ ମଧ୍ୟରୁ ଜଣକର ବିଲିୟାରି ଆଟ୍ରେସିଆ ହୁଏ | ଏସିଆରେ ଏହା ଏକ ସାଧାରଣ ରୋଗ ଓ ତାଇୱାନରେ ପ୍ରାୟ ୨,୭୦୦ ଲୋକରେ ଜଣେ ପ୍ରଭାବିତ ହେବା ଦେଖାଯାଏ। ୧୮୧୭ ମସିହାରେ ଜନ ବର୍ଣ୍ଣ ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥିଲେ | ସାମ୍ପ୍ରତିକ ଅସ୍ତ୍ରୋପଚାର ଚିକିତ୍ସା ବିଧି ୧୯୫୦ ଦଶକରେ ରୁଜୁ ହୋଇଥିଲା | ଆଧାର
ଆଲପୋର୍ଟ ସିଣ୍ଡ୍ରୋମ, ପୂର୍ବ ନାମ ବଂଶାନୁକ୍ରମିକ ନେଫ୍ରାଇଟିସ୍, ଏକ ଜେନେଟିକ ରୋଗ ଯେଉଁଥିରେ ବୃକ୍‌କ ରୋଗ, ଶ୍ରବଣହାନୀ ଏବଂ ଆଖି ସମସ୍ୟା ହୋଇପାରେ | ରକ୍ତମେହ ହେଉଛି ସବୁଠାରୁ ସାଧାରଣ ଲକ୍ଷଣ | ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୂତ୍ରରେ ପୁଷ୍ଟିସାର ପତନ, ଉଚ୍ଚ ରକ୍ତଚାପ, ଇଡିମା, ଆଖିରେ ଅସ୍ୱାଭାବିକ ଜବକାଚ ଏବଂ ଧୀରେ ଧୀରେ ବୃକ୍‌କ ବିଫଳତା ଆରମ୍ଭ ହୋଇପାରେ। ପ୍ରାୟ ୧୬ରୁ ୩୫ ବର୍ଷ ବୟସରେ ବୃକ୍‌କ ବିଫଳତା ହୋଇପାରେ | ଏହା ଏକ ଏକ୍ସ-ଲିଙ୍କ (୬୫% ରୋଗ) ଅଟୋସୋମାଲ ରିସେସିଭ (୧୫%) କିମ୍ବା ଅଟୋସୋମାଲ ପ୍ରାଧାନ୍ୟ (୨୦%) ପଦ୍ଧତିରେ ଉତ୍ତରାଧିକାର ସୂତ୍ରରେ ହୋଇପାରେ | ଅନ୍ତର୍ନିହିତ ପ୍ରଣାଳୀରେ ଅସ୍ୱାଭାବିକ ଟାଇପ ୪ କୋଲାଜେନ ଥାଏ ଯାହା ବୃକ୍‌କ, କାନ ଏବଂ ଆଖିରେ ଏକ ଗଠନମୂଳକ ପଦାର୍ଥ ଭାବରେ ଥାଏ | ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଏବଂ ଜେନେଟିକ ପରୀକ୍ଷଣ ତ‌ଥା ତନ୍ତୁ ବାୟୋପ୍ସି କରି ରୋଗ ଥିବା ନିଶ୍ଚିତ କରାଯାଏ । ରୋଗୀର ଅବସ୍ଥା ଅଧିକ ଖରାପ ଦିଗକୁ ନ ଯିବା ପାଇଁ ଏହାର ଚିକିତ୍ସାରେ ଏସିଇ ଇନହିବିଟର ବ୍ୟବ‌ହାର କରାଯାଏ । ବୃକ୍‌କ ବିଫଳତା ପାଇଁ ଡାଏଲିସିସ ବା ବୃକ୍‌କ ପ୍ରତିରୋପଣ ଆବଶ୍ୟକ ହୋଇପାରେ। ଜନ୍ମ ହୋଇଥିବା ପ୍ରାୟ ୫୦,୦୦୦ ଲୋକ ମଧ୍ୟରୁ ଜଣେ ଏହି ରୋଗରେ ଆକ୍ରାନ୍ତ ହୁଏ । ପୁରୁଷମାନେ ମହିଳାମାନଙ୍କ ଅପେକ୍ଷା ଅଧିକ ଲକ୍ଷଣପ୍ରଦ ଅଟନ୍ତି | ଏହି ବିକୃତି ପ୍ରଥମେ ୧୯୨୭ ମସିହାରେ ଗୋଟିଏ ବ୍ରିଟିଶ ପରିବାରରେ ହେଇଥିବା ଲକ୍ଷ କରିଥିଲେ ଚିକିତ୍ସକ ସେସିଲ ଏ ଆଲପୋର୍ଟ । ଆଧାର
ଟୁକୁନି ସାହୁ ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଟୁକୁନି ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଟିଟଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରିବାର ଟୁକୁନି ସାହୁ ଅଭିମନ୍ୟୁ ସାହୁଙ୍କୁ ବିବାହ କରିଥିଲେ । ଅଭିମନ୍ୟୁ ଜଣେ ରାଜନୀତିଜ୍ଞ ଥିଲେ । ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ୨୦୧୩ ମସିହାରେ ଅଭିମନ୍ୟୁ ରାଜ୍ୟ ଯୁବ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଥିବାବେଳେ ୧୫ ଡିସେମ୍ବର, ୨୦୧୩ରେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ସେହି ସମୟରେ ଟିଟଲାଗଡ଼ଠାରେ ବନ୍ଦ ଡାକରା ଦିଆଯିବା ସହ ଅନେକ ସ୍ଥାନରେ ପୋଡ଼ାଜଳା ହୋଇଥିଲା ଓ ପରବର୍ତ୍ତୀ ସମୟରେ କ୍ରାଇମ୍‌ବ୍ରଞ୍ଚ ଏହି ଘଟଣାର ତଦନ୍ତ କରିଥିଲା ଏବଂ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ରାଜନୈତିକ ଜୀବନ ଟୁକୁନି ସାହୁ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଟୁକୁନି ସାହୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସମୁଦାୟ ୨,୨୫,୭୧୩ ଜଣ ମତଦାତାଙ୍କ ମଧ୍ୟରୁ ୧,୭୦,୮୨୩ ଜଣେ ମତଦାନ କରିଥିଲେ । ତନ୍ମଧ୍ୟରୁ ଟୁକୁନୀ ସାହୁ ସର୍ବାଧିକ ୭୧,୮୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ତଥା ସେଠାକାର ପୂର୍ବାତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ ସମୁଦାୟ ୫୭,୮୩୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ ଓ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁର ସମୁଦାୟ ୨୫,୬୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ଟୁକୁନୀ ସାହୁ ସୁରେନ୍ଦ୍ର ସିଂହ ଭୋଇଙ୍କୁ ୧୪,୦୨୨ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୫ ମସିହାଯାଏଁ କାର୍ଯ୍ୟ କରିଥିଲେ । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଟୁକୁନି ସାହୁ ପୁଣିଥରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଟିଟଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ୧୬ଶ ଓଡ଼ିଶା ବିଧାନ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୦,୪୫୫ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ନବୀନ କୁମାର ଜୈନଙ୍କ ଠାରୁ ୧୭,୩୯୯ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ । ବିବାଦ ୨୦୧୪ ମସିହାରେ ଟୁକୁନି ସାହୁ ନିର୍ବାଚନରେ ଅନିୟମିତତା କରିଥିବା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ହୋଇଥିଲା । ଟୁକୁନିଙ୍କର ପତି ଅଭିମନ୍ୟୁଙ୍କୁ ହତ୍ୟା କରାଯାଇବାପରେ ତାଙ୍କୁ ଦଳୀୟ ଅନୁକମ୍ପା ଭାବରେ ଟିକେଟ ମିଳିଥିବା ଅଭିଯୋଗ ହୋଇଥିଲା ଏବଂ ବଲାଙ୍ଗିର ଜିଲ୍ଲା ବିଜେଡ଼ି କର୍ମିଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା । ପୁରସ୍କାର ଓ ସମ୍ମାନ ତୈଳିକ ବୈଶ୍ୟ ସମାଜ ତରଫରୁ ଟୁକୁନି ସାହୁଙ୍କୁ କରମା ବାଈ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଧାର
ନାଗାବଳୀ ଏକ୍ସପ୍ରେସ ଭାରତୀୟ ରେଳବାଇର ପୂର୍ବ ତଟ ଡିଭିଜନ ତରଫରୁ ଚାଲୁଥିବା ଏକ ଏକ୍ସପ୍ରେସ ଟ୍ରେନ । ଏହା ସମ୍ବଲପୁରରୁ ନାନ୍ଦେଦ ଯାଏ ସପ୍ତାହକୁ ଦୁଇଥର ଯାତ୍ରା କରିଥାଏ । ଏହି ଟ୍ରେନ ପ୍ରଥମେ 23 ମାର୍ଚ 2003 ରେ ସମ୍ବଲପୁରରୁ ନିଜାମାବାଦ ଯାଏ ପ୍ରଚଳିତ ହେଲା । ପରେ ଏହାକୁ ହଜୁର ସାହେବ ନାନ୍ଦେଦ . ଯାଏ ପରିବର୍ଧିତ ହେଲା । 2013ରୁ ଏହା ସପ୍ତାହକୁ 3 ଥର ଯିବା ଆସିବା କରେ । ନାଗାବଳୀ ନଦୀର ନାମାନୁସାରେ ଏହାକୁ ନାଗାବଳୀ ଏକ୍ସପ୍ରେସ କୁହାଯାଇଥାଏ । ଏହି ଟ୍ରେନ ଓଡ଼ିଶା , ଆନ୍ଧ୍ରା ପ୍ରଦେଶ , ତେଲେଙ୍ଗନା ଓ ମହାରାଷ୍ଟ୍ର ରାଜ୍ୟ ଦେଇ ପ୍ରଚାଳନ କରିଥାଏ । ଏହାର ଯାତ୍ରାପଥରେ 19ଟି ରହଣି ଥାଏ । ସମ୍ବଲପୁରରୁ ଏହା ପ୍ରତି ରବିବାର , ସୋମବାର ଓ ଶୁକ୍ରବାରରେ ସକଳ 8 ତ 30 ମିନିଟରେ ଛାଡି ପରଦିନ ସକାଳେ ଗନ୍ତବ୍ୟ ସ୍ଥଳରେ ପହଞ୍ଚେ । ସମ୍ବଲପୁର ଯିବା ଟ୍ରେନର ନମ୍ବର 18309 ଓ ନାନ୍ଦେଦରୁ ଆସିବା ଟ୍ରେନର ନମ୍ବର 18310 ସମୟ ସାରଣୀ 18309- ସମ୍ବଲପୁରରୁ ନାନ୍ଦେଦ 18310- ନାନ୍ଦେଦରୁ ସମ୍ବଲପୁର ଆଧାର
ସିନ୍ଦୁର ବିନ୍ଦୁ ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶନାରେ ମହାଲକ୍ଷ୍ମୀ ଫିଲ୍ମସ୍‌ଦ୍ୱାରା ତିଆରି ହେଇଥିଲା । ‘ସିନ୍ଦୁର ବିନ୍ଦୁ’ର କାହାଣୀ ଚିନ୍ତାମଣି ଜେନାଙ୍କ ରଚିତ ଉପନ୍ୟାସ ‘ସରପଞ୍ଚ ପୁଅ’ ଉପରେଆଧାରିତ ହୋଇଥିଲା । ଅଭିନୟରେ ଓଡ଼ିଆ କଥାଚିତ୍ର ‘ସିନ୍ଦୁର ବିନ୍ଦୁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ପ୍ରଶାନ୍ତ ନନ୍ଦ ଶ୍ରୀରାମ ପଣ୍ଡା ଅଜିତ ଦାସ ସୁଜାତା ଆନନ୍ଦ ତ୍ରିପୁରା ମିଶ୍ର ଧୀର ବିଶ୍ୱାଳ ଲୀଳା ଦୁଲାଳୀ ନରେନ୍ଦ୍ର କୁମାର ବେହେରା (ନରି) ଶ୍ୟାମଳେନ୍ଦୁ ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ ଆଧାର ଅଧିକ ତଥ୍ୟ ଇଣ୍ଟରନେଟ ମୁଭି ଡାଟାବେସରେ ସିନ୍ଦୁର ବିନ୍ଦୁ
ଟୋପିରାମେଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଟୋପାମାକ୍ସ, ଏକ ଔଷଧ ଯାହା ଅପସ୍ମାରର ଚିକିତ୍ସା ତଥା ମାଇଗ୍ରେନର ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ | ମଦ୍ୟପାନ ନିର୍ଭରଶୀଳ ଲୋକଙ୍କ ପାଇଁ ମଧ୍ୟ ଏହା ବ୍ୟବହୃତ ହୋଇଛି | ସ୍ଥାନୀୟ ବା ବ୍ୟାପକ ଅପସ୍ମାରର ଚିକିତ୍ସା ପାଇଁ ଏହା ଦିଆଯାଏ | ଏହା ପାଟିରେ ଦିଆଯାଏ | ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅପସମ୍ବେଦନ ବା ଝିମ ଝିମ ହେବା, ଅରୁଚି, ଥକ୍କା ଅନୁଭବ କରିବା, ପେଟ ଯନ୍ତ୍ରଣା, କେଶହାନୀ ଏବଂ ଏକାଗ୍ର ହେବାରେ ଅସୁବିଧା ହୋଇପାରେ | ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା, ଅଧିକ ଆମୋନିଆ ସ୍ତର ହେବା ଯୋଗୁ ଏନସେଫାଲୋପାଥି ଏବଂ ବୃକ୍‌କ ପଥର ରୋଗ ହୋଇପାରେ। ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି ଘଟାଇପାରେ ଏବଂ ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ | ଏହା କିପରି କାମ କରେ ତାହା ଅସ୍ପଷ୍ଟ | ୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟୋପିରାମେଟ ଅନୁମୋଦିତ ହୋଇଥିଲା | ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ପ୍ରତି ମାସରେ ୧.୪୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ। ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୪.୦୦ ଆମେରିକୀୟ ଡଲାର ଅଟେ। ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏହା ୭୭ ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦଶ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | ଆଧାର
କଣ୍ଟାକୁସୁମ ହେଉଛି ଖାଲି ପଡ଼ିଆ ଓ ବିଲରେ ଖରାଦିନେ ଉଠୁଥିବା ବର୍ଷାୟୁ ଗୁଳ୍ମଜାତୀୟ ଉଦ୍ଭିଦ । ଏହାକୁ ଇଂରାଜୀରେ ମେକ୍ସିକାନ ପପି ବୋଲି ମଧ୍ୟ କୁହା‌ଯାଏ । ଏହି ଗୁଳ୍ମ ଜଳାଭାବ, ଅନୁର୍ବର ମୃତ୍ତିକା ପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବଢ଼ିପାରେ । ଏହାର ଡେମ୍ଫ ଧଳା, ପତ୍ର ଇଷତ୍ ସବୁଜ, କଣ୍ଚାଳିଆ ଓ ଦନ୍ତୁରିତ, ଫୁଲ ହଳଦିଆ ରଙ୍ଗର ଓ ଛଅ ପାଖୁଡ଼ା ବିଶିଷ୍ଟ ହୋଇଥାଏ । ଏ ଗଛର କ୍ଷୀର ହଳଦିଆ ଓ ଫଳ କଣ୍ଟକାକୀର୍ଣ୍ଣ ବାଇଗବା ଫଳ ପରି। ଏହାର ମଞ୍ଜି ସୋରିଷ ପରି । ମଞ୍ଜିରୁ ତେଲ ବାହାରେ। କାଛୁରେ ଏହି ଗଛର ନିର୍ଯ୍ୟାସ ଓ ମଞ୍ଜିର ତେଲକୁ ଲଗା‌ଯାଏ। ଏହି ଗଛଟି ବିଷାକ୍ତ ଓ ତୃଣଭୋଜୀ ପ୍ରାଣୀମାନେ କ୍ୱଚିତ୍ ଏହାକୁ ଖାଇଥାନ୍ତି । ଏହାର ଉତ୍ପତ୍ତିସ୍ଥଳ ମେକ୍ସିକୋ ବୋଲି ମାନ୍ୟତା ରହିଛି । ମେକ୍ସିକୋ ତଥା ପଶ୍ଚିମ ଆମେରିକାର ଲୋକମାନେ ଏହାକୁ ଔଷଧରୂପେ ବ୍ୟବହାର କରିଥାନ୍ତି। ଏହି ଗୁଳ୍ମଟି ପ୍ରାୟ ୧ ମିଟର ଯାଏଁ ବଢ଼ିଥାଏ। ଏହା କ୍ରାନ୍ତିୟ ଅଞ୍ଚଳରେ ଦେଖାଯାଏ। ଗୁଣ ଏହାର ଚେର ତିକ୍ତ, ରେଚକ, ଭେଦକ, ଉତ୍‌କ୍ଳେଶଜନକ ଓ ବମନବେଗକାରକ। ଏହା କୃମି, କଣ୍ଡୁ, ବିଷଦୋଷ, ଅନାହ, କଫ, ରକ୍ତପିତ୍ତ ଓ କୁଷ୍ଠ ନାଶକ। ବିବିଧ ଭାଷାରେ ନାମ ରାସାୟନିକ ତତ୍ତ୍ୱ ଗୋଟିଏ କଣ୍ଟାକୁସୁମ ମଞ୍ଜିରେ ୨୨ରୁ ୩୬% ‌ଯାଏଁ ଅଭକ୍ଷ୍ୟ ତୈଳ ରହିଥାଏ ‌ଯାହାକୁ ଆଗ୍ରାମନ ତେଲ ବା କଟକର ତେଲ କୁହା‌ଯାଏ। ଏଥିରେ ସାଙ୍ଗୁଇନାରାଇନ ଓ ଡିହାଇଡ୍ରୋସାଙ୍ଗୁଇନାରାଇନ ନାମକ ବିଷାକ୍ତ ଆଲ୍କାଲଏଡ ରହିଥାଏ। ଏହି ଗୁଳ୍ମରେ ଚାରିଟି କ୍ୱାଟରନେରି ଆଉସୋକ୍ୱିନୋଲିନ ଆଲକାଲଏଡ ‌ଯଥା ଡିହାଇଡ୍ରୋକୋରିଡାଲମାଇନ, ଜାଟ୍ରୋରାଇଜିନ, କଲୁମ୍ବାମାଇନ ଓ ଅକ୍ସିବର୍ବରାଇନ ରହିଥିବାର ପରୀକ୍ଷଣରୁ ଜଣା ପଡ଼ିଛି। ବିଷ ସୋରିଷ ସହିତ ଏହାର ମଞ୍ଜି ମିଶିଯାଉଥିବାରୁ ଭେଜାଲ କରିବାପାଇଁ ସହଜ ହୋଇଥାଏ । ଭାରତ, ଫିଜି, ଦକ୍ଷିଣ ଆଫ୍ରିକା ଆଦି ଅଞ୍ଚଳରେ କଣ୍ଟାକୁସୁମ ମଞ୍ଜି ଜନିତ ବିଷକ୍ରିୟାର ଅନେକ ନଜିର ରହିଛି। ଏକ ଭାଗ ଏହି ମଞ୍ଜିର ତେଲକୁ ୯୯ ଭାଗ ସୋରିଷ ତେଲରେ ମିଶାଇ ଭେଜାଲ କରିବାଦ୍ୱାରା ଭାରତରେ ୧୯୮୮ ମସିହାରେ ଡ୍ରପ୍ସି ନାମକ ଭୟାନକ ରୋଗ ଜନ ସାଧାରଣଙ୍କୁ ଆତଙ୍କିତ କରିଦେଇଥିଲା। ଉପଯୋଗ ଔଷଧୀୟ ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତି ଆୟୁର୍ବେଦରେ ଏହାର ପ୍ରୟୋଗ ନିମ୍ନଲିଖିତ ରୋଗ ବା ଅବସ୍ଥାରେ କରା ଯାଇଥାଏ। ବିଭିନ୍ନ ପ୍ରକାର ଚର୍ମରୋଗ (ଚେର ଓ କାଣ୍ଡ) (ହଳଦିଆ କ୍ଷୀର) ମୂତ୍ରସଂସ୍ଥାନର ରୋଗ କାମଳ (ହଳଦିଆ କ୍ଷୀର) ଚକ୍ଷୁରୋଗ (ହଳଦିଆ କ୍ଷୀର) ସର୍ପବିଷ ନାଶନ (ମଞ୍ଜି) ବିରେଚକ ଯକ୍ଷ୍ମା ଖାଦ୍ୟନଳୀର ରୋଗ ଶ୍ୱାସ (ମଞ୍ଜି) ଏହି ଗୁଳ୍ମର ସର୍ବାଙ୍ଗକୁ ଔଷଧ ରୂପେ ଉପଯୋଗ କରା‌ଯାଏ। ମେକ୍ସିକୋ ଓ ସୋନୋରାର ସେରି ଜନଜାତିମାନେ ଏହାକୁ ବୃକ୍​କର ବିଭିନ୍ନ ପ୍ରକାର ରୋଗ ତଥା ଶରୀରର ଶୁଦ୍ଧିକରଣରେ ବ୍ୟବହାର କରିଥାନ୍ତି। ମାଇଗ୍ରେନ ପରି ରୋଗରେ ସ୍ପେନ ଓ ପର୍ତ୍ତୁଗାଲ ଅଞ୍ଚଳରେ ଏହାର ପ୍ରୟୋଗ କରିଥାନ୍ତି ଓ ଏହାକୁ ପୀଡ଼ାନିବାରକ ଓ ମାନସିକ ଶାନ୍ତି ଦାୟକ ଚା’ ହିସାବରେ ବ୍ୟବହାର କରିଥାନ୍ତି। ଏହାର ମଞ୍ଜି ବିରେଚକ ର କାମ କରିଥାଏ। ମାଲିରେ କଣ୍ଟାକୁସୁମକୁ ପାରମ୍ପରିକ ବୈଦ୍ୟମାନେ ମ୍ୟାଲେରିଆ ଜର ନିବାରଣାର୍ଥେ ଉପଯୋଗ କରିଥାନ୍ତି। ଅନ୍ୟାନ୍ୟ କଣ୍ଟାକୁସୁମ ମଞ୍ଜିରୁ ଜୈବ-ଡିଜେଲ ପ୍ରସ୍ତୁତ ହୁଏ ବୋଲି ପ୍ରୟୋଗ ଓ ପ୍ରଦର୍ଶନ ମଧ୍ୟ ହୋଇ ସାରିଲାଣି। ଆହୁରି ଦେଖନ୍ତୁ ଔଷଧୀୟ ଗଛଲତାମାନଙ୍କର ତାଲିକା ଆଧାର
ଓଡ଼ିଶାର କଟକ ଜିଲ୍ଲାର କୃଷ୍ଣପ୍ରସାଦ ନିକଟସ୍ଥ ମୋଟିଆଁ ଗ୍ରାମରେ ଏକ ପ୍ରାଚୀନ ଦୁର୍ଗା ମନ୍ଦିର ଅବସ୍ଥିତ । ଏହି ମନ୍ଦିରଟି ମହିଷମର୍ଦ୍ଦିନୀ ଦୁର୍ଗା ଏବଂ ତାଙ୍କର ଚାମୁଣ୍ଡାମାନଙ୍କୁ ସମର୍ପିତ ବୋଲି କିମ୍ବଦନ୍ତୀ ରହିଛି । ଦେଉଳର ଗର୍ଭଗୃହରେ ଅଧିଷ୍ଠିତ ମୁଖ୍ୟ ବିଗ୍ରହ ମହିଷମର୍ଦ୍ଦିନୀ ଦୁର୍ଗା । ଉତ୍କଳୀୟ ପରମ୍ପରାରେ ଏହାଙ୍କୁ ଚତୁର୍ଭୁଜ ଜୟଦୁର୍ଗା କୁହାଯାଏ । ଉପର ଦୁଇ ହାତରେ ଠାକୁରାଣୀ ଶଙ୍ଖଚକ୍ର ଧାରଣ କରିଛନ୍ତି ଏବଂ ତଳ ଦୁଇ ହାତରେ ତ୍ରିଶୂଳଦ୍ୱାରା ମହିଷାସୁରକୁ ବିଦ୍ଧ କରୁଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱବିତଙ୍କ ଦଳ ବିଭିନ୍ନ ପ୍ରକାରର ଅନୁସନ୍ଧାନବେଳେ ଏହି ସ୍ଥାନରେ ଅନେକ କିଛି ବିରଳ ଜିନିଷର ସନ୍ଧାନ ପାଇଛନ୍ତି, ଯେଉଁଥିରୁ ଏବଂ ମନ୍ଦିର ନିର୍ମାଣ ଶୈଳୀର ବ୍ୟବହୃତ ପଥରର ସମୟକୁ ଆଧାର କରି ଏହା ଅନୁମାନ କରାଯାଏ ଯେ ଏହି ମନ୍ଦିର ୧୦ମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କଦ୍ୱାରା ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ମନ୍ଦିରର