text
stringlengths
0
88.4k
ରଜନୀଗନ୍ଧା ଏକ ଧଳା ରଙ୍ଗର ବାସଯୁକ୍ତ ଫୁଲ । ଏହା ବର୍ଷର ସବୁ ଋତୁରେ ଫୁଟିଥାଏ । ଏହାର ଗଛ ସରୁ ଓ ଲମ୍ବା ହୋଇଥାଏ ଓ ଅଳ୍ପଦିନ ବଞ୍ଚିଥାଏ । ଏହାକୁ ଏକ ଲାଭକାରୀ ଚାଷରେ ଗଣାଯାଇଥାଏ । ଏହି ଫୁଲ ପୂଜା ଓ ବାହାଘରରେ ସଜାସଜି ପାଇଁ ବ୍ୟବହାର କରଯାଇଥାଏ । ଆଧାର
ଊନବିଂଶରୁ ବିଂଶ ଶତାବ୍ଦୀ ମଧ୍ୟରେ କଲମ ଚାଳନା କରି ଯେଉଁ କେତେଜଣ ସାହିତ୍ୟିକ ବିଶ୍ୱ ସାହିତ୍ୟର ଦ୍ରାଘିମାକୁ ଉଜ୍ଜ୍ୱଳ ତଥା ବଳିଷ୍ଠ କରିଛନ୍ତି, ସେମାନଙ୍କ ମଧ୍ୟରେ ଏଡ଼ିଥ୍ ହାରଟନ୍ ଅନ୍ୟତମ । ଆମେରିକୀୟ ସାହିତ୍ୟରେ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଥାଏ । ସେ ଏକାଧାରରେ ଥିଲେ ଜଣେ କବି , ଗାଳ୍ପିକ , ଔପନ୍ୟାସିକ ଏବଂ ଚିତ୍ରଶିଳ୍ପୀ । "ଏଡ଼ିଥ୍"ଙ୍କ ରଚନା ଥିଲା ତାଙ୍କ ସମସାମୟୀକଙ୍କଠାରୁ ବେଶ୍ ଭିନ୍ନ ଏବଂ ନିଆରା । ଏକଥା ସ୍ୱୀକାରଯୋଗ୍ୟ ଯେ , ବିଂଶଶତାବ୍ଦୀରେ ମାନବୀୟ ମୂଲ୍ୟବୋଧର ଆସିଥିଲା ଏକ ଯୁଗାନ୍ତକାରୀ ପରିବର୍ତ୍ତନ । ମଣିଷ ଚରିତ୍ର ବଦଳିଯାଉଥିଲା ଏବଂ ମନୋଭାବ ମଧ୍ୟ ବଦଳିଯାଉଥିଲା । ବସ୍ତୁତଃ ମଣିଷ ଯେମିତି ଏକ ଦ୍ୱନ୍ଦର ଦୋଛକିରେ ଠିଆ ହୋଇଥିଲା । ଏହାକୁ ମୁଖ୍ୟତଃ ନିଜର ରଚନାବଳୀ ପାଇଁ ଗୋଟିଏ ଗୋଟିଏ କଞ୍ଚାମାଲ ଭାବେ ଗ୍ରହଣ କରିଥିଲେ , ସେ ଆଉ ସେ ସବୁକୁ କଳାତ୍ମକ ଭାବେ ପ୍ରକାଶ କରିଥିଲେ । "ଏଡ଼ିଥ୍"ଙ୍କ ରଚନାର ଏକ ସିଂହଭାଗ ମଣ୍ଡନ କରୁଥିଲା "ହାସ୍ୟରସ" । ସେଥିଲାଗି ସେ ଯେତେ କ୍ଳିଷ୍ଟ ବିଷୟକୁ ନେଇ ସାହିତ୍ୟ ଲେଖୁଥିଲେ ବି ତାହା ପାଠକଙ୍କ ମନକୁ ଅତିଶୀଘ୍ର ଛୁଇଁଯାଇପାରୁଥିଲା । ଏହାବ୍ୟତୀତ ଚରିତ୍ରମାନଙ୍କର ମାନସ୍ତାତ୍ୱିକ ବିଶ୍ଳେଷଣ କରିବାରେ ବି ସେ ଥିଲେ ଜଣେ ଧୁରୀଣ ବିନ୍ଧାଣି । ସେଥିପାଇଁ ତାଙ୍କୁ ଦିଆଯାଇଥିଲା ସମ୍ମାନଜନକ (ପୁଲିଜର ପୁରସ୍କାର) । ସେତିକିନୁହେଁ , ୧୯୨୭ , ୧୯୨୮ ଏବଂ ୧୯୩୦ତିନିବର୍ଷ ଧରି ତାଙ୍କର ନାମକୁ (ନୋବେଲ୍ ପୁରସ୍କାର) ନିମନ୍ତେ ମଧ୍ୟ ମନୋନୀତ କରାଯାଇଥିଲା । ଜନ୍ମ ଓ ପରିବାର ୧୮୬୨ ମସିହା ଜାନୁୟାରୀ ୨୪ ତାରିଖରେ ନ୍ୟୁୟର୍କ ସହରରେ (ଏଡ଼ିଥ୍ ହାରଟନ୍)ଙ୍କ ଜନ୍ମ। ବାପାଙ୍କ ନାମ (ଜର୍ଜ ଫ୍ରେଡେରିକ୍ ଜୋନ୍ସ) ଏବଂ ମା'ଙ୍କ ନାମ (ଲ୍ୟୁକ୍ରେଟିଆ ଷ୍ଟିଭେନ୍ସ)। "ଏଡ଼ିଥ୍ ହାରଟନ୍"ଙ୍କ ପିଲାବେଳର ନାମ ଥିଲା (ଏଡ଼ିଥ୍ ନ୍ୟୁବୋଲ୍ଡ ଜୋନ୍ସ)। ତାଙ୍କର ଦୁଇଜଣ ବଡଭାଇ ଥିଲେ: (ଫ୍ରେଡେରିକ୍ ରିନଲ୍ୟାଣ୍ଡର୍) ଏବଂ (ହେନରୀ ଏଡ଼ୱଡ)। ୧୮୬୨, ଏପ୍ରିଲ ୨୦ ତାରିଖରେ "ଏଡ଼ିଥ୍"ଙ୍କୁ (ଗ୍ରେସ୍ ଚର୍ଚ୍ଚ)ରେ ବିଧିବଦ୍ଧ ଭାବେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଯାଇଥିଲା। ତାଙ୍କ ପରିବାର ଧର୍ମକୁ ନେଇ ଖୁବ୍ ରକ୍ଷଣଶୀଳ ଥିଲେ। ଖୁବ୍ ନିଷ୍ଠାର ସହ ସେମାନେ ଖ୍ରୀଷ୍ଟଧର୍ମ ପାଳନ କରୁଥିଲେ। ସେଥିଲାଗି ପିଲାଟିବେଳୁ "ଏଡ଼ିଥ୍" ଏକ ବଳିଷ୍ଠ ଧର୍ମ ଧାରଣ ନେଇ ବଡହୋଇଥିଲେ ଓ ଲାଳନପାଳନ ହୋଇଥିଲେ। ପିଲାବେଳେ ଶ୍ରଦ୍ଧାରେ "ଏଡ଼ିଥ୍"ଙ୍କୁ (ପୁସିଜନ୍ସ)ବୋଲି ଡକାଯାଉଥିଲା। ପରିବାରର ଗୋଟିଏ ଝିଅ ହୋଇଥିବା ହେତୁ ସମସ୍ତେ ତାଙ୍କୁ ଭଲପାଉଥିଲେ ଓ ତାଙ୍କୁ ଅତି ଯତ୍ନର ସହିତ ଲାଳନପାଳନ କରିଥିଲେ। ତାଙ୍କର ପରିବାର ଏକ ସମ୍ଭ୍ରାନ୍ତ ତଥା ମର୍ଯାଦାବନ୍ତ ପରିବାର ଥିଲା । ଏପରିକି ଲୋକମାନେ ନ୍ୟାୟ ନିମନ୍ତେ ତାଙ୍କର ବାପା ତଥା ଜେଜେବାପାଙ୍କ ନିକଟକୁ ଆସୁଥିଲେ । ଗୃହଯୁଦ୍ଧ ଓ ଶିକ୍ଷା ଏହି ସମୟ ବେଳକୁ ଆମେରିକାରେ ଗୃହଯୁଦ୍ଧ ଖୁବ୍ ତୀବ୍ରତର ହୋଇଉଠିଥିଲା । ଏହାର ସିଧାସଳଖ ପ୍ରଭାବ "ଏଡ଼ିଥ୍"ଙ୍କ ପରିବାର ଉପରେ ପଡ଼ିଥିଲା। ସେମାନେ ସେମାନଙ୍କ ଭିଟାମାଟି ଛାଡ଼ି ଚାଲିଯିବାକୁ ବାଧ୍ୟହେଲେ । ତଥ୍ୟ ଅନୁଯାୟୀ, ୧୮୬୬ରୁ ୧୮୭୨ ମଧ୍ୟରେ ତାଙ୍କ ପରିବାର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ୍ ପ୍ରଭୃତି ଦେଶରେ ଆତ୍ମଗୋପନ କରିଥିଲେ । ଅବଶ୍ୟ ଗୋଟିଏ ଦୃଷ୍ଟିରୁ ତାଙ୍କ ପରିବାରର ଏହି ପରିବ୍ରାଜକୀୟ ସ୍ଥିତି "ଏଡ଼ିଥ୍"ଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ସେ ଖୁବ୍ କମ୍ ବୟସରୁ ବିଭିନ୍ନ ଦେଶର ଭାଷା, ଯଥା- ଫ୍ରେଞ୍ଚ୍, ଇଟାଲୀୟାନ, ଜର୍ମାନୀ ଏବଂ ସ୍ପେନର ଭାଷାକୁ ଆୟତ୍ତ କରିପାରିଥିଲେ; ଯାହା ପରବର୍ତ୍ତୀକାଳରେ ତାଙ୍କର ସାହିତ୍ୟ ସର୍ଜନା ପାଇଁ ଆଶୀର୍ବାଦ ପାଲଟିଥିଲା । ସେ କେବଳ ସେହି ଭାଷା କହିପାରୁନଥିଲେ; ଅଧିକନ୍ତୁ ଖୁବ୍ ସୁନ୍ଦର ଭାବେ ସେହିସବୁରେ ଲେଖି ପାରୁଥିଲେ । ୧୮୭୨ ମସିହାରେ ସେମାନେ ପୁଣିଥରେ ନିଜ ଜନ୍ମଭୂମି ଆମେରିକାକୁ ପ୍ରତ୍ୟାବର୍ତ୍ତନ କଲେ । ସେତେବେଳେ "ଏଡ଼ିଥ୍"ଙ୍କୁ ୧୦ବର୍ଷ ହୋଇଥିଲା। ସେତିକିବେଳେ ସେ ହଠାତ୍ ଟାଇଫଏଡରେ ଆକ୍ରାନ୍ତ ହୋଇପଡିଥିଲେ ଓ ସେଥିପାଇଁ ତାଙ୍କୁ ଏକାଧିକ ମାସ ଘରେ ରହିବାକୁ ପଡ଼ିଥିଲା । "ଏଡ଼ିଥ୍" ଆଦୌ ଫ୍ୟାଶନପ୍ରିୟ ନଥିଲେ । ସେ ଫ୍ୟାଶନକୁ କୃତ୍ରିମ ବୋଲି ବିଚାର କରୁଥିଲେ। ପଢ଼ାପଢ଼ିରେ ଖୁବ୍ ଆଗ୍ରହ ଥିଲା ତାଙ୍କର । ଅବଶ୍ୟ ସେ ବିବାହ ପରେ ଉପନ୍ୟାସ ପଢ଼ିଥିଲେ।କାରଣ ତାଙ୍କ ମା' ତାଙ୍କୁ ବିବାହ ପୂର୍ବରୁ ଉପନ୍ୟାସ ପଢ଼ିବାକୁ ବାରଣ କରିଥିଲେ। ପ୍ରଥମ ଲେଖା କିଶୋରୀ ବୟସରୁ "ଏଡ଼ିଥ୍" ଲେଖାଲେଖି ଆରମ୍ଭ କରିଥିଲେ। ଏପରିକି ତାଙ୍କୁ ଯେତେବେଳେ ୧୧ ବର୍ଷ ବୟସ ହୋଇଥିଲା, ସେ ଏକ ଉପନ୍ୟାସ ଲେଖିବା ପାଇଁ ପ୍ରୟାସ କରିଥିଲେ। ତେବେ ତାଙ୍କର ପ୍ରଥମ ପ୍ରକାଶିତ ଲେଖାଥିଲା ଏକ ଅନୁବାଦ କବିତା; ଯାହା ତାଙ୍କ ନାମରେ ନୁହେଁ ଅନ୍ୟ ଜଣଙ୍କ ନାମରେ ପ୍ରକାଶିତ ହୋଇଥିଲା । ସେହି କବିତାଟି ଏକ ଜର୍ମାନ କବିତା ଯାହାର ଇଂରାଜୀ ନାମ (ହ୍ୱଟ୍ ଦି ଷ୍ଟୋନ୍ସ ଟେଲ୍) । ସେ ଏହି କବିତାଟିର ଅନୁବାଦ କରିଥିଲେ ସତ; ହେଲେ ତାଙ୍କୁ ତାଙ୍କ ନାମରେ ପ୍ରକାଶ କରିବାପାଇଁ ଦିଆଯାଇନଥିଲା । ଏକଥା ଆଗରୁ କୁହାଯାଇଛି ଯେ, ତାଙ୍କ ପରିବାର ଏକ ସମ୍ଭ୍ରାନ୍ତ ପରିବାର ଥିଲା । ଆଉ ସେତେବେଳେ ସମ୍ଭ୍ରାନ୍ତମାନଙ୍କର ନାମ କେବଳ ଜନ୍ମବେଳେ, ବିବାହବେଳେ ଏବଂ ମୃତ୍ୟୁବେଳେ ପ୍ରକାଶିତ ହେଉଥିଲା। ଅନ୍ୟ କୌଣସି କାରଣ ପାଇଁ ନାମ ପ୍ରକାଶକୁ ସେମାନେ ମର୍ଯ୍ୟାଦାହୀନ ବୋଲି ମନେକରୁଥିଲେ । ସେଥିପାଇଁ "ଏଡ଼ିଥ୍" ଅନୁବାଦ କରିଥିବା କବିତାଟିର ତାଙ୍କର ଜଣେ ବାନ୍ଧବୀଙ୍କ ବାପାଙ୍କ ନାମରେ ପ୍ରକାଶିତ ହୋଇଥିଲା । ଅବଶ୍ୟ ଏଥିପାଇଁ ମିଳିଥିବା ୫୦ ଡଲାର ପାରିତୋଷିକ "ଏଡ଼ିଥ୍"ଙ୍କୁ ହିଁ ପ୍ରଦାନ କରାଯାଇଥିଲା। ବିବାହ ଓ ଛାଡପତ୍ର ୧୮୮୫ ମସିହାରେ ସେ (ରବିନ୍ସ ହାରଟନ୍)ଙ୍କୁ ବିବାହ କରିଥିଲେ । ସେତେବେଳେ ତାଙ୍କୁ ୨୩ବର୍ଷ । "ରବିନ୍ସ ହାରଟନ୍" ତାଙ୍କଠାରୁ ୧୨ବର୍ଷ ବଡ଼ । ସେ ଥିଲେ ଜଣେ ଜଣାଶୁଣା "ଆଥଲେଟ୍" । ସେ ଖୁବ୍ ଭ୍ରମଣପ୍ରିୟ ମଧ୍ୟ ଥିଲେ । ସେଥିଲାଗି ସେମାନେ ସାଥିହୋଇ ବିଶ୍ୱର ବହୁ ସ୍ଥାନ ଭ୍ରମଣ କରିଥିଲେ ।କିନ୍ତୁ ସେତେବେଳ ଅଚାନକ ଡିପ୍ରେସନର ଶିକାର ହୋଇପଡ଼ିଲେ "ରବିନ୍ସ" । ଏହା ମାନସିକ ବିକୃତିରେ ରୂପାନ୍ତର ହେଲା । ଡାକ୍ତରମାନେ ଘୋଷଣା କଲେ ଯେ, 'ରବିନ୍ସ'ଙ୍କ ବ୍ୟାଧି ଦୁରାରୋଗ୍ୟ । ଏହି ଘଟଣା ଘଟିବା ପରେ "ଏଡ଼ିଥ୍"ଙ୍କ (ମର୍ଟନ ଫୁଲେରଟନ୍) ନାମକ ଜଣେ ସାମ୍ବାଦିକଙ୍କ ସହିତ ସମ୍ପର୍କ ଗଢିଉଠିଥିଲା । ୨୮ବର୍ଷ ପରେ ୧୯୧୩ ମସିହାରେ ସେ "ରବିନ୍ସ"ଙ୍କୁ ଛାଡପତ୍ର ଦେଇ "ମର୍ଟନ"ଙ୍କୁ ବିବାହ କରିଥିଲେ । ତାଙ୍କର ଜୀବନ ଭଳି ତାଙ୍କର ଲେଖାଲେଖି ମଧ୍ୟ ବେଶ୍ ତୀବ୍ରତର ଭାବେ ଆଗେଇ ଚାଲିଥିଲା । "ଏଡ଼ିଥ୍" (ପୁଲିଜର)ପୁରସ୍କାର ପାଇଥିଲେ ଏବଂ ତାଙ୍କ ନାମକୁ (ନୋବେଲ୍) ପାଇଁ ମଧ୍ୟ ମନୋନୀତ କରାଯାଇଥିଲା। ଦେହାନ୍ତ "ଏଡ଼ିଥ୍ ହାରଟନ୍" ୧୯୩୭ ମସିହା ଅଗଷ୍ଟ ୧୧ ତାରିଖରେ ୭୫ ବର୍ଷ ବୟସରେ ଫ୍ରାନ୍ସର (ସାଇଣ୍ଟ-ବ୍ରିସ୍-ସୋଷ୍-ଫରେଟ) ସ୍ଥାନରେ ସନ୍ଧ୍ୟା ୫:୩୦ ସମୟରେ ମୃତ୍ୟୁବରଣ କରିଥିଲେ। ପୁସ୍ତକ ଉପନ୍ୟାସ ଦି ଟଚ୍ ଷ୍ଟୋନ (୧୯୦୦) ଦି ଭ୍ୟାଲି ଅଫ୍ ଡିସିସନ୍ (୧୯୦୨) ଦି ହାଉସ ଅଫ୍ ମିର୍ଥ (୧୯୦୫) ସମର୍ (୧୯୧୭) ଦି ଏଜ୍ ଅଫ୍ ଇନୋସେନ୍ସ (୧୯୨୦) ଦି ଗଡ଼'ସ୍ ଆରାଇଭ (୧୯୩୨) ଦି ଚିଲଡ୍ରେନ (୧୯୨୮) ଟୁଇଲାଇଟ ସ୍ଲିପ୍ (୧୯୨୭) ବୁନେର ସିଷ୍ଟର (୧୯୧୬) ଦି ଫୃଟ୍ ଅଫ୍ ଦି ଟ୍ରୀ (୧୯୦୭) କବିତା ଭର୍ସେସ୍ (୧୮୭୮) ଟୁୱେଲ୍ଭ ପୋଏମ୍ (୧୯୨୬) କ୍ଷୁଦ୍ରଗଳ୍ପ ହ୍ୟୁମ୍ୟାନ ନେଚର୍ (୧୯୩୩) ଦି ୱାର୍ଲଡ ଓଭର୍ (୧୯୩୬) ଦି ଘୋଷ୍ଟ୍ (୧୯୩୭) ରୋମାନ୍ ଫେଭର୍ ଆଣ୍ଡ ଅଦର୍ ଷ୍ଟୋରୀ ଦି ନିୟୁୟୋର୍କ ଷ୍ଟୋରୀ ଦି ଗ୍ରେଟର ଇଂକ୍ଲୀନେସନ (୧୮୯୯) ଆଧାର
ତନବୀ ଆଜମୀ ଜଣେ ଭାରତୀୟ କଥାଚିତ୍ର ଓ ଦୂରଦର୍ଶନ ଅଭିନେତ୍ରୀ ।ସେ ଅକେଲେ ହମ୍ ଅକେଲେ ତୁମ୍ (୧୯୯୫), ବାଜିରାଓ ମସ୍ତାନୀ (୨୦୧୫), ଥପ୍ପଡ଼ (୨୦୨୦) ଓ ତ୍ରିଭଙ୍ଗ (୨୦୨୧) ଭଳି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା । ଅଭିନୟ ଜୀବନ ଆଜମୀ ଦୂରଦର୍ଶନ ସିରିଜ୍, ଜୀବନରେଖାରେ ଜଣେ ଅସୁବିଧାରେ ଥିବା ଡାକ୍ତରଙ୍କ ଭୂମିକାରେ ଓ ବିଜୟା ମେହେଟ୍ଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଟେଲିଫିଲ୍ମ ରାଓ ସାହେବରେ ଜଣେ ଯୁବ ବିଧବା ଭାବରେ ଅଭିନୟ କରିଥିଲେ । ସେ ଆଦୁର ଗୋପାଳକ୍ରିଷ୍ଣନ ନିର୍ଦ୍ଦେଶିତ ମାଲାୟାଲମ ଭାଷାର କଥାଚିତ୍ର ବିଧେୟାନ (୧୯୯୩)ରେ ଅଭିନୟ କରିଥିଲେ । କଥାଚିତ୍ର ପ୍ୟାରୀ ବେହନା (୧୯୮୫)ରେ ତାଙ୍କ ଅଭିନୟ ପାଇଁ ସେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଁ ତାଙ୍କର ପ୍ରଥମ ନାମାଙ୍କନ ପାଇଥିଲେ । ଆମୀର ଖାନ ଓ ମନୀଷା କୋଇରାଲାଙ୍କ ଅଭିନୀତ ରୋମାଣ୍ଟିକ୍ ଡ୍ରାମା ଆକେଲେ ହମ୍ ଆକେଲେ ତୁମ୍ (୧୯୯୫)ରେ ତାଙ୍କର ସହାୟକ ଭୂମିକା ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ । ମନସ୍ତାତ୍ତ୍ୱିକ ରୋମାଞ୍ଚକର ଚଳଚ୍ଚିତ୍ର ଦୁଷ୍ମନ (୧୯୯୮)ରେ କାଜଲ ଓ ସଞ୍ଜୟ ଦତ୍ତଙ୍କ ସହ ଅଭିନୟ କରିଥିଲେ, ଯେଉଁଥିରେ ସେ ଜଣେ ମନୋବିଜ୍ଞାନୀ ଡାକ୍ତର ପୂର୍ଣ୍ଣିମା ସେହଗଲ୍ ଭୂମିକାରେ ଅଭିନୟ କରିଥିଲେ ଏବଂ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଁ ତୃତୀୟ ଥର ପାଇଁ ମନୋନୀତ ହୋଇଥିଲେ । ୨୦୧୫ ମସିହାରେ, ସେ ସଞ୍ଜୟ ଲୀଳା ଭଂସାଳୀଙ୍କ ଐତିହାସିକ ରୋମାଣ୍ଟିକ୍ ଡ୍ରାମା ବାଜିରାଓ ମସ୍ତାନୀରେ ରଣବୀର ସିଂ, ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ଅଭିନୟ କରିଥିଲେ । ଏଥିରେ ସେ ରଣବୀରଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟ ପାଇଁ ତାଙ୍କୁ ସମୀକ୍ଷକ ଓ ଦର୍ଶକମାନେ ପ୍ରସଂଶା କରିବା ସହିତ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ୨୦୧୭ ମସିହାରେ, ସେ ଆଣ୍ଡ ଟିଭିର ବାଣୀ ରାଣୀରେ ଅଭିନୟ କରିଥିଲେ । ଫ୍ୟାମିଲି ଡ୍ରାମା ଥପ୍ପଡ଼ (୨୦୨୦)ରେ ତାଙ୍କର ଅଭିନୟକୁ ସମୀକ୍ଷକମାନେ ପ୍ରଶଂସା କରିବା ସହିତ ତାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଁ ପଞ୍ଚମ ନାମାଙ୍କନ ମିଳିଥିଲା । ଆଜମୀ ପରବର୍ତ୍ତୀ ସମୟରେ ତ୍ରିଭାଙ୍ଗା (୨୦୨୧) ରେ ଅଭିନୟ କରିଥିଲେ, ଯାହାକି ରେଣୁକା ସାହାଙ୍କ ନିର୍ଦ୍ଦେଶିତ ଏକ ନେଟଫ୍ଲିକ୍ସ ଚଳଚ୍ଚିତ୍ର ଥିଲା । କାଜଲ ଓ ମିଥିଲା ପାଲକରଙ୍କ ସହ ସେ ଏହି କଥାଚିତ୍ରରେ କାମ କରିଥିଲେ, ଯାହା ପାଇଁ ଆଜମୀଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ଓଟିଟି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ବ୍ୟକ୍ତିଗତ ଜୀବନ ସେ ମରାଠୀ-ହିନ୍ଦୀ ଅଭିନେତ୍ରୀ ଉଷା କିରଣ ଓ ମନୋହର ଖେରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ଆଜମୀ ସିନେମାଟୋଗ୍ରାଫର ତଥା ଶବାନା ଆଜମୀଙ୍କ ଭାଇ ବାବା ଆଜମୀଙ୍କୁ ବିବାହ କରିଛନ୍ତି । ସେ ଅଖତର-ଆଜମୀଙ୍କ ପରିବାର ସହିତ ଜଡ଼ିତ । ଆଧାର ବାହାର ଲିଙ୍କ୍ ଇଣ୍ଟରନେଟ ମୁଭି ଡାଟାବେସରେ ତନବୀ ଆଜମୀ
ଡୁମକା ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ ଅଟେ । ଏହା ଝାଡ଼ଖଣ୍ଡର ଦୁମ୍କ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଡୁମକା ୨୪.୨୬୭୮ ଉତ୍ତର ଅକ୍ଷାଂଶ ଓ ୮୭.୨୪୮୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଡୁମକା ସହରର ମୋଟ ଜନସଂଖ୍ୟା ୧୪୧୧୯ ଅଟେ । ସେଥି ମଧ୍ୟରୁ ୫୧.୯୯% ଜଣ ପରୁଷ ହୋଇଥିବା ବେଳେ ୪୮.୦୧% ଜଣ ନାରୀ ଅଟନ୍ତି । ଡୁମକାର ସାକ୍ଷରତା ହାର ୫୪.୪୯% ଅଟେ । ଏହା ଜାତୀୟ ହାରଠାରୁ ୧୦.୩୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୮୬% ପ୍ରତିଶତ ପୁରୁଷ ଓ ୨୦.୬୩% ନାରୀ ଅଟନ୍ତି । ୧୬.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଓଡ଼ିଆ, ହିନ୍ଦୀ ଡୁମକାର ସରକାରୀ ଭାଷା ଅଟେ । ଆହୁରି ପଢନ୍ତୁ ଆଧାର ବାହାର ଲିଙ୍କ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୩ ନଭେମ୍ବର ବର୍ଷର ୩୧୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୧୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୪୮ ଦିନ ବାକି ଅଛି । ଘଟଣାବଳୀ ଜନ୍ମ ୧୯୩୪- ଭୀମ ସିଂ, ଓଡ଼ିଆ ନାଟକ ଓ କଥାଚିତ୍ର ଅଭିନେତା (ଦେହାନ୍ତ: ୨୧ ଅଗଷ୍ଟ ୨୦୧୦) ୧୯୦୫- ମାୟାଧର ମାନସିଂହ, ଓଡ଼ିଆ ସାହିତ୍ୟିକ (ଦେହାନ୍ତ: ୧୧ ଅକ୍ଟୋବର ୧୯୭୩) ଦେହାନ୍ତ ପର୍ବପର୍ବାଣି ବାହାର ଲିଙ୍କ : ଏହି ଦିନ କାନାଡାରେ ଏହି ଦିନ
ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ପାଳନ ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ । ବିଶେଷତ୍ୱ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି । ଆହୁରି ଦେଖନ୍ତୁ ବେଲ ପଣା ଛତୁଆ ଆଧାର ଅଧିକ ତଥ୍ୟ ,
ବୈଶାଖ ମାସ ଶୁକ୍ଳପକ୍ଷ ନବମୀକୁ ସୀତା ନବମୀ ଭାବେ ପାଳନ କରାଯାଏ । ଏହିଦିନରେ ସୀତା ଆବିର୍ଭାବ ହୋଇଥିଲେ ବୋଲି ଜନମାନସରେ ବିଶ୍ୱାସ ରହିଛି । ସୀତା ନବମୀକୁ ଜାନକୀ ନବମୀ ମଧ୍ୟ କହାଯାଏ । ବୈଶାଖ ମାସ ନବମୀ ତିଥିରେ ଦେବୀ ସୀତାଙ୍କର ଜନ୍ମ ହୋଇଥିଲା ତେଣୁ ଏହି ଦିନଟି ସୀତା ନବମୀ ଭାବେ ପାଳିତ ହୋଇଥାଏ । ଉତ୍ତର ରାମାୟଣର ବର୍ଣ୍ଣନା ଅନୁସାରେ ବାଲ୍ମିକୀ ଋଷିଙ୍କ ଆଶ୍ରମରେ ଥିବା ବାଳକ ଲବ କୁଶ ଭଗବାନ ରାମଙ୍କର ଅଶ୍ବମେଧ ଯଜ୍ଞର ଘୋଡ଼ାକୁ ବାନ୍ଧି ରଖିଥିଲେ । ଯେପର୍ଯ୍ୟନ୍ତ ରାମ ନ ଆସିବେ ସେମାନେ ଘୋଡ଼ାକୁ ଛାଡ଼ିବେ ନାହିଁବୋଲି ଅଡ଼ିବସିଥିଲେ । ପ୍ରଥମେ ଘୋଡ଼ା ସହିତ ସେନାପତି ସୈନ୍ୟବାହିନୀ ଧରି ଆସିଥିଲେ । ସେମାନେ ଦୁଇ ବାଳକଙ୍କୁ ଯେତେ ବୁଝାଇଲେ ମଧ୍ୟ ଦୁଇ ଭାଇ ମାନିନଥିଲେ । ଶେଷରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପରାକ୍ରମଶାଳୀ ଦୁଇ ବାଳକ ସୈନ୍ୟବାହିନୀ ସହ ସେନାପତିଙ୍କୁ ଅଚେତ କରିଦେଇଥିଲେ । ପରେ ଶ୍ରୀରାମଙ୍କ ସାନ ଭାଇ ଶତ୍ରୁଘ୍ନ ଆସିଲେ, ସେ ମଧ୍ୟ ବାଳକ ଦୁଇ ଜଣଙ୍କୁ ବୁଝାଇବାକୁ ଚେଷ୍ଟା କଲେ, ହେଲେ ସବୁ ବିଫଳ ହେଲା, ତାଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କଲେ ଲବ ଆଉ କୁଶ । ସେହିପରି ମହାପରାକ୍ରମୀ ଭରତ ପରେ ଲକ୍ଷ୍ମଣଙ୍କୁ ମଧ୍ୟ ଦୁଇ ଭାଇ ପରାସ୍ତ କଲେ । ତିନି ଭାଇ ଅଚେତ ହେବା ପରେ ନିଜେ ଶ୍ରୀରାମ ଘଟଣା ସ୍ଥଳକୁ ଆସିଥିଲେ । ତେବେ ଯେଉଁ ଲକ୍ଷ୍ମଣ ନିଜ ବାଣରେ ମେଧନାଦ ଭଲି ବୀରକୁ ପରାସ୍ତ କରିଥିଲେ, ଯେଉଁ ଭରତ ନିଜ ବାଟୁଳିରେ ହନୁମାନଙ୍କୁ ଅଚେତ କରିଥିଲେ, ସେମାନଙ୍କୁ କିପରି ଏହି ଦୁଇ ବାଳକ ପରାସ୍ତ କରିପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଦୁଇ ବାଳକଙ୍କ ଭିତରେ ଏଭଳି ପରାକ୍ରମ ସମ୍ଭବ ହୋଇପାରିଥିଲା ମାତା ସୀତାଙ୍କ ଆଶୀର୍ବାଦର ପ୍ରଭାବରେ । ଦେବୀ ସୀତା ହେଉଛନ୍ତି ସ୍ବୟଂ ଶକ୍ତିସ୍ବରୂପା । ଦେବୀ ଦୁର୍ଗା ବାଳିକା ଥିବାବେଳେ ସୀତା ଶିବଧନୁକୁ ନିଜ ବାମ ହାତରେ ଉଠାଇ ଦେଇଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ବୀର ଯୋଦ୍ଧାମାନେ ଉଠାଇବା ତ ଦୂରର କଥା ଘୁଞ୍ଚାଇପାରିନଥିଲେ । ଦେବୀ ସୀତାଙ୍କର ଇଚ୍ଛା ଅନୁସାରେ ଭଗବାନ ଶ୍ରୀରାମ ଏହି ଶିବଧନୁକୁ ଭାଙ୍ଗିଥିଲେ । ପୌରାଣିକ ପୌରାଣିକ କଥାନୁସାରେ ମାରୱାଡ଼କ୍ଷେତ୍ରରେ ବେଦବାଦୀ ଶ୍ରେଷ୍ଠ ଧର୍ମାବତାର ବ୍ରାହ୍ମଣ ଦେବଦତ୍ତ ନିବାସ କରୁଥିଲେ । ତାଙ୍କର ଶୋଭନା ନାମକ ସୁନ୍ଦରୀ ତଥା ନିଜର ରୂପସୌନ୍ଦର୍ଯ୍ୟରେ ଗର୍ବକରୁଥିବା ପତ୍ନୀ ଥିଲେ । ଜୀବିକା ପାଇଁ ଦେବଦତ୍ତ ଗ୍ରାମ ଗ୍ରାମ ବୁଲି ଭିକ୍ଷା ମାଗୁଥିଲେ । କିନ୍ତୁ ବ୍ରାହ୍ମଣୀ ଶୋଭନା କୁସଂଗତରେ ପଡ଼ି ବ୍ୟଭିଚାର ପ୍ରବୃତ୍ତି ହୋଇଗଲେ । ତା’ର କୁକର୍ମ ପ୍ରତ୍ୟେକ ଗ୍ରାମରେ ଚର୍ଚ୍ଚା ହେବାକୁ ଲାଗିଲା । ଯାହାଫଳରେ ଦୁର୍ଷ୍କମରେ ରତ ହୋଇ ଗ୍ରାମକୁ ଧ୍ୱଂସ କରିଦେବା ସହ ବ୍ରାହ୍ମଣୀ ଶୋଭନା ନିଜେ ସ୍ୱୟଂ ପୋଡ଼ିହୋଇ ମରିଗଲା । ପରବର୍ତ୍ତୀ ଜନ୍ମରେ ଚାଣ୍ଡାଳ ଘରେ ଜନ୍ମ ଗ୍ରହଣ କଲା । ବିବାହ କରିବାର କିଛିଦିନ ପରେ ସେ ଚାଣ୍ଡାଳୁଣୀ ହେଲା । ସମୟ ଚକ୍ରରେ ସେ ତା’ର କର୍ମ ପାଇଁ ଅନ୍ଧୁଣୀ, ଭିକାରୁଣୀ ସାଜି ଜୀବନ କାଟିଲା । ଦୈବାତ ସେ ବୈଶାଖ ମାସ, ଶୁକ୍ଳପକ୍ଷ ନବମୀ (ସୀତା ନବମୀ) ତିଥିରେ କୌଶଳପୁରୀରେ ପହଞ୍ଚିଲା । ବ୍ରାହ୍ମଣୀ ଜଣକ ନେହୁରା ହୋଇ କହିଲା-ହେ ସଜ୍ଜନ ମୋ ଉପରେ କୃପା କର କିଛି ଭୋଜନ ଦିଅ, ନଚେତ୍‌ ମୁଁ ଭୋକରେ ମରିଯିବି । ଏପରି କହି ସେ ଶ୍ରୀଜନକ ଭବନ ସମ୍ମୁଖରେ ତିଆରି ହୋଇଥିବା ଏକ ହଜାର ପୁଷ୍ପମଣ୍ଡିତ ଖମ୍ବକୁ ଅତିକ୍ରମ କରି ସେଥିରେ ପ୍ରବେଶ କଲା । ସେ ସେଠାରେ ଭିକ୍ଷା ଆକାରରେ କହିଲା ଭାଇମାନେ ମୋତେ କିଛି ସାହାଯ୍ୟ କର, କିଛି ଖାଇବାକୁ ଦିଅ । ହଠାତ୍‌ ଜଣେ ଭକ୍ତ କହିଲା ହେ ଦେବୀ ! ଆଜି ସୀତା ନବମୀ, ଭୋଜନରେ ଅନ୍ନ ଦେଉଥିବା ବ୍ୟକ୍ତିଙ୍କୁ ପାପ ଲାଗିଥାଏ । ଏଥିପାଇଁ ଆଜି ଅନ୍ନ ମିଳିବନି । କାଲି ଠିକ୍‌ ସକାଳେ ଆସ, ଠାକୁରଙ୍କ ପ୍ରସାଦ ମିଳିବ । କିନ୍ତୁ ସେ କିଛି ନ ମାନି କହିଲା ମୋତେ ବହୁତ ଜୋର୍‌ରେ ଭୋକ ଲାଗୁଛି କିଛି ଦିଅ । ଭକ୍ତ ଜଣକ ଉକ୍ତ ଦେବୀଙ୍କୁ ତୁଳସୀ ଏବଂ ଜଳ ଦେଲେ । ସେହି ପାପିନୀ ତୁଳସୀ ଓ ଜଳ ପାଇ ମୃତ୍ୟୁ ବରଣ କଲା । ଅଜାଣତରେ ଉକ୍ତ ଦେବୀଙ୍କର ସୀତା ନବମୀ ବ୍ରତ ସଂପୂର୍ଣ୍ଣ ହୋଇଗଲା ଓ ପରମ କୃପାଳିନୀ ତାଙ୍କର ସମସ୍ତ ପାପକୁ ମୁକ୍ତ କରିଦେଲେ ବୋଲି ସ୍ଥାନୀୟ ଲୋକ କୁହାକୁହି ହେଲେ । ଏହି ବ୍ରତ ପ୍ରଭାବରେ ପାପିନୀ ନିର୍ମଳ ହୋଇ ସ୍ୱର୍ଗ ଗଲା । ତତ୍‌ପଶ୍ଚାତ୍‌ ସେ କାମରୂପ ଦେଶର ମହାରାଜ ଜୟସିଂହଙ୍କ ମହାରାଣୀ କାମଚଳା ନାମରେ ବିଖ୍ୟାତ ହେଲେ । ଆଧାର
ମୁକ୍ତା ଝୋଡ଼ିଆ ଜଣେ ଭାରତୀୟ-ଆଦିବାସୀ ଅଧିକାର କର୍ମୀ । ସେ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ କାଶିପୁରଠାରେ ସକ୍ରିୟ ଭାବେ କାର୍ଯ୍ୟ କରନ୍ତି । ସେ ସେଠାରେ ଆଦିବାସୀମାନଙ୍କର ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଆସିଛନ୍ତି । ପାଖାପାଖି ୨୫,୦୦୦ ଆଦିବାସୀଙ୍କ ଜୀବନକୁ ପ୍ରଭାବିତ କରି ଓ ସେମାନଙ୍କର ୭୫% ଚାଷଜମିରୁ ସେମାନଙ୍କୁ ବିତାଡ଼ିତ କରି ତଥା ସେମାନଙ୍କୁ ବିସ୍ଥାପିତ କରିବାକୁ ଯାଉଥିବା କାଶିପୁରସ୍ଥିତ ହିଣ୍ଡାଲକୋ ବକ୍ସାଇଟ ଖଣି ବିକାଶ ବିରୋଧରେ ୨୦୦୦ ମସିହାରେ ସେ ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କର ଜୀବନବ୍ୟାପୀ ଆନ୍ଦୋଳନ ନିମନ୍ତେ ତାଙ୍କୁ ୨୦୦୭ ମସିହାରେ "ଚିଙ୍ଗାରୀ ଆୱାର୍ଡ଼ ଫର ଉଇମେନ ଏଗେନଷ୍ଟ କର୍ପୋରେଟ କ୍ରାଇମ" (ଅର୍ଥ: କର୍ପୋରେଟ୍ ଅପରାଧ ବିରୋଧରେ ମହିଳାମାନଙ୍କ ପାଇଁ ଚିଙ୍ଗାରୀ ପୁରସ୍କାର) ମିଳିଥିଲା । ଜୀବନୀ ମୁକ୍ତା ଝୋଡ଼ିଆ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ ଶିତିଗୁଡ଼ା-ଗଉଡ଼ଗୁଡ଼ା ଗ୍ରାମରେ ଏକ ଝୋଡ଼ିଆ ପରଜା ପରିବାରରେ ଜନ୍ମଗ୍ରହଣ କରିଥିଲେ । ହିଣ୍ଡାଲକୋ ବକ୍ସାଇଟ ଖନନ ଓ କାରଖାନା ବିକାଶ ଯୋଗୁ କାଶିପୁର ଅଞ୍ଚଳର ପ୍ରାୟ ୬୦,୦୦୦ ଲୋକ ବିସ୍ଥାପିତ ହେବା ବିପଦର ସମ୍ମୁଖୀନ ହୋଇଥିଲେ । ଖଣି ଖନନ ହେତୁ ସେଠାକାର ଗ୍ରାମଗୁଡ଼ିକ ଏହି ଅଞ୍ଚଳରେ ୭୫ ପ୍ରତିଶତ ଚାଷଜମି ହରାଇଥାନ୍ତେ । ସେ ୧୯୯୫ ମସିହାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ନେତୃତ୍ୱ ନେଇ ଚକା ଜାମ, ଧାରଣା, ରାସ୍ତା ଅବରୋଧ ଆଦିର ଆୟୋଜନ କରିଆସିଛନ୍ତି । ତାଙ୍କ ନେତୃତ୍ତ୍ୱରେ ୨୦୦୦ ମସିହାରେ ମାଇକାଞ୍ଚଠାରେ ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ସମୟରେ ପୋଲିସ ତିନି ଜଣ ଆଦିବାସୀଙ୍କୁ ହତ୍ୟା କରିଥିଲା । ସେ ରାୟଗଡ଼ାର ଆଖପାଖ ଆଦିବାସୀ ଗ୍ରାମଗୁଡ଼ିକୁ ପ୍ରାୟତଃ ତାଙ୍କ ସ୍ୱାମୀ ବା ପୁଅଙ୍କ ସହ ଯାତ୍ରା କରି ଲୋକମାନଙ୍କୁ "ବିର୍ଲାର ଭିଟା ମାଟିକୁ ଶୋଷଣ କରିବାର ଯୋଜନା" ବାବଦରେ ସୂଚନା ଦେଉଆସୁଛନ୍ତି । ସେ ଶିଳ୍ପଦ୍ୱାରା ବିକାଶ ବଦଳରେ ଚେକଡ୍ୟାମଦ୍ୱାରା କୃଷିର ବିକାଶ, ଆଦିବାସୀ ପରମ୍ପରା, ସଂସ୍କୃତି ସହ ସମନ୍ୱୟ ରକ୍ଷା କରି ଶିକ୍ଷା ବ୍ୟବସ୍ଥା ଆଦି ପାଇଁ ଚେଷ୍ଟା କରିଆସୁଛନ୍ତି । ଆଧାର
ଚନ୍ଦ୍ରସ୍ୱାମୀ ଜଣେ ଜ୍ୟୋତିଷ, ତାନ୍ତ୍ରିକ ତଥା ଜଣେ ଆତ୍ମଘୋଷିତ ‘ଗଡ଼ମ୍ୟାନ’ । ଚନ୍ଦ୍ରାସ୍ୱାମୀ ରାଜସ୍ଥାନର ଅଲୱାରରେ ୧୯୪୮ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୂଳ ନାଁ ଥିଲା ନେମି ଚାନ୍ଦ । ପିଲାବେଳେ ସେ ଘରଛାଡ଼ି ଚାଲିଯିବା ପରେ ବିହାର - ନେପାଳ ସୀମାରେ ତନ୍ତ୍ର ସାଧନା କରି ସିଦ୍ଧି ଅର୍ଜନ କରିଥିଲେ । ମା’ କାଳୀଙ୍କ ଭକ୍ତ ଥାଇ ସେ ନିଜକୁ ଚନ୍ଦ୍ରାସ୍ୱାମୀ ନାମରେ ପ୍ରସିଦ୍ଧ କରିପାରିଥିଲେ । ୧୯୯୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କର ସେ ଥିଲେ ଅତି ନିକଟତମ । ରାଓଙ୍କ ଆଧ୍ୟାତ୍ମିକ ଗୁରୁ ଥିଲେ । ସେହି ସମୟରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ୧୯୯୧ ମସିହାରେ ଦିଲ୍ଲୀଠାରେ ଏକ ଆଶ୍ରମ ତୋଳାଇଥିଲେ । ସେହି ଜମିକୁ ଇନ୍ଦିରା ଗାନ୍ଧୀ ତାଙ୍କୁ ପ୍ରଦାନ କରିଥିଲେ । ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ମାର୍ଗରେଟ ଥାଚର ତାଙ୍କର ଜଣେ ଅନୁଗାମୀ ଥିଲେ । ୧୯୭୫ରେ ଥାଚରଙ୍କ ସହ ମିଶିବା ପରେ ଆଗାମୀ ତିନି ଚାରି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ହେବାର ଭବିଷ୍ୟବାଣୀ କରିଥିଲେ ଯାହା ପରେ ସତ୍ୟରେ ପରିଣତ ହୋଇଥିଲା । ବିବାଦୀୟ ଭାରତରେ ଗଣେଶ ମୂର୍ତ୍ତି କ୍ଷୀର ପିଉଥିବାର ଭ୍ରମ ଖେଳାଇ ଚର୍ଚ୍ଚିତ ହୋଇଥିଲେ । ଜୈନ କମିଶନଙ୍କ ରିପୋର୍ଟ ଅନୁଯାୟୀ ଚନ୍ଦ୍ରାସ୍ୱାମୀ ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କୁ ସହଯୋଗ କରିଥିଲେ, ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ ସହ ସମ୍ପର୍କ ଆଦି ମାମଲାରେ ଛନ୍ଦି ହୋଇପଡ଼ିଥିଲେ । ତାଙ୍କଦ୍ୱାରା ଲଣ୍ଡନର ଜଣେ ବ୍ୟବସାୟୀ ଏକ ଲକ୍ଷ ଟଙ୍କାର ଠକାମୀରେ ଶିକାର ହୋଇଥିଲେ । ଏଥିପାଇଁ ସେ ଜେଲଯାଇଥିଲେ । ବିଦେଶୀ ମୁଦ୍ରା ଉଲଂଘନ (ଫେମା)ର ଅନେକ ମାମଲା ତାଙ୍କ ବିରୁଦ୍ଧରେ ଚାଲିଥିଲା । ଆୟକର ବିଭାଗ ତାଙ୍କ ଆଶ୍ରମରେ ଚଢ଼ାଉ କରି ୧୧ଅୟୁତ ଡଲାର ମୂଲ୍ୟର ଅରିଜିନାଲ ପେମେଣ୍ଟ ଡ୍ରାଫ୍ଟ ଜବତ କରିଥିଲେ । ୨୦୦୯ ମସିହାରେ ତାଙ୍କ ଉପରୁ ନିଷେଧାଜ୍ଞା ଉଠିଥିଲା ଏବଂ ସେ ବିଦେଶ ଭ୍ରମଣ କରିବାକୁ ଅନୁମତି ପାଇଥିଲେ । ଜୁନ ୨୦୧୧ରେ ଫେରା ଉଲଙ୍ଘନ କରିଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ କୋଟି ଟଙ୍କାର ଜୋରିମାନା ଲଗାଇଥିଲେ । ଚନ୍ଦ୍ରାସ୍ୱାମୀଙ୍କୁ ୨୩ ମେ ୨୦୧୭ରେ ୬୬ ବର୍ଷ ବୟସ ହୋଇଥିବା ବେଳେ ଦେହାନ୍ତ ହୋଇଥିଲା । ବୃକକ (କିଡନି) ଜନିତ ରୋଗ କାରଣରୁ ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ଆଧାର
ରୁଦ୍ରପୁର ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହାର ଉଧମ୍ ସିଙ୍ଘ୍ ‌‌ନଗର ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରୁଦ୍ରପୁର ସହରର ମୋଟ ଜନସଂଖ୍ୟା ୮୮୭୨୦ ଅଟେ । ସେଥି ମଧ୍ୟରୁ ୫୩.୨୯% ଜଣ ପରୁଷ ହୋଇଥିବା ବେଳେ ୪୬.୭୧% ଜଣ ନାରୀ ଅଟନ୍ତି । ରୁଦ୍ରପୁରର ସାକ୍ଷରତା ହାର ୫୪.୬୯% ଅଟେ । ଏହା ଜାତୀୟ ହାରଠାରୁ ୧୦.୧୫% ପ୍ରତିଶତ କମ ଅଟେ । ସେଥିରୁ ୩୨.୮୦% ପ୍ରତିଶତ ପୁରୁଷ ଓ ୨୧.୮୯% ନାରୀ ଅଟନ୍ତି । ୧୬.୨୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ରୁଦ୍ରପୁରର ସରକାରୀ ଭାଷା ଅଟେ । ଆହୁରି ପଢନ୍ତୁ ଆଧାର ବାହାର ଲିଙ୍କ
ଉଦୟ ଭାନୁ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ଉପସ୍ଥାପିକା । ସେ ମାତ୍ର ୧୪ ବର୍ଷ ବୟସରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଭାନୁ ଜଣେ କୁଚୁପୁଡ଼ି ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି । ପ୍ରାରମ୍ଭିକ ଜୀବନ ଉଦୟ ଭାନୁ ୫ ଅଗଷ୍ଟ ୧୯୮୦ରେ ତେଲେଙ୍ଗାନାର କରିମ୍‌ନ‌ଗରସ୍ଥିତ ସୁଲତାନାବାଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ଡାକ୍ତର ଏବଂ ମାତା ଜଣେ ଆୟୁରଦେବ ଡାକ୍ତର ଥିଲେ । ତାଙ୍କର ମାତ୍ର ଗୋଟିଏ ଭାଇ ଅଛି, ଯେ କି ଜଣେ ସଫ୍ଟଓୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ପିତା ମଧ୍ୟ ଜଣେ କବି । ଭାନୁଙ୍କୁ ମାତ୍ର ଚାରି ବର୍ଷ ବୟସ ହୋଇଥିବା ବେଳେ ସେ ମୃତ୍ୟୁବରଣ କରିଥିଲେ । ଭାନୁଙ୍କର ୨ ସେପ୍ଟେମ୍ବର ୨୦୧୬ରେ ଦୁଇଟି ଯମଜ ଝିଅ ଜନ୍ମ ହୋଇଥିଲେ । ଅଭିନୟ ଜୀବନ ଭାନୁ ୧୯୯୪ରେ ଆର୍. ନାରାୟଣ ମୂର୍ତ୍ତୀଙ୍କର ଚଳଚ୍ଚିତ୍ର ଏରା ସୈନ୍ୟମ୍ ଜରିଆରେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଦୂରଦର୍ଶନର ହର୍ଲିକ୍ସ ହୃଦୟାଞ୍ଜଳୀ କାର୍ଯ୍ୟକ୍ରମରେ ଜଣେ ଉପସ୍ଥାପିକା ଏବଂ ଗାୟିକା ଭାବରେ କାର୍ଯ୍ୟ କରିଥିଲେ । କୋଣ୍ଡାଭୀତି ସିଂହାସନମ୍, କ୍ୱାଇଦି ବ୍ରଦର୍ସ ଏବଂ ଶ୍ରାବଣ ମାସମ୍ ଭଳି କିଛି ତେଲୁଗୁ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ସେ କିଛି କନ୍ନଡ଼ ଚଳଚ୍ଚିତ୍ରରେ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରଥିଲେ । ସେ ତିନୋଟି ତେଲୁଗୁ ଚଳଚ୍ଚିତ୍ର ଆପ୍‌ଡ଼ା ମୋକ୍କୁଲା ବାଡ଼ୁ, ଲିଡ଼ର୍ ଏବଂ ଜୁଲାଇ‌ରେ ଆଇଟମ୍ ନୃତ୍ୟ ମଧ୍ୟ କରିଥିଲେ । ଅଭିନୀତ କଥାଚିତ୍ର ଆଧାର
୧୪୨୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
ପ୍ରଥମ ବିଶ୍ୱ କପ କ୍ରିକେଟ 1975 ମସିହାରେ ଇଂଲଣ୍ଡଠାରେ ଅନୁଷ୍ଠିତ ହେଇଥିଲା । .ଏଥିରେ ଅଧୀନରେ ଥିବା ଦେଶ ସମୂହ ଅଂଶ ଗ୍ରହଣ କରିଥିଲେ । . ପ୍ରତି 4 ବର୍ଷରେଠାରେ ହାଉଥିବା ଏହି ବିଶ୍ୱ କପର ଗତ ସଂସ୍କରଣ 2015 ମସିହାରେ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡଠାରେ ହେଇଥିଲା । ବର୍ତ୍ତମାନର ଟ୍ରଫି 1999 ମସିହାରେ ନିର୍ମିତ ହେଇଥିଲା ଓ ଏହାର ଏକ ଅବିକଳ ନକଲ ପ୍ରତି ବିଶ୍ୱ କପର ବିଜେତାଙ୍କୁ ଦିଆ ଯାଇଥାଏ । ଜିତିଥିବା ଦେଶମାନଙ୍କର ଅବସ୍ଥିତି ଆଧାର ବାହାର ଲିଙ୍କ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୪ ଅଗଷ୍ଟ ବର୍ଷର ୨୧୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୯ ଦିନ ବାକି ଅଛି । ଘଟଣାବଳୀ ୧୮୬୬- ଉତ୍କଳ ଦୀପିକା ପ୍ରଥମ କରି ପ୍ରକାଶିତ ହୋଇଥିଲା । ଜନ୍ମ ୧୯୬୧- ବରାକ ଓବାମା, ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ଆଫ୍ରିକୀୟ-ଆମେରିକୀୟ ରାଷ୍ଟ୍ରପତି ମୃତ୍ୟୁ ୧୯୮୧- ପର୍ଶୁରାମ ମିଶ୍ର, ପଦ୍ମଶ୍ରୀ ସମ୍ମାନିତ ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ (ଜନ୍ମ: ୨୫ ଜାନୁଆରୀ ୧୮୯୪) ୨୦୦୬- ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ (ଜନ୍ମ: ୯ ଜୁନ ୧୯୩୧) ପର୍ବପର୍ବାଣି ବାହାର ଲିଙ୍କ : ଏହି ଦିନ କାନାଡାରେ ଏହି ଦିନ
ସେନୋବାମେଟ, ବେପାର ନାମ ଏକ୍ସକୋପ୍ରି ଏବଂ ଓଣ୍ଟୋଜ୍ରି ଏକ ଔଷଧ ଯାହା ଅପସ୍ମାରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ବିଶେଷ ଭାବରେ ଫୋକାଲ୍-ଅନସେଟ୍ ଅପସ୍ମାର ନିମନ୍ତେ । ଏହା ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ବ୍ୟବହୃତ କରାଯାଇପାରେ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଥକାପଣ, ଦ୍ୱିତ ଦୃଷ୍ଟି, ଏବଂ ମୁଣ୍ଡବିନ୍ଧା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଷୁଦ୍ର କ୍ୟୁଟି , ଇଓସିନୋଫିଲିଆ ସ‌ହିତ ଔଷଧ ପ୍ରତିକ୍ରିୟା ଏବଂ ଆତ୍ମହତ୍ୟା ପ୍ରବଣ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ; ତଥାପି, ଏହା ଆୟନ ଚ୍ୟାନେଲଗୁଡ଼ିକୁ ପରିବର୍ତ୍ତନ କରେ । ୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ସେନୋବାମେଟ ଅନୁମୋଦିତ ହୋଇଥିଲା । ଏହା ନିୟନ୍ତ୍ରିତ ପଦାର୍ଥ ଅଧିନିୟମର ସିଡ୍ୟୁଲ୍ ୫ରେ ଅଛି। ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରାର ୩୦ଟି ବଟିକାର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୦୦୦ ଡଲାର ଅଟେ । ଆଧାର