ମରାମତି କରାଯାଇଥିଲା ଏବଂ ଏବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ରହିଛି । ଗର୍ଭଗୃହରେ ଦୁର୍ଗାଙ୍କ ଛଡ଼ା ସୂର୍ଯ୍ୟ ଓ ଚତୁର୍ଭୁଜ ଚାମୁଣ୍ଡାଙ୍କର ମୂର୍ତ୍ତି ମଧ୍ୟ ପୂଜିତ । କଳିଙ୍ଗ ଶିଳ୍ପକଳା ଅନୁସାରେ ନିର୍ମିତ ଏହି ଦେଉଳରେ ରେଖ ଶୈଳୀର ବିମାନ ଓ ପୀଢ଼ ଶୈଳୀର ଜଗମୋହନ ରହିଛି । ଅବସ୍ଥିତି ଦେଉଳଟି ପ୍ରାଚୀ ନଦୀ କୂଳରେ ଅବସ୍ଥିତ । ପ୍ରାଚୀ କଟକ ଜିଲ୍ଲାର କୃଷ୍ଣପ୍ରସାଦ ଗାଆଁଠାରୁ ୧ କିଲୋମିଟର ଦୂର ଉତ୍ତର ଦିଗରେ ଅବସ୍ଥିତ । ଏହି ସ୍ଥାନକୁ ଆସିବା ପାଇଁ କଟକ ଜିଲ୍ଲାର ନିଆଳୀ ପାଖାପାଖି ଅଞ୍ଚଳ ଫୁଲନଖରାଠାରୁ ଆସିବାକୁ ପଡ଼ିଥାଏ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ନିଆଳୀକୁ ନିୟମିତ ବସ୍ ଚଳାଚଳ କରୁଥାଏ, ଯାହାକି ଭୁବନେଶ୍ୱରରୁ ୬୫ କିଲୋମିଟର (୪୦ ମାଇଲ୍) ଦୂର । ପୂଜା ପର୍ବ ଏହି ମନ୍ଦିରର ମୁଖ୍ୟ ପୂଜା ହୋଇଛି ଦୁର୍ଗାପୂଜା । ସେହି ସମୟରେ ପୂଜା ସହିତ ଯଜ୍ଞାଦିର ଆୟୋଜନ କରାଯାଇଥାଏ । ଆଧାର ବାହାର ଆଧାର
ସ୍କର୍ଭି (ଇଂରାଜୀରେ ) ରୋଗ ଜୀବସାର ଗ ବା ଭିଟାମିନ ସି ଅଭାବ ଫଳରେ ଜାତ ହୁଏ । ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଦୁର୍ବଳତା, ଥକ୍କା ଲାଗିବା, କୁଞ୍ଚୁକୁଞ୍ଚିଆ ବାଳ ହେବା ଓ ବାହୁ ତ‌ଥା ଗୋଡ଼ରେ ଘାଆ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଚିକିତ୍ସା ନ ପାଇଲେ ଲୋହିତ ରକ୍ତ କଣିକା ସଂଖ୍ୟା କମିଯାଏ, ମାଢ଼ି ରୋଗ ହୁଏ ଓ ଚର୍ମରେ ରକ୍ତସ୍ରାବ ହୁଏ । ରୋଗ ଆଗେଇ ଗଲେ କ୍ଷତ ଶୁଖିପାରେନି, ବ୍ୟକ୍ତିତ୍ୱ ପରିବର୍ତ୍ତନ ହୁଏ ଓ ଶେଷରେ ସଂକ୍ରମଣ ବା ରକ୍ତସ୍ରାବ ଯୋଗୁ ମୃତ୍ୟୁ ହୁଏ । ଖାଦ୍ୟରେ ଯଥେଷ୍ଟ ପରିମାଣର ଜୀବସାର ଗ ନ ଥିଲେ ବା ଅଭାବ ଥିଲେ ସ୍କର୍ଭି ରୋଗ ହୁଏ । ପ୍ରାୟ ଏକ ମାସ ଧରି ଏହି ଭିଟାମିନ ଆଦୌ ନ ଖାଇଲେ ବା ବା ଅତ୍ୟଳ୍ପ ଖାଇଲେ ଲକ୍ଷଣ ପ୍ରକାଶ ପାଏ । ସାଧାରଣତଃ ମାନସିକ ରୋଗ‌ଗ୍ରସ୍ତ , ଅସାଧାରଣ ଖାଦ୍ୟାଭ୍ୟାସ, ଆଲକୋହୋଲିଜ୍ମ ଓ ଏକାକୀ ରହୁଥିବା ବୟସ୍କ ଲୋକଙ୍କୁ ଏହି ରୋଗ ହୁଏ । ଇଣ୍ଟେସ୍ଟାଇନାଲ ମାଲଆବସର୍ପସନ ରୋଗ ଥିଲେ ବା ଡାୟାଲିସିସ ହେଉଥିବା ଲୋକଙ୍କର ସ୍କର୍ଭି ରୋଗ ସଙ୍କଟ ରହେ । ମାନବ ଓ ଅନ୍ୟ କେତେକ ପଶୁଙ୍କ ଦେହରେ କୋଲାଜେନ ତନ୍ତୁ ତିଆରି କରିବା ନିମନ୍ତେ ଭିଟାମିନ ସି ଆବଶ୍ୟକ ହୁଏ । ଶାରୀରିକ ଲକ୍ଷଣ, ଏକ୍ସ‌-ରେ ଓ ଚିକିତ୍ସାରେ ଉନ୍ନତି ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଜୀବସାର ଗ ପରିପୂରକ ପାଟିରେ ଖାଇବାକୁ ଦେଇ ଏହି ରୋଗର ଚିକିତ୍ସା କରାଯାଏ । ଅଳ୍ପ କିଛି ଦିନ ପରେ ଲକ୍ଷଣର ଉନ୍ନତି ଦେଖାଯାଏ ଓ କିଛି ସପ୍ତାହ ମଧ୍ୟରେ ସମ୍ପୁର୍ଣ୍ଣ ଉପଶମ ହୋଇଯାଏ । ଜୀବସାରର ଗ ଉତ୍ସରେ ମୂଖ୍ୟତଃ ଲେମ୍ବୁଜାତୀୟ ଖାଦ୍ୟ , ସଜ ଶାଗୁଆ ପନିପରିବା, ଟୋମାଟୋ ଓ ଆଳୁ ଆଦି ସ‌ହଜ ଉପଲବ୍ଧ ଖାଦ୍ୟରେ ଜୀବସାର ଗ ଥାଏ । ରନ୍ଧନ କଲେ ଏହି ଜୀବସାର ନଷ୍ଟ ହୋଇଯାଏ । ଅଧୁନା ସ୍କର୍ଭି ରୋଗ କ୍ୱଚିତ ଦେଖିବାକୁ ମିଳେ । ମୂଖ୍ୟତଃ ବିକାଶଶୀଳ ଦେଶମାନଙ୍କରେ ଅପ‌ପୁଷ୍ଟିର (‌ ) ଶିକାର ହେଉଥିବା ଲୋକଙ୍କର ଏହି ରୋଗ ହୁଏ । ରିଫ୍ୟୁଜି ଲୋକଙ୍କ ମଧ୍ୟରୁ ୫%ରୁ ୪୫% ଲୋକଙ୍କର ଏହି ରୋଗ ହେବା ରିପୋର୍ଟ ମିଳୁଛି । ପୁରାତନ ମିଶର ଯୁଗରୁ ଏହି ରୋଗର ବର୍ଣ୍ଣନା ଥିବାର ଜଣାଯାଏ । ଦୀର୍ଘକାଳୀନ ସାମୁଦ୍ରିକ ଯାତ୍ରାରେ ଏହା ଏକ ବାଧାଜ‌ନ‌କ କାରଣ ଥିଲା ଓ ଏହା ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହେଉଥିଲା । ସନ ୧୭୫୩ରେ ରୟଲ ନାଭିର ଜଣେ ସର୍ଜନ ଜେମ୍ସ ଲିଣ୍ଡ ପ୍ରଥମେ ଏହି ରୋଗ ଲେମ୍ବୁଜାତୀୟ ଖାଦ୍ୟଦ୍ୱାରା ଚିକିତ୍ସାସାଧ୍ୟ ବୋଲି ପ୍ରମାଣ କରିଥିଲେ । ତାଙ୍କର ଏହି ପରୀକ୍ଷାକୁ ପ୍ରଥମ କ୍ଲିନିକାଲ ନିୟନ୍ତ୍ରିତ ପ୍ରଚେଷ୍ଟାର ମାନ୍ୟତା ଦିଆଯାଏ । ଏହି ପରୀକ୍ଷାର ପ୍ରାୟ ୪୦ ବର୍ଷ ବିତିଗଲା ପରେ ବ୍ରିଟିଶ ନାଭି ରୁଟିନ ଭାବରେ ଲେମ୍ବୁ ଜୁଶ ଦେବାକୁ ଆରମ୍ଭ କରିଥିଲେ । ଆଧାର
ମାନସ ରଞ୍ଜନ ଜେନା ଓଡ଼ିଶାରେ ଜନ୍ମିତ ଜଣେ ଚିତ୍ରକାର । ସେ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଥିଲେ ଓ ଅଧୁନା ସେଠାକାର ସମ୍ପାଦକ । ସେ ୨୦୧୩ ମସିହାରେ ତାଙ୍କ "ପ୍ରତିକ୍ଷା" ଧାରାବାହିକ ଚିତ୍ର ନିମନ୍ତେ ପ୍ରଫେସର ବ୍ୟୋମକେଶ ମହାନ୍ତି ସ୍ମୃତି ପୁରସ୍କାର ପାଇଥିଲେ । ପ୍ରଦର୍ଶନୀ ମାନସ ରଞ୍ଜନ ଜେନାଙ୍କ କଳାକୃତି ଭୁବନେଶ୍ୱରରେ "ଟୁଗେଦର ୨" ପ୍ରଦର୍ଶନୀରେ ଏବଂ ଜୟପୁର, ଲାକ୍ଷାଦୀପରେ ଏକ ଆନ୍ତର୍ଜାତୀୟ କ୍ୟାମ୍ପ ଓ ସମ୍ମିଳନୀ ଆଦିରେ ପ୍ରଦର୍ଶିତ ହୋଇଛି । ସମ୍ମାନ ଓ ପୁରସ୍କାର ୨୦୧୩ ମସିହାରେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ) ସ୍ତରୀୟ କାର୍ଯ୍ୟକ୍ରମ "ଶ୍ରଦ୍ଧାଞ୍ଜଳି"ରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା । ୨୦୧୩ରେ ସେ ଏକ ପୁରୁଷ ପ୍ରଧାନ ସମାଜରେ ନାରୀକୈନ୍ଦ୍ରିକ ସାମାଜିକ ଓ ମାନସିକ ପ୍ରତିବନ୍ଧକକୁ ନେଇ କରିଥିବା "ପ୍ରତିକ୍ଷା" ଧାରାବାହିକ ଚିତ୍ର ନିମନ୍ତେ ପ୍ରଫେସର ବ୍ୟୋମକେଶ ମହାନ୍ତି ସ୍ମୃତି ପୁରସ୍କାର ପାଇଥିଲେ । ଆଧାର
ପ୍ରମୁଖ ସଂଖ୍ୟାଲଘୁ ବା ଅଭିଜାତ ପ୍ରାଧାନ୍ୟ ସାମଗ୍ରିକଭାବେ ଜନସଂଖ୍ୟାର ଏକ କ୍ଷୁଦ୍ର ଭଗ୍ନାଂଶ (ସଂଖ୍ୟାଲଘୁ ଜନସଂଖ୍ୟା) ହୋଇଥିବା ସତ୍ତ୍ୱେ ରାଜନୈତିକ, ଅର୍ଥନୈତିକ, ବା ସାଂସ୍କୃତିକ କର୍ତ୍ତୃତ୍ତ୍ୱ ଥିବା ଏକ ସଂଖ୍ୟାଲଘୁ ଗୋଷ୍ଠୀ । ନିକଟରେ ପ୍ରବାସୀ ଭାବେ ଆସିଥିବା ପ୍ରମୁଖ ସଂଖ୍ୟାଲଘୁମାନେ "ଏଲିଏନ ଏଲିଟ" ନାମରେ ମଧ୍ୟ ପରିଚିତ। ଏହି ନାମଟି ସାଧାରଣତଃ ଜାତିଗତ, ଜାତୀୟ, ଧର୍ମୀୟ, ସାଂସ୍କୃତିକ ବା ଉପଜାତୀୟ ବିଷୟ ସହିତ ସଂଜ୍ଞାବଦ୍ଧ ଜାତିଗତ ଗୋଷ୍ଠୀମାନଙ୍କୁ ବୁଝାଇଥାଏ ଏବଂ ପ୍ରଚୁର ପରିମାଣରେ କ୍ଷମତା ଥିବା କ୍ଷେତ୍ରରେ ବ୍ୟବହୃତ ହୁଏ । ଆପାର୍ଟହେଡ଼ (ବର୍ଣ୍ଣବୈଷମ୍ୟବାଦୀ) ଶାସନ ସମୟରେ ଦକ୍ଷିଣ ଆଫ୍ରିକା ଏକ ଉଲ୍ଲେଖନୀୟ ଉଦାହରଣ । ସେହି ସମୟରେ ଦକ୍ଷିଣ ଆଫ୍ରିକୀୟ ଗୋରା ବା ଆଫ୍ରିକାନେରମାନେ ବିଶେଷ ଭାବେ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୨୨ ଶତାଂଶ ଭାଗ ହୋଇଥାଇ ମଧ୍ୟ ଦେଶର ପ୍ରଧାନ ନିୟନ୍ତ୍ରଣକାରୀ ହୋଇଥିଲେ । ଲାଇବେରିଆର ଆଫ୍ରିକୀୟ ଆମେରିକାନ ବଂଶୋଦ୍ଭୂତ ନାଗରିକଗଣ, ବାଥିଷ୍ଟ ଇରାକର ସୁନ୍ନି ଆରବ, ସିରିଆର ଆଲାୱାଇଟ ସଂଖ୍ୟାଲଘୁ (୧୯୭୦ ମସିହା ପରଠାରୁ ଆଲାୱାଇଟ ଆସାଡ଼ ପରିବାରର ଶାସନ ଅଧୀନରେ), ଏବଂ ୧୯୯୦ ମସିହା ପରଠାରୁ ରୁଆଣ୍ଡାର ଟୁଟସି ବର୍ତ୍ତମାନ ବା ସାମ୍ପ୍ରତିକ ଉଦାହରଣ ଭାବେ ଉଲ୍ଲେଖନୀୟ । ପାଦଟୀକା ଆଧାର , . : ( : , 2003). 978-0-472-03079-8 , . : ( : ,1972). 0-19-218402-4 , . : ( ,1979). 0-521-21897-7 ,. ( , 1998). 976-8123-10-9, 1-55876-161-6 , . : ( ,2003). 0-385-50302-4 , . ( : , 1993). 250-252. 0-15-508550-6.
ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ, ଓଡ଼ିଶାର ଏକ ସ୍ୱୟଂଶାସିତ ବୈଷୟିକ ମହାବିଦ୍ୟାଳୟ । ଏହା ଢ଼େଙ୍କାନାଳ ଜିଲ୍ଲାର ସରାଙ୍ଗ ନିକଟରେ ଅବସ୍ଥିତ । ପ୍ରକୃତିର ଗର୍ଭରେ ଅବସ୍ଥିତ ଏହି ମହାବିଦ୍ୟାଳୟ ଅନୁଗୋଳର ତାଳଚେର - ଠାରୁ ମାତ୍ର ୧୫ କିମି ଦୁରରେ ଏବଂ ଢ଼େଙ୍କାନାଳର କାମାକ୍ଷାନଗରରୁ ୩୫ କିମି ଦୁରରେ ଅବସ୍ଥିତ । ଆଧାର ବାହାର ଲିଙ୍କ 2014-08-13 .
ଦୁର୍ଗାମାଧବ ମିଶ୍ର(୧୯୨୯ - ୩ ଫେବୃଆରୀ ୧୯୯୭), ୧୯୫୨ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ(ସି.ଆଇ.ଏସ.ଏଫ)ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବା ପ୍ରଥମ ଓଡ଼ିଆ । ସେ ଜଣେ ଓଡ଼ିଆ ସାହିତ୍ୟିକ ଭାବରେ ମଧ୍ୟ ପରିଚିତ । ତାଙ୍କ ଗଳ୍ପ ସଂକଳନ "ନିଷାଦର ନିଃଶବ୍ଦ ବାରଣ" ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଦୁର୍ଗାମାଧବ, ୧୯୨୯ ମସିହାରେ ନୟାଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ଶୈଶବ କଟିଥିଲା କଟକରେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଏବଂ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ । ସମାଜରେ ଜଣେ ସହ ସମ୍ପାଦକ ଭାବରେ ସେ କାର୍ଯ୍ୟ କରୁଥିବା ସମୟରେ, ଭାରତୀୟ ପୁଲିସ ସେବା ଅଧିକାରୀ ଭାବରେ ତାଙ୍କର ଚୟନ ହୋଇଥିଲା । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ସେ କାର୍ଯ୍ୟ କରିଥିଲେ । ସି.ଆଇ.ଏସ.ଏଫର ମହାନିର୍ଦ୍ଦେଶକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୧୯୯୭ ମସିହା ଫେବୃଆରି ୩ତାରିଖରେ ଦୁର୍ଗାମାଧବ ମିଶ୍ରଙ୍କର ମହାପ୍ରୟାଣ ଘଟିଥିଲା । ସାହିତ୍ୟ ସର୍ଜନା ସାହିତ୍ୟ ଥିଲା, ଦୁର୍ଗାମାଧବଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଦିଗ । ସେ ଏକାଧାରରେ ଜଣେ ସମ୍ପାଦକ, କବି, ଗାଳ୍ପିକ ଓ ଅନୁବାଦକ ଥିଲେ । ବିଭିନ୍ନ ପତ୍ର ପତ୍ରିକାରେ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ସମ୍ମାନ ଓ ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨ (ନିଷାଦର ନିଃଶବ୍ଦ ବାରଣ ପାଇଁ) ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୫ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ) ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୧୯୯୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ) ଆଧାର
ବିଶ୍ୱନାଥ ନାୟକ (ଜନ୍ମ: ୨୧ ଅଗଷ୍ଟ ୧୯୩୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବିଶ୍ୱନାଥ ନାୟକ ୧୯୩୫ ମସିହାର ଅଗଷ୍ଟ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମୀନ ନାୟକ ଓ ପତ୍ନୀଙ୍କ ନାମ ପାର୍ବତୀ ନାୟକ । ରାଜନୈତିକ ଜୀବନ ବିଶ୍ୱନାଥ ନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ଆଧାର
ଚୁଇଁ ସୀମା ପକ୍ଷୀ (ଇଂରାଜୀ ଭାଷାରେ ' , ଜୀବବିଜ୍ଞାନ ନାମ ) ଏକ କ୍ଷୁଦ୍ରାକାର ଜଳପକ୍ଷୀ । ଏହି ପକ୍ଷୀର ଇଂରାଜୀ ସାଧାରଣ ନାମ ଓ ଜୀବବିଜ୍ଞାନ ନାମରେ ରହିଥିବା “ଟେମିନ୍‍କ୍” ଶବ୍ଦ ଓଲନ୍ଦାଜ ପ୍ରକୃତିବିତ୍ କନ୍ରାଡ୍ ଜାକବ୍ ଟେମିନ୍‍କ୍‍ଙ୍କ ସମ୍ମାନରେ ରଖାଯାଇଛି । ଏହି ପ୍ରଜାତିର ନାମ ପୁରାତନ ଗ୍ରୀକ୍ ଶବ୍ଦ କାଲିଡ୍ରିସ୍ କିମ୍ବା ସ୍କାଲିଡ୍ରିସ୍ ରୁ ଗୃହୀତ ହୋଇଛି । ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ କିଛି ପାଉଁଶିଆ ଜଳପକ୍ଷୀଙ୍କ ପାଇଁ ଏହି ଶବ୍ଦର ବ୍ୟବହାର କରିଥିଲେ । ଆଫ୍ରିକୀୟ-ୟୁରେସୀୟ ପ୍ରବାସୀ ଜଳପକ୍ଷୀ ସଂରକ୍ଷଣ ବୁଝାମଣା (ଇଂରାଜୀରେ - – ) ଯେଉଁ ସବୁ ପକ୍ଷୀଙ୍କୁ ନିଜ ପରିସରଭୁକ୍ତ କରିଛି, ତନ୍ମଧ୍ୟରୁ ଚୁଇଁ ସୀମା ପକ୍ଷୀ ଅନ୍ୟତମ । ବର୍ଣ୍ଣନା ଏହି ଜଳପକ୍ଷୀମାନେ ଆକାରରେ ଛୋଟ ଓ ଏମାନଙ୍କ ଦୈର୍ଘ୍ୟ ୧୩.୫-୧୫ ସେଣ୍ଟିମିଟର ହୋଇଥାଏ । ଆକାରରେ ଏମାନେ ସୀମା ପକ୍ଷୀ ପରି କିନ୍ତୁ ସୀମା ତୁଳନାରେ ଏମାନଙ୍କ ଗୋଡ଼ କ୍ଷୁଦ୍ରତର ଓ ଡେଣା ଦୀର୍ଘତର । ଚୁଇଁ ସୀମାର ଗୋଡ଼ ହଳଦିଆ ରଙ୍ଗର । ଲାଞ୍ଜରେ ଥିବା ପରର ବାହାର ପଟ ଧଳା ରଙ୍ଗର ହୋଇଥାଏ । ସୀମା ପକ୍ଷୀ କ୍ଷେତ୍ରରେ ଗୋଡ଼ ଓ ଲାଞ୍ଜ ପରର ବାହ୍ୟ ଅଂଶ ଯଥାକ୍ରମେ କଳା ଓ ପାଉଁଶିଆ ରଙ୍ଗର ହୋଇଥାଏ । ଏହି ପକ୍ଷୀର ଦେହର ରଙ୍ଗ ଅବସନ୍ନ ବା ଫିକା । ଏହାର ଦେହର ଉପର ପଟ ଓ ମୁଣ୍ଡର ରଙ୍ଗ ମାଟିଆ । ଛାତି ଅଂଶଟି ଟିକେ ଗାଢ଼ ମାଟିଆ ବା କଳା ରଙ୍ଗର । ପେଟ ଓ ଦେହର ନିମ୍ନାଂଶ ଧଳା ରଙ୍ଗର । ପ୍ରଜନନ କାଳରେ ଅଣ୍ଡିରାମାନଙ୍କ ରଙ୍ଗ ଉଜ୍ଜ୍ୱଳ ମାଟିଆ ରଙ୍ଗର ହୋଇଥାଏ । ଶୀତ ଦିନରେ ଏମାନଙ୍କ ରଙ୍ଗ ପ୍ରାୟ ହୁରୁଡ଼ ପକ୍ଷୀ ପରି ହୋଇଯାଏ । ଏମାନେ ଉଚ୍ଚ ସ୍ୱରରେ ତୀବ୍ର ଓ କମ୍ପମାନ ଧ୍ୱନିବିଶିଷ୍ଟ ରାବ ପକାଇଥାନ୍ତି । ପ୍ରଜନନ ଚୁଇଁ ସୀମା ପକ୍ଷୀର ପ୍ରଜନନ ପରିବାସ ହେଲା ୟୁରୋପ ଓ ଏସିଆର ମେରୁବୃତ୍ତସ୍ଥ ଟାଇଗା ଅଞ୍ଚଳର ସନ୍ତସନ୍ତିଆ ଓ କର୍ଦ୍ଦମମୟ ଭୂମି । ଦକ୍ଷିଣ ସ୍କାଣ୍ଡିନେଭିଆ ଓ ବେଳେବେଳେ ସ୍କଟଲାଣ୍ଡରେ ମଧ୍ୟ ଏମାନେ ପ୍ରଜନନ କରୁଥିବାର ଦେଖିବାକୁ ମିଳିଛି । ଏହାର ଉଡ଼ିବା ଅବସ୍ଥାରେ ପ୍ରଦର୍ଶନ କରିବା ଏକ ସ୍ୱତନ୍ତ୍ର ପ୍ରଜନନ ବ୍ୟବହାର । ଚୁଇଁ ସୀମାର ବସା ଭୂମିରେ ହିଁ ରହିଥାଏ । ନିଜ ବସାରେ ମାଈ ପକ୍ଷୀ ୩-୪ଟି ଅଣ୍ଡା ଦେଇଥାଏ । ଚୁଇଁ ସୀମା ପକ୍ଷୀ ପ୍ରବାସ କରିବା ପସନ୍ଦ କରେ । ଶୀତ ଋତୁରେ ଏହି ପକ୍ଷୀ କ୍ରାନ୍ତୀୟ ଆଫ୍ରିକା, ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆକୁ ପ୍ରବାସ ପାଇଁ ଚାଲିଆସିଥାଏ । ଏମାନଙ୍କ ପ୍ରଜନନ ଓ ପାଳନ ବ୍ୟବହାର ମଧ୍ୟ ସ୍ୱତନ୍ତ୍ର । ଉଭୟ ମାଈ ଓ ଅଣ୍ଡିରା ପୃଥକ ଭାବେ ଦୁଇଟି ଭିନ୍ନ ସ୍ଥାନରେ ଅଣ୍ଡା ଉଷୁମାନ୍ତି । ଅଣ୍ଡିରାମାନେ ଏକ କ୍ଷୁଦ୍ର କ୍ଷେତ୍ର ନିୟନ୍ତ୍ରଣ କରନ୍ତି ଓ ସେଥିରେ ପ୍ରଥମେ ଅଣ୍ଡା ଦେଇ ସାରିଥିବା ମାଈ ସହ ମିଳନ କ୍ରିୟା କରନ୍ତି । ମାଈଟି ପୁଣି ଅନ୍ୟ ଜଣେ ଅଣ୍ଡିରାର କ୍ଷେତ୍ରକୁ ଯାଇ ମିଳନ କ୍ରିୟା କରେ, ଅଣ୍ଡା ଦିଏ ଓ ତାକୁ ଉଷୁମାଏ । ଅଣ୍ଡିରାମାନେ ମଧ୍ୟ ବିଭିନ୍ନ ମାଈଙ୍କ ସହ ମିଳନ କରନ୍ତି ଓ ନିଜ ପ୍ରଥମ ସାଥୀ ଦେଇଥିବା ପ୍ରଥମ ଅଣ୍ଡା ଉଷୁମାନ୍ତି । ନେଦରଲାଣ୍ଡରେ ଚୁଇଁ ସୀମା ଓ ସୀମା ପକ୍ଷୀଙ୍କ ମିଶ୍ରିତ ବା ସଂକର ପ୍ରଜାତି ମଧ୍ୟ ଚିହ୍ନଟ କରାଯାଇଛି । ଆହାର ନରମ କାଦୁଅ ଓ ସନ୍ତସନ୍ତିଆ ସ୍ଥାନରେ ଥିବା ଛୋଟ ଗୁଳ୍ମମୟ ସ୍ଥାନରୁ ଏମାନେ ନିଜ ଖାଦ୍ୟ ଖୁଣ୍ଟି ଖାଉଥାନ୍ତି । ଏମାନେ ପ୍ରାୟତଃ କୀଟପତଙ୍ଗ ଓ ଛୋଟ ଅମେରୁଦଣ୍ଡୀ ଜୀବଙ୍କୁ ଆହରଣ କରିଥାନ୍ତି । ଖାଇବା ସମୟରେ ଏମାନଙ୍କ ବ୍ୟବହାର ମୂଷା ପରି । ଜଳାଶୟ ତଟରେ ଧୀରେ ଧୀରେ ଚାଲି ଏମାନେ ନିଜ ଖାଦ୍ୟ ଖୋଜନ୍ତି । ଅନ୍ୟ ଜଳପକ୍ଷୀଙ୍କ ପରି ଏମାନେ ବଡ଼ ଦଳରେ ରହିବା ପସନ୍ଦ କରନ୍ତି ନାହିଁ ; ତେଣୁ କ୍ୱଚିତ୍ ଏମାନଙ୍କ ଦଳ ଦେଖିବାକୁ ମିଳେ । ଚିତ୍ର ଗ୍ୟାଲେରି ଆଧାର ଆହୁରି ପଢ଼ିପାରିବେ , ; , . (1984). " ". 77 (7): 293–315. ବାହ୍ୟ ଲିଂକ୍