ଜଣେ ମନୁଷ୍ୟର କୌଣସି ଏକ ରୋଗ ନିମିତ୍ତ ପ୍ରତିରୋଧକ ଶକ୍ତି ବଢାଇବା ନିମିତ୍ତ ଟିକାକରଣ ହୋଇଥାଏ । ବାୟୁ, ଜଳ ଏବଂ ଖାଦ୍ୟଦ୍ୱାରା ଡ଼େଉଁଥିବା ରୋଗଗୁଡ଼ିକରୁ ବଞ୍ଚିବା ପାଇଁ ମୁଖ୍ୟତଃ ଟିକା ଦିଆ ଯାଇଥାଏ। ପୂର୍ବରୁ ବସନ୍ତ ରୋଗରେ ବହୁ ଜୀବନହାନୀ ଘଟୁଥିଲା, ହେଲେ ବର୍ତ୍ତମାନ ବସନ୍ତ ପ୍ରତିରୋଧକ ଟିକା ନେବାଦ୍ୱାରା ବସନ୍ତ ରୋଗ ସମ୍ପୂର୍ଣ୍ଣ ଲୋପ ପାଇଯାଇଛି। ସେହିପରି ପୋଲିଓ, ମିଳିମିଳା ଏବଂ ଟିଟାନାସ ରୋଗଗୁଡ଼ିକ ମଧ୍ୟ ଧୀରେ ଧୀରେ ଲୋପ ହେବାକୁ ବସିଲାଣି । କାର୍ଯ୍ୟକ୍ରମ ପଦ୍ଧତି ସାଧାରଣତଃ ଗୋଟିଏ ମଣିଷ ବା ପଶୁପକ୍ଷୀଠାରୁ ଆଉଗୋଟିଏ ଲୋକକୁ ଡ଼େଉଁଥିବା ରୋଗରୁ ବଞ୍ଚିବାର ପ୍ରତିକାର ନିମିତ୍ତ କୁତ୍ରିମ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ପ୍ରୟୋଗ କରାଯାଇଥାଏ । ବିଭିନ୍ନପ୍ରକାରରେ ଏହି ରୋଗ ପ୍ରତିରୋଧକକୁ ଟିକାକରଣଦ୍ୱାରା ମନୁଷ୍ୟ ଶରୀରକୁ ପ୍ରୟୋଗ କରାଯାଇପାରେ । କିଛି ଟିକା, ଲୋକ ରୋଗୀଣା ହେବାର ପରେ ଦିଆଯାଇଥାଏ । ବସନ୍ତ ରୋଗ ସଂକ୍ରମଣ ହେବାର ତିନିଦିନ ମଧ୍ୟରେ ଟିକା ଦିଆଗଲେ ରୋଗଟି ପୁରା ଭଲ ହୋଇଯାଇଥାଏ, ଯଦି ବସନ୍ତ ରୋଗ ସଂକ୍ରମଣର ଗୋଟିଏ ସପ୍ତାହ ପରେ ଟିକା ଦିଆଯାଏ, ତେବେ ରୋଗର ପରିଣାମ ବହୁ ମାତ୍ରାରେ କମେଇ ଦିଆଯାଇପାରେ। ପାଗଳା କୁକୁର କାମୁଡ଼ିବାଦ୍ୱାରା ରାବିଜ ରୋଗ ହୋଇଥାଏ । ଲଗାତାର ୧୪ଦିନ ଧରି ପ୍ରତ୍ୟେକ ଦିନ ଚାରିଥର ରାବିଜ ଟିକା ନେଲେ ଏହି ରୋଗଟି ଭଲ ହୋଇଯାଇଥାଏ। ଅନ୍ୟ ଉଦାହରଣ ମଧ୍ୟରେ ଏଡ଼ସ, କର୍କଟ ଏବଂ ଆଲଜିମର ରୋଗ ଅନ୍ୟତମ। କେତେକ ସାଧାରଣ ସଂକ୍ରାମିତ ରୋଗ ଯେପରିକି ମିଳିମିଳା ଏବଂ ରୁବେଲା ନିମିତ୍ତ ଓଡ଼ିଶାରେ ଟିକାକରଣ ଯୋଜନା ଜାନୁୟାରୀ ୨୯ ତାରିଖରୁ ଆରମ୍ଭ ହୋଇଥିଲା, ଏଥିରେ ପାଖାପାଖି ଏକ କୋଟି ପିଲାମାନଙ୍କୁ ଟିକା ଦିଆଯାଇଥିଲା । ଏହି ଯୋଜନାରେ ଶତକଡ଼ା ୯୮ ଭାଗ ଶିଶୁଙ୍କୁ ଏହି ଟିକା ପ୍ରଦାନକରି ଓଡ଼ିଶା ସମଗ୍ର ଭାରତରେ ପ୍ରଥମ ସ୍ଥାନ ଅର୍ଜନ କରିଥିଲା । ଶିଶୁ ଟିକାକରଣର ମହତ୍ୱ ଏବଂ ଗୁରୁତ୍ୱ ବର୍ତ୍ତମାନର ଯୁଗରେ ଜନ୍ମହେବାଠାରୁ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ନାନାଦି ଟିକା ଦେଇ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଯାଇଥାଏ । ଟିକାକରଣ କାହିଁକି ହୁଏ ତାହା ନିମ୍ନରେ କିଛି ଉଦାହରଣ ଦିଆହୋଇଛି । ମା ଏବଂ ବାପା ତାଙ୍କ ଶିଶୁକୁ ସୁସ୍ଥସବଳ ଏବଂ ଭବିଷ୍ୟତ ରୋଗରୁ ରକ୍ଷା କରିବା ନିମିତ୍ତ ଯାହା ହୋଇପାରେ ଚେଷ୍ଟା କରିବାକୁ ପଛାନ୍ତି ନାହିଁ । ଟିକାକରଣଦ୍ୱାରା ଏହା ସମ୍ଭବ । କେତେକ ଗୁରୁତ୍ୱପୂର୍ଣ୍ଣ ରୋଗଯନ୍ତ୍ରଣାରୁ ଟିକାକରଣ ରକ୍ଷା କରିଥାଏ, ଯେପରିକି ହାତ ବା ଗୋଡ଼ରେ ବିକଳଙ୍ଗତା, ଶୃତିଶକ୍ତି ଲୋପ, ମସ୍ତିଷ୍କ ଦୋଷ ଏବଂ ମୃତ୍ୟୁ ଆଦିରୁ ରକ୍ଷା କରିଥାଏ । କେତେକ ସାଧାରଣ ରୋଗ ଯେପରି ମିଳିମିଳା, ଲହରା କାଶରୁ ଏବେବି ବହୁ ଶିଶୁ ମୃତ୍ୟୁହାର ଘଟୁଅଛି । ଶିଶୁ ଅବସ୍ଥାରେ ଟିକାକରଣଦ୍ୱାରା ଏହାକୁ ରୋକା ଯାଇପାରିବ । ଟିକାକରଣ ନିରାପଦ ଏବଂ ବିପଦମୁକ୍ତ ଅଟେ । ପ୍ରତି ଟିକାକୁ ବାହୁବର୍ଷଧରି ଯତ୍ନର ସହ ପରୀକ୍ଷା କରିବାପରେ ଜନ ସମାଜରେ ପ୍ରୟୋଗ କରାଯାଇଥାଏ । ରୋଗରେ ପଡ଼ି ଡାକ୍ତରଖାନା ଯାଇ ସମୟହାନୀ, ଅର୍ଥ ନଷ୍ଟ ଓ ପ୍ରାଣପୀଡ଼ା ନକରି ମୁଳୁରୁ ରୋଗଟିକୁ ମାରିଦେବା ଭଲ। ମୁଳୁ ମାଇଲେ ଯିବ ସରି , ଦେବଙ୍କ ସଙ୍ଗେ କିମ୍ପା କଳି । ରୋଗ ଚିକିତ୍ସାଠାରୁ ପ୍ରତିରୋଧ ଭଲ । ଭବିଷ୍ୟତର ପିଢ଼ିମାନଙ୍କ ନିମିତ୍ତ ମଧ୍ୟ ଟିକାକରଣ ଭଲ ଅଟେ। ଉଦାହରଣ ସ୍ୱରୂପ ବସନ୍ତ ରୋଗ ପୃଥିବୀରୁ ଲୋପ ପାଇଯାଇଛି, ବର୍ତ୍ତମାନ ଆପଣଙ୍କ ଶିଶୁକୁ ବସନ୍ତ ରୋଗ ହେବାର କୌଣସି ସମ୍ଭାବନା ନାହିଁ କିମ୍ବା ଭବିଷ୍ୟତର ପିଢୀଗୁଡିକୁ ମଧ୍ୟ ବସନ୍ତ ଟିକା ଦେବା ଅନାବଶ୍ୟକ। ଟିକାକରଣ କରାହେଉଥିବା ରୋଗ ପୃଥିବୀରେ ଟିକାଦ୍ୱାରା ଭଲ ହେଇପାରୁଥିବା ପ୍ରମୁଖ ରୋଗଗୁଡ଼ିକ ବିଷୟରେ ନିମ୍ନରେ ତାଲିକା ପ୍ରଦାନ କରାଯାଇଛି ଓ ଟିକାମାନଙ୍କର ନାମ ଦର୍ଶାଯାଇଛି । ମିଳିମିଳା - ମିଳିମିଳା ଟିକା ଲହରା କାଶ - ଲହରା କାଶ ଟିକା ପୋଲିଓମାୟେଲାଇଟିସ - ପୋଲିଓ ଟିକା ଧନୁଷ୍ଟଙ୍କାର -ଟିଟାନସ୍ ଟିକା ହେପାଟାଇଟିସ ବି - ହେପାଟାଇଟିସ ବି ଟିକା ଇନ୍‌ଫ୍ଲୁଏଞ୍ଜା - ଇନଫ୍ଲୁଏଞ୍ଜା ଟିକା କଣ୍ଠଅଳତି - କଣ୍ଠଅଳତି ଟିକା ପାର୍ଶ୍ୱ ପ୍ରତିକ୍ରିୟା ସିଡିସି ସଂସ୍ଥା ( ) ଏକ ଚିଠାରେ ଟିକାମାନଙ୍କର ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟାମାନ ଲେଖିଛନ୍ତି । ବିଭିନ୍ନ ଟିକାର ଭିନ୍ନ ଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ହୁଏ କିନ୍ତୁ ନିମ୍ନରେ କେତେକ ଶୈଶବରେ ହେଉଥିବା ରୋଗମାନଙ୍କର ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟ ଲେଖାଯାଇଛି । ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା (ସାଧାରଣ) ସାମାନ୍ୟ ଜ୍ୱର (୪ରେ ୧) ଲାଲ ଦେଖାଯିବା, ଘାଆ, ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଫୁଲା (୪ରେ ୧) ଥକ୍କାଣ, ଅରୁଚି (୧୦ରେ ୧) ବାନ୍ତି(୫୦ରେ ୧) ମଧ୍ୟମ ପାର୍ଶ୍ୱ ପ୍ରତିକ୍ରିୟା (ସାଧାରଣ ନୁହେଁ) ବାତ (୧୪,୦୦୦ରେ ୧) ଅତ୍ୟଧିକ ଜ୍ୱର (୧୦୫ °ଫା) (୧୬,୦୦୦ରେ ୧) ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା (କ୍ୱଚିତ) ସାଂଘାତିକ ଆଲର୍ଜି (୧,୦୦୦,୦୦୦ରେ ୧) ଦୀର୍ଘକାଳୀନ ବାତ, ଲୋମା ଓ ମସ୍ତିଷ୍କ ନଷ୍ଟ ସମସ୍ୟା ହୋଇପାରେ କିନ୍ତୁ ସେଗୁଡ଼ିକ ଏତେ ଦୁର୍ଲଭ ଯେ ତାହା ଟିକା ଯୋଗୁ କି ଅନ୍ୟ କାରଣ ଯୋଗୁ, ତାହା କ‌ହିବା ସମ୍ଭବପର ନୁହେଁ । ଆହୁରି ପଢ଼ନ୍ତୁ ଟିକା ମିଳିମିଳା ଟିକା ଆଧାର
୧୩୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
ନିଜାମାବାଦ, ତେଲେଙ୍ଗାନାର ଏକ ସହର ଓ ନିଜାମାବାଦ ଜିଲ୍ଲାର ସଦର ମହକୁମା। ଭୌଗଳିକ ଅବସ୍ଥିତି ନିଜାମାବାଦ ୧୮.୬୭୧୫ ଉତ୍ତର ଅକ୍ଷାଂଶ ଓ ୭୮.୦୯୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୫୩ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିଜାମାବାଦ ସହରର ମୋଟ ଜନସଂଖ୍ୟା ୭୧୩୫୫ ଅଟେ । ସେଥି ମଧ୍ୟରୁ ୫୦.୪୬% ଜଣ ପରୁଷ ହୋଇଥିବା ବେଳେ ୪୯.୫୪% ଜଣ ନାରୀ ଅଟନ୍ତି । ନିଜାମାବାଦର ସାକ୍ଷରତା ହାର ୫୯.୯୪% ଅଟେ । ଏହା ଜାତୀୟ ହାରଠାରୁ ୪.୯୦% ପ୍ରତିଶତ କମ ଅଟେ । ସେଥିରୁ ୩୩.୫୦% ପ୍ରତିଶତ ପୁରୁଷ ଓ ୨୬.୪୪% ନାରୀ ଅଟନ୍ତି । ୧୩.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତେଲୁଗୁ ନିଜାମାବାଦର ସରକାରୀ ଭାଷା ଅଟେ । ପାଣିପାଗ ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ନିଜାମାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୩.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୦୩୮.୩ / ହୋଇଥାଏ । ଇତିହାସ ପର୍ଯ୍ୟଟନ ଆଧାର ଅଧିକ ତଥ୍ୟ
ଶାନ୍ତିରାଜ ଖୋସଲା (୭ ଅକ୍ଟୋବର ୧୯୬୬ — ୨୭ ମଇ ୨୦୨୧) ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ୨୦୧୯ ମସିହାରେ ସେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ବ୍ୟକ୍ତିଗତ ଜୀବନ ଶାନ୍ତିରାଜ କୋରାପୁଟ ଜିଲ୍ଲାର ଜୟପୁର ସହରରେ ୧୯୬୬ ଅକ୍ଟୋବର ୭ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମାର୍ଟିନ ଖୋସଲା ଓ ମାତାଙ୍କ ନାମ ସାବିତ୍ରୀ ଖୋସଲା । ସେ ସାଗରିକାଙ୍କୁ ବିବାହ କରିଥିଲେ ଓ ତାଙ୍କର ଏକମାତ୍ର କନ୍ୟାଙ୍କ ନାମ ଶ୍ରୁତି ପ୍ରସାରିଣୀ । ସଙ୍ଗୀତଜ୍ଞ ଜୀବନ ଶାନ୍ତିରାଜ, ଆକାଶବାଣୀ ଜୟପୁରରୁ ନିଜର ସଙ୍ଗୀତ ପ୍ରଦର୍ଶନ ଆରମ୍ଭ କରିଥିଲେ । ପରେ ସେ କଟକ ଆସି ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । କଟକରେ ରହି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶନା କରୁଥିଲେ । ସେ ବହୁ ଓଡ଼ିଆ ଚଳଚ୍ଚିତ୍ର, ଆଲବମ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ତାଙ୍କ ଶେଷ ଆଲବମ ଝିପି ଝିପି ବର୍ଷା ତାଙ୍କ ମୃତ୍ୟୁ ପରେ ୨୦୨୧ ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିଥିଲା । ଓଡ଼ିଆ କଥାଚିତ୍ରକୁ ଅବଦାନ ଶାନ୍ତିରାଜ ୨୦୦୨ ମସିହାରେ ନିର୍ଦ୍ଦେଶକ ବବି ଇସଲାମଙ୍କ ରଙ୍ଗ୍ ନମ୍ବର କଥାଚିତ୍ରରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ପୁରସ୍କାର ଓ ସମ୍ମାନ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୯ ( ଫେରିଆ ଚଳଚ୍ଚିତ୍ର ପାଇଁ) ମୃତ୍ୟୁ କରୋନାରେ ପୀଡ଼ିତ ହୋଇ, ୨୦୨୧ ମସିହା ମଇ ମାସ ୨୭ ତାରିଖରେ ତାଙ୍କର କଟକଠାରେ ପରଲୋକ ଘଟିଥିଲା । ଆଧାର ଅଧିକ ତଥ୍ୟ ଇଣ୍ଟରନେଟ ମୁଭି ଡାଟାବେସରେ ଶାନ୍ତିରାଜ ଖୋସଲା
ଭେଲୁ ନାଚିୟାର (୩ ଜାନୁଆରୀ ୧୭୩୦-୨୫ ଡିସେମ୍ବର ୧୭୯୬)ଶିବଗଙ୍ଗା ଗଡଜାତ ରାଜବଂଶର ରାଣୀ ଥିଲେ । ସେ ଭାରତରେ ଇଂରେଜ ଔପନିବେଶକ ଶକ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ପ୍ରଥମ ବୀରାଙ୍ଗନା ରାଣୀ । ତେଣୁ ସେ ତାମିଲନାଡୁରେ "ବୀରମ୍‌ଗଇ" (ବୀରାଙ୍ଗନା) ନାମରେ ମଧ୍ୟ ପରିଚିତ । ଜୀବନୀ ରାମନାଥ ରାଜ୍ୟର ରାଜା ଚେଲ୍ଲାମୁଥୁ ବିଜୟରଘୁନାଥ ସେତୁପଥି ଏବଂ ରାଣୀ ସକନ୍ଧିମୁଥାଲଙ୍କ ଏକମାତ୍ର କନ୍ୟା ବେଲୁ ନାଚିୟାର ଥିଲେ ରାମନାଥପୁରମ ରାଜ୍ୟର ରାଜକୁମାରୀ । ସେ ଚୋଳ ବଂଶଜଙ୍କ ଭଳି ସୂର୍ଯ୍ୟବଂଶୀ ତଥା କଶ୍ୟପ ଗୋତ୍ରୀ ଥିଲେ । ତାଙ୍କର ଲାଳନ ପାଳନ ଜଣେ ରାଜକୁମାରୀଙ୍କ ଭଳି କରାଯାଇଥିଲା । କଥିତ ଅଛି, ସେ ଛୋଟବେଳୁ ହିଁ ସେ ଘୋଡ଼ା ସବାରୀ, ତୀର ଚାଳନା ତଥା ଖଣ୍ଡା ଚାଳନା ଭଳି ଯୁଦ୍ଧ ବିଦ୍ୟାରେ ବିଧିବଦ୍ଧ ଶିକ୍ଷା ପ୍ରାପ୍ତ କରିଥିଲେ । ଅସ୍ତ୍ର ଶସ୍ତ୍ର ବିଦ୍ୟା ସହ ସେ ବିଭିନ୍ନ ଭାଷା ଯଥା ଫ୍ରେଞ୍ଚ, ଇଂରାଜୀ ଏବଂ ଉର୍ଦ୍ଦୁର ଭାଷାଜ୍ଞାନ ମଧ୍ୟ ଲାଭ କରିଥିଲେ । ତାଙ୍କର ବିବାହ ଶିବଗଙ୍ଗା ରାଜ୍ୟର ରାଜା ମୁଥୁବାଦୁଗାନାଥାପେରିୟା ଉଦୟୀ ଯଶେଶ୍ୱରଙ୍କ ସହ ହୋଇଥିଲା । ବିବାହ ପରେ ସେ ଏକ କନ୍ୟା ଲାଭ କରିଥିଲେ । ମହିଳା ସୈନ୍ୟବାହିନୀ ଗଠନ ଯେତେବେଳେ ତାଙ୍କ ସ୍ୱାମୀ ବ୍ରିଟିଶ ସୈନ୍ୟଦ୍ୱାରା ନିହତ ହେଲେ, ସେ ଯୁଦ୍ଧର ସାମନା କରିବାକୁ ବାଧ୍ୟ ହେଲେ । ତେବେ ସେ ନିଜ କନ୍ୟା ସହ ଖସି ପଳାଇବାରେ ସମର୍ଥ ହେଲେ ଏବଂ ଡିଣ୍ଡିଗୁଲ ନିକଟବର୍ତ୍ତୀ ବୀରୁପାଚୀର ପାଲାୟାକାରାର କୋପଲା ନାୟାକ୍କାରଙ୍କ ସୁରକ୍ଷାରେ ପ୍ରାୟ ଆଠବର୍ଷ ପାଇଁ ରହିଥିଲେ । ଏହି ସମୟ ମଧ୍ୟରେ ସେ ଏକ ମହିଳା-ସୈନ୍ୟବାହିନୀ ଗଠନ କଲେ ଏବଂ ଗୋପାଲା ନାୟକାର ଏବଂ ହାଇ‌ଦର ଅଲ୍ଲୀଙ୍କ ସହାୟତା ଲୋଡିଲେ । ଭେଲୁଙ୍କ ପାଳିତା କନ୍ୟା ଉଦୈୟାଲର ସ୍ମୃତିରେ ଏହି ସୈନ୍ୟବାହିନୀର ନାମକରଣ କରାଯାଇଥିଲା । ଲକ୍ଷ୍ୟ ଥିଲା, ବ୍ରିଟିଶ ସେନାକୁ ପରାଜିତ କରିବା । ତେବେ ୧୭୮୦ ମସିହାରେ ତାଙ୍କର ଏହି ସ୍ୱପ୍ନ ସଫଳ ହେଲା । ଭେଲୁ ନାଚିୟାର ଯେତେବେଳେ ଇଂରେଜମାନଙ୍କ ଅସ୍ତ୍ରାଗାରର ସନ୍ଧାନ ପାଇଗଲେ, ସେ ଏକ ଆତ୍ମଘାତୀ ଆକ୍ରମଣର ଯୋଜନା କଲେ । ବେଲୁଙ୍କ ଏକ ବିଶ୍ୱସ୍ତ ଲୋକ କୁୟୁଲୀ, ନିଜ ଦେହରେ ତୈଳ ବୋଳି ହୋଇ ନିଜକୁ ଜଳାଇ ଦେଇ ଅସ୍ତ୍ରାଗାର ମଧ୍ୟକୁ ପ୍ରବେଶ କରିଗଲା । ଫଳରେ ଇଂରେଜ ଅସ୍ତ୍ରାଗାର ଧ୍ୱଂସ ପାଇଗଲା । ପାଳିତା କନ୍ୟା ଉଦୈୟାଲ ମଧ୍ୟ ଇଂରେଜ ମାନଙ୍କ ଆଉଏକ ଅସ୍ତ୍ରାଗାର ଧ୍ୱଂସ କରୁ କରୁ ନିଜ ଜୀବନ ହାରିଯାଇଥିଲେ । ଶେଷ ଜୀବନ ଭେଲୁ ନାଚିୟାର ହେଉଛନ୍ତି ବ୍ରିଟିଶ ବିରୁଦ୍ଧରେ ଲଢିଥିବା ପ୍ରଥମ ଭାରତୀୟ ରାଣୀ । ୧୭୮୦ରେ ବ୍ରିଟିଶ ବିରୁଦ୍ଧରେ ଜୟଲାଭ କରି ସେ ମାଉଡୁ ଭାଇଙ୍କୁ ରାଜ୍ୟର ଶାସନ ଦାୟିତ୍ୱ ଅର୍ପଣ କରିଥିଲେ । ଏହାର କିଛି ବର୍ଷପରେ ସେ ୨୫ ଡିସେମ୍ବର ୧୭୯୬ରେ ମୃତ୍ୟୁବରଣ କଲେ । ଆଧାର
ଓଡ଼ିଆ କଥାଚିତ୍ର ଜଗତରେ ୨୦୧୫ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । '୨୦୧୫'ମସିହାର ଓଡ଼ିଆ କଥାଚିତ୍ର ତାଲିକା ଆଧାର
ପୁତ୍ତୁର, ଆନ୍ଧ୍ରପ୍ରଦେଶ ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଆନ୍ଧ୍ର ପ୍ରଦେଶର ଚିତ୍ତୋଓର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ପୁତ୍ତୁର, ଆନ୍ଧ୍ରପ୍ରଦେଶ ୧୩.୪୪୧୯ ଉତ୍ତର ଅକ୍ଷାଂଶ ଓ ୭୯.୫୫୩୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୁତ୍ତୁର, ଆନ୍ଧ୍ରପ୍ରଦେଶ ସହରର ମୋଟ ଜନସଂଖ୍ୟା ୨୯୩୩୭ ଅଟେ । ସେଥି ମଧ୍ୟରୁ ୫୦.୩୨% ଜଣ ପରୁଷ ହୋଇଥିବା ବେଳେ ୪୯.୬୮% ଜଣ ନାରୀ ଅଟନ୍ତି । ପୁତ୍ତୁର, ଆନ୍ଧ୍ରପ୍ରଦେଶର ସାକ୍ଷରତା ହାର ୭୧.୪୯% ଅଟେ । ଏହା ଜାତୀୟ ହାରଠାରୁ -୬.୬୫% ପ୍ରତିଶତ କମ ଅଟେ । ସେଥିରୁ ୩୯.୫୫% ପ୍ରତିଶତ ପୁରୁଷ ଓ ୩୧.୯୩% ନାରୀ ଅଟନ୍ତି । ୧୧.୪୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତେଲୁଗୁ ପୁତ୍ତୁର, ଆନ୍ଧ୍ରପ୍ରଦେଶର ସରକାରୀ ଭାଷା ଅଟେ । ଆହୁରି ପଢନ୍ତୁ ଆଧାର ବାହାର ଲିଙ୍କ
ଟ୍ରାଇଫ୍ଲୁରିଡାଇନ (ଇଂରାଜୀ ଭାଷାରେ ), ଯାହାକୁ ଟ୍ରାଇଫ୍ଲୋରୋଥାଇମିଡାଇନ୍ ମଧ୍ୟ କୁହାଯାଏ, ଏକ ଭୂତାଣୁରୋଧୀ ଔଷଧ ଯାହା ଆଖିର ହର୍ପେସ୍ ସିମ୍ପଲେକ୍ସ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଆଖିର ଭାକସିନିଆ ସଂକ୍ରମଣ ପାଇଁ ମଧ୍ୟ ବ୍ୟବହୃତ ହୁଏ ଯାହା ବସନ୍ତ ଟୀକାକରଣ ପରେ ହୋଇପାରେ । ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ । ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିରୁ ଅଧିକ ଜଳ ବାହାରିବା, ଆଖିପତା ଫୁଲିଯିବା ଏବଂ ଆଖିର ଲାଲ ରଙ୍ଗ ହୋଇପାରେ । ଭୂତାଣୁ ଡିଏନଏ ସୃଷ୍ଟି ବନ୍ଦ କରି ଏହା କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ । ୧୯୮୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରାଇଫ୍ଲୁରିଡାଇନ ଅନୁମୋଦିତ ହୋଇଥିଲା । ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ଏବଂ ଭାଇରୋପଟିକ ବାଣିଜ୍ୟ ନାମରେ ମଧ୍ୟ ବିକ୍ରି ହୁଏ । ଯୁକ୍ତରାଷ୍ଟ୍ରରେ ଏହାର ୭.୫ ମିଲି ବିଶିଷ୍ଟ ପାତ୍ରର ମୂଲ୍ୟ ପ୍ରାୟ ୭୪ ଡଲାର ଅଟେ । ଏହା ମଧ୍ୟ କର୍କଟ ବିରୋଧୀ ଔଷଧ ଟ୍ରାଇଫ୍ଲୁରିଡାଇନ/ଟିପିରାସିଲର ଏକ ଉପାଦାନ | ଆଧାର
୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ହେବା ପରେ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବ୍ୟକ୍ତି ବିଶେଷଙ୍କ ତାଲିକା: ଆଧାର
ଇଥୋସକ୍ସିମାଇଡ (ଇଂରାଜୀ ଭାଷାରେ , ବିକ୍ରୟ ନାମ ଜାରୋଣ୍ଟିନ/ ) ଏକ ଔଷଧ ଯାହା ଆବସେନ୍ସ ସିଜର ରୋଗର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଏହି ଔଷଧ ଏକ‌କ ଭାବରେ ଦିଆଯାଏ ବା ଅନ୍ୟାନ୍ୟ ଆଣ୍ଟିକନଭଲସାଣ୍ଟ ଔଷଧ ଯେପରିକି ଭାଲପ୍ରୋଇକ ଏସିଡ ସ‌ହିତ ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଏ । ଇଥୋସକ୍ସିମାଇଡର ପାର୍ଶ୍ୱ ପ୍ରତିକ୍ରିୟା ଅତି କମ ଦେଖାଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ପେଟ ଯନ୍ତ୍ରଣା, ତରଳ ଝାଡ଼ା ଓ ଥକ୍କା ଅନୁଭବ ଆଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଚିନ୍ତା , ସାଇଟୋପେନିଆ ଓ ଲୁପସ ଏରିଥେମାଟୋସସ ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଓ ୩ ବର୍ଷ ବୟସରୁ କମ ଶିଶୁଙ୍କ ପ୍ରତି ଏହି ଔଷଧର ନିରାପଦ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ । ଇଥୋସକ୍ସିମାଇଡ ଏକ ସକସିନିମାଇଡ ଶ୍ରେଣୀର ଔଷଧ । ଏହାର କାର୍ଯ୍ୟବିଧି ମଧ୍ୟ ଅସ୍ପଷ୍ଟ । ଇଥୋସକ୍ସିମାଇଡ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୬୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ( ' ) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଇଥୋସକ୍ସିମାଇଡ ଜେନେରିକ ନାମରେ ବିକ୍ରୟ ହୁଏ । ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ଏକ ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୨୭.୭୭ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୪୧.୫୫ ଆମେରିକୀୟ ଡଲାର । ଆଧାର ‌
ରବୀନ୍ଦ୍ର ବିଶ୍ୱାଳ ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ଶିଶୁ ସାହିତ୍ୟ ପାଇଁ ୨୦୧୫ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ରଚନାବଳୀ ଗଛଟିଏ ଗୀତଟିଏ ସମ୍ମାନ ଓ ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫ ଆଧାର
ରାଜା ଉଦୟିନ ଖ୍ରୀଷ୍ଟପୂର୍ବ 460 ମସିହାରୁ ଖ୍ରୀଷ୍ଟପୂର୍ବ 440 ମସିହା ଯାଏ ଭାରତୀୟ ରାଜ୍ୟ ମଗଧକୁ ଶାସନ କରିଥିଲେ । ସେ ହରୟାଙ୍କା ରାଜବଂଶର ଥିଲେ । ତାଙ୍କ ପିତା ଅଜାତଶତ୍ରୁ ଓ ପିତାମହ ବିମ୍ବିସାର ଥିଲେ । ରାଜା ଉଦୟିନ ସୋନା ଓ ଗଙ୍ଗା ନଦୀର ସାଙ୍ଗମା ସ୍ଥଳରେ ପାଟଳିପୁତ୍ର ସହର ସ୍ଥାପନ କରିଥିଲେ ଓ ଏଠାକୁ ନିଜର ରାଜଧାନୀ କରିଥିଲେ । ଏହା ତାଙ୍କର ରାଜ୍ୟର କେନ୍ଦ୍ର ସ୍ଥଳରେ ଥିଲା । ତାଙ୍କ ଅନ୍ତେ ର୍ଟଙ୍କ ପୁତ୍ର ଅନିରୁଧ୍ହ ମଗଧର ଶାସନ ଭାର ନେଇଥିଲେ । ଆଧାର
ଜମ୍ମୁ ତୱି ଏକ ରେଳଷ୍ଟେସନ ଯାହା ଭାରତୀୟ ରାଜ୍ୟ ଜମ୍ମୁ ଓ କଶ୍ମୀରରେ ଅବସ୍ଥିତ । ପ୍ରଚ୍ଛଦ ଜମ୍ମୁ ତୱି , ଜମ୍ମୁ ଓ କାଶ୍ମୀର ରାଜ୍ୟର ବୃହତ୍ତମ ରେଳ ଷ୍ଟେସନ । କାଶ୍ମୀର ଉପତ୍ୟକାକୁ ପର୍ଯ୍ୟଟକ ମାନଙ୍କ ଗମନାଗମନ ପାଇଁ ଏହି ଷ୍ଟେସନ ମୁଖ୍ୟ ସ୍ଥାନ । ଏହି ସ୍ଟେଶନ ଉତ୍ତର ରେଳ ବାଇ ଅନ୍ତର୍ଗତ ଫିରୋଜପୁର ଡିଭିଜନରେ ରହିଛି । ଜମ୍ମୁ ତୱି ଭାରତର ବିଭିନ୍ନ ବଡ ସହର ସହ ରେଳପଥ ସହିତ ସଂଯୁକ୍ତ । ଏହି ଶ୍ରେତୀୟନର କୋଡ ହେଲା । ଦେଶର ଦ୍ୱିତୀୟ ସବୁଠାରୁ ଦୀର୍ଘତମ ପଥ ଅତିକ୍ରମ କରୁଥିବା ଟ୍ରେନ ହିମସାଗର ଏକ୍ସପ୍ରେସ ଏହି ସ୍ଟେଶନରୁ କନ୍ୟାକୁମାରୀ ଯାଏ ଦେଶର 12 ରହୟ ଦେଇ ଯାତାୟତ କରେ ଓ ଏହା ୭୩ ଘଣ୍ଟାରେ କନ୍ୟାକୁମାରୀ ପହଞ୍ଚେ । ଏତଦ୍ ବ୍ୟତୀତ ଦିଲ୍ଲୀ , ମୁମ୍ବାଇ , କଲିକତା ପରି ଦେଶର ସମସ୍ତ ପ୍ରାନ୍ତରୁ ଏହାକୁ ଟ୍ରେନ ସୁବିଧା ଉପଲବ୍ଧ ହୁଏ । ଇତିହାସ ପୂର୍ବରୁ ସହରରେ ଏକ ପୁରାତନ ସ୍ତେତୀୟନ ଥିଲା । ଏହି ଷ୍ଟେସନ ଜମ୍ମୁ - ସିଆଲକୋଟ ରେଳ ଲାଇନରେ ଥିଲା ଏବଂ ଏହା ଦେଇ ୪୩ କିଲୋମିଟର ଦୂର ସିଆଲକୋଟ ଯାଏ ଟ୍ରେନ ଚଳା ଚଳ କରୁଥିଲା । ବର୍ତ୍ତମାନ ସିଆଲକୋଟ ପାକିସ୍ଥାନରେ ଅବସ୍ଥିତ ।ପୁରାତନ ଜମ୍ମୁ ଷ୍ଟେସନଟି ୧୮୯୭ରେ ସ୍ଥାପିତ ହେଇଥିଲା । କିନ୍ତୁ ଦେଶ ବିଭାଜନ ପରେ ଏହି ସ୍ତେତୀୟନ ପରିତ୍ୟକ୍ତ ଅବସ୍ଥାରେ ରହିଲା । ୧୯୭୧ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀର ରେଳ ସଂଯୋଗ ବିହୀନ ହେଇ ରହିଥିଲା । ସେହି ବର୍ଷ ପଠାଣକୋଟ - ଜମ୍ମୁ ତୱି ରେଳପଥ ନିର୍ମିତ ହୋଇ ୧୯୭୫ରେ ଜମ୍ମୁ ତୱି ରେଳ ସ୍ଟେଶନ କାର୍ଯକ୍ଷମ ହେଲା । ୨୦୦୦ ମସିହାରେ ପୁରାତନ ଷ୍ଟେସନକୁ ଭାଙ୍ଗି ଦିଆଯାଇ ସେ ସ୍ଥାନରେ ଏକ କଳା କେନ୍ଦ୍ର ନିର୍ମିତ ହେଲା । ବିଦ୍ୟୁତିକରଣ ଏହି ସ୍ଟେଶନକୁ ସଂଯୋଗ କରୁଥିବା ରେଳପଥର ବିଦ୍ୟୁତିକରଣ ସମ୍ପୂର୍ଣ ହେଇଛି । ତତ୍ ଫଳରେ ଏହି ସ୍ଟେଶନରୁ ଛାଡୁଥିବା ସ୍ୱରାଜ ଏକ୍ସପ୍ରେସ , ହିମସାଗର ଏକ୍ସପ୍ରେସ ଆଦି ଟ୍ରେନ ବୈଦ୍ୟୁତିକ ଇଞ୍ଜିନଦ୍ୱାରା ଚାଲି ପାରୁଛି । ପୁନଶ୍ଚ ଦେଖଣା ଆଧାର ବାହାର ଲିଙ୍କ ,
ଅନ୍ୟ ଅର୍ଥ ପାଇଁ ଉପାସ ବା ଉପବାସ ଦେଖନ୍ତୁ । ଓଷା ଉପାସ ବା ଉପବାସକୁ ବୁଝାଇଥାଏ । ଆହୁରି ମଧ୍ୟ ଏହା ଓଡ଼ିଆମାନଙ୍କ ଦେଇ ପାଳନ କରାଯାଉଥିବା ଏକ ଓଡ଼ିଆ ଓ ବ୍ରତ ପାଳନ ବିଧିକୁ ବୁଝାଇଥାଏ । ବିଶେଷତା ବ୍ରତ ଉଭୟ ପୁରୁଷ ଓ ନାରୀମାନଙ୍କ ଦେଇ ପାଳିତ ଧାର୍ମିକ ବିଧିକୁ ବୁଝାଇଥାଏ । କିନ୍ତୁ ଓଷା କେବଳ ନାରୀମାନେ ପାଳନ କରିଥାନ୍ତି । ନାନାଦି ଓଷା ଆହୁରି ଦେଖନ୍ତୁ ଓଡ଼ିଆ ଚଳଣି ଓଡ଼ିଶାର ପର୍ବ ପର୍ବାଣି ଆଧାର
ଦେବଦୁର୍ଲ୍ଲଭ ଦାସ ପ୍ରାଚୀନ ଓଡ଼ିଆ କବିମାନଙ୍କ ମଧ୍ୟରେ ଅନ୍ୟତମ | ତାଙ୍କ ରଚିତ କାବ୍ୟ ରହସ୍ୟମଞ୍ଜରୀ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ | କବିଙ୍କ ଜନ୍ମ ସମୟ ଠିକ୍ ଭାବରେ ନିରୂପଣ କରଯାଇ ନାହିଁ | ତେବେ ତାଙ୍କ ରଚନାରୁ ଜଣାଯାଏ ଯେ ସେ ଜଗନ୍ନାଥ ଦାସଙ୍କ ସମସାମୟିକ | ଜୀବନ ରଚନାରୁ ସଙ୍କେତ କବି ଦେବଦୁର୍ଲ୍ଲଭ ଦାସ ନିଜ କାବ୍ୟର କୌଣସି ସ୍ଥାନରେ ନିଜର ପରିଚୟ ପ୍ରକାଶ କରିନାହାନ୍ତି । ଏହା ବୈଷ୍ଣବର ସୁଲକ୍ଷଣ ଭାବେ ଗୃହୀତ । ନିଜ ବିଷୟରେ କିଛି ନ ଲେଖିବା ନିରହଙ୍କାରର ଚିହ୍ନ ଭାବେ ଦେଖାଯାଉଥିବାରୁ କବି ଏପରି କରିଥିବା ବୋଧ ହୁଏ । ତାଙ୍କର ଜନ୍ମସ୍ଥାନ ଓ ସମୟ ଅଜ୍ଞାତ । ନାମକରଣ ରହସ୍ୟମଞ୍ଜରୀର କେତେକ ଛାନ୍ଦର ଶେଷରେ କବି ନିଜ ପୂର୍ଣ୍ଣ ନାମ 'ଦେବଦୁର୍ଲ୍ଲଭ ଦାସ' ଭାବେ ଉଲ୍ଲେଖ କରିଛନ୍ତି । ବାସସ୍ଥଳୀ କବିଙ୍କ ରଚିତ ଶ୍ରୀକ୍ଷେତ୍ରର ତୀକ୍ଷ୍ଣ ବର୍ଣ୍ଣନା ଓ ମିଷ୍ଟାନ୍ନାଦିର ଉଲ୍ଲେଖ ଯୋଗୁଁ ଡକ୍ଟର ଦେବେନ୍ଦ୍ର ମହାନ୍ତି ସେ ପୁରୀବାସୀ ହୋଇପାରନ୍ତି ବୋଲି ଉଲ୍ଲେଖ କରିଛନ୍ତି । ସମୟ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ରହସ୍ୟମଞ୍ଜରୀ ପୁସ୍ତକର ମୁଖବନ୍ଧରେ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଦେବଦୁର୍ଲ୍ଲଭ ଦାସଙ୍କ ସମୟର ବିଚାର କରିଛନ୍ତି । ପୋଥି ପୁଷ୍ପାଞ୍ଜଳି ପ୍ରଥମତଃ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ପାଇଥିବା ପାଞ୍ଚଗୋଟି ତାଳପତ୍ର ପୋଥି ମଧ୍ୟରୁ (କ) ଓ (ଚ) ଚିହ୍ନିତ ପୋଥିରେ କେବଳ ଗ୍ରନ୍ଥ ଲେଖନ ସମାପ୍ତି ଦିବସର ଉଲ୍ଲେଖ ଥିଲା । (କ) ପୋଥିର ''ଲେଖନକାର ଦୈବଜ୍ଞ ଭଗବାନ ନାୟକ, ଲେମ୍ବାଇ ବିଶେ ବଡ଼ପଦ ଗ୍ରାମରେ ରହଣି''- ପୋଥିର ଲେଖା ସମାପ୍ତିଦିନ ବୀର କିଶୋର ଦେବ ମହାରାଜାଙ୍କ ବିଜେ ଶୁଭରାଜ୍ୟେ ସମସ୍ତ ୪୭ ଅଙ୍କ କୁମ୍ଭ ୨୨ ଦିନ ଅର୍ଥାତ୍ ୧୭୭୪ ଖ୍ରୀଷ୍ଟାବ୍ଦର କଥା । ତେଣୁ ଦେବଦୁର୍ଲ୍ଲଭଙ୍କ ସ୍ୱକୃତ ରହସ୍ୟମଞ୍ଜରୀ ଗ୍ରନ୍ଥ ନିଶ୍ଚୟ ୧୭୭୪ଠାରୁ ପୂର୍ବବର୍ତ୍ତୂ ରଚନା । (ଚ) ପୋଥିର ଲେଖନକାର କୃଷ୍ଣ କୁଣ୍ଡା ମୁକୁନ୍ଦଦେବଙ୍କ ୨ୟ ଅଙ୍କ ୧୨୦୬ ସାଲ ମକର ୧୨ ଦିନ ପୋଥିଲେଖା ଶେଷ କରିଥିଲେ । ଅଭିମନ୍ୟୁ ତାଙ୍କର ରସବତୀ କାବ୍ୟ ବୀର କିଶୋର ଦେବଙ୍କ ୬୯ ଅଙ୍କରେ ସମାପ୍ତ କରିଥିଲେ । ଅର୍ଥାତ୍ ରହସ୍ୟମଞ୍ଜରୀର (କ) ପୋଥିର ଲେଖନକାର ରସବତୀର ୧୮ ବର୍ଷ ପୂର୍ବେ ତାଙ୍କ ଲେଖା ସମାପ୍ତ କରିଥିଲେ । ଏଥିରୁ ନିଃସନ୍ଦେହରେ ଏତିକି ମାତ୍ର ସିଦ୍ଧାନ୍ତ ରୂପେ ଗ୍ରହଣ କରାଯାଇପାରେ ଯେ ରହସ୍ୟମଞ୍ଜରୀର କବି ଦେବଦୁର୍ଲ୍ଲଭ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ବବର୍ତ୍ତୀ । ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଆଲୋଚନାକୁ ନେଇ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଗ୍ରନ୍ଥଟିକୁ ୧୭୭୪ ପୂର୍ବର ଲେଖା ବୋଲି ସମ୍ମତି ଦେଇଛନ୍ତି । ଭାଷାତାତ୍ତ୍ୱିକ ଦିଗ ଦ୍ୱିତୀୟରେ ରହସ୍ୟମଞ୍ଜରୀର ଭାଷା ଓ ପ୍ରାଚୀନ ଶବ୍ଦର ପ୍ରୟୋଗ, ଅପ୍ରାକୃତିକ ଶବ୍ଦାଳଙ୍କାର ଓ ପୌରାଣିକ ଅଳଙ୍କାର ରୀତି ଅନୁଧ୍ୟାନ କଲେ ବୋଧ ହୁଏ ଯେ ଏହା ଏକ ପ୍ରାଚୀନ କାବ୍ୟ । ବ୍ୟବହୃତ ପ୍ରାଚୀନ ଶବ୍ଦ ମଧ୍ୟରୁ କିଛି ହେଲେ - 'ଶ୍ରୋଣାହା', 'ବିଘଂସିଲେ', 'ମେହୁ', 'ସାରିଷ', 'ପିରୋଘ', 'କେହୁଣି' ଇତ୍ୟାଦି । ସାରଳା ଦାସଙ୍କ ମହାଭାରତରେ ଏସବୁ ଶବ୍ଦ ବ୍ୟବହୃତ ଓ ବର୍ତ୍ତମାନ ଏହି ସମସ୍ତ ଶବ୍ଦ ଅବ୍ୟବହୃତ । ଆର୍ତ୍ତବଲ୍ଲଭଙ୍କ ମତରେ 'ଶ୍ରୋଣେହା' ଶବ୍ଦ ସାରଳା ଦାସଙ୍କ ଛଡ଼ା ଅନ୍ୟ କେହି ବ୍ୟବହାର କରିଥିବା ଜଣାଯାଏ ନାହିଁ । ସାଙ୍ଗୀତିକ ଅନୁଧ୍ୟାନ ଗ୍ରନ୍ଥର ବିଭିନ୍ନ ଛାନ୍ଦରେ ଥିବା ରାଗନିର୍ଦ୍ଦେଶରେ କେତେକ ପ୍ରାଚୀନ 'ବାଣୀ'ର ଉଲ୍ଲେଖ ଦେଖାଯାଏ । ଦ୍ୱିତୀୟ ଓ ଚତୁର୍ଥ ଛାନ୍ଦ କଳସା ବାଣୀରେ, ଷଷ୍ଠ ଛାନ୍ଦ 'ରାମବିଭା ପ୍ରଥମଛାନ୍ଦ ବାଣୀରେ', ସପ୍ତମ ଛାନ୍ଦ ସପନଚେତିଆ ବାଣୀରେ ଓ ଦଶମ ଛାନ୍ଦ ତୁଳାଭିଣା ବାଣୀରେ ଗାଇବାକୁ ନିର୍ଦ୍ଦେଶ ରହିଛି । କଳସା ବାଣୀ ବତ୍ସା ଦାସଙ୍କ କଳସା ଚଉତିଶାରୁ ଆସିଅଛି । ରାମବିଭା କାବ୍ୟ କବି ଅର୍ଜ୍ଜୁନ ଦାସଙ୍କ ରଚିତ । ତୁଳାଭିଣା ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଏକ ଗ୍ରନ୍ଥ । ଏସବୁରୁ ଅନୁମିତ ଯେ ଦେବଦୁର୍ଲ୍ଲଭ ଦାସ ବତ୍ସା ଦାସ, ଅର୍ଜ୍ଜୁନ ଦାସ ଓ ଜଗନ୍ନାଥ ଦାସଙ୍କ ପରବର୍ତ୍ତୀ କବି । ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ କବି ଷୋଡ଼ଶ ଶତାବ୍ଦୀ ପରର କୌଣସି ଗ୍ରନ୍ଥରୁ ରାଗ ଗ୍ରହଣ କରିନଥିବାରୁ ସେ ଜଗନ୍ନାଥ ଦାସଙ୍କ ଅଳ୍ପ ସମୟ ପରେ କିମ୍ବା ତାଙ୍କ ସମୟରେ ଜୀବିତ ଥିବା ଅନୁମାନ କରାଯାଇପାରେ । ଏଣୁ ସେ ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧର ପରବର୍ତ୍ତୀ ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର ଶେଷାର୍ଦ୍ଧ ଓ ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧର କବି ବୋଲି କହିବା ଅସମୀଚୀନ ହେବ ନାହିଁ । କବି ଉକ୍ତି କବି ରହସ୍ୟମଞ୍ଜରୀରେ ଲେଖିଅଛନ୍ତି ଯେ ତାଙ୍କ ପୂର୍ବରୁ ଏହି ବିଷୟକୁ ନେଇ କୌଣସି କାବ୍ୟ ରଚିତ ହୋଇନାହିଁ । ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟସଂହିତାରେ ଏହି କଥାବସ୍ତୁ ସାମାନ୍ୟ ଭିନ୍ନରୂପେ ସମାବେଶିତ ହୋଇଛି । ଚାନ୍ଦ ଦାସଙ୍କ ଗୋପୀଚନ୍ଦନରେ ଓ ଦୀନକୃଷ୍ଣ ଦାସଙ୍କ ନାମରତ୍ନ ଗୀତାରେ ମଧ୍ୟ ଅଲଗା ଭଙ୍ଗୀରେ ଏହି ବିଷୟ ପ୍ରସ୍ତୁତ କରାଯାଇଛି । ସମକାଳୀନ ବାତାବରଣ କବିଙ୍କ ସମୟରେ ଉତ୍କଳ ଅନ୍ତର୍ବିବାଦ ଓ ଯୁଦ୍ଧରେ ଅଶାନ୍ତ ଥିବା ପରି ମନେ ହୁଏ । କବି ନିଜ ଗ୍ରନ୍ଥରେ ଏପରି ଅନର୍ଥ ହିଂସାକୁ ନିନ୍ଦା କରିଛନ୍ତି । ଆଧାର
ଏଭିନାକୁମାବ (ଇଂରାଜୀ ଭାଷାରେ ), ଏଭକୀଜା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ହୋମୋଜାଇଗସ ପାରିବାରିକ ହାଇପରକୋଲେଷ୍ଟେରୋମିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅତି କମରେ ୧୨ ବର୍ଷ ବୟସ ହୋଇଥିଲେ ଏହା ବ୍ୟବହୃତ ହୁଏ; ତଥାପି ୨୦୨୨ ମସିହା ସୁଦ୍ଧା ହୃଦରୋଗ ଏବଂ ଆୟୁଷ ଉପରେ ପ୍ରଭାବ ଅସ୍ପଷ୍ଟ ଅଟେ । ଏହା ଏକ ଶିରାରେ ଇଞ୍ଜେକସନ ଅକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ଲୁଏଞ୍ଜା ଭଳି ବେମାରୀ, ମୁଣ୍ଡ ବୁଲାଇବା, ନାକରୁ ପ୍ରବାହିତ ହେବା ଏବଂ ଅଇ ଲାଗିବା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଆଞ୍ଜିଓପୋଏଟିନ୍ ପରି ପ୍ରୋଟିନ୍ ୩ ( 3) ସ‌ହିତ ବନ୍ଧନ ଯୁକ୍ତ ହୋଇ ଅବରୋଧ କରେ, ଫଳସ୍ୱରୂପ ଚର୍ବିଗୁଡିକ ଶୀଘ୍ର ଭାଙ୍ଗିଯାଏ । ୨୦୨୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏଭିନାକୁମାବ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୪୫୦,୦୦୦ ଡଲାର ଥିଲା । ଆଧାର
୫୬୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
କୋଲୋଜିୟମ୍ (ଈଂରାଜୀରେ ଏବଂ ଇଟାଲୀୟ ଭାଷାରେ କୋଲୋଜିଓ - ) ଇଟାଲୀର ରୋମ୍ ନଗରର କେନ୍ଦ୍ରରେସ୍ଥିତ ଏକ ବୃହତ୍ ଅଣ୍ଡାକୃତି ଆମ୍ପିଥିଏଟର ବା ରଙ୍ଗଭୂମି । ଏହା ଫ୍ଲାଭିଆନ୍ ଆମ୍ପିଥିଏଟର ନାମରେ ମଧ୍ୟ ବେଶ୍ ଜଣାଶୁଣା । ଟ୍ରାଭେର୍ଟାଇନ୍ ଚୂନପଥର, ଆଗ୍ନେୟ ଉଦ୍ଗୀରଣରୁ ସୃଷ୍ଟ ଟଫ୍ ପଥର, କାଠ ଓ କଂକ୍ରିଟ୍ ନିର୍ମିତ ଇଟାରେ ଏହି ରଙ୍ଗମଞ୍ଚ ଅଦ୍ୟାବଧି ବିଶ୍ୱରେ ନିର୍ମିତ ସର୍ବବୃହତ୍ ରଙ୍ଗମଞ୍ଚ । ରୋମାନ୍ ଫୋରମ୍‍ର ଠିକ୍ ପୂର୍ବ ପଟକୁ ଅଳ୍ପଦୂରରେ ଏହି ପ୍ରାଚୀନ ରଙ୍ଗମଞ୍ଚ ଅବସ୍ଥିତ । ଭେସ୍ପାସିଆନ୍ ରୋମ୍‍ର ସମ୍ରାଟ ଥିବାବେଳେ ଖ୍ରୀ. ୭୨ରେ ଏହାର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା ଓ ଭେସ୍ପାସିଆନ୍‍ଙ୍କ ଉତ୍ତରାଧିକାରୀ ଟାଇଟସ୍‍ଙ୍କ ଶାସନ କାଳରେ ଖ୍ରୀ. ୮୦ରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଖ୍ରୀ. ୮୧ରୁ ୯୬ ମଧ୍ୟରେ ଡୋମିଟିଆନ୍‍ଙ୍କ ଶାସନ ସମୟରେ ଏଥିରେ କିଛିଟା ପରିବର୍ତ୍ତନ କରାଯାଇଥିଲା । ଭେସ୍ପାସିଆନ୍, ଟାଇଟସ୍ ଓ ଡୋମିଟିଆନ୍ -ଏହି ସମସ୍ତ ସମ୍ରାଟ ଫ୍ଲାଭିଆନ୍ ରାଜବଂଶର ହୋଇଥିବାରୁ କୋଲୋଜିୟମ୍‍କୁ “ଫ୍ଲାଭିଆନ୍ ରଙ୍ଗମଞ୍ଚ” ବୋଲି ମଧ୍ୟ କୁହାଯାଏ । ଏକାବେଳକେ କୋଲୋଜିୟମ୍ ମଧ୍ୟରେ ପ୍ରାଚୀନ ସମୟରେ ୫୦ ହଜାରରୁ ୮୦ ହଜାର ଦର୍ଶକ ବସି ପାରୁଥିବେ ବୋଲି ଏହାର ଅନ୍ତଃ ସଂରଚନାରୁ ଜଣାପଡ଼େ । ତେବେ ଏଥିରେ ହାରାହାରି ୬୫୦୦୦ ଦର୍ଶକ ବସି ଉପଭୋଗ କରିପାରୁଥିବେ । ତତ୍କାଳୀନ ସମୟରେ ରୋମାନ ସମ୍ରାଟମାନେ ଯୁଦ୍ଧ ବନ୍ଦୀ ବା କିଛି ପ୍ରତିଭାଶାଳୀ ଯୋଦ୍ଧାଙ୍କୁ ଗ୍ଲାଡିଏଟର୍ (ତରବାରୀଚାଳକ) ରୂପେ ରଖୁଥିଲେ । ଏହି ଗ୍ଲାଡିଏଟର୍‍ମାନେ ଅନ୍ୟ ଯୋଦ୍ଧା ବା ହିଂସ୍ର ପଶୁମାନଙ୍କ ସହିତ ମରଣାନ୍ତକ ଯୁଦ୍ଧ କରୁଥିଲେ । ଗ୍ଲାଡିଏଟର୍ ବଞ୍ଚିଲେ ଆଗାମୀ ଯୁଦ୍ଧ କରିବ, ନଚେତ୍ ନିଜ ପ୍ରାଣ ହରାଇଲେ ପରବର୍ତ୍ତୀ ଯୋଦ୍ଧାକୁ ଅବସର ଦିଆଯିବ । ବର୍ତ୍ତମାନ ସମୟରେ ବର୍ବର ଅନୁଭୂତ ହେଉଥିଲେ ହେଁ ପ୍ରାଚୀନ କାଳରେ ଏହା ଏକ ରୋମାନ୍ ପ୍ରଥା ଥିଲା । କୋଲୋଜିୟମ୍‍ର କେନ୍ଦ୍ରସ୍ଥିତ ରଙ୍ଗଭୂମିରେ ଏହି ସବୁ ସଂଘର୍ଷ ସଂଘଟିତ ହେଉଥିଲା ଏବଂ ସମ୍ରାଟ, ରାଜସଭା ପରିଷଦଗଣ ତଥା ସାଧାରଣ ଜନତା କୋଲୋଜିୟମ୍‍ର ଗ୍ୟାଲେରିରେ ବସି ଏହି ତଥାକଥିତ କ୍ରୀଡ଼ାକୁ ଉପଭୋଗ କରୁଥିଲେ । ଏତତ୍ ବ୍ୟତୀତ ସର୍ବସାଧାରଣଙ୍କ ସମ୍ମୁଖରେ ମୃତ୍ୟୁଦଣ୍ଡ, ପୌରାଣିକ ନାଟକ, ପଶୁଙ୍କ ଶିକାର ଖେଳ, ଯୁଦ୍ଧ କଳା ପ୍ରଦର୍ଶନ, ଜନତାଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଓ ଘୋଷଣା ପାଇଁ ମଧ୍ୟ କୋଲୋଜିୟମ୍ ବ୍ୟବହୃତ ହେଉଥିଲା । ତେବେ ମଧ୍ୟଯୁଗର ପ୍ରାରମ୍ଭରେ କୋଲୋଜିୟମ୍ ମନୋରଞ୍ଜନ ପାଇଁ ଆଉ ବ୍ୟବହୃତ ହେଲାନାହିଁ । ଏହି ସମୟ ପରଠାରୁ ଧାର୍ମିକ କାର୍ଯ୍ୟକଳାପ ପାଇଁ କୋଲୋଜିୟମ୍‍କୁ ବ୍ୟବହାର କରାଗଲା । କେତେକ ଭୂମିକମ୍ପ ଯୋଗୁଁ ହେଉ ବା ପଥରଚୋରଙ୍କଦ୍ୱାରା ଏହାର ପଥର ଚୋରି ହେବା ଯୋଗୁଁ ବର୍ତ୍ତମାନ କୋଲୋଜିୟମ୍‍ର ଭଗ୍ନାବଶେଷ ରହିଯାଇଛି । କିନ୍ତୁ ସେହି ଭଗ୍ନାବଶେଷ ପ୍ରାଚୀନ ରୋମ୍‍ର ଏକ ପ୍ରତୀକ ଭାବେ ପରିଗଣିତ ହୁଏ । ରୋମ୍‍କୁ ପ୍ରତିବର୍ଷ ଆସୁଥିବା ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ତାଲିକାରେ ଏହା ଶୀର୍ଷସ୍ଥାନ ଗ୍ରହଣ କରିଛି । ରୋମାନ୍ କ୍ୟାଥୋଲିକ୍ ଧର୍ମାବଲମ୍ବୀମାନଙ୍କ ସହିତ ଏହା ସମ୍ପୃକ୍ତ । ପ୍ରତି ବର୍ଷ ଗୁଡ୍ ଫ୍ରାଇଡେ ଦିନ ପୋପ୍ ମଶାଲ ଧରି “ୱେ ଅଫ୍ ଦ କ୍ରସ୍” ନାମକ ଏକ ପଦଯାତ୍ରାର ନେତୃତ୍ୱ ନିଅନ୍ତି ଯାହା କୋଲୋଜିୟମ୍ ନିକଟରୁ ଆରମ୍ଭ ହୋଇଥାଏ । ଇଟାଲୀରେ ପ୍ରଚଳିତ କେତେକ ୫ ସେଣ୍ଟ୍ “ୟୁରୋ” (ଈଂରାଜୀରେ ) ମୁଦ୍ରାରେ କୋଲୋଜିୟମ୍‍ର ଚିତ୍ର ରହିଛି । କୋଲୋଜିୟମ୍‍ର ପ୍ରକୃତ ଲାଟିନ୍ ନାମ ହେଲା - ଆମ୍ପିଥେଆଟ୍ରୁମ୍ ଫ୍ଲାଭିଉମ୍ ଯାହାକୁ ଈଂରାଜୀ ଭାଷାରେ - ଫ୍ଲାଭିଆନ୍ ଆମ୍ପିଥିଏଟର୍ ବୋଲି କୁହାଯାଏ । ସମ୍ରାଟ ନିରୋଙ୍କ ପରେ ଆରମ୍ଭ ହୋଇଥିବା ଫ୍ଲାଭିଆନ୍ ରାଜବଂଶର ସମ୍ରାଟମାନେ ଏହାର ନିର୍ମାଣ କରାଇଥିଲେ । ଆଧୁନିକ ଈଂରାଜୀ ଭାଷାରେ ଏହି ନାମ ଅଦ୍ୟାବଧି ବ୍ୟବହୃତ ହେଉଛି କିନ୍ତୁ ଅଧିକାଂଶ ଲୋକେ ଏହାକୁ କୋଲୋଜିୟମ୍ ବୋଲି କହିଥାନ୍ତି । ପ୍ରାଚୀନ ସମୟର କବିମାନଙ୍କ ଭାଷାରେ ଏହାର ନାମ - ଆମ୍ପିଥେଆଟ୍ରୁମ୍ ସେଜାରିଅମ୍ ଥିଲା ବୋଲି ମଧ୍ୟ ଜଣାପଡ଼ିଛି । ଫ୍ଲାଭିଆନ୍ ସମ୍ରାଟ ଭେସ୍ପାସିଆନ୍ ଓ ଟାଇଟସ୍ ଇଟାଲୀର ପୋଜୁଓଲି ସହରରେ ମଧ୍ୟ ଆଉ ଏକ ଆମ୍ପିଥିଏଟର୍ ନିର୍ମାଣ କରାଇଥିଲେ । ଏହାକୁ ମଧ୍ୟ ପୋଜୁଓଲିର ଫ୍ଲାଭିଆନ୍ ଆମ୍ପିଥିଏଟର୍ ବା କୋଲୋଜିୟମ୍ କୁହାଯାଏ । ଏହି ରଙ୍ଗଭୂମି ନିକଟରେ ନିରୋଙ୍କ ଏକ ବିଶାଳକାୟ ମୂର୍ତ୍ତି ରହିଥିବାରୁ କାଳକ୍ରମେ ଏହାକୁ କୋଲୋଜିୟମ୍ କୁହାଗଲା ବୋଲି ଲୋକଙ୍କର ବିଶ୍ୱାସ ରହିଛି । ନିରୋଙ୍କ ପରବର୍ତ୍ତୀ ଶାସକମାନେ କିଛି ବର୍ଷ ପାଇଁ ଏହି ମୂର୍ତ୍ତିକୁ ସୂର୍ଯ୍ୟ ଦେବ ଆପୋଲୋ ବା ହିଲିଓସ୍‍ଙ୍କ ମୂର୍ତ୍ତିରେ ପରିବର୍ତ୍ତିତ କରାଇଥିଲେ । ପରବର୍ତ୍ତୀ ଯୁଗରେ ଶାସକଙ୍କ ସହିତ ମୂର୍ତ୍ତିର ମୁଣ୍ଡ ମଧ୍ୟ ବଦଳି ଚାଲିଥିଲା । ମଧ୍ୟଯୁଗ ପର୍ଯ୍ୟନ୍ତ ଏହି ମୂର୍ତ୍ତି ରୋମାନ୍ ସାମ୍ରାଜ୍ୟର ସ୍ଥାୟିତ୍ୱର ପ୍ରତୀକ ଭାବେ ଦଣ୍ଡାୟମାନ ରହିଥିଲା । ଅଷ୍ଟମ ଶତାବ୍ଦୀର ସନ୍ଥ ଭେନେରେବଲ୍ ବିଡ୍‍ଙ୍କ ସମୟର ଏକ ଲେଖରୁ ଏହି ବିଶାଳକାୟ ମୂର୍ତ୍ତି ସମ୍ପର୍କରେ ଭବିଷ୍ୟବାଣୀ ରୂପରେ ଲେଖା ହୋଇଥିଲା ଯେ : ଯେତେବେଳ ଯାଏଁ ଏହି ବିଶାଳ ମୂର୍ତ୍ତି ଦଣ୍ଡାୟମାନ, ସେବେ ପର୍ଯ୍ୟନ୍ତ ରୋମ୍ ଜୀବିତ ରହିବ । ବିଶାଳ ମୂର୍ତ୍ତି ଧ୍ୱଂସ ହେଲେ ରୋମ୍‍ର ପତନ ଘଟିବ ଓ ରୋମ୍‍ର ପତନ ଘଟିଲେ ବିଶ୍ୱ ଧ୍ୱଂସ ହୋଇଯିବ (ମୂଳ ଲାଟିନ୍ ଲେଖା : , ; , ; , ) । ଏହି ଲେଖାରେ ବ୍ୟବହୃତ “ ” ଶବ୍ଦ କୋଲୋଜିୟମ୍ ଉଦ୍ଦେଶ୍ୟରେ କୁହାଯାଇଛି ବୋଲି ବହୁ ଲେଖକ ଓ କବିଙ୍କର ଭୁଲ ଧାରଣା ରହିଥିଲା । ତେବେ ପରବର୍ତ୍ତୀ ସମୟରେ ବିଶାଳକାୟ ମୂର୍ତ୍ତିର ପତନ ଘଟିଲା । ମୂର୍ତ୍ତିର ନିର୍ମାଣରେ ବ୍ୟବହୃତ ବ୍ରୋଞ୍ଜ୍ ଧାତୁ ଉଦ୍ଧାର କରିବା ପାଇଁ ଏପରି କରାଯାଇଥିବା ସମ୍ଭବପର । ଖ୍ରୀଷ୍ଟାବ୍ଦ ୧୦୦୦ ବେଳକୁ କୋଲୋଜିୟମ୍ ଶବ୍ଦ କେବଳ ଆମ୍ପିଥିଏଟର୍ ବା ରଙ୍ଗଭୂମିକୁ ବୁଝାଉଥିଲା । କ୍ରମଶଃ ବିଶାଳ ମୂର୍ତ୍ତିକୁ ସମସ୍ତେ ଭୁଲିଗଲେ । ଏହି ବିଶାଳ ମୂର୍ତ୍ତିର ନିମ୍ନ ଭିତ୍ତିଟି କୋଲୋଜିୟମ୍ ଓ ଭେନସ୍ ଓ ରୋମାଙ୍କ ମନ୍ଦିର ମଝିରେ ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି । ମଧ୍ୟଯୁଗରେ ଅନ୍ୟାନ୍ୟ ଭାଷାରେ କୋଲୋଜିୟମ୍ ନାମର ବିଭିନ୍ନ ରୂପ ଜନ୍ମ ନେଲା । କୋଲୋଜିୟମ୍ ଇଟାଲୀୟ ଭାଷାରେ , ରୋମାନୀୟ ଭାଷାରେ , ଫରାସୀ ଭାଷାରେ , ସ୍ପେନୀୟ ଭାଷାରେ ଓ ପର୍ତ୍ତୁଗୀଜ ଭାଷାରେ ଭାବେ ଜଣା । ଇତିହାସ ନିର୍ମାଣ, ଉଦ୍‍ଘାଟନ ଓ ନବୀକରଣ ସେଲିୟାନ୍, ଏସ୍କୁଇଲାଇନ୍ ଓ ପାଲାଟାଇନ୍ ନାମକ ତିନୋଟି ପାହାଡ଼ (ଉଚ୍ଚଭୂମି)ଦ୍ୱାରା ପରିବେଷ୍ଟିତ ନିମ୍ନ ସମତଳ ଉପତ୍ୟକାରେ କୋଲୋଜିୟମ୍ ନିର୍ମାଣ କରିବା ପାଇଁ ସ୍ଥିର କରାଯାଇଥିଲା । ଏହି ଉପତ୍ୟକା ଦେଇ ଏକ ନାଳ ବା ସ୍ରୋତ ପ୍ରବାହିତ ହେଉଥିଲା । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀ ବେଳକୁ ଏହି ଅଞ୍ଚଳ ଜନବସତି ପୂର୍ଣ୍ଣ ଥିଲା । ପ୍ରାୟ ଖ୍ରୀଷ୍ଟାବ୍ଦ ୬୪ ସମୟର ଏକ ଭୟାବହ ଅଗ୍ନିକାଣ୍ଡରେ ଏହି ଅଞ୍ଚଳର ଜନ ବସତି ଧ୍ୱଂସ ହୋଇଗଲା । ତାହା ପରେ ନିରୋ ଏହି ଅଞ୍ଚଳକୁ ବ୍ୟକ୍ତିଗତ ସମ୍ପତ୍ତି ପରି ନିଜ ନିୟନ୍ତ୍ରଣରେ ନେଇଗଲେ ଓ ସେଠାରେ “ଡୋମୁସ୍ ଔରିଆ” ନାମକ ନିଜର ପ୍ରାସାଦ ନିର୍ମାଣ କରାଇଲେ । ପ୍ରାସାଦ ସମ୍ମୁଖରେ ସେ ଏକ ବଡ଼ ପୋଖରୀ, ଜଳ ଯୋଗାଣ ପାଇଁ ବିରାଟ ନଳ, ବଗିଚା ଇତ୍ୟାଦି ତିଆରି କରାଇଲେ ଓ ପ୍ରାସାଦର ପ୍ରବେଶ ଦ୍ୱାର ସମ୍ମୁଖରେ ଏକ ବିଶାଳକାୟ ବ୍ରୋଞ୍ଜ୍ ମୂର୍ତ୍ତି ସ୍ଥାପିତ କରାଇଲେ । କାଳକ୍ରମେ ନିରୋଙ୍କ ପ୍ରାସାଦ ସମ୍ପୂର୍ଣ୍ଣ ବିଧ୍ୱସ୍ତ ହେଲା କିନ୍ତୁ ମୂର୍ତ୍ତିଟି ପୂର୍ବବତ୍ ରହିଥିଲା । ପୋଖରୀଟିକୁ ପୋତି ଦିଆଗଲା ଓ ତାହାକୁ ଫ୍ଲାଭିଆନ୍ ରଙ୍ଗମଞ୍ଚ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଗଲା । ଡୋମୁସ୍ ଔରିଆ ଥିବା ସ୍ଥାନରେ ତରବାରୀଚାଳକଙ୍କ ରହିବା କୋଠା ଓ ଅନ୍ୟାନ୍ୟ ଅଟ୍ଟାଳିକା ନିର୍ମାଣ କରାଗଲା । ବ୍ୟକ୍ତିଗତ ବ୍ୟବହାର ପାଇଁ ସାଧାରଣ ଲୋକଙ୍କଠାରୁ ନିରୋ ଛଡ଼ାଇ ନେଇଥିବା ଭୂମିରେ ଭେସ୍ପାସିଆନ୍ ସାଧାରଣ ଜନତାଙ୍କ ଆମୋଦ ପ୍ରମୋଦ ପାଇଁ ରଙ୍ଗଭୂମି ନିର୍ମାଣ କରାଇ ପରୋକ୍ଷରେ ଜନତାଙ୍କୁ ତାଙ୍କ ସ୍ଥାନ ଫେରାଇବାକୁ ଚେଷ୍ଟା କରିଥିଲେ । ଅନ୍ୟ ସ୍ଥାନରେ ଅବସ୍ଥିତ ରଙ୍ଗଭୂମି ନଗର ବାହାରେ ଏକ ଦୂର ସ୍ଥାନରେ ନିର୍ମିତ ହୋଇଥିବା ବେଳେ ରୋମ୍‍ର କୋଲୋଜିୟମ୍ ନଗରର ଠିକ୍ କେନ୍ଦ୍ର ବା ହୃଦୟରେ ଅବସ୍ଥିତ । ଖ୍ରୀଷ୍ଟାବ୍ଦ ୭୦ରେ ଜିଉ ବିଦ୍ରୋହ ବେଳେ ସେଠାକାର ଦ୍ୱିତୀୟ ଜିଉ ମନ୍ଦିରରୁ ଲୁଣ୍ଠନ କରାଯାଥିବା ଅମାପ ଧନ ସମ୍ପତ୍ତି ବ୍ୟବହାର କରି କୋଲୋଜିୟମ୍‍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ଓ ତାହାପରେ ଜେରୁଜେଲମ୍ ଅକ୍ତିଆର କରାଯାଇଥିଲା । ଏକ ଶିଳାଲେଖରୁ ଜଣାଯାଏ ଯେ ଲୁଣ୍ଠିତ ଧନରେ ସେନାପତିଙ୍କ ଭାଗକୁ ବ୍ୟୟ କରି ଭେସ୍ପାସିଆନ୍ ନୂଆ ରଙ୍ଗଭୂମିର ନିର୍ମାଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ପତ୍ତି ସହିତ ଅନେକ ଜିଉ ସୈନିକ ରୋମ୍‍କୁ ଯୁଦ୍ଧବନ୍ଦୀ ଭାବେ ଆସିଥିଲେ ଯେଉଁମାନଙ୍କୁ କୋଲୋଜିୟମ୍‍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏହି ଭୃତ୍ୟମାନେ କଠିନ ପରିଶ୍ରମର ସହିତ ତିଭୋଲି ନିକଟରୁ ଟ୍ରାଭେର୍ଟାଇନ୍ ପଥର ଖୋଳୁଥିଲେ ଓ ସେହି ପଥରମାନଙ୍କୁ ୨୦ ମାଇଲ୍ କାନ୍ଧରେ ବୋହି ବୋହି ତିଭୋଲିରୁ ରୋମ୍ ପର୍ଯ୍ୟନ୍ତ ଆସୁଥିଲେ । ଏହି ଶ୍ରମିକମାନଙ୍କ ସହିତ ଅନେକ ସ୍ଥାପତ୍ୟ ଓ ନିର୍ମାଣ କୌଶଳରେ ବିଶାରଦ ରୋମାନ୍ ମିସ୍ତ୍ରୀ, ଯନ୍ତ୍ରୀ, ରଙ୍ଗମିସ୍ତ୍ରୀ, ସ୍ଥପତି ଇତ୍ୟାଦି କୋଲୋଜିୟମ୍‍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ । ଭେସ୍ପାସିଆନ୍‍ଙ୍କ ଶାସନକାଳରେ ପ୍ରାୟ ୭୦-୭୨ ଖ୍ରୀଷ୍ଟାବ୍ଦ ବେଳକୁ କୋଲୋଜିୟମ୍‍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା (୭୩-୭୫ ଖ୍ରୀଷ୍ଟାବ୍ଦ ବୋଲି ଆଉ କିଛି ଗବେଷକ ମତ ରଖିଛନ୍ତି) । ଭେସ୍ପାସିଆନ୍‍ଙ୍କ ମୃତ୍ୟୁ (ଖ୍ରୀଷ୍ଟାବ୍ଦ ୭୯) ବେଳକୁ କୋଲୋଜିୟମ୍‍ର ତୃତୀୟ ମହଲା ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ ହୋଇସାରିଥିଲା । ଖ୍ରୀଷ୍ଟାବ୍ଦ ୮୦ ମସିହାରେ ଏହାର ସବୁଠାରୁ ଉପର ମହଲାର ନିର୍ମାଣ କାର୍ଯ୍ୟ ଭେସ୍ପସିଆନ୍‍ଙ୍କ ପୁତ୍ର ଟାଇଟସ୍‍ଙ୍କ ଶାସନ କାଳରେ ସମ୍ପୂର୍ଣ୍ଣ ହୋଇଥିଲା । ଏହାପରେ ଖ୍ରୀଷ୍ଟାବ୍ଦ ୮୦ କିମ୍ବା ୮୧ ମସିହାରେ କୋଲୋଜିୟମ୍‍ରେ ପ୍ରଥମ ଥର ପାଇଁ ଶିକାର କ୍ରୀଡ଼ା ଆରମ୍ଭ କରାଯାଇଥିଲା । ଡିଓ କେସିୟସ୍‍ଙ୍କ ମତରେ ଫ୍ଲାଭିଆନ୍ ରଙ୍ଗମଞ୍ଚର ଉଦ୍‍ଘାଟନୀ କ୍ରୀଡ଼ାରେ ୯୦୦୦ରୁ ଉର୍ଦ୍ଧ୍ୱ ବନ୍ୟଜନ୍ତୁଙ୍କୁ ହତ୍ୟା କରାଯାଇଥିଲା । ଏହି ଅବସରରେ ସମ୍ରାଟଙ୍କଦ୍ୱାରା ଏକ ନୂଆ ମୁଦ୍ରାର ପ୍ରଚଳନ ମଧ୍ୟ କରାଯାଇଥିଲା । ଭେସ୍ପାସିଆନ୍‍ଙ୍କ କନିଷ୍ଠତମ ପୁତ୍ର ଡୋମିଟିଆନ୍ ସମ୍ରାଟ ହେବା ପରେ କୋଲୋଜିୟମ୍‍ରେ କେତେକ ପରିବର୍ତ୍ତନ କରିଥିଲେ, ଯଥା : ମୁଖ୍ୟ ରଙ୍ଗଭୂମି ତଳେ ଭୂତଳ କୋଠରୀ, ସୁଡ଼ଙ୍ଗ, ପଶୁ ଓ କ୍ରୀତଦାସଙ୍କୁ ରଖିବା କୋଠରୀ ଇତ୍ୟାଦି ନୂତନ ଭାବେ ତିଆରି କରାଯାଇଥିଲା । କୋଲୋଜିୟମ୍‍ର ଗ୍ୟାଲେରିଗଡ଼ିକରେ ଅଧିକ ଦର୍ଶକ ବସି ପାରିବାର ବ୍ୟବସ୍ଥା ମଧ୍ୟ ଡୋମିଟିଆନ୍‍ଙ୍କ ସମୟରେ କରାଯାଇଥିଲା । ୨୧୭ ଖ୍ରୀଷ୍ଟାବ୍ଦରେ ହୋଇଥିବା ଏକ ଭୟାବହ ଅଗ୍ନିକାଣ୍ଡ କୋଲୋଜିୟମ୍‍କୁ କ୍ଷତି ପହଞ୍ଚାଇଥିଲା (ଡିଓ କେସିୟସ୍‍ଙ୍କ ମତରେ ଏହି ଅଗ୍ନିକାଣ୍ଡର କାରଣ ବଜ୍ରପାତ ଥିଲା ) ଯେଉଁଥିରେ ଏହାର କାଷ୍ଠ ନିର୍ମିତ ଉପର ମହଲାର ଅନ୍ତଃସଜ୍ଜା ନଷ୍ଟ ହୋଇଯାଇଥିଲା । ଖ୍ରୀଷ୍ଟାବ୍ଦ ୨୪୦ ପର୍ଯ୍ୟନ୍ତ ଏହାର ମରାମତି ସମ୍ପୂର୍ଣ୍ଣ ହୋଇନଥିଲା । ଖ୍ରୀ. ୨୫୦ ବା ୨୫୨ ମସିହାରେ ଓ ଖ୍ରୀ. ୩୨୦ ବେଳକୁ କିଛି ମରାମତି କାର୍ଯ୍ୟ କରାଯାଇଥିଲା । ଖ୍ରୀ. ୪୩୫ ମସିହା ପର୍ଯ୍ୟନ୍ତ କୋଲୋଜିୟମ୍‍ରେ ଗ୍ଲାଡିଏଟର୍‍ମାନଙ୍କ ଯୁଦ୍ଧ ପ୍ରଦର୍ଶନ ହେଉଥଲା ବୋଲି ଜଣାପଡ଼େ । ଉଦ୍ଧାର ହୋଇଥିବା ଏକ ପୁରାତନ ଲେଖରୁ ଜଣାପଡ଼େ ଯେ ଥିଓଡୋସିୟସ୍ ଦ୍ୱିତୀୟ, ଓ ଖ୍ରୀ. ୪୨୫-୪୫୫ ପର୍ଯ୍ୟନ୍ତ ରାଜୁତି କରିଥିବା ଭାଲେଣ୍ଟିନିଆନ୍ ତୃତୀୟ ଅନେକ ମରାମତି କାର୍ଯ୍ୟ କରାଇଥିଲେ । ୪୪୩ ମସିହାରେ ହୋଇଥିବା ଏକ ଭୂମିକମ୍ପରୁ ହୋଇଥିବା କ୍ଷୟକ୍ଷତିର ମରାମତି ଏହି ସମୟରେ କରାଯାଇଥିବା ସମ୍ଭବପର । ୪୮୪ ମସିହାରେ ଭୂମିକମ୍ପ ପରେ ପୁଣି କିଛି ମରାମତି କାମ କରାଯାଇଥିବାର ଉଲ୍ଲେଖ ମଧ୍ୟ ରହିଛି ଓ ଖ୍ରୀ. ୫୦୮ରେ ମଧ୍ୟ କିଛି ମରାମତି କାମ ହୋଇଥିଲା । ୬ଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ କୋଲୋଜିୟମ୍‍ର ରଙ୍ଗଭୂମିରେ ଯୁଦ୍ଧ ପ୍ରତିଯୋଗିତା, ଜୀବଜନ୍ତୁଙ୍କ ଶିକାର ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା ଓ ଦର୍ଶକ ଏହାକୁ ଉପଭୋଗ କରୁଥିଲେ । ଖ୍ରୀ. ୫୨୩ ପର୍ଯ୍ୟନ୍ତ ଶିକାର କ୍ରୀଡ଼ା ବଜାୟ ରହିଥିଲା । ଏହି ସମୟରେ ଆନିସିୟସ୍ ମାକ୍ସିମସ୍ ପାରିଷଦ ହେବା ଖୁସିରେ ଏକ ବ୍ୟୟବହୁଳ ଶିକାର କ୍ରୀଡ଼ାର ଆୟୋଜନ କରାଇଥିଲେ । ତତ୍କାଳୀନ ରାଜା ଥିଓଡୋରିକ୍ ଅତ୍ୟଧିକ ଖର୍ଚ୍ଚ ପାଇଁ ଏହାର କଟୁ ସମାଲୋଚନା କରିଥିଲେ । ମଧ୍ୟଯୁଗରେ କୋଲୋଜିୟମ୍ ମଧ୍ୟଯୁଗରେ କୋଲୋଜିୟମ୍‍ର ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଥିଲା । ୬ଷ୍ଠ ଶତାବ୍ଦୀର ଶେଷ ଆଡ଼କୁ କୋଲୋଜିୟମ୍‍ର ଅଭ୍ୟନ୍ତରରେ ଏକ କ୍ଷୁଦ୍ର ପ୍ରାର୍ଥନା କକ୍ଷ ନିର୍ମିତ ହୋଇଥିଲା । ତେବେ ସେତେବେଳ ପର୍ଯ୍ୟନ୍ତ କୋଲୋଜିୟମ୍‍ରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହେଉନଥିଲା । ପରବର୍ତ୍ତୀ କାଳରେ ଏହାକୁ ଏକ କବରସ୍ତାନରେ ପରିଣତ କରିଦିଆଯାଇଥିଲା । କୋଲୋଜିୟମ୍‍ର ଅନେକ ଅଂଶକୁ ଘର ବା ପ୍ରୟୋଗଶାଳାରେ ପରିଣତ କରିଦିଆଗଲା । ଖ୍ରୀ. ୧୨୦୦ ବେଳକୁ ଫ୍ରାଂଗିପାନି ପରିବାର କୋଲୋଜିୟମ୍‍କୁ ପ୍ରାଚୀରଦ୍ୱାରା ପରିବେଷ୍ଟିତ କରାଇ ଏହାକୁ ଏକ ଦୁର୍ଗ ପରି ବ୍ୟବହାର କଲେ । ୧୩୪୯ ମସିହାରେ ହୋଇଥିବା ଅତିତୀବ୍ର ଭୂମିକମ୍ପ କୋଲୋଜିୟମ୍‍କୁ ପ୍ରଭୁତ କ୍ଷତି ପହଞ୍ଚାଇଥିଲା । କୋଲୋଜିୟମ୍‍ର ଦକ୍ଷିଣ ପଟର ମାଟି ଅପେକ୍ଷାକୃତ ଢିଲା ; ଯାହା ଫଳରେ ଦକ୍ଷିଣ ପଟ ଏହି ଭୂମିକମ୍ପରେ ଭୁଷୁଡ଼ି ପଡ଼ିଥିଲା । କୋଲୋଜିୟମ୍ ଭାଙ୍ଗି ସେଥିରୁ ଖସି ପଡ଼ିଥିବା ପଥରକୁ ଭୂମିକମ୍ପ ପ୍ରଭାବିତ ପ୍ରାସାଦ, ଗୀର୍ଜାଘର, ଚିକିତ୍ସାଳୟ ଓ ଅନ୍ୟ ପ୍ରମୁଖ ଅଟ୍ଟାଳିକାର ମରାମତି ପାଇଁ ବ୍ୟବହାର କରାଗଲା । ୧୪ଶ ଶତାବ୍ଦୀର ମଧ୍ୟଭାଗରେ କିଛି ସନ୍ଥ କୋଲୋଜିୟମ୍‍କୁ ଆସିଲେ ଓ ସେଠାରେ ୧୯ଶ ଶତାବ୍ଦୀ ପର୍ଯ୍ୟନ୍ତ ବସବାସ କଲେ । ଏହି ସମୟରେ କୋଲୋଜିୟମ୍‍ର ଆଭ୍ୟନ୍ତରୀଣ ପଥର ବାହାର କରି ନିଆଯାଇଥିଲା ଓ ଅନ୍ୟ ନିର୍ମାଣ କାମରେ ବ୍ୟବହୃତ ହେବାକୁ ଲାଗିଲା । କିଛି ପଥର ଚୂନ ତିଆରି କରିବାରେ ବ୍ୟବହୃତ ହେଲା । ପଥରକୁ ବାନ୍ଧି ରଖିବା ପାଇଁ ବ୍ୟବହୃତ ବ୍ରୋଞ୍ଜ୍ ଖଞ୍ଜାସବୁ ତାଡ଼ି ବାହାର କରିଦିଆଗଲା ଓ କୋଲୋଜିୟମ୍ ଶରୀରରେ ଏ ସବୁ ଚିହ୍ନ ବର୍ତ୍ତମାନ ସୁଦ୍ଧା ରହିଛି । ଆଧୁନିକ ଯୁଗରେ କୋଲୋଜିୟମ୍ ୧୬ଶ ଓ ୧୭ଶ ଶତାବ୍ଦୀରେ ଗୀର୍ଜା ପ୍ରଶାସନ କୋଲୋଜିୟମ୍‍କୁ ସମାଜ ପାଇଁ ଉପଯୋଗୀ କାର୍ଯ୍ୟରେ ବ୍ୟବହାର କରିବାକୁ ମନ ବଳାଇଲା । ପୋପ୍ ସିକ୍ସଟସ୍ ପଞ୍ଚମ (୧୫୮୫-୧୫୯୦) ଏଠାରେ ଏକ ଗରମ ପୋଷାକ କାରଖାନା ନିର୍ମାଣ କରି ସେଥିରେ ରୋମ୍‍ର ଦେହଜୀବୀମାନଙ୍କୁ ରୋଜଗାର ଦେବାପାଇଁ ଇଚ୍ଛା କରିଥିଲେ କିନ୍ତୁ ତାଙ୍କ ଅକାଳ ମୃତ୍ୟୁ ଯୋଗୁଁ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲାନାହିଁ । ୧୬୭୧ ମସିହାରେ କାର୍ଡିନାଲ୍ ଆଲତ୍ୟେରି କୋଲୋଜିୟମ୍ ପ୍ରାଙ୍ଗଣରେ ଷଣ୍ଢ ଲଢ଼େଇ ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଥିଲେ କିନ୍ତୁ ସାଧାରଣ ଲୋକଙ୍କ ବିରୋଧ ଯୋଗୁଁ ଏହି ଅନୁମତି ବାତିଲ କରିଦିଆଗଲା । ୧୭୪୯ ମସିହାରେ ପୋପ୍ ବେନେଡିକ୍ଟ-୧୪ ମତ ରଖିଥିଲେ ଯେ କୋଲୋଜିୟମ୍ ଏକ ପବିତ୍ର ସ୍ଥଳ ଯେଉଁଠାରେ ଅନେକ ଖ୍ରୀଷ୍ଟଧର୍ମାବଲମ୍ବୀ ସହୀଦ ହୋଇଥିଲେ, ତେଣୁ ଏହାକୁ ପଥର ବାହାର କରିବା ବ୍ୟବହାର କରାନଯାଇ ବରଂ ଧାର୍ମିକ କାର୍ଯ୍ୟ ପାଇଁ ବ୍ୟବହାର କରାଯିବା ଉଚିତ୍ । ସେ ଏଠାରେ ଏକ ପବିତ୍ର ଯୁକ୍ତ ପ୍ରତୀକ ସ୍ଥାପନା କରାଇଲେ । ତେବେ ପୋପ୍ ବେନେଡିକ୍ଟଙ୍କ ମତରେ କୌଣସି ସତ୍ୟତା ଥିବାର ଐତିହାସିକ ପ୍ରମାଣ ନାହିଁ । ପରବର୍ତ୍ତୀ କାଳର ପୋପ୍‍ମାନେ କୋଲୋଜିୟମ୍ ଭିତରେ ବଢ଼ି ଯାଇଥିବା ଲଟାବୁଦା ଓ ଅନାବନା ଗଛ ସଫା କରି ଏହାର ପୁନରୁଦ୍ଧାର କରିଥିଲେ । କୋଲୋଜିୟମ୍‍ର କାନ୍ଥଗୁଡ଼ିକର ପୁନରୁଦ୍ଧାର ପାଇଁ ୧୮୦୭ ଓ ୧୮୨୭ରେ ଦୁଇଟି ପ୍ରକଳ୍ପ ଆରମ୍ଭ ହୋଇଥିଲା । ୧୮୩୧, ୧୮୪୬ ଓ ୧୯୩୦ ଦଶନ୍ଧିରେ କୋଲୋଜିୟମ୍‍ର ଅଭ୍ୟନ୍ତରର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି । ୧୮୧୦-୧୮୧୪ ଓ ୧୮୭୪ରେ ଏହାର ରଙ୍ଗଭୂମି ପ୍ରାଙ୍ଗଣର କିଛି ସ୍ଥାନ ଖନନ କରାଯାଇଥିଲା । ଫାସିବାଦର ପ୍ରଚଳନ ସମୟରେ ବେନିତୋ ମୁସୋଲିନି ଇଟାଲୀର ସର୍ବେସର୍ବା ହେଲେ ଓ ତାଙ୍କ ସମୟରେ (୧୯୩୦ ଦଶନ୍ଧିରେ) ମୁଖ୍ୟ ରଙ୍ଗଭୂମି ପ୍ରାଙ୍ଗଣକୁ ସମ୍ପୂର୍ଣ୍ଣ ଭାବେ ଉନ୍ମୁକ୍ତ କରିଦିଆଗଲା । ଆଜି କୋଲୋଜିୟମ୍ ରୋମ୍‍କୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ । ପ୍ରତିବର୍ଷ ଏଠାକୁ ଲକ୍ଷ ଲକ୍ଷ ଲୋକ ଆସନ୍ତି । ଏତେ ପର୍ଯ୍ୟଟକଙ୍କ ଆଗମନ ହେଉଥିବାରୁ ଓ ପ୍ରଦୂଷଣ ଯୋଗୁଁ ସମୟେ ସମୟେ ସାମାନ୍ୟ କ୍ଷୟକ୍ଷତି ହୁଏ ଓ ୧୯୯୩ରୁ ନେଇ ୨୦୦୦ ମସିହା ମଧ୍ୟରେ ଅନେକ ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପଡ଼ିଛି । ଏହି ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୪୦୦୦ କୋଟି ଇଟାଲୀୟ ଲିରା (୨୦୦୦ ମସିହାରେ ୧୯୩ ଲକ୍ଷ ଆମେରିକୀୟ ଡଲାର୍ ବା ୨୦୬ ଲକ୍ଷ ୟୁରୋ) ବ୍ୟୟବରାଦ ହୋଇଥିଲା । ୧୯୪୮ ମସିହାରେ ଇଟାଲୀରେ ପ୍ରାଣଦଣ୍ଡ ଉଚ୍ଛେଦ କରାଯାଇଥିଲା ଓ ତା’ ପରଠାରୁ କୋଲୋଜିୟମ୍ ପ୍ରାଣଦଣ୍ଡ ବିରୋଧୀ ଅନ୍ତର୍ଜାତୀୟ ମତବାଦର ପ୍ରତୀକ ରୂପେ ଗୃହୀତ ହୋଇଛି । ୨୦୦୦ ମସିହାରେ କୋଲୋଜିୟମ୍ ସମ୍ମୁଖରେ ଅନେକ ପ୍ରାଣଦଣ୍ଡ-ବିରୋଧୀ ଶୋଭାଯାତ୍ରା ହୋଇସାରିଛି । ବିଶ୍ୱର ଯେକୌଣସି ଦେଶରେ ପ୍ରାଣଦଣ୍ଡ ପାଇଥିବା ବ୍ୟକ୍ତିର ଦଣ୍ଡ କୋହଳ କରାଗଲେ ବା ତାକୁ ଛାଡ଼ି ଦିଆଗଲେ ବା କୌଣସି ଦେଶର ନ୍ୟାୟିକ ବ୍ୟବସ୍ଥାରୁ ପ୍ରାଣଦଣ୍ଡ ନିଷିଦ୍ଧ କରିଦିଆଗଲେ କୋଲୋଜିୟମ୍‍କୁ ପ୍ରଜ୍ଜ୍ୱଳିତ କରୁଥିବା ଆଲୁଅର ରଙ୍ଗ ଧଳା ପରିବର୍ତ୍ତେ ସୁନେଲୀ କରିଦିଆଯାଏ । ପ୍ରାଣଦଣ୍ଡ-ବିରୋଧୀ ମତବାଦର ସଫଳତା ପାଇଁ ଏମିତି କରାଯାଇଥାଏ । ୨୦୧୨ ମସିହା ଅପ୍ରେଲ୍ ମାସରେ ଆମେରିକାର କନେକ୍ଟିକଟ୍ ରାଜ୍ୟରେ ମୃତ୍ୟୁଦଣ୍ଡ ନିଷେଧ କରି ଦିଆଗଲା ଓ ତାହାକୁ ସମର୍ଥନ କରି ୨୦୧୨ ମସିହା ନଭେମ୍ବର ମାସରେ କୋଲୋଜିୟମ୍‍ର ରାତ୍ରି ଆଲୋକକୁ ସୁନେଲୀ କରିଦିଆଯାଇଥିଲା । କୋଲୋଜିୟମ୍‍ର ଆଭ୍ୟନ୍ତରୀଣ ଭାଗ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏଠାରେ କୌଣସି ଉତ୍ସବ ବା ସମାରୋହ ଆୟୋଜନ କରିବା ପାଇଁ ଏହା ଅନୁପଯୁକ୍ତ । ବର୍ତ୍ତମାନ କେବଳ ଅଳ୍ପ ସମୟ ପାଇଁ କିଛି ଶହ ଲୋକ ଏହା ମଧ୍ୟକୁ ଯାଇପାରିବେ । ତେବେ କୋଲୋଜିୟମ୍‍କୁ ପୃଷ୍ଠଭୂମି କରି ବାହାରେ ଅନେକ ସମାରୋହ ଓ ଉତ୍ସବ ପାଳନ କରାଯାଏ ।ରେ ଚାର୍ଲ୍‍ସ୍ (ମଇ ୨୦୦୨) , ପଲ୍ ମକାର୍ଟ୍‍ନେ (ମଇ ୨୦୦୩) , ଏଲଟନ୍ ଜନ୍ (ସେପ୍ଟେମ୍ବର୍ ୨୦୦୫) ଓ ବିଲି ଜୋଏଲ୍ (ଜୁଲାଇ ୨୦୦୬) ପରି ବହୁ ନାମୀଦାମୀ କଳାକାର କୋଲୋଜିୟମ୍‍ଠାରେ ନିଜର ସଙ୍ଗୀତ-କଳା ପ୍ରଦର୍ଶନ କରିଛନ୍ତି । ଗଠନାତ୍ମକ ତଥ୍ୟ ବାହ୍ୟ ଗଠନ ପ୍ରଚୀନ ଗ୍ରୀକ୍ ସଭ୍ୟତାର ଥିଏଟର୍ ପାହାଡ଼ ଗଡ଼ାଣିରେ ତିଆରି ହେଉଥିଲା କିନ୍ତୁ କୋଲୋଜିୟମ୍ ଏକ ସ୍ୱତନ୍ତ୍ର ଥିଏଟର୍ ବା ରଙ୍ଗମଞ୍ଚ । ଦୁଇଟି ରୋମାନ୍ ଥିଏଟର୍‍ର ଗଠନରୁ କୋଲୋଜିୟମ୍‍ର ସ୍ଥାପତ୍ୟ ଅନୁପ୍ରାଣିତ ହୋଇ ନିର୍ମିତ ହୋଇଛି । କୋଲୋଜିୟମ୍‍ର ଆକାର ଅଣ୍ଡା ପରି, ସର୍ବାଧିକ ବ୍ୟାସ ୧୮୯ ମିଟର୍ (୬୧୫ ଫୁଟ୍) ଓ ସର୍ବନିମ୍ନ ବ୍ୟାସ ୧୫୬ ମିଟର୍ (୫୧୦ ଫୁଟ୍) । ଏହାର ଭୂମିର କ୍ଷେତ୍ରଫଳ ପ୍ରାୟ ୨୪୦୦୦ ବର୍ଗ ମିଟର୍ (୬ ଏକର) । ବାହ୍ୟ ପାର୍ଶ୍ୱର କାନ୍ଥ ୪୮ ମିଟର୍ (୧୫୭ ଫୁଟ୍) ଉଚ୍ଚ । ବାହ୍ୟ ପରିସୀମା ୫୪୫ ମିଟର୍ (୧୭୮୮ ଫୁଟ୍) । ମୁଖ୍ୟ ରଙ୍ଗଭୂମି ପ୍ରାଙ୍ଗଣ ମଧ୍ୟ ଅଣ୍ଡାକୃତି ଯାହାର ସର୍ବାଧିକ ବ୍ୟାସ ୮୭ ମିଟର୍ (୨୮୭ ଫୁଟ୍) ଓ ସର୍ବନିମ୍ନ ବ୍ୟାସ ୫୫ ମିଟର୍ (୧୮୦ ଫୁଟ୍) । ମୁଖ୍ୟ ରଙ୍ଗଭୂମିକୁ ଚାରିପଟୁ ଘେରି ୫ମିଟର୍ (୧୫ ଫୁଟ୍) ଉଚ୍ଚ ଏକ କାନ୍ଥ ରହିଛି । ତା’ ଉପରକୁ ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା । ବାହ୍ୟ କାନ୍ଥର ନିର୍ମାଣରେ ପ୍ରାୟ ୧୦୦୦୦୦ ଘନ ମିଟର୍ (୩୫୩୧୪୬୭ ଘନ ଫୁଟ୍) ଟ୍ରାଭେର୍ଟାଇନ୍ ଚୂନ ପଥର ବ୍ୟବହାର ହୋଇଥିବା ଅନୁମାନ କରାଯାଏ । ଏହି ପଥରଗୁଡ଼ିକ ମୋର୍ଟାର ଚୂନ ଓ ୩୦୦ ଟନ୍ ଲୁହା କଡ଼ି ସହାୟତାରେ ପରସ୍ପର ସହ ବାନ୍ଧି ରଖାଯାଇଥିଲା । କିନ୍ତୁ ବିଭିନ୍ନ ଭୂକମ୍ପ ଯୋଗୁଁ ବିଗତ ଅନେକ ଶତାବ୍ଦୀରୁ ଏହା କ୍ରମାଗତ ଭାବେ ଭୁଷୁଡ଼ି ବର୍ତ୍ତମାନ ଦୟନୀୟ ଅବସ୍ଥାରେ ରହିଛି । କୋଲୋଜିୟମ୍‍ର ଉତ୍ତର ପଟର କାନ୍ଥ ଏବେ ମଧ୍ୟ ଦଣ୍ଡାୟମାନ । ବର୍ତ୍ତମାନ ଦେଖିବାକୁ ମିଳୁଥିବା ତ୍ରିଭୂଜାକାର ଇଟା ଆଧୁନିକ ସମୟରେ (୧୯ଶ ଶତାବ୍ଦୀ) ଯୋଡ଼ାଯାଇଛି । ବର୍ତ୍ତମାନ ଦେଖାଯାଉଥିବା ବାହ୍ୟ କାନ୍ଥର ଅଧିକାଂଶ ଭାଗ ପ୍ରାଚୀନ ଓ ପୁରାତନ ସମୟର ଆନ୍ତଃ-ପ୍ରାଚୀରର ଅଂଶ । ଏଯାବତ୍ ରହିଥିବା ବାହାର ପାର୍ଶ୍ୱର କାନ୍ଥଟି ତିନି ମହଲା ବିଶିଷ୍ଟ । ପ୍ରତି ମହଲାରେ ତୋରଣାବୃତ୍ତ ମାର୍ଗ ରହିଛି । ଦ୍ୱିତୀୟ ଓ ତୃତୀୟ ମହଲାର ଝରକା ତୋରଣ ପୂର୍ବେ ମହାନ ସନ୍ଥ, ବ୍ୟକ୍ତି ଓ ପୌରାଣିକ ଚରିତ୍ରଙ୍କ ମୂର୍ତ୍ତିରେ ସଜ୍ଜିତ ଥିଲା । ତୋରଣାବୃତ୍ତ ମାର୍ଗଟି ଡୋରିକ୍, ଆୟୋନିକ୍ ଓ କୋରିନ୍ଥିଆନ୍ ସ୍ଥାପତ୍ୟ ଶୈଳୀର ପରି ମନେହୁଏ । ବାହ୍ୟକାନ୍ଥକୁ ଲାଗି ପୂର୍ବେ ଏକ ଛାତ ରହିଥିଲା ଯାହା ଦର୍ଶକଙ୍କୁ ଖରା ଓ ବର୍ଷାରୁ ରକ୍ଷା କରୁଥିବ । ପୁଣି ଦଉଡ଼ିରେ ବାହାର ପଟରୁ ଭିତର ପଟକୁ କପଡ଼ା ଓ ଜାଲ ବନ୍ଧା ଯାଇଥିଲା, ଯାହା ଦୋହଲିଲେ ଆମ୍ପିଥିଏଟର୍ ମଧ୍ୟରେ ପବନ ଚଳାଚଳ ହେଉଥିଲା । ରୋମାନ୍ ନୌସେନାର ମୁଖ୍ୟକେନ୍ଦ୍ର ମିସେନମ୍‍ରୁ ନାବିକଙ୍କୁ ଆଣି ନିକଟରେ ରହିଥିବା “କ୍ୟାଷ୍ଟ୍ରା ମିସେନାଟ୍ୟମ୍‍”ରେ ରଖାଯାଇଥିଲା । ସେମାନେ ଏହି ପରଦା/ବିଞ୍ଛଣା ବ୍ୟବସ୍ଥାର ପରିଚାଳନାରେ ସାହାଯ୍ୟ କରୁଥିଲେ । କୋଲୋଜିୟମ୍‍ରେ ଏକାବେଳକେ ବହୁ ଦର୍ଶକ ବସିବାର ବ୍ୟବସ୍ଥା ଥିବାରୁ, ଏଥିରୁ ଲୋକଙ୍କୁ ବାହାର କରିବା ପାଇଁ ଯଥେଷ୍ଟ ନିକାଶ ମାର୍ଗ ରହିବା ଅତ୍ୟନ୍ତ ଜରୁରୀ ଥିଲା । ଆଧୁନିକ ଷ୍ଟାଡିୟମ୍‍ମାନଙ୍କରେ ଶୀଘ୍ର ନିକାଶ ପାଇଁ ବ୍ୟବହୃତ କୌଶଳ କୋଲୋଜିୟମ୍‍ର ସ୍ଥପତିମାନେ ମଧ୍ୟ ଉପଯୋଗ କରିଥିଲେ । କୋଲୋଜିୟମ୍‍କୁ ପ୍ରବେଶ କରିବା ପାଇଁ ୮୦ଟି ପ୍ରବେଶ ଓ ନିକାଶ ଦ୍ୱାର ରହିଥିଲା ଯେଉଁଥିରୁ ୭୬ଟି ଦର୍ଶକମାନଙ୍କ ଯାତାୟତ ପାଇଁ ବ୍ୟବହୃତ ହେଉଥିଲା । ପ୍ରତିଟି ପ୍ରବେଶ ଓ ନିକାଶ ଦ୍ୱାର ତଥା ସିଡ଼ି ସଂଖ୍ୟାଦ୍ୱାରା ଚିହ୍ନିତ ହୋଇଥିଲା । ଉତ୍ତର ପଟର ପ୍ରମୁଖ ପ୍ରବେଶ ଦ୍ୱାର ରୋମ୍‍ର ସମ୍ରାଟ, ରାଜ ପରିବାର, ରାଜାଙ୍କ ଅତିଥି ବା ସଭାଷଦଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଥିଲା । ଅନ୍ୟ ତିନୋଟି ଦିଗର ମୁଖ୍ୟ ଦ୍ୱାର ମଧ୍ୟ ଗଣ୍ୟମାନ୍ୟ ଓ ପ୍ରଭାବଶାଳୀ ଲୋକଙ୍କଦ୍ୱାରା ବ୍ୟବହାର କରାଯାଉଥିଲା । ଚତୁର୍ଦିଗର ମୁଖ୍ୟ ପ୍ରବେଶ ଦ୍ୱାରମାନଙ୍କ ତୋରଣ ଓ ଦୁଆର ବନ୍ଧ ସୁନ୍ଦର କାରୁକାର୍ଯ୍ୟ ଓ ଚିତ୍ରରେ ପରିପୂର୍ଣ୍ଣ । ବର୍ତ୍ତମାନ ଏଥିରୁ ଅଳ୍ପ କିଛି ଭଗ୍ନ ଅବସ୍ଥାରେ ଦେଖିବାକୁ ମିଳେ । ପ୍ରବେଶ ଦ୍ୱାର (୨୩)ରୁ (୫୪) ଏବେ ଯାଏ ଠିକ୍ ଅବସ୍ଥାରେ ରହିଛନ୍ତି, କିନ୍ତୁ ଅନ୍ୟ ସବୁ ପ୍ରବେଶ ଦ୍ୱାର ଭୁଷୁଡ଼ି ଭାଙ୍ଗି ସାରିଲାଣି । କୋଲୋଜିୟମ୍ ମଧ୍ୟକୁ ପ୍ରବେଶ କରିବା ପାଇଁ ପୋଡ଼ା ମାଟିରେ ଚିହ୍ନିତ ଫଳକ ଟିକଟ ପରି ବ୍ୟବହାର କରାଯାଉଥିଲା ଓ ଏହା ଅନୁସାରେ ଲୋକେ ନିଜର ପ୍ରବେଶ ଦ୍ୱାର, ଆସ୍ଥାନ ଓ ଧାଡ଼ି ଜାଣି ପାରୁଥିଲେ । ଧାଡ଼ିମାନଙ୍କ ମଧ୍ୟରେ ରହିଥିବା ପଥ (ମୂଳ ଇଟାଲୀୟ ନାମ )ଦ୍ୱାରା ସେମାନେ ନିଜ ଆସ୍ଥାନ ପାଖରେ ପହଞ୍ଚି ପାରୁଥିଲେ । ଏଥିରୁ ଜଣାପଡ଼େ ଯେ ଆଧୁନିକ ସମୟର ଷ୍ଟାଡ଼ିୟମ୍‍ମାନଙ୍କରେ ଯେପରି ତୁରନ୍ତ ପ୍ରବେଶ ଓ ନିକାଶର ବ୍ୟବସ୍ଥା ଥାଏ, କୋଲୋଜିୟମ୍‍ରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଥିଲା । ଏହି ଶବ୍ଦଟି ଲାଟିନ୍ ଭାଷାରୁ ଗୃହୀତ ଯାହାର ଅର୍ଥ “ତୁରନ୍ତ ନିକାଶ ବା ସ୍ଖଳନ” ଓ ଏହି ଲାଟିନ୍ ଶବ୍ଦରୁ ଈଂରାଜୀ ଶବ୍ଦ “ ” (ବାନ୍ତି କରିବା) ଉଦ୍ଧୃତ ହୋଇଛି । ଅଭ୍ୟନ୍ତରରେ ଦର୍ଶକଙ୍କ ଆସ୍ଥାନ କୋଡେକ୍ସ-କ୍ୟାଲେଣ୍ଡର ୩୫୪ ଅନୁସାରେ କୋଲୋଜିୟମ୍ ମଧ୍ୟରେ ୮୭୦୦୦ ଲୋକ ବସି ପାରୁଥିଲେ । ତେବେ ଆଧୁନିକ ସମୟର ଗବେଷଣା ଅନୁସାରେ ଏଥିରେ ପ୍ରାୟ ୫୦୦୦୦ ଦର୍ଶକ ବସିବା ପାଇଁ ଜାଗା ଥିଲା । ସେମାନଙ୍କ ଆସ୍ଥାନଗୁଡ଼ିକ ଧାଡ଼ି ଧାଡ଼ି ହୋଇ ଏକାଧିକ ସ୍ତରରେ ରହିଥିଲା ଯାହା ତତ୍କାଳୀନ ରୋମ୍ ସମାଜର ଶ୍ରେଣୀ ବିଭାଗ ସମ୍ପର୍କରେ ସୂଚନା ଦିଏ । ସମ୍ରାଟ, ଭେଷ୍ଟା ଦେବୀଙ୍କ ପୂଜାରିଣୀ ଇତ୍ୟାଦିଙ୍କ ପାଇଁ ଯଥାକ୍ରମେ ଉତ୍ତର ଓ ଦକ୍ଷିଣ ଦିଗରେ ସ୍ୱତନ୍ତ୍ର ଦର୍ଶନ କୋଠରୀ ରହିଥିଲା । ଏହି ସ୍ଥାନରୁ ରଙ୍ଗଭୂମି ପ୍ରାଙ୍ଗଣରେ ହେଉଥିବା କାର୍ଯ୍ୟକଳାପର ସର୍ବୋତ୍କୃଷ୍ଟ ଦୃଶ୍ୟ ଦେଖାଯାଉଥିବା ସମ୍ଭବପର । ଏହି ସ୍ୱତନ୍ତ୍ର ଦର୍ଶନ କୋଠରୀ ପାର୍ଶ୍ୱରେ ବେଦି ରହିଥିଲା ଯେଉଁଠାରେ ରାଜ ସଭାଷଦଗଣ, ଉଚ୍ଚପଦସ୍ଥ ଅଧିକାରୀମାନେ ବସିବାର ସୁଯୋଗ ପାଉଥିଲେ । କେତେକ ଶିଳାଲେଖରେ ସେହି ସମୟର କେତେକ ପାରିଷଦଙ୍କ ନାମ ଖୋଦିତ ରହିଛି । ଏହାଦ୍ୱାରା ସେମାନେ ନିଜ ପାଇଁ ଆସ୍ଥାନ ଆରକ୍ଷିତ କରୁଥିଲେ ବୋଲି ଅନୁମାନ କରାଯାଇପାରେ । ସଭାଷଦଙ୍କ ଉପର ସ୍ତରରେ ଥିବା ବସିବା ଅଞ୍ଚଳକୁ କୁହାଯାଉଥିଲା । ଏଠାରେ ମହାନ ଯୋଦ୍ଧାଗଣ, ବିଦୂଷୀ ଓ ମହାନ ବ୍ୟକ୍ତିଗଣଙ୍କ ପାଇଁ ଆସ୍ଥାନ ରହିଥିଲା । ଏହା ଉପରକୁ ରହିଥିବା ସ୍ତର ଭାବେ ଜଣା ଯାଉଥିଲା ଓ ସେଠାରେ ସାଧାରଣ ଜନତା ଓ ନାଗରିକଙ୍କ ବସିବାର ସ୍ଥାନ ଥିଲା । ଏହି ଅଞ୍ଚଳ ଦୁଇଟି ଭାଗରେ ବିଭକ୍ତ ଥିଲା – ଏହି ଅଞ୍ଚଳର ତଳ ଧାଡ଼ିଗୁଡ଼ିକୁ ଓ ଉପର ପଟର ଧାଡ଼ିଗୁଡ଼ିକୁ କୁହାଯାଉଥିଲା । ତଳ ଧାଡ଼ିଗୁଡ଼ିକ ଧନୀ ଶ୍ରେଣୀର ନାଗରିକ ଓ ଉପର ଧାଡ଼ିଗୁଡ଼ିକ ଗରୀବ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ପ୍ରତି ସାମାଜିକ ଶ୍ରେଣୀ ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳ ନିର୍ଦ୍ଧାରିତ ଥିଲା – ଯଥା ଗୁରୁ ଓ ଶିଷ୍ୟ, ଅବସରରେ ଥିବା ସୈନିକ, ବିଦେଶୀ ଅତିଥି ଓ ବିଦ୍ୱାନ, ଲେଖକ, ପୂଜକ ଇତ୍ୟାଦି । ନାଗରିକଙ୍କ ବସିବା ପାଇଁ ପ୍ରସ୍ତର ନିର୍ମିତ ଆସନ ରହିଥିଲା । ଡୋମିଟିଆନ୍‍ଙ୍କ ସମୟରେ କୋଲୋଜିୟମ୍‍ରେ କରାଯାଇଥିବା ପରିବର୍ତ୍ତନମାନଙ୍କ ମଧ୍ୟରୁ ଅନ୍ୟତମ ହେଲା ଅଭ୍ୟନ୍ତରରେ ନାମକ ଏକ ସ୍ତରର ନିର୍ମାଣ । ଏହି ସ୍ତରଟି ଅତ୍ୟନ୍ତ ଗରୀବ, ଦାସ ଓ ଦାସୀମାନେ ଠିଆ ହୋଇ କ୍ରୀଡ଼ା ଉପଭୋଗ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ସ୍ତରଟି ଅତ୍ୟନ୍ତ ଢାଲୁଆ ହୋଇଥିବାରୁ ଏଠାରେ ବସିବା ସମ୍ଭବ ନୁହେଁ ବୋଲି ଅନୁମାନ କରାଯାଏ । ପୂର୍ବତନ ଗ୍ଲାଡିଏଟର୍, ଅଭିନେତା, କବର ଖନନକାରୀ (ସମ୍ଭବତଃ ପ୍ରତ୍ନତତ୍ତ୍ୱବିତ୍) ଇତ୍ୟାଦି କିଛି ଶ୍ରେଣୀର ଲୋକଙ୍କୁ କୋଲୋଜିୟମ୍ ମଧ୍ୟରେ ପଶିବା ସମ୍ପୂର୍ଣ୍ଣ ନିଷେଧ ଥିଲା । ପତଳା ପଥ ଓ ନିମ୍ନ ଉଚ୍ଚତାର କାନ୍ଥ ( ବା )ଦ୍ୱାରା ସବୁ ସ୍ତର ବିଭକ୍ତ ହୋଇଥିଲା ଓ ନିକାଶ ପଥ ସହିତ ସଂଯୋଜିତ ହୋଇଥିଲା । ପ୍ରତି ଧାଡ଼ି ରେ ଥିବା ଆସ୍ଥାନଗୁଡ଼ିକ ସଂଖ୍ୟାଦ୍ୱାରା ଚିହ୍ନିତ କରାଯାଇଥିଲା ଯାହା ଲୋକଙ୍କୁ ସେମାନଙ୍କ ବସିବା ସ୍ଥାନ ଚିହ୍ନିବା ସହଜ ହେଉଥିଲା । ମୁଖ୍ୟ ରଙ୍ଗଭୂମି ଓ ଭୂତଳ ସ୍ତର ମୁଖ୍ୟ ରଙ୍ଗଭୂମି ପ୍ରାଙ୍ଗଣର ସର୍ବାଧିକ ଓ ସର୍ବନିମ୍ନ ବ୍ୟାସ ଯଥାକ୍ରମେ ୮୩×୪୮ମି. (୨୭୨×୧୫୭ ଫୁଟ୍) ଥିଲା । ଭୂତଳ ସ୍ତର ଉପରେ ଥିବା କାଠର ଚଟାଣ ଉପରେ ବାଲି ପକାଇ ରଙ୍ଗଭୂମି ପ୍ରାଙ୍ଗଣ ଭାବେ ବ୍ୟବହାର କରାଯାଉଥିଲା । ବାଲିର ଲାଟିନ୍‍ ଶବ୍ଦ ହେଉଛି ବା । ନିର୍ମାଣର ପ୍ରାରମ୍ଭିକ ସମୟରେ ଭୂତଳ ସ୍ତରଟି ନଥିଲା ଓ ପରେ ଡୋମିଟିଆନ୍‍ଙ୍କ ସମୟରେ ଏହାର ନିର୍ମାଣ କରାଗଲା । ବର୍ତ୍ତମାନ ରଙ୍ଗଭୂମିର ଅତି କମ୍ ଅଂଶ ରହିଛି, ଯାହା ଯୋଗୁଁ ଭୂତଳ ସ୍ତରଟି ଉନ୍ମୁକ୍ତ ଓ ଦୃଶ୍ୟମାନ ହୋଇପାରିଛି । ଭୂତଳ ସ୍ତରରେ କେନାଲ୍, ଯନ୍ତା ଓ ବନ୍ଦୀଗୃହ ରହିଥିଲା ଯେଉଁଥିରେ ଗ୍ଲାଡିଏଟର୍ ଓ ଜୀବଜନ୍ତୁ ନିଜ ନିଜ ଯନ୍ତାରେ ରହୁଥିଲେ । ଯୁଦ୍ଧ ବା କ୍ରୀଡ଼ା ଆରମ୍ଭ ହେବା ବେଳ ଆସିଲେ ସେମାନଙ୍କୁ ଯନ୍ତାରୁ ମୁକ୍ତ କରି ଦିଆଯାଉଥିଲା । ଭୂତଳ ସ୍ତର ଓ କୋଲୋଜିୟମ୍‍ର ବାହାରର କେତେକ ସ୍ଥାନ ସୁଡ଼ଙ୍ଗଦ୍ୱାରା ସଂଯୋଜିତ ଥିଲା । ପଶୁ, ପ୍ରଦର୍ଶକ ଓ ବନ୍ଦୀମାନଙ୍କୁ ଏହି ସୁଡ଼ଙ୍ଗ ପଟ ଦେଇ ଭୂତଳ ସ୍ତରକୁ ନିଆଯାଉଥିଲା ଓ ତା’ ପରେ ରଙ୍ଗଭୂମି ପ୍ରାଙ୍ଗଣକୁ ଛଡ଼ା ଯାଉଥିଲା । ପୂର୍ବ ପଟ ରହିଥିବା ଲୁଡୁସ୍ ମାଗ୍ନୁସ୍‍ ଗ୍ଲାଡିଏଟର୍‍ମାନଙ୍କ ଛାଉଣୀ ଥିଲା ଯାହା ଏକ ସୁଡ଼ଙ୍ଗଦ୍ୱାରା କୋଲୋଜିୟମ୍ ସହିତ ସଂଯୋଜିତ ଥିଲା । ସମ୍ରାଟ ଓ ଭେଷ୍ଟା ଦେବୀଙ୍କ ତରୁଣୀ ପୂଜାରିଣୀମାନେ କୋଲୋଜିୟମ୍ ମଧ୍ୟକୁ ପ୍ରବେଶ କରିବା ପାଇଁ ସ୍ୱତନ୍ତ୍ର ସୁଡ଼ଙ୍ଗ ରହିଥିଲା । ଏହି ମାର୍ଗ ଅନ୍ୟ ମାର୍ଗ ପରି ଜନ ଗହଳିପୂର୍ଣ୍ଣ ନଥିଲା ଓ ଏହି ବାଟରେ ଅନୁମତି ପତ୍ରର ମଧ୍ୟ ଆବଶ୍ୟକତା ନଥିଲା । ଭୂତଳ ସ୍ତରରେ ଅନେକ ଯାନ୍ତ୍ରିକ ଉପକରଣ ମଧ୍ୟ ରହିଥିଲା । ଚକ୍ରି (ପୁଲି), ଉତ୍‌ଥାପକ (ଲିଫ୍ଟ୍) ଇତ୍ୟାଦି ସହାୟତାରେ ଯନ୍ତାରେ ବନ୍ଦୀ ଜନ୍ତୁଙ୍କୁ ପ୍ରାଙ୍ଗଣ ଯାଏ ଉତ୍ତୋଳନ କରାଯାଉଥିଲା । ଏଠାରେ ଦ୍ରବସ୍ଥିତିଜ ବୈଜ୍ଞାନିକ ଉପକରଣ ବ୍ୟବହୃତ ହେଉଥିବାର ପ୍ରମାଣ ମଧ୍ୟ ମିଳିଛି । କେତେକ ପୁରାତନ ଲେଖା ଅନୁସାରେ ଭୂତଳ ସ୍ତରକୁ ଅତି କମ୍ ସମୟ ମଧ୍ୟରେ ନିକଟସ୍ଥ ଜଳାଶୟକୁ ସଂଯୋଜିତ ବିରାଟ ଜଳସୁଡ଼ଙ୍ଗଦ୍ୱାରା ସମ୍ପୂର୍ଣ୍ଣ ଜଳମଗ୍ନ କରିବାର ବ୍ୟବସ୍ଥା ମଧ୍ୟ ରହିଥିଲା । କିନ୍ତୁ ଡୋମିଟିଆନ୍‍ଙ୍କ ସମୟରେ ହୋଇଥିବା ପରିବର୍ତ୍ତନ ପରେ କୋଲୋଜିୟମ୍‍କୁ ଜଳମଗ୍ନ କରିବା ଓ ସମୁଦ୍ର ଯୁଦ୍ଧାଭ୍ୟାସର ପ୍ରଥା ବନ୍ଦ ହୋଇଗଲା । ପାର୍ଶ୍ୱବର୍ତ୍ତୀ ଅଟ୍ଟାଳିକା ଓ କୀର୍ତ୍ତି କୋଲୋଜିୟମ୍ ଓ ଏଥିରେ ହେଉଥିବା ବିଭିନ୍ନ ପ୍ରଦର୍ଶନୀ ଯୋଗୁଁ ଏହାର ଆର୍ଶ୍ୱପାର୍ଶ୍ୱରେ ଅନେକ ଅନ୍ୟ ବୃତ୍ତି ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା । ଏଥିରେ ପ୍ରଦର୍ଶିତ କ୍ରୀଡ଼ା ସହିତ ସମ୍ପର୍କିତ ଅନେକ କାର୍ଯ୍ୟକଳାପ ନିକଟବର୍ତ୍ତୀ ଅଟ୍ଟାଳିକାମାନଙ୍କରେ ଦେଖିବାକୁ ମିଳୁଥିଲା । ପୂର୍ବ ପଟର ପ୍ରବେଶ ଦ୍ୱାର ନିକଟରେ ଲୁଡ଼ୁସ୍ ମାଗ୍ନସ୍ ନାମକ ଏକ ଗ୍ଲାଡିଏଟର୍‍ ପ୍ରଶିକ୍ଷଣ ଶିବିର ବା ଯୁଦ୍ଧ ଅଭ୍ୟାସ କେନ୍ଦ୍ର ରହିଥିଲା । କୋଲୋଜିୟମ୍‍ରୁ ସହଜରେ ଗ୍ଲାଡ଼ିଏଟର୍‍ମାନେ ଏଠାକୁ ଆସିବା ପାଇଁ ଏକ ଭୂତଳ ସୁଡ଼ଙ୍ଗ ରହିଥିଲା । ସମୟ ସମୟରେ ଏହି ଅଭ୍ୟାସ କେନ୍ଦ୍ରରେ ପ୍ରଶିକ୍ଷଣରତ ଗ୍ଲାଡିଏଟର୍‍ମାନଙ୍କ ଯୁଦ୍ଧ ଦେଖିବା ପାଇଁ ବହୁ ଦର୍ଶକ ଏକତ୍ରିତ ହେଉଥିଲେ । ପାର୍ଶ୍ୱରେ ରହିଥିବା ଲୁଡୁସ୍ ମାଟୁଟିନୁସ୍ ନାମକ ଅଭ୍ୟାସ କେନ୍ଦ୍ର ବା ପ୍ରଶିକ୍ଷଣ କେନ୍ଦ୍ରରେ ପଶୁଙ୍କ ସହ ଯୁଦ୍ଧ କରିବାର କ୍ରୀଡ଼ଭ୍ୟାସ କରାଯାଉଥିଲା । କୋଲୋଜିୟମ୍ ପାର୍ଶ୍ୱରେ ରହିଥିବା ଶସ୍ତ୍ରାଗାରକୁ ଆର୍ମାମେଣ୍ଟାରିୟମ୍ , ଯନ୍ତ୍ରାଗାରକୁ ସମ୍ମୁମ୍ କୋରାଜିୟମ୍ , ଆହତ ଗ୍ଲାଡିଏଟର୍‍ମାନଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଚିକିତ୍ସାଳୟକୁ ସାନିଟାରିୟମ୍ ଓ ମୃତ ଗ୍ଲାଡିଏଟର୍‍ମାନଙ୍କ ଶବ ସତ୍କାର ପାଇଁ ଉଦ୍ଦିଷ୍ଟ କ୍ଷେତ୍ରକୁ ସ୍ପୋଲିଆରିୟମ୍ କୁହାଯାଉଥିଲା । କୋଲୋଜିୟମ୍‍ର ବାହ୍ୟ ପରିଧିରୁ ୧୮ ମିଟର୍ (୫୯ ଫୁଟ୍) ଦୂରରେ ଅନେକ ଉଚ୍ଚ ପ୍ରସ୍ତର ସ୍ତମ୍ଭ ରହିଥିଲା । ପୂର୍ବ ପଟେ ଏଥିରୁ ୫ଟି ବର୍ତ୍ତମାନ ସୁଦ୍ଧା ରହିଛି । କେହି କେହି ଏହାକୁ ଧାର୍ମିକ ପ୍ରତୀକ ବା ସୂଚକ ବୋଲି କୁହନ୍ତି । ଏହା ଟିକଟ ନିରୀକ୍ଷଣର ସ୍ଥାନ ହୋଇଥାଇପାରେ ବୋଲି ଆଉ କିଛି ଗବେଷକ ବିଶ୍ୱାସ କରନ୍ତି । ଅନ୍ୟ ଏକ ମତାନୁସାରେ ଭେଲାରିୟମ୍ ପରଦାରୁ ଏହି ସ୍ତମ୍ଭ ପର୍ଯ୍ୟନ୍ତ ଦଉଡ଼ି ଟଣାଯାଇ ପରଦା ପରି ଛାତର ନିୟନ୍ତ୍ରଣ କରାଯିବାର ସମ୍ଭାବନା ପ୍ରକାଶ ପାଇଛି । କୋଲୋଜିୟମ୍ ନିକଟରେ କନ୍‍ଷ୍ଟାଣ୍ଟାଇନ୍ ତୋରଣ ଅବସ୍ଥିତ । ବ୍ୟବହାର ଗ୍ଲାଡିଏଟର୍‍ମାନଙ୍କ ମଧ୍ୟରେ ଯୁଦ୍ଧର ଆୟୋଜନ ପାଇଁ କୋଲୋଜିୟମ୍ ବ୍ୟବହୃତ ହେଉଥିଲା । ଆହୁରି ଅନ୍ୟ ବିଭିନ୍ନ ସମୟରେ ମଧ୍ୟ କୋଲୋଜିୟମ୍ ବ୍ୟବହୃତ ହେବାର ନଜିର ରହିଛି । ପ୍ରଚୀନ ରୋମ୍‍ରେ ମୁନେରା ନାମକ ଏକ କାର୍ଯ୍ୟକ୍ରମ ହେଉଥିଲା । ବ୍ୟକ୍ତିଗତ ଭାବେ ଏହାର ଆୟୋଜନ ବା ଆବାହନ କରାଯାଉଥିଲା ଓ ରାଜାଙ୍କ ତରଫରୁ ଏହାର ଘୋଷଣା କରାଯାଉନଥିଲା । ଧାର୍ମିକ କାରଣରୁ ବା କୌଣସି ସମ୍ଭ୍ରାନ୍ତ ପରିବାର ତରଫରୁ ଏହା ଆୟୋଜିତ ହେଉଥିଲା ଓ ଜନସାଧାରଣ ଖୁବ୍ ଲୋକପ୍ରିୟ ଥିଲା । ଆଉ ଏକ ପ୍ରକାରର କାର୍ଯ୍ୟକ୍ରମ ଥିଲା ଶିକାର କ୍ରୀଡ଼ା ବା । ଆଫ୍ରିକା, ଭୂମଧ୍ୟ ସାଗର, ମଧ୍ୟ-ପୂର୍ବ ଏସିଆ ଇତ୍ୟାଦି ଅଞ୍ଚଳରୁ ଜଳହସ୍ତୀ, ଗଣ୍ଡା, ହାତୀ, ଜିରାଫ୍, କଲରାପତରିଆ ବାଘ, ଭାଲୁ, କାସ୍ପିଆନ୍ ବାଘ, କୁମ୍ଭୀର, ଓଟପକ୍ଷୀ, ଷଣ୍ଢ, ଗୟଳ, ସିଂହ ଇତ୍ୟାଦି ପଶୁଙ୍କୁ ଅଣାଯାଉଥିଲା । ଏହି ପଶୁମାନଙ୍କ ସହିତ ଯୁଦ୍ଧ ଓ ଏମାନଙ୍କ ଶିକାର କୋଲୋଜିୟମ୍‍ର ବିଶାଳ ପ୍ରାଙ୍ଗଣରେ ଆୟୋଜିତ ହେଉଥିଲା । ଖ୍ରୀଷ୍ଟାବ୍ଦ ୧୦୭ରେ ସମ୍ରାଟ ଟ୍ରାଜାନ୍ ଡାସିଆ ରାଜ୍ୟ ଉପରେ ବିଜୟ ଲାଭ କରିବା ଖୁସିରେ କୋଲୋଜିୟମ୍‍ରେ ୧୨୩×ଧରି କ୍ରୀଡ଼ାର ଆୟୋଜନ ହୋଇଥିଲା । ଏହି ୧୨୩ ଦିନରେ ୧୧୦୦୦ ଜନ୍ତୁ ଓ ୧୦୦୦୦ ଗ୍ଲାଡିଏଟର୍ ଯୁଦ୍ଧ ଓ ଶିକାର କ୍ରୀଡ଼ାର ଅଂଶ ହୋଇଥିଲେ । ମଧ୍ୟାହ୍ନ ଭୋଜନ ପାଇଁ ବିରତି ସମୟରେ ପ୍ରାଣଦଣ୍ଡ ଦିଆଯାଉଥିଲା । ପ୍ରାଣଦଣ୍ଡରେ ଦଣ୍ଡିତ ବ୍ୟକ୍ତିକୁ ଉଲ୍ଲଗ୍ନ, ନିରସ୍ତ୍ର ଅବସ୍ଥାରେ ହିଂସ୍ର ଓ ଭୋକିଲା ପଶୁଙ୍କ ସାମନାରେ କୋଲୋଜିୟମ୍ ପ୍ରାଙ୍ଗଣରେ ଛାଡ଼ି ଦିଆଯାଉଥିଲା । ଭୋକିଲା ପଶୁମାନେ ମଣିଷଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ଖାଇଯାଉଥିଲେ । ଏହା ବ୍ୟତୀତ ଜାଦୁଗର ଓ ଖେଳ ଦେଖାଉଥିବା ବ୍ୟକ୍ତିମାନେ ମଧ୍ୟ ବିଶାଳ ଜନତାଙ୍କ ସମ୍ମୁଖରେ ନିଜ କୌଶଳ ଦେଖାଇବାର ସୁଯୋଗ ପାଉଥିଲେ । ପ୍ରାଚୀନ ସମୟର ଐତିହାସିକଙ୍କ ଅନୁସାରେ ନୌସେନା ବା ଜଳଯୁଦ୍ଧ ଅଭ୍ୟାସ ପାଇଁ କୋଲୋଜିୟମ୍ ବ୍ୟବହୃତ ହେଉଥିଲା । ଖ୍ରୀ. ୮୦ରେ ଟାଇଟସ୍‍ଙ୍କଦ୍ୱାରା ଆୟୋଜିତ କୋଲୋଜିୟମ୍‍ର ଉଦ୍‍ଘାଟନୀ ଯୁଦ୍ଧାଭ୍ୟାସରେ କୋଲୋଜିୟମ୍ ପ୍ରାଙ୍ଗଣରେ ପାଣି ଭରି ଦିଆଯାଇଥିଲା । ପ୍ରଶିକ୍ଷିତ ଘୋଡ଼ା ଓ ଷଣ୍ଢ ପହଁରିବା ପ୍ରଦର୍ଶିତ ହୋଇଥିଲା । ପୁଣି କୋର୍ଫୁ ଓ କୋରିନ୍ଥିୟାନ୍‍ମାନଙ୍କ ମଧ୍ୟରେ ହୋଇଥିବା ଏକ ସାମୁଦ୍ରିକ ଯୁଦ୍ଧର ପୁନଃ ଅନୁକରଣ କରାଯାଇଥିଲା ବୋଲି ମଧ୍ୟ ଏକ ବିବରଣୀ ରହିଛି । କିନ୍ତୁ ଅପେକ୍ଷାକୃତ ଛୋଟ ପ୍ରାଙ୍ଗଣରେ ଯୁଦ୍ଧ ଜାହାଜ କିପରି ଆସୁଥିଲା ଓ ଜଳକ୍ରୀଡ଼ା ପାଇଁ ଜଳସ୍ତର କିପରି ବଜାୟ ରଖାଯାଉଥିଲା – ଏପରି କିଛି ପ୍ରଶ୍ନ ଯୋଗୁଁ ଐତିହାସିକଙ୍କ ମଧ୍ୟରେ ସାମୁଦ୍ରିକ ଯୁଦ୍ଧାଭ୍ୟାସ ତଥ୍ୟକୁ ନେଇ ବିଭେଦ ଦେଖାଦେଇଛି । କୋଲୋଜିୟମ୍ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନରେ ସାମୁଦ୍ରିକ ଯୁଦ୍ଧାଭ୍ୟାସ ହେଉଥାଇପାରେ । କିମ୍ବା ପୂର୍ବେ ମଧ୍ୟ ଅକ୍ଷରେ ଏକ ବଡ଼ କେନାଲ୍ ରହିଥିବ ଯାହାକୁ ପରେ ଭୂତଳ ସ୍ତରରୂପେ ପରିବର୍ତ୍ତିତ କରାଯାଇଥିବ ବୋଲି ସମ୍ଭାବନା ମଧ୍ୟ ପ୍ରକାଶ ପାଇଛି । କୋଲୋଜିୟମ୍ ପ୍ରାଙ୍ଗଣରେ ଜଙ୍ଗଲ ପରି ପ୍ରାକୃତିକ ଦୃଶ୍ୟର ନକଲ ସୃଷ୍ଟି କରାଯାଉଥିଲା ଯାହାକୁ ସିଲ୍ଭାଏ କୁହାଯାଉଥିଲା । କଟା ହୋଇ ଆସିଥିବା ଗଛ, ଲତା, ବୁଦା ଇତ୍ୟାଦି ସହାୟତାରେ ଏପରି ପରିବେଶ ସୃଷ୍ଟି କରାଯାଉଥିଲା । ନଗରର ଲୋକଙ୍କୁ ଜଙ୍ଗଲ ସହିତ ପରିଚିତ କରାଇବା ଏହାର ଏକ ଉଦ୍ଦେଶ୍ୟ ହୋଇପାରେ । କିମ୍ବା କେତେକ ପୌରାଣିକ ଚିତ୍ରକଥାର ନଟ୍ୟ ରୂପାନ୍ତର ପାଇଁ ମଧ୍ୟ ଏପରି ପରିବେଶ ସୃଷ୍ଟି କରାଯିବା ସମ୍ଭବପର । ଏପରି ପୌରାଣିକ କଥା ଆଳରେ ପ୍ରାଣଦଣ୍ଡ ଦେବାର ପ୍ରଥା ମଧ୍ୟ ରହିଥିଲା । ଦୋଷୀ ପୌରାଣିକ କଥାର ଦଣ୍ଡ ପାଇଥିବା ବ୍ୟକ୍ତିର ଭୂମିକା ଗ୍ରହଣ କରୁଥିଲା । ପ୍ରାଣଦଣ୍ଡ ପାଇଁ ତତ୍କାଳୀନ ରୋମାନ୍ ଧାର୍ମିକ ପ୍ରଥା ସମର୍ଥିତ ଉପାୟ ଯଥା - ଜୀବନ୍ତ ଜଳାଇ ଦେବା ବା ଜନ୍ତୁଙ୍କ ଆକ୍ରମଣରେ ବୀଭତ୍ସ ଭାବେ ହତ୍ୟା କରାଇବା ଇତ୍ୟାଦି ପଦ୍ଧତି ଅବଲମ୍ବନ କରାଯାଉଥିଲା । ସାମ୍ପ୍ରତିକ ସ୍ଥିତି ବର୍ତ୍ତମାନ ସମୟରେ ରୋମ୍‍କୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଲୋଜିୟମ୍ ଏକ ମୁଖ୍ୟ ଆକର୍ଷଣ କେନ୍ଦ୍ର । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ପ୍ରାଚୀନ ରଙ୍ଗଭୂମିର ଭଗ୍ନାବଶେଷ ଦେଖିବାକୁ ଭିଡ଼ ଜମାନ୍ତି । ୟୁରୋପୀୟ ସଂଘ ଦେଶମାନଙ୍କ ନାଗରିକଙ୍କ ପାଇଁ କୋଲୋଜିୟମ୍‍ର ପ୍ରବେଶ ଟିକଟ ରିହାତି ଦରରେ ମିଳେ । ୟୁରୋପୀୟ ସଂଘ ରାଷ୍ଟ୍ରର ନାବାଳକ (୧୮ ବର୍ଷରୁ କମ୍) ତଥା ବୃଦ୍ଧ ନାଗରିକଙ୍କ (୬୫ ବର୍ଷରୁ ଅଧିକ) ପାଇଁ ପ୍ରବେଶ ଟିକଟ ସମ୍ପୂର୍ଣ୍ଣ ମାଗଣା । କୋଲୋଜିୟମ୍‍ର ଉପର ସ୍ତରରେ ଗ୍ରୀକ୍ ପୌରାଣିକ କଥାରେ କାମଦେବଙ୍କ ତୁଲ୍ୟ ଏରୋସ୍ଙ୍କ ସମ୍ପର୍କୀୟ ଏକ ଛୋଟ ସଂଗ୍ରହାଳୟ ରହିଛି । ପ୍ରାଙ୍ଗଣର କିଛି ଅଂଶର ପୁନରୁଦ୍ଧାର କରି ନୂଆ ଚଟାଣ ନିର୍ମାଣ କରାଯାଇଛି । ୨୦୧୦ ମସିହା ଗ୍ରୀଷ୍ମ ଋତୁରେ ଭୂତଳ ସ୍ତରର କିଛି ଅଂଶ ଦର୍ଶକଙ୍କ ପାଇଁ ଖୋଲାଯାଇଥିଲା । ବିଂଶ ଶତାବ୍ଦୀରୁ ରୋମାନ୍ କ୍ୟାଥୋଲିକ୍ ଖ୍ରୀଷ୍ଟିୟାନ୍‍ମାନେ କୋଲୋଜିୟମ୍‍କୁ ଏକ ଧାର୍ମିକ ସ୍ଥଳୀ ରୂପେ ବ୍ୟବହାର କରି ଆସୁଛନ୍ତି । ପୋପ୍ ବେନେଡିକ୍ଟ୍ – ୧୬ କୋଲୋଜିୟମ୍‍ରୁ ଗୁଡ୍ ଫ୍ରାଇଡେ ଦିନ ବାହାରିଥିବା ସ୍କ୍ରିପ୍ଚୁରାଲ୍ ୱେ ଅଫ୍ ଦ କ୍ରସ୍ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ପୁନରୁଦ୍ଧାର ୨୦୧୧ ମସିହାରେ ଟଡ୍‍ସ୍ ଯୋତା କମ୍ପାନୀର ମାଲିକ ଡିଏଗୋ ଡେଲା ଭାଲେ କୋଲୋଜିୟମ୍‍ର ମରାମତି ପାଇଁ ୨.୫ କୋଟି ୟୁରୋର ସହାୟତା ରାଶି ପ୍ରଦାନ କରିବା ପାଇଁ ସ୍ଥାନୀୟ ସରକାରଙ୍କ ସହିତ ଚୁକ୍ତି କରିଥିଲେ । ୨୦୧୧ ମସିହାର ଶେଷ ଆଡ଼କୁ କାମ ଆରମ୍ଭ ହୋଇ ଅଢ଼େଇ ବର୍ଷରେ ସମାପ୍ତ ହେବାର ଯୋଜନା କରାଗଲା । କିନ୍ତୁ ବେସରକାରୀ ସହାୟତାରେ ସରକାରୀ କାର୍ଯ୍ୟର ଚୁକ୍ତିରେ ଥିବା କିଛି ବିବାଦୀୟ ଆଇନ ଯୋଗୁଁ କାମ ଆରମ୍ଭରେ ବିଳମ୍ବ ହୋଇଥିଲା (୨୦୧୩) । ଏହି ମରାମତି କାର୍ଯ୍ୟ ବେଳେ ସମ୍ପୂର୍ଣ୍ଣ କୋଲୋଜିୟମ୍‍ର ସଫେଇ ମଧ୍ୟ କରାଯାଇଥିଲା । ଖ୍ରୀଷ୍ଟଧର୍ମରେ କୋଲୋଜିୟମ୍‍ର ମହତ୍ତ୍ୱ ରୋମାନ୍ ସାମ୍ରାଜ୍ୟରେ ଅନେକ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ କୋଲୋଜିୟମ୍‍ ପ୍ରାଙ୍ଗଣରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିବାର ଉଲ୍ଲେଖ ରହିଛି । ଏଣୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ କୋଲୋଜିୟମ୍‍କୁ ସହୀଦ ସ୍ଥଳ ବା ବଳିଦାନ ଭୂମି ଭାବେ ଦେଖନ୍ତି । କିଛି ଗବେଷକଙ୍କ ଅନୁସାରେ ଏହି ଘଟଣାବଳୀ ରୋମ୍‍ର ବିଭିନ୍ନ ସ୍ଥାନରେ ଘଟିତ ହୋଇଥିଲା । ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକେ ରୋମାନ୍ ଦେବାଦେବୀଙ୍କୁ ମାନୁ ନଥିବାରୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଅନ୍ୟ ଦୋଷୀଙ୍କ ଗହଣରେ କୋଲୋଜିୟମ୍ ମଧ୍ୟରେ ପ୍ରାଣଦଣ୍ଡ ଦିଆଯାଇଥିବ । ସର୍କସ୍ ମାକ୍ସିମସ୍‍କୁ ମାନୁଥିବାରୁ ଅନେକ ଖ୍ରୀଷ୍ଟ ସହୀଦ ହୋଇଥିଲେ । ଇରେନାୟସ୍‍ଙ୍କ ଲେଖା ଅନୁସାରେ ଆଣ୍ଟିଓଖ୍‍ର ପାଦ୍ରୀଙ୍କୁ ଭୋକିଲା ସିଂହର ଖାଦ୍ୟ ଭାବେ ଛାଡ଼ି ଦିଆଗଲା । ଯଦିଓ ଇରେନାୟସ୍ ଏହି ଘଟଣାକ୍ରମର ସ୍ଥାନ ବିଷୟରେ କହି ନାହାନ୍ତି ତେବେ କିମ୍ବଦନ୍ତୀରେ ଏହା କୋଲୋଜିୟମ୍ ପ୍ରାଙ୍ଗଣରେ ହୋଇଥିଲା ବୋଲି କଥା ପ୍ରଚଳିତ ହୋଇଆସୁଛି । ମଧ୍ୟଯୁଗରେ କୋଲୋଜିୟମ୍ ଏକ ପଥର ଖଣି ପରି ବ୍ୟବହୃତ ହେଉଥିଲା କାରଣ ଏଠାରୁ ପଥର କାଟି ନିଆଯାଇ ଅନ୍ୟ ଅଟ୍ଟାଳିକା ଓ ଧାର୍ମିକ ସ୍ଥଳ ନିର୍ମାଣରେ ଉପଯୋଗ କରାଯାଉଥିଲା । ଏଥିରୁ ଜଣାଯାଏ ଯେ ଯଦିଓ ସହୀଦ ସ୍ମୃତି ସ୍ଥଳମାନଙ୍କୁ ଲୋକେ ସମ୍ମାନର ସହିତ ଦେଖନ୍ତି, ତେବେ କୋଲୋଜିୟମ୍ ସମ୍ପର୍କରେ ଏଥିରେ ବ୍ୟତିକ୍ରମ ଦେଖାଯାଏ । କୋଲୋଜିୟମ୍ ଏକ ପବିତ୍ର ସ୍ଥାନ ରୂପେ ପରିଗଣିତ ହେଉନଥିଲା । ଦ୍ୱାଦଶ ଶତାବ୍ଦୀର ରୋମ୍‍ର ତୀର୍ଥଯାତ୍ରୀଙ୍କ ନିମନ୍ତେ ଲିଖିତ ଯାତ୍ରା ପୁସ୍ତିକାରେ କୋଲୋଜିୟମ୍ ସ୍ଥାନ ପାଇନଥିଲା । କିଛି ସମୟ ପର୍ଯ୍ୟନ୍ତ କୋଲୋଜିୟମ୍ ପରିସରରେ କିଛି ଖ୍ରୀଷ୍ଟ ସନ୍ଥ ଓ ଧାର୍ମିକ ବସବାସ କରୁଥିବା ଜଣାପଡ଼ିଛି କିନ୍ତୁ ସେତେବେଳେ କୋଲୋଜିୟମ୍‍ରେ ଧାର୍ମିକ କାର୍ଯ୍ୟକଳାପର କୌଣସି ଉଲ୍ଲେଖ ମିଳିନାହିଁ । କୋଲୋଜିୟମ୍ ପ୍ରାଙ୍ଗଣର ବାଲି ଖ୍ରୀଷ୍ଟ ସହୀଦଙ୍କ ରକ୍ତରେ ସିକ୍ତ ହୋଇଥିବାରୁ ପୋପ୍ ପିଉସ୍ (୧୫୬୬-୧୫୭୨) ଏହାର ମାଟି ରଖିବାକୁ ତୀର୍ଥଯାତ୍ରୀଙ୍କୁ କହୁଥିଲେ । ତେବେ ତାଙ୍କ ସମସାମୟିକ ଅନ୍ୟ ପାଦ୍ରୀମାନେ ଏପରି ମତର ସମର୍ଥନ କରୁନଥିଲେ । ପ୍ରାୟ ଏକ ଶତାବ୍ଦୀ ପରେ ୧୬୫୩ ମସିହାରେ ଫିଓରାଭାନ୍ତେ ମାର୍ଟିନେଲିଙ୍କ ଲିଖିତ ପୁସ୍ତକରେ କୋଲୋଜିୟମ୍‍କୁ ପୁଣି ଏକ ପବିତ୍ର ସ୍ଥଳର ମାନ୍ୟତା ଓ ଜନ ସମର୍ଥନ ମିଳିଲା । ଏହି ସମୟରେ କାର୍ଡିନାଲ୍ ଅଲ୍ଟ୍ୟେରି କୋଲୋଜିୟମ୍‍କୁ ଏକ ଷଣ୍ଢ ଲଢ଼େଇ ମଞ୍ଚ କରିବାର ଯୋଜନା କରିଥିଲେ ଯାହା ବିପକ୍ଷରେ ଲୋକେ ବିରୋଧ କରିଥିଲେ । ଏହି ବିବାଦ କାରଣରୁ ପୋପ୍ କ୍ଲେମଁ (ଦଶମ) କୋଲୋଜିୟମ୍‍କୁ ଏକ ପ୍ରାର୍ଥନା ସ୍ଥଳ ବୋଲି ଘୋଷଣା କରାଇଥିଲେ । ପୋର୍ଟ୍ ମୌରିସ୍‍ର ସନ୍ଥ ଲିଓନାର୍ଡଙ୍କ ଅନୁରୋଧ କ୍ରମେ ପୋପ୍ ବେନେଡିକ୍ଟ୍ (ଚତୁର୍ଦ୍ଦଶ) ଏଠାରୁ ପଥର ଖୋଳା ବନ୍ଦ କରାଇଲେ ଓ ଏହା ଚାରିପଟେ ଅନେକ ପବିତ୍ର କ୍ରସ୍ ସ୍ଥପିତ କରାଇଲେ । ୧୮୭୪ ମସିହା ପର୍ଯ୍ୟନ୍ତ ଏହି ସବୁ କ୍ରସ୍ ପୂଜା ପାଇ ଆସୁଥିଲେ । ବେନେଡିକ୍ଟ୍ ଜୋସେଫ୍ ଲାବ୍ରେ ଜୀବନର ଶେଷ ସମୟ କୋଲୋଜିୟମ୍‍ରେ କଟାଇଥିଲେ । ଅନେକ ପୋପ୍ କୋଲୋଜିୟମ୍‍ର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ସହାୟତା ପ୍ରଦାନ କରିଛନ୍ତି । କୋଲୋଜିୟମ୍‍ରେ ରହିଥିବା ଏକ କ୍ରସ୍‍ର ଫଳକରେ ନିମ୍ନ ଲେଖା ଦେଖିବାକୁ ମିଳେ : ବିଜୟ ଉତ୍ସବ, ମନୋରଞ୍ଜନ ଓ ପାଗାନ୍ ଦେବତାମାନଙ୍କ ଅମାନୁଷିକ ଓ କୁସଂସ୍କାରୀ ପୂଜନ ପାଇଁ ଏକଦା ନିର୍ମାଣ କରାଯାଇଥିବା ଏହି ରଙ୍ଗମଞ୍ଚ ଅନେକ ଖ୍ରୀଷ୍ଟ ସହୀଦଙ୍କଦ୍ୱାରା ପୂତ ହୋଇଛି ଓ ସେହିମାନଙ୍କ ବଳିଦାନକୁ ଉତ୍ସର୍ଗ କରାଯାଇଛି । ଗୁଡ୍ ଫ୍ରାଇଡେ ଅବସରରେ ପୋପ୍ ଶୋଭାଯାତ୍ରା କରାଇବା ପ୍ରଥା ବର୍ତ୍ତମାନ ସୁଦ୍ଧା ଜୀବିତ ରହିଛି । ଗଛଲତା କୋଲୋଜିୟମ୍ ମଧ୍ୟରେ ବିଭିନ୍ନ ପ୍ରଜାତିର ବୃକ୍ଷ ରହିଥିବା କଥା ଇତିହାସରେ ଲିପିବଦ୍ଧ ହୋଇଛି । ଡୋମିନିକୋ ୧୬୪୩ ନିଜ ଲିଖିତ ବିବରଣୀରେ ଏହା ଲେଖିଛନ୍ତି । ସେ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୬୮୪ଟି ଉଦ୍ଭିଦ ପ୍ରଜାତି ଚିହ୍ନଟ ବା ଲିପିବଦ୍ଧ ହୋଇଛି । ୧୮୫୫ ମସିହା ବେଳକୁ କୋଲୋଜିୟମ୍ ମଧ୍ୟରେ ପ୍ରାୟ ୪୨୦ଟି ଉଦ୍ଭିଦ ପ୍ରଜାତି ଦେଖିବାକୁ ମିଳୁଥିଲା । ଗଛଲତା ବଢ଼ି କୋଲୋଜିୟମ୍‍କୁ କ୍ଷତି ପହଞ୍ଚାଇବାର ଆଶଙ୍କା ଉପୁଜିବାରୁ ୧୮୭୧ ମସିହା ସମୟରେ ଅଧିକାଂଶ ଗଛଲତା ଉପାଡ଼ି ବାହାର କରିଦିଆଗଲା । କିନ୍ତୁ ପରେ ପୁଣି ସେମାନଙ୍କୁ କୋଲୋଜିୟମ୍ ପରିସରରେ ରଖାଯାଇଛି । ଏବେ କୋଲୋଜିୟମ୍ ମଧ୍ୟରେ ପ୍ରାୟ ୨୪୨ ପ୍ରଜାତିର ଗଛଲତା ଅଛନ୍ତି ଓ ପାନାରୋଲିଙ୍କ ବର୍ଣ୍ଣିତ ୨୦୦ ପ୍ରଜାତି ଏବେ ମଧ୍ୟ ଦେଖାଯାନ୍ତି । ବିଗତ ଅନେକ ଶତାବ୍ଦୀ ଧରି ରୋମ୍‍ର ଜଳବାୟୁରେ ବହୁ ପରିବର୍ତ୍ତନ ହୋଇଥିବାରୁ ଓ ପକ୍ଷୀଙ୍କ ସ୍ଥାନ ପରିବର୍ତ୍ତନ କାରଣରୁ ଏତେ ପ୍ରଜାତିର ଉଦ୍ଭିଦ ଦେଖାଯିବା ସମ୍ଭବପର । ପୁଣି, ତତ୍କାଳୀନ ରୋମ୍‍ର ଆଧୁନିକୀକରଣ ଯୋଗୁଁ କୋଲୋଜିୟମ୍ ଏକ ନିରୋଳା ସ୍ଥାନ ପରିବର୍ତ୍ତେ ଏବେ ନଗରର ମଝାମଝି ଅବସ୍ଥିତ ଓ ଏଠାକୁ ବିଭିନ୍ନ ସ୍ଥାନରୁ ସହଜରେ ନୂତନ ଗଛ ଲତା ଆସିବା ସହଜ ହୋଇଯାଇଥିବ । ଏଠାରେ କ୍ରୀଡ଼ା ପାଇଁ ବିଭିନ୍ନ ପ୍ରାନ୍ତରୁ ଅଣାଯାଉଥିବା ପଶୁଙ୍କ ଲୋମରେ ମଧ୍ୟ ମଞ୍ଜି ପରିବାହିତ ହୋଇଥାଇପାରେ ବୋଲି କେହି କେହି ମତ ରଖନ୍ତି । କୋଲୋଜିୟମ୍‍ରୁ ଅନୁପ୍ରାଣିତ ଅନ୍ୟ କିଛି କୀର୍ତ୍ତି ବିଶ୍ୱର ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରେ ଅନ୍ୟତମ କୋଲୋଜିୟମ୍‍ଠାରୁ ଅନୁପ୍ରାଣିତ ହୋଇ ଅନେକ ଅଟ୍ଟାଳିକା ନିର୍ମିତ ହୋଇଛି : ଜର୍ମାନୀର ନୁରେମ୍ବର୍ଗ୍ ସହରର ନାଜି ପାର୍ଟି ରାଲି ପଡ଼ିଆରେ ୧୯୩୫ ମସିହାରେ କଂଗ୍ରେସ୍‍ହାଲେ (ଜର୍ମାନ୍ ଭାଷାରେ ) ନାମକ ଏକ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଯାବତ୍ ଅସମ୍ପୂର୍ଣ୍ଣ ଏହି ଅଟ୍ଟାଳିକାଟି କୋଲୋଜିୟମ୍ ଆକାରରେ ନିର୍ମିତ । ୧୯୨୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଅଲମ୍ପିକ୍ କ୍ରୀଡ଼ାରେ ଦିଆଯାଉଥିବା ପଦକର ରୂପରେଖ ବା ଡିଜାଇନ୍ ଜିସାପୋ କାସିଓଲିଙ୍କଦ୍ୱାରା କରାଯାଇଥିଲା । ଏହି ପଦକରେ କୋଲୋଜିୟମ୍‍ର ଏକ ଅଂଶ ସ୍ଥାନ ପାଇଥିଲା । ଏଥେଂସ୍‍ଠାରେ ହୋଇଥିବା ୨୦୦୪ ଗ୍ରୀଷ୍ମକାଳୀନ ଅଲମ୍ପିକ୍ କ୍ରୀଡ଼ା ସମୟରେ କୋଲୋଜିୟମ୍ ପରିବର୍ତ୍ତେ ପାନାଥେନାଇକ୍ ଷ୍ଟାଡ଼ିୟମ୍‍ର ଚିତ୍ର ଏହି ପଦକରେ ସ୍ଥାନ ପାଇଲା । ବ୍ରିଟିଶ୍ କଲମ୍ବିଆର ଭାଂକୁଭର୍ ସର୍ବସାଧାରଣ ପାଠାଗାରର ଅଟ୍ଟାଳିକା କୋଲୋଜିୟମ୍ ଆକାରରେ ନିର୍ମିତ । ମୋଶେ ସାଫ୍‍ଦି ଏହାର ରଚୟିତା । ଲସ୍ ଆଞ୍ଜେଲେସ୍ ମେମୋରିଆଲ୍ କୋଲିସିୟମ୍‍ର ପ୍ରବେଶ ଦ୍ୱାର କୋଲୋଜିୟମ୍‍ର ପ୍ରବେଶ ଦ୍ୱାରରୁ ଅନୁପ୍ରାଣିତ । ପଲାଜୋ ଡେଲ୍ଲା ସିଭିଲ୍ଟା ଇଟାଲିଆନାର ଆକାର ପ୍ରାୟତଃ କୋଲୋଜିୟମ୍‍ର ଆକାର ପରି । ୧୯୪୨ରେ ଏକ ବିଶ୍ୱ ପ୍ରଦର୍ଶନୀ ପାଇଁ ବେନିତୋ ମୁସୋଲିନି ଏହାର ନିର୍ମାଣ କରାଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବାରୁ ଏହି ପ୍ରଦର୍ଶନୀ ହୋଇପାରି ନଥିଲା । ଜିଓଭାନି ଗୁରିନି, ଏର୍ନେଷ୍ଟୋ ବ୍ରୁନୋ ଲା-ପାଦୁଲା, ମାରିଓ ରୋମାନୋ ପ୍ରଭୃତି ଏହାର ସ୍ଥପତି ଥିଲେ । ଲୋକ-ସଂସ୍କୃତିରେ କୋଲୋଜିୟମ୍‍ର ସ୍ଥାନ ରୋମ୍ ଇତିହାସରେ କୋଲୋଜିୟମ୍‍ର ବିଶାଳ ସ୍ଥାନ ହେତୁ ଅନେକ ଚଳଚ୍ଚିତ୍ର, ଚିତ୍ର ଓ ସଂସ୍କୃତିରେ ଏହାର ଛାପ ଦେଖିବାକୁ ମିଳେ : ୧୯୫୩ ମସିହାରେ ନିର୍ମିତ ଚଳଚ୍ଚିତ୍ର ରୋମାନ୍ ହଲିଡେ ର ଅନେକ ଦୃଶ୍ୟରେ କୋଲୋଜିୟମ୍‍କୁ ପୃଷ୍ଠଭୂମିରେ ଦେଖିହେବ । ୧୯୫୪ ମସିହାରେ ନିର୍ମିତ ଏକ ଚଳଚ୍ଚିତ୍ର ଡିମେଟ୍ରିଅସ୍ ଆଣ୍ଡ୍ ଦ ଗ୍ଲାଡିଏଟର୍ସ୍ ର କାହାଣୀରେ ସମ୍ରାଟ କ୍ୟାଲିଗୁଲା ଡିମେଟ୍ରିଅସ୍ ନାମକ ଏକ ଖ୍ରୀଷ୍ଟଧର୍ମୀ ବ୍ୟକ୍ତିଙ୍କୁ କୋଲୋଜିୟମ୍‍ରେ ଲଢ଼ିବାର ଦଣ୍ଡ ଶୁଣାଇଥିଲେ । ୧୯୫୭ ମସିହାର ଚଳଚ୍ଚିତ୍ର ଟ୍ୱେଣ୍ଟି ମିଲିୟନ୍ ମାଇଲ୍ସ୍ ଟୁ ଅର୍ଥ୍ (20 )ର ଉପସଂହାର ଦୃଶ୍ୟରେ କୋଲୋଜିୟମ୍ ବିଦ୍ୟମାନ । ବବ୍ ଡାଇଲାନ୍‍ଙ୍କ ୧୯୭୧ରେ ରେକର୍ଡ୍ କରାଯାଇଥିବା "ହ୍ୱେନ୍ ଆଇ ପେଣ୍ଟ୍ ମାଇ ମାଷ୍ଟରପିସ୍ " ଗୀତରେ କୋଲୋଜିୟମ୍‍ର ଉଲ୍ଲେଖ ରହିଛି । ୧୯୭୨ ମସିହାର ୱେ ଅଫ୍ ଦ ଡ୍ରାଗନ୍ ଚଳଚ୍ଚିତ୍ରରେ ବ୍ରୁସ୍ ଲି ଓ ଚକ୍ ନୋରିସ୍ କୋଲୋଜିୟମ୍‍ରେ ଯୁଦ୍ଧ କରିଥିଲେ । ୧୯୭୯ ମସିହାର ହିନ୍ଦୀ ଚଳଚ୍ଚିତ୍ର ଦ ଗ୍ରେଟ୍ ଗ୍ୟାମ୍ବଲର୍ ର କିଛି ଅଂଶ କୋଲୋଜିୟମ୍‍ରେ ନିର୍ମିତ ହୋଇଥିଲା । ୧୯୯୮ ମସିହାର ତାମିଲ ଚଳଚ୍ଚିତ୍ର ଜିନ୍ସ୍ ର “ଅଜୁବା” ନାମକ ଗୀତର ଏକ ଅଂଶ କୋଲୋଜିୟମ୍‍ରେ ନିର୍ମିତ ହୋଇଥିଲା । ୫ଟି ଓସ୍କାର୍ ପୁରସ୍କାରରେ ସମ୍ମାନିତ ୨୦୦୦ ମସିହାର ଗ୍ଲାଡିଏଟର୍ ଚଳଚ୍ଚିତ୍ରରେ କୋଲୋଜିୟମ୍‍ ମଧ୍ୟରେ ହେଉଥିବା ଯୁଦ୍ଧକୁ ଚିତ୍ରଣ କରିବା ପାଇଁ କମ୍ପ୍ୟୁଟର୍ଦ୍ୱାରା ସୃଷ୍ଟ ଚିତ୍ର ( - - ) ବ୍ୟବହୃତ ହୋଇଥିଲା । ଏହି ଚଳଚ୍ଚିତ୍ରରେ କୋଲୋଜିୟମ୍‍ରେ ଯୁଦ୍ଧକ୍ରୀଡ଼ା ଓ ଭୂତଳ ସ୍ତରର ଗଠନ ଓ ପରିଚାଳନା ସମ୍ପର୍କରେ ଅନେକ ସତ ମନେ ହେଉଥିବା ପରି କାଳ୍ପନିକ ଦୃଶ୍ୟ ରହିଛି । ୨୦୦୧ ମସିହାର ଚଳଚ୍ଚିତ୍ର : 2ରେ ଏକ ଧୂମକେତୁ ପୃଥିବୀ ପୃକ୍ଷ୍ଠରେ ଧକ୍କା ହେବା ଫଳରେ କୋଲୋଜିୟମ୍ ଧ୍ୱଂସ ହୋଇଯିବା କାଳ୍ପନିକ ଦୃଶ୍ୟ ରହିଛି । ୨୦୦୩ ମସିହାର ଚଳଚ୍ଚିତ୍ର ଦ କୋର୍ ରେ ବଜ୍ରପାତ ଯୋଗୁଁ କୋଲୋଜିୟମ୍ ଧ୍ୱସ୍ତ ହେବାର କାଳ୍ପନିକ ଦୃଶ୍ୟ ନିର୍ମିତ ହୋଇଥିଲା । ୨୦୦୮ ମସିହାର ଜମ୍ପର୍ ଚଳଚ୍ଚିତ୍ରରେ କୋଲୋଜିୟମ୍‍ର ଏକ ଦୃଶ୍ୟ ଦେଖିବାକୁ ମିଳେ । ୨୦୧୦ ମସିହାରେ ପ୍ରକାଶିତ ଭଡ଼ିଓ ଗେମ୍ ଆସାସିନ୍ସ୍ କ୍ରୀଡ୍ : ବ୍ରଦର୍‍ହୁଡ୍ ( ' : ) ନାମକ ଖେଳରେ କୋଲୋଜିୟମ୍ ସ୍ଥାନ ପାଇଛି । ଏକ ପୁରାତନ ରୋମାନ୍ ଗଳ୍ପ ଅନୁଯାୟୀ ଏଣ୍ଡ୍ରୋକଲ୍ସ ନାମକ ଏକ ଭୃତ୍ୟ ନିଜ ମାଲିକ କବଳରୁ ମୁକ୍ତ ହୋଇ ଲୁଚି ଜଙ୍ଗଲକୁ ପଳାଇଥିଲା । ବଣକୁ ଯାଇ ସେ ଏକ ଗୁମ୍ଫାରେ ଏକ କ୍ଷତାକ୍ତ ସିଂହକୁ ଦେଖିଲା ଯାହା ପାଦରେ ଏକ ବଡ଼ କଣ୍ଟା ଫୁଟି ରହିଥିଲା । ସେ ସିଂହ ପାଦରୁ କଣ୍ଟାଟି କାଢ଼ି ଦେବାରୁ ଜନ୍ତୁଟି ଆଶ୍ୱସ୍ତ ହେଲା । ଅନେକ ବର୍ଷ ପରେ ଏଣ୍ଡ୍ରୋକଲ୍ସ ପୁଣି ବନ୍ଦୀ ହେଲା ଓ ତାକୁ ସିଂହ ସହିତ ଯୁଦ୍ଧ କରିବାକୁ ଛାଡ଼ି ଦିଆଗଲା । ଜର୍ଜ୍ ବର୍ଣ୍ଣାଡ୍ ଶଙ୍କ ନାଟକରେ ଏଣ୍ଡ୍ରୋକଲ୍ସକୁ କୋଲୋଜିୟମ୍ ନିଆଯାଇଥିଲା ଏହି ଯୁଦ୍ଧ କରିବା ପାଇଁ ବା ପରୋକ୍ଷରେ ଭୋକିଲା ସିଂହ ସହିତ ଯୁଦ୍ଧ ନ କରିପାରିଲେ ମୃତ୍ୟୁବରଣ କରିବା ପାଇଁ । ଗଳ୍ପ ଅନୁସାରେ ସିଂହଟି ସେଇ ସିଂହ ଥିଲା ଯାହା ପାଦରୁ ଏଣ୍ଡ୍ରୋକଲ୍ସ କଣ୍ଟା ବାହାର କରିଥିଲା । ସିଂହ ଭୋକିଲା ଥିବା ସତ୍ତ୍ୱେ ଏଣ୍ଡ୍ରୋକଲ୍ସକୁ ଆକ୍ରମଣ କଲା ନାହିଁ ଓ ତା’ ଗୋଡ଼ ପାଖେ ପୋଷା ଜୀବ ପରି ବସି ରହିଲା । ଏହାକୁ ଏକ ନୈତିକ ଶିକ୍ଷା କାହାଣୀ ରୂପେ ଅନେକ ଭାଷାରେ ଅନୁବାଦ କରି କୁହାଯାଇଥାଏ । ଆଧାର ଲେଖା ପୁସ୍ତକ ଆଧାର ଅନ୍ୟାନ୍ୟ ଲିଂକ୍ 3 "କୋଲୋଜିୟମ୍" . ' . : . 1914.
୧୭୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ | ଘଟଣା ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଅଜ୍ଞାତ ତିଥି ଘଟଣା ଜନ୍ମ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ମୃତ୍ୟୁ ଜାନୁଆରୀ-ମାର୍ଚ୍ଚ ଅପ୍ରେଲ-ଜୁନ ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବର ଆଧାର
ପଞ୍ଜାବୀ ଉଇକିପିଡ଼ିଆ (ପଞ୍ଜାବୀ: (ଶଃମୁଖୀ ଲିପରେ); ੰ ਾ ੀ ਿ ੀ ੀ ੀ (ଗୁରମୁଖୀ ଲିପିରେ)) ହେଉଛି ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିପିଡ଼ିଆର ପଞ୍ଜାବୀ ଭାଷା ସଂସ୍କରଣ, ଯାହାକି ଏକ ମାଗଣା ଅନଲାଇନ୍ ଏନ୍‌ସାଇକ୍ଲୋପିଡ଼ିଆ । ସମୁଦାୟ ଦୁଇଟି ପଞ୍ଜାବୀ ଉଇକିପିଡ଼ିଆ ସଂସ୍କରଣ ଅଛି | ପୂର୍ବ ପଞ୍ଜାବୀ ଉଇକିପିଡ଼ିଆ (ଗୁରମୁଖୀ ଲିପିରେ) ଏବଂ ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ (ଶଃମୁଖୀ ଲିପିରେ) । ପୂର୍ବ ପଞ୍ଚାବୀ ଉଇକିପିଡ଼ିଆ ପୂର୍ବ ପଞ୍ଚାବୀ ଉଇକିପିଡ଼ିଆ ଜୁନ୍ ୩, ୨୦୦୨ରେ ଆରମ୍ଭ ହୋଇଥିଲା କିନ୍ତୁ ପ୍ରଥମ ତିନୋଟି ଲେଖା କେବଳ ଅଗଷ୍ଟ ୨୦୦୪ରେ ଲେଖାଯାଇଥିଲା । ଜୁଲାଇ ୨୦୧୨ରେ ଏହି ଉଇକିପିଡ଼ିଆର ପ୍ରସଙ୍ଗ ସଂଖ୍ୟା ୨୪୦୦ରେ ପହଞ୍ଚିଥିଲା । ଅଗଷ୍ଟ ୨୦୧୨ଠାରୁ, ଏହାର ବିଶ୍ୱ ସ୍ତରରେ ପ୍ରାୟ ୨୬ ନିୟୁତ ପାଠକ ଅଛନ୍ତି । ୨୮ ଜୁଲାଇ ୨୦୧୨ରେ ଲୁଧିଆନାଠାରେ ପ୍ରଥମ ପଞ୍ଜାବୀ ଉଇକିପିଡ଼ିଆ କର୍ମଶାଳା ସଂଗଠିତ ହୋଇଥିଲା । ଅଗଷ୍ଟ ୧୬, ୨୦୧୨ରେ ଅନ୍ୟ ଏକ କର୍ମଶାଳା ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଥିଲା । ଏହି ଦୁଇଟି କର୍ମଶାଳରେ ଉଇକିପିଡ଼ିଆ ବିଷୟରେ ସମ୍ୟକ ଜ୍ଞାନ ପ୍ରଦାନ କରାଯିବା ସହିତ ସମ୍ପାଦନା ଶୈଳୀ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା । ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ ୨୪ ଅକ୍ଟୋବର ୨୦୦୮ରେ ଉଇକିମିଡ଼ିଆ ଇନକ୍ୟୁବେଟର ମାଧ୍ୟମରେ ଆରମ୍ଭ ହୋଇଥିଲା ଏବଂ ଏହାର ଡୋମେନ୍ ଅଗଷ୍ଟ ୧୩, ୨୦୦୯ରେ ସୃଷ୍ଟି ହୋଇଥିଲା । ଇସଲାମାବାଦର ଜଣେ କଲେଜ ପ୍ରଫେସର ଖାଲିଦ ମହମ୍ମଦ ଏହି ପ୍ରକଳ୍ପର ନେତୃତ୍ୱ ନେଇଥିଲେ। ଆଧାର ବାହାର ଆଧାର ପୂର୍ବ ପଞ୍ଜାବୀ ଉଇକିପିଡ଼ିଆ | ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ |
ନୋବେଲିଅମ ହେଉଛି ଏକ କୃତିମ ଭାବେ ସଂଶ୍ଳେଷଣ କରାଯାଇଥିବା ରାସାୟନିକ ମୌଳିକ ଯାହାର ପ୍ରତୀକ ଓ ପରମାଣୁ କ୍ରମାଙ୍କ ୧୦୨ । ଧର୍ମ ଭୌତିକ ରସାୟନିକ ସମସ୍ଥାନିକ ଇତିହାସ ଉପସ୍ଥିତି ଉତ୍ପାଦନ ବ୍ୟବହାର ଆହୁରି ଦେଖନ୍ତୁ ଆଧାର ସହାୟକ ଗ୍ରନ୍ଥ , . (2011). " 13. , ". , .; , . , . : . :10.1007/978-94-007-0211-0 13. 978-94-007-0210-3.{ }: 1 : : ବାହାର ଲିଙ୍କ . –
ଡିଫାଇବ୍ରୋଟାଇଡ, ଡିଫିଟେଲିଓରେ ଏହାର ବିକ୍ରୟ ନାମ, ହେଉଛି, ଏକ ଔଷଧ ଯାହା ଅସ୍ଥି ମଜ୍ଜା ପ୍ରତିରୋପଣ ପରବର୍ତ୍ତୀ ଯକୃତର ଭେନୋ-ଅକ୍ଲୁସିଭ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ଏହାର ବ୍ୟବହାରକୁ ସମର୍ଥନ କରିବାକୁ ଉଚ୍ଚ ମାନର ପ୍ରମାଣ ଅଭାବ ଅଛି । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଅଇ, ଏବଂ ରକ୍ତସ୍ରାବ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ରକ୍ତ ଜମାଟରୋଧୀ ଔଷଧ ପାଉଥିବା ଲୋକଙ୍କ ଉପରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ | ଏହା ଓଲିଗୋନ୍ୟୁକ୍ଲିଓଟାଇଡମାନଙ୍କର ଏକ ମିଶ୍ରଣ ଏବଂ ଏଣ୍ଡୋଥେଲିଆଲ୍ ଜୀବକୋଷ ସକ୍ରିୟତା ହ୍ରାସ କରି କିଛି ଅଂଶରେ କାମ କରେ ବୋଲି ବିଶ୍ୱାସ କରାଯାଏ । ୨୦୧୩ ମସିହାରେ ୟୁରୋପରେ, ୨୦୨୬ରେ ଆମେରିକାରେ ଏବଂ ୨୦୨୦ରେ ଅଷ୍ଟ୍ରେଲିଆରେ ଡାକ୍ତରୀ ବ୍ୟବହାର ପାଇଁ ଡିଫାଇବ୍ରୋଟାଇଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ଏହାର ୨୦୦ ମିଗ୍ରା ବିଶିଷ୍ଟ ୨୫ ମାତ୍ରାର ମୂଲ୍ୟ ପ୍ରାୟ ୧୦,୦୦୦ ଡଲାର । ଆଧାର
ଅଚ୍ୟୁତାନନ୍ଦ ମହାନ୍ତି (୧୩ ମଇ ୧୯୩୦ - ୧୮ ନଭେମ୍ବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଅଚ୍ୟୁତାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଅଚ୍ୟୁତାନନ୍ଦ ମହାନ୍ତି ୧୯୩୦ ମସିହାର ମଇ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷେତ୍ରବାସୀ ମହାନ୍ତି ଏବଂ ପତ୍ନୀଙ୍କ ନାମ ରମାମଣି ମହାନ୍ତି ଓ ରେଣୁବାଳା ମହାନ୍ତି । ରାଜନୈତିକ ଜୀବନ ଅଚ୍ୟୁତାନନ୍ଦ ଓଡ଼ିଶା ରାଜନୀତିରେ ଥରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ଓ ଥରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଦୁଇଥର କାର୍ଯ୍ୟ କରିଥିଲେ । ମୃତ୍ୟୁ ଅଚ୍ୟୁତାନନ୍ଦ ୨୦୦୩ ମସିହାର ନଭେମ୍ବର ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଆଧାର
ଗୁଲଜାରୀଲାଲ ନନ୍ଦା (୪ ଜୁଲାଇ ୧୮୯୮ – ୧୫ ଜାନୁଆରୀ ୧୯୯୮) ଜଣେ ଭାରତୀୟ ରାଜନୀତିଜ୍ଞ ଓ ଶ୍ରମ ଓ ଶ୍ରମିକ ସମ୍ପର୍କିତ ସମସ୍ୟା ବିଷୟକ ବିଶେଷଜ୍ଞ ଅର୍ଥନୀତିଜ୍ଞ । ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଯଥା ଜବାହରଲାଲଙ୍କ ମୃତ୍ୟୁ ପରେ ୧୯୬୪ରେ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ୧୯୬୬ରେ ସେ କମ ସମୟ ପାଇଁ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଉଭୟ ଥର ଶାସକ ଦଳ ଭାରତୀୟ ଜାତୀୟ କଂଗ୍ରେସର ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ଅବଧି ଶେଷ ହୋଇଛି । ୧୯୯୭ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା । ବାଲ୍ୟ ଜୀବନ ଓ ଶିକ୍ଷା ଗୁଲଜାରୀଲାଲ ୪ ଜୁଲାଇ ୧୮୯୮ରେ ତତ୍କାଳୀନ ବ୍ରିଟିଶ ଭାରତର ପଞ୍ଜାବ ପ୍ରୋଭିନ୍ସସ୍ଥିତ ଶିଆଲକୋଟରେ ଏକ ପଞ୍ଜାବୀ ହିନ୍ଦୁ ପରିବାରରେ ଜନ୍ମଲାଭ କରିଥିଲେ । ( ଭାରତ ବିଭାଜନ ପରେ ସିଆଲକୋଟ ଅଞ୍ଚଳ ପାକିସ୍ଥାନ ଅନ୍ତର୍ଗତ ପଞ୍ଜାବ ପ୍ରୋଭିନ୍ସରେ ରହିଛି) ନନ୍ଦା ତାଙ୍କ ଶିକ୍ଷା ଲାହୋର, ଅମୃତସର, ଆଗ୍ରା ଏବଂ ଆଲ୍ଲାହାବାଦରେ ଲାଭ କରିଥିଲେ । ଗବେଷଣା ଓ ଅଧ୍ୟାପନା ନନ୍ଦା ଆଲାହାବାଦ ବିଶ୍ୱବିଦ୍ୟାଳୟରେ ଶ୍ରମ ଓ ଶ୍ରମିକ ସମସ୍ୟା ସମ୍ପର୍କରେ ଜଣେ ଗବେଷକ ବିଦ୍ୟାର୍ଥୀ ଭାବେ କାର୍ଯ୍ୟ କଲେ (1920–1921) । ୧୯୨୧ରେ ସେ ମୁମ୍ବାଇସ୍ଥିତ ଜାତୀୟ ବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଭାବେ ଯୋଗ ଦେଲେ । ସେହି ବର୍ଷ ସେ ବ୍ରିଟିଶ ଶାସନ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।୧୯୨୨ରେ ସେ ଅହମଦନଗର ଟେକ୍ସଟାଇଲ ଶ୍ରମିକ ସଂଗଠନର ସମ୍ପାଦକ ଭାବେ ୧୯୪୬ ପର୍ଯ୍ୟନ୍ତ କାର୍ଯ୍ୟ କଲେ । ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ସତ୍ୟାଗ୍ରହରେ ଯୋଗ ଦେଇ ସେ ପ୍ରଥମେ ୧୯୩୨ରେ ଏବଂ ପରେ ୧୯୪୨ରୁ ୧୯୪୪ ଯାଏଁ ଜେଲ ଯାଇଥିଲେ । ଆଲାହାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ତାଙ୍କୁ " " ସମ୍ମାନରେ ସମ୍ମାନିତ କରିଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଲଷ୍ମୀ ଏବଂ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଥିଲେ । ଆଧାର
README.md exists but content is empty. Use the Edit dataset card button to edit it.
Downloads last month
6
Edit dataset